ସ୍ମୃତି ତୁମେ…
ସ୍ମୃତି ତୁମେ …..
ସୁସଜ୍ଜିତ ଶବ୍ଦ
ଅନୁବାଦ ନୀତି
ସାଉଁଟା ସମୟ
ଅଭିନବ ରୀତି।
ସ୍ମୃତି ତୁମେ…..
ସମୃଦ୍ଧ ସୂଚନା
ସମ୍ମୋହନୀ ଗୀତି
ବିବିଧ ବ୍ୟୁତ୍ପତ୍ତି
ଅନୁଭବ ପଂକ୍ତି ।
ସ୍ମୃତି ତୁମେ …..
ପ୍ରଜ୍ଞା ସଂକଳନ
ସ୍ପଷ୍ଟ ପରିଚିତି
ଶବ୍ଦ ଚୟନର
ଯଥାଯଥ ଉକ୍ତି।
ସ୍ମୃତି ତୁମେ ……
ସଂଶୋଧନ ଶୈଳୀ
ପାଠକୀୟ ପ୍ରୀତି
ସାରସ୍ୱତ ଅର୍ଘ୍ଯ
ସୁଖ ଅନୁଭୂତି।
ସ୍ମୃତି ତୁମେ ……
ଭାଷା ଭାବନାର
ସହୃଦୟ ଭକ୍ତି
ବିସ୍ତାରିତ ରୂପ
ପଚିଶ ପ୍ରକୃତି ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ରାକମା, ଭାପୁର, ନୟାଗଡ଼