ମାଆର ମମତା
ରୁକ୍ମଣୀ ସାହୁ
କିପରି ବର୍ଣ୍ଣିବି ମାଆର ମମତା
ସ୍ୱୟଂ ଯିଏ ଦେବୀ ମୂର୍ତ୍ତି
ସମ୍ଭାବନା ର ମୂଳମନ୍ତ୍ର ସିଏ
ଆଶିଷ ର ମନ୍ଦାକିନୀ
ତ୍ୟାଗ ର ସେ ଅଟେ କୀର୍ତ୍ତିସ୍ତମ୍ଭ ଟିଏ
ସେବାରେ ଯେ ପୂଜାରିଣୀ
ଆକାଶ ଠୁଁ ବଳି ବିଶାଳ ପ୍ରସସ୍ତ
ଯାହାର ପଣତ କାନି
ସେ ପଣତ ତଳେ ଘୋଡାଇ ରଖିସେ
କାଟେ ବିନିଦ୍ର ରଜନୀ
ନେବାର ସଂଜ୍ଞା ଜଣାନାହିଁ ତାକୁ
ଦେଇଥାଏ ଥାଳ ଭରି
ସବୁଠୁ ମଧୁର ଅତି ଆପଣା ର
କିଏ ହେବ ମାଆ ପରି
ସମର୍ପଣ ର ସର୍ବନାମ ସିଏ
କୋଟି ଜନ୍ମ ର ପୁଣ୍ୟଫଳ
ଜୀବନ ସାର୍ଥକ ଯାହା ପାଇଁ ହୁଏ
ହସେ ଯା ପାଇଁ ସଂସାର
ସେହି ମହିୟସୀ ମାଆ ପାଦ ତଳେ
କରୁ ଅଛି ପ୍ରଣିପାତ ।