ବେଳେବେଳେ ଏମିତି ବି ହୁଏ..
ଜୀବନ କେବେ ରଙ୍ଗହୀନ,
ତ, କେବେ ସଂଜ୍ଞାହୀନ!
କିନ୍ତୁ ଏ ସ°ଜ୍ଞାବିହୀନ ଜୀବନରୁ
ଜୀବନ ଜିଇବାର କଳା କୌଶଳ
ଅନେକାଂଶରେ ଶିଖାଇଦିଏ,
ଦୁଃଖ ସୁଖରେ ବଞ୍ଚିବାର କଳା |
ଏଇ ଦୁଃଖ ସୁଖ, ହସ କାନ୍ଦର
ପରିସରରେ ସଂଜ୍ଞାବିହୀନ ଜୀବନ
ହୁଏ ଆବଦ୍ଧ !
ଅଙ୍ଗେନିଭା କଥା ଓ ଜଞ୍ଜାଳମୟ ଜୀବନର,
ବୈଶିଷ୍ଟ୍ୟକୁ ନେଇ,
କରିଚାଲେ ସଂଘର୍ଷ!
ଯାହାପାଇଁ କେବେ ଲାଗେ ଶ୍ୱାସରୁଦ୍ଧ
କେବେ ଲାଗେ ହନ୍ତସନ୍ତ ଦୁଃଖଦ |
ତଥାପି ; ଦୃଢ ହୋଇ ଆଗକୁ ଯିବାକୁ ପଡ଼େ,
ଅନାଗତ ଭବିଷ୍ୟତର ଲକ୍ଷ୍ୟପ୍ରାପ୍ତି ନିମନ୍ତେ !
ଆଉ ପାଦେ ଚାଲିବାକୁ ପଡ଼େ,
ପରିବାରର ସ୍ୱାଭିମାନ ଓ ସମ୍ମାନାର୍ଥେ
ନିଜକୁ ତିଳ ତିଳ କରି ଜାଳି ଦେଇ,
ବଞ୍ଚିବାକୁ ପଡ଼େ ଯାହା..
କିନ୍ତୁ, ମନଟା ମରିଯାଏ,
ସମସ୍ତଙ୍କ ଖୁସି ପାଇଁ,
ଲୁହ ଟୋପା ବି ଶୋଇଯାଏ..
ବେଳେବେଳେ ଏମିତି ବି ହୁଏ…!
ରିନା ପରିଡା, ଜିଲ୍ଲା -ଖୋର୍ଦ୍ଧା