ହଜିଲା ଦରବ:—–୫
ଜିନିସ୍ ଟପ୍ ତ ଘର ଠୁ ମନ୍ଦିର
ଶାଢ଼ୀ ଓଢ଼ଣୀ ଉଠିଲାଣି
ସ୍ତନ୍ୟପାନ କାଳେ ସୌନ୍ଦର୍ଯ୍ୟ ତ ହାନୀ
ଡବା କ୍ଷୀର ଜମି ଗଲାଣି।୧।
ପ୍ରଣାମ କରିଲେ ଅଣ୍ଟା ବ୍ୟଥା ହୁଏ
ନମସ୍କାର ଠିଆ ଠିଆରେ
ଯୋଡ଼ା ବେଣିକୁ ତ ରିବନ ସାଜୁନି
ଚ଼ିବୁକେ ସୁନେଲି ଆହାଃରେ।୨।
କଜ୍ଜଳ ନାସିକା ଗାର ତ ଚଳୁନି
ଆଏବ୍ରୋ ସଜ୍ଜା ପାର୍ଲରରେ
କୁଙ୍କୁମ ଅଧରୁ ଲିଭି ତ ଗଲାଣି
ଅଧର ସାଜେ ଲିପିଷ୍ଟିକରେ।୩।
ତାଗା ତାଇତ ତ ସମାଧି ନେଲାଣି
ବାଙ୍କିଆଟା ବଙ୍କି ପଡ଼ିଛି
ପାହୁଞ୍ଜି ପାହୁଡ଼ ସାଜୁନି ତ ଆଉ
ପାଦ ସାଜେ କଳାସୁତାରେ।୪।
ଦିଲ୍ଲୀପ କୁମାର ନନ୍ମା, ଧର୍ମଶାଳା, ଯାଜପୁର
ଦୂରଦିଲ୍ଲୀପଭାଷ:–୯୭୭୩୯୩୨୨୫