ସୂର୍ଯ୍ୟଙ୍କ ସହିତ ଚାଟିଂ
ସୂର୍ଯ୍ୟଦେଵ ସଙ୍ଗେ ଚାଟିଂ କରୁଥିଲି
କାଲି ସନ୍ଧ୍ୟା ସମୟରେ
ଥିଲେ ସୂର୍ୟ୍ଯଦେବ ପାହାଡ଼ ସେପାଖ
ତାଙ୍କ ସେହି ବଷାଘରେ
ଡିଓଟି ସାରିକି ବଷାଘରେ ଯାଇ
ଆରାମରେ ଟିକେ ବସି
ମୋବାଇଲି ଖୋଲି ଦେଖିଲେ ମେସେଜ
ଅନଲାଇନିରେ ଆସି
ମେସେଜ ପଢିକି ରିପିଲାୟ ଦେଲେ
କୁହ ବାବୁ ଅରେନ୍ଦର
ଚିଠି ପରେ ପରେ ମେସେଜ କାହିଁକି
କରୁଅଛ ବାର ବାର
କହିଲି ତୁମର ତାପମାତରାଟା
ଯାଉଛି ଏମିତି ବଢ଼ି
ହିଇଟି ତୁମର ସହିହେଉନାହିଁ
ପରାଣ ଯାଉଛି ଛାଡ଼ି
ଗଢ଼ିଆ ପୁଖରୀ ଶୁଖିକି ସେଥିରେ
ପଡ଼ିଛି ଏମିତି ଫାଟ
ଦେଖିଲେ ଲାଗୁଛି ପାତାଳପୁରୀକୁ
ଏଇ ବୋଧେ ଯିବା ବାଟ
ହେ ସୂର୍ଯ୍ୟଦେବତା କହିଦିଅ ଥରେ
କଣ କଲେ ପ୍ରତିକାର
ଫାଇନାଲି ଆଉ ପଡ଼ିବନି ଜମା
ତୁମରି କୋପ ନଜର
ଶୁଣି ମୋର ପ୍ରଶ୍ନ କହିଲେ ସେ ମୋତେ
ରଖିବ କଥାଟି ମୋର
ଯାହା ମୁଁ କହୁଛି କବିତାଟେ ଲେଖି
ଛାଡ଼ିବ ଫେସବୁକର
ଜଙ୍ଗଲକୁ କାଟି ଗର୍ବିତ ମଣିଷ
ମୁଡ଼ୁଛି ତା ଲମ୍ବା ନିଶ
ପ୍ରତିସୁଧେ ଏଣେ ପ୍ରକୃତି ତାପାଇଁ
ବିଛାଏ ଅନଳ ଫାସ
ଏବେଠୁ ମାନବ ବେଳ ଥାଉଁ ଥାଉଁ
ହେଇଯାଅ ସାବଧାନ
ନହେଲେ ଶେଷରେ କିଛିବି ନଥିବ
ଦଳିବ ଦୁଗୁତା ଚୂନ
ଗ୍ରୀଷ୍ମ ପରେ ପରେ ବରଷା ଋତୁରେ
କରିବ ବୃକ୍ଷ ରୂପଣ
ନହେଲେ ଜାଣିଥ ଆର ବରଷକୁ
ଫୁଟେଇବି ନିଆଁବାଣ
ଶ୍ରୀ ଅରେନ୍ଦ୍ର କୁମାର ଦାଶ
କହ୍ନେଇ ଓଗାଳପୁର, ବାହାନଗା, ବାଲେଶ୍ବର
ଯୋଗାଯୋଗ :- ୮୦୧୮୭୯୯୬୫୮