କାଶ କୁସୁମ
(ରାଗ – ବଙ୍ଗଳା ଶ୍ରୀ)
ଶରତ ଋତୁର ନିର୍ମଳ ଆକାଶେ
ସଫେଦ ଚାନ୍ଦ ଯେ ହସେ
ଶାରଦୀୟ ମୟ ଶୁଭ୍ରତାର ଚିହ୍ନ
କାଶ କୁସୁମ ସେ ଭାଷେ।
ନିର୍ମଳ ମନର ମଧୁର ବଚନ
ସ୍ବଛ ଚିନ୍ତା ତନୁ ମନ
ଜୀବନର ଗାଥା ଗାଇଥାଏ ସଦା
କାଶତଣ୍ଡୀର ବଚନ।
ଦୁଗ୍ଦ ରଂଗ ନେଇ ତରଙ୍ଗ ଖେଳାଇ
ଗାଏ ସେ ଗୀତି ଶାନ୍ତିର
ଭୁଲିଯାଅ ସବୁ ହିଂସା ଦ୍ବେଷ କ୍ରୋଧ
ଗାଅ ସ୍ବର ଏକତାର।
ଶୁଭ୍ରମୟ ଜ୍ଯୋତି ମାତା ଆଦିଶକ୍ତି
ଉଭା ଶ୍ବେତ ବସ୍ତ୍ର ପିନ୍ଧି
ଶରତ ଶ୍ବେତାଙ୍ଗୀ ସେ କାଶ କୁସୁମ
ସ୍ବାଗତେ ଚରଣ ବନ୍ଦି।
ସଚରାଚର ଶାନ୍ତିର ବାର୍ତ୍ତା ବୁଣି
କରେ ଅଳି ଶୁଭ୍ର କଳି
ମାଗୋ ଦୁର୍ଗତି ନାଶିନୀ ଜଗଦମ୍ବେ
କରୁଣା ଦିଅ ମା’ ଢାଳି।
ଭୁବନେଶ୍ୱର।