ସିନ୍ଦୂର
ହିନ୍ଦୁ ସଂସ୍କୃତିର ପବିତ୍ର ବନ୍ଧନ
ଅଟେ ଦାମ୍ପତ୍ୟ ଜୀବନ
ନାରୀଟି ମଥାରେ ସିନ୍ଦୁର ପିନ୍ଧିଣ
ଆରମ୍ଭ କରେ ଜୀବନ।।
ସିନ୍ଦୂର କରଇ ବାପ ଘର ପର
ପରକୁ କରେ ଆପଣା
ହୃଦୟର କୋହ ହୃଦୟରେ ଚାପି
ସମ୍ଭାଳେ ଘର କରଣା।।
ସିନ୍ଦୂର ପିନ୍ଧିଣ ନୂଆବୋହୂ ହୋଇ
ଥିରି ଥିରି ପାଦେ ଚାଲେ
ଶାଶୁ ନଣନ୍ଦଙ୍କ ଗଞ୍ଜଣା ସହି ସେ
ଖଣ୍ଡାଧାରେ ବାଟ ଚାଲେ।।
ସିନ୍ଦୂର ଅଟଇ ନାରୀର ଭୁଷଣ
ଜୀବନ କରଇ ଧନ୍ୟ
ସିନ୍ଦୂର ଉହେଡେ ସହିଥାଏ ସିଏ
ଅସହ୍ୟ ଦୁଃଖ କଷଣ।
ସୀମନ୍ତରେ ନାଲି ସିନ୍ଦୂର ଭରି ସେ
ପତିର ଶୁଭ ମନାସେ
ଲକ୍ଷେ ହୀରା ଲୀଳା ତା ପାଖରେ ତୁଚ୍ଛ
ସିନ୍ଦୂର ଥିଲେ ତା ପାଶେ।।
କା ପାଇଁ ସିନ୍ଦୂର ଆଣିଥାଏ ସୁଖ
କାହା ପାଇଁ ଅଭିଶାପ
ସିନ୍ଦୂର ର ଲେଲୀହାନ ଅଗ୍ନିଶିଖା
ଜାଳେବି ଜୀବନ ଦୀପ।।
ଏ ସିନ୍ଦୂର ଯେବେ ହୁଅଇ ନିଷ୍ଠୁର
ଜୀବନ ଲାଗଇ ବିଷ
ଲୁହ ପିଇ ପିଇ ବଞ୍ଚିବାକୁ ହୁଏ
ମନେ ଭରି ଅବଶୋଷ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।