ଚଷମା
—————————-
ଜେଜେ ପାଶେ ଆସି ସନାଅଜା ବସି
ହେଉଥିଲେ ଦୁଃଖ ସୁଖ
ତାହାରି ମଧ୍ୟରେ ସନା ଅଜା ଧିରେ
କହିଲେ ନିଜର ଦୁଃଖ।
ଆଖିଯେ ମୋହର ରୂପକୁ କାହାର
ଆଉ ଚିହ୍ନି ପାରେନାହିଁ
ରାସ୍ତାଘାଟ ଜମା କିବା ଖାଲଖମା
ସମତୁଲ ଦିଶୁଥାଇ।
ଏହା ଶୁଣି କରି ଜେଜେ ଯେ ଆମରି
କହିଲେ ତାଙ୍କୁ ବୁଝାଇ
ମେଡ଼ିକାଲ ଯାଇ ଆଖିକୁ ଦେଖାଇ
ପରଚକ୍ଷୁ ପିନ୍ଧ ତୁହି।
ଏକଥାକୁ ଶୁଣି ସନା ଅଜା ପୁଣି
ମେଡ଼ିକାଲକୁ ସେ ଗଲେ
ଆଖିକୁ ଦେଖାଇ ଚଷମାଟେ ନାଇ
ଘରକୁ ସେହି ଫେରିଲେ।
ଦେଖି ଚଷମାକୁ ବୁଝିଲି ତାହାକୁ
ପରଚକ୍ଷୁ ଅଟେ ଏହି
ଉତ୍ତଳ ଅଥବା ଅବତ୍ତଳ କିବା
କାଚରେ ତିଆରି ସେହି।
ବିଜ୍ଞାନ ବହିରେ ଲେଖା ହୋଇଛିରେ
ପଢ଼ି ଜାଣିଥିଲି ମୁହିଁ
ଅନ୍ଧ ଅଟେ ଯେହି ଦେଖିସେ ପାରଇ
ପର ଚକ୍ଷୁକୁ ଲଗାଇ।
ବିଜ୍ଞାନ ବଳରେ ତାହା ହୋଇପାରେ
ଜେଜେ ଜାଣିଥିଲେ ଭାଇ
ଚଷମାଟି ଯେହି ପରଚକ୍ଷୁ ହୋଇ
ଆନକୁ ଦେଖାଉଥାଇ।
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ