ଚାଲ ଆମେ ସବୁଜ ବନିବା
ଶ୍ରାବଣ ଆସିଛି ଶ୍ରାବଣୀ ସାଥିରେ
ଚାରିଆଡ଼େ ବର୍ଷା ପାଣି
ଫୁଲେଇ ମୌସୁମୀ ଛୁଇଁଛି ବସୁଧା
ସବୁଜିମା ଭରା ପୁଣି
ଗଛ ଲଗାଇବା ପ୍ରକୃତ୍ତି ର ଶୋଭା
ବଢ଼ାଇବା ଆମେ ମିଶି
ପୂରୁବ ସୋନ୍ଦର୍ଯ୍ୟ ଫେରାଇ ଆଣିବା
ପୃଥିବୀ ହୋଇବ ଖୁସି
କଳ କାରଖାନା ରାସ୍ତା ଘାଟ କରି
ପ୍ରକୃତ୍ତି କୁ କରି ନଷ୍ଟ
ପୃଥିବୀ ପୃଷ୍ଠରେ ହଜିଲାଣି ଶାନ୍ତି
ଭୋଗୁଅଛୁ ଏହି କଷ୍ଟ
ଜଙ୍ଗଲ ହଜୁଛି ବୃକ୍ଷ ନାହିଁ ଆଉ
ନିଃଶ୍ବାସ ନେବା କେମିତି
ବେଳ ଥାଉ ଥାଉ ସତର୍କ ନ ହେଲେ
ନିଜେ ଲୋଡ଼ିବା ବିପତ୍ତି
ସବୁଜ ଧରଣୀ ଶିରିହିନ ଆଜି
ଆସହେ ଶପଥ ନେବା
ଗଛଟେ ଲଗାଇ ଜିବଦାନ ଦେଇ
ସବୁଜ ଆମେ ବନିବା
ପୂର୍ବ ଶାନ୍ତି ଫେରାଇବା
ପୂର୍ବ ଶାନ୍ତି ଫେରାଇବା
ବିଳାସିନୀ ପୃଷ୍ଟି
ଭୁବନ ଢ଼େଙ୍କାନାଳ