April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବନ୍ଧୁ ତୁମେ — ତପସ୍ୱିନୀ ଜେନା

ବନ୍ଧୁ ତୁମେ

 

କାଳର କରାଳ ଗତି ନଦୀର ସ୍ରୋତ ପରି ଆଗକୁ ଆଗକୁ ବହିଚାଲିଥାଏ।ସୁଅ ମୁହଁରେ ପତର ପରି କିଏ କେଉଁଆଡ଼େ ଭାସିଯାଏ ତ କିଏ ଘାଇରେ ପଡ଼ି ଛଟପଟ ହେଉଥାଏ।ସମୟ କାହାପାଇଁ ରାଜଗାଦିର ବ୍ୟବସ୍ଥା କରିଥାଏ ତ କାହା ନିକଟରୁ ଛିଡା ହବାର ସାମର୍ଥ୍ୟ ଛଡାଇ ନେଇଥାଏ। ଦରିଦ୍ର ପଣିଆ ମଣିଷକୁ ଏପରି ରୋଗ ସମ ଆକ୍ରାନ୍ତ କରିଥାଏ ଯାହାର ନିରାକରଣ ଏତେ ସହଜ ସାପେକ୍ଷ ହୋଇପାରେ ନାହିଁ। କଥାରେ ଅଛି – “ଲୁଣ ଖାଏ ହାଣ୍ଡି,ଚିନ୍ତା ଖାଏ ଗଣ୍ଡି”।ମଣିଷ ସମାଜ ବର୍ତ୍ତମାନ ଅର୍ଥ ସର୍ବସ୍ୱ ହୋଇପଡିଛି।କାରଣ ପ୍ରଗତଶୀଳ ସମାଜ ସହିତ ତାଳ ଦେଇ ଆଗକୁ ବଢିବାର ଅଛିତ ତୁମ ପାଖରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଥିବା ଦରକାର। ନଚେତ ତୁମେ ଅନ୍ୟ ପାଖରେ ସମକକ୍ଷ ହୋଇ ଠିଆ ହୋଇ ପାରିବ ନାହିଁ।ଏମିତି ଅନେକ ଅସମାହିତ ପ୍ରଶ୍ନ ରାଜ୍ ଙ୍କ ମନକୁ ଆନ୍ଦୋଳିତ କରୁଥାଏ। ସେ ତାଙ୍କର ଅଧା ଭଙ୍ଗା ଚାଳ ଘରେ ପିଣ୍ଡାରେ କାନ୍ଥକୁ ଆଉଜି ବସି ଭାବନା ରାଜ୍ୟରେ ପାଗଳ ସମ ବିଚରଣ କରୁଥାନ୍ତି।କେଉଁ ଦିଗରେ ଗୋଟିଏ ସମାଧାନର ପନ୍ଥା ଖୋଜୁ ଖୋଜୁ

ଆଉ କେଉଁ ସମସ୍ୟା ଶତ୍ରୁ ସମ ଉପଗତ ହୋଇ ବିଚଳିତ କରିପକାଉଥାଏ। ସେ ଶିକ୍ଷିତ ସତ ହେଲେ ବେକାର ପଣିଆ ଅଇରୀ ସାଜିଛି।ଏଇଟା ଆମେରିକା ନୁହେଁ ଯେ ତୁମେ ଯେତେ ଛୋଟ କାମ କଲେବି ତୁମକୁ କେହି ସମାଲୋଚନା କରିବେନି। ଛୋଟ ହେଉ ବା ମୋଟ ହେଉ ରାଜ୍ କିନ୍ତୁ ପ୍ରତ୍ୟକ କାମ କରିବାକୁ ନିଜ ମନବଳକୁ ଦୃଢ଼ କରିସାରିଲେଣି।କିନ୍ତୁ କାମ ଟିଏ ବି ଯୋଗଡ଼ ହୋଇପାରିନି।ରତନ ରାଜ୍ ଙ୍କର ଅତି ଘନିଷ୍ଟ ବନ୍ଧୁ। ସେ ବାହାରେ ରହି ଏକ ସରକାରୀ ଚାକିରୀ କରନ୍ତି।ରାଜ୍ ଙ୍କ ସହିତ ଅନେକ ଦିନରୁ ତାଙ୍କ ସହ ଭେଟ ହେଇନାହିଁ।ଏମିତିକି ଯୋଗାଯୋଗ ମଧ୍ୟ ହୋଇପାରିନାହିଁ।ଅର୍ଥ ଅଭାବରୁ ମୋବାଇଲ ଫୋନଟିଏ ବି ରାଜ୍ ଯୋଗାଡ଼ କରୁପାରି ନାହାଁନ୍ତି ।ଯୋଗାଯୋଗ ହୋଇପାରୁଥିଲେ ହୁଏତ ନିଜର ଦୁଃଖଟାକୁ ପରିପ୍ରକାଶ କରି ଭାରାକ୍ରାନ୍ତ ମନଟାକୁ ଟିକିଏ ହାଲକା କରିପାରନ୍ତେ। ଭାବନାର ଅନ୍ତ ଘଟାଇ କେହି ଜଣେ ତା’ଙ୍କ ଦେହକୁ ହଲାଇ ଦେଲେ।ତାଙ୍କୁ ପ୍ରକୃତିସ୍ତ କରାଇ ଦେଲା କହିଲା “ବନ୍ଧୁ ତୁମେ” ଏତେଶୀଘ୍ର ମତେ ପର କରିଦେଲ।ମୁଁ କ’ଣ ତମର କେହି ନୁହଁ ? ଦିନେବି ମତେ ମନେ ପକାଉ ନାହଁ।ମୁଁ କ’ଣ ତମ ସୁଖରେ ଭାଗ ବସେଇଥାନ୍ତି ବୋଲି ଭାବିଛ କି ?ତମ ସୁଖ ,ଦୁଃଖରେ ସାମିଲ ହେବାପାଇଁ ମୋର ବହୁତ ଆଗ୍ରହ।କିନ୍ତୁ ସମୟ ମୋ ପାଇଁ ଅନ୍ତରାଳ ସାଜିଛି। ଚାକିରୀ ମୋ ସହ ସଉତୁଣୀ ପରି ବାଦ ମାରୁଛି।ଯାହା ତୁମ ମୋ ଭିତରେ ପାଚେରୀ ସୃଷ୍ଟି କରିଛି।ଆଜି ମୁଁ ସେ ସବୁକୁ ପଛରେ ପକାଇ ତୁମ ନିକଟକୁ ଧାଇଁ ଆସିଛି।ଆଜି ଆମ ଭିତରେ କେହିବି ପ୍ରତିବନ୍ଧକ ସାଜି ପାରିବେ ନାହିଁ।

ଆଜି ଆମେ ମନ ଖୋଲି କଥା ହୋଇ ସମୟ ବିତେଇ ଦେବା। ଏସବୁ ଏ ପର୍ଯ୍ୟନ୍ତ ରାଜ୍ ନୀଳକଣ୍ଠଙ୍କ ପରି ଆକିଣ୍ଠ ପାନ କରିଯାଉଥାନ୍ତି।ତାଙ୍କ ହାତରେ ଚାନ୍ଦ ଖସିଲା ପରି ମନେ ହେଲା । ସତେ ଯେମିତି ଆଜି ତାଙ୍କର ଅଭାବ ବୋଲି କିଛି ନାହିଁ।ସବୁକିଛି ପାଇଲା ପରି ସେ ଅନୁଭବ କରୁଥିଲେ ନିଜ ସାଙ୍ଗଙ୍କୁ ପାଇ। ଦୁହେଁ ଦାଣ୍ଡ ପିଣ୍ଡାରେ ଅନେକ ସୁଖ ,ଦୁଃଖ ହେଲା ପରେ ରତନ ରାଜ୍ ଙ୍କ ପରିସ୍ଥିତି ବାବଦରେ ଅବଗତ ହୋଇଗଲେ।ବନ୍ଧୁର ସମସ୍ୟାର ସମାଧାନ ଦିଗରେ ସହଯୋଗର ହାତ ବଢ଼ାଇ ଆଶ୍ୱସ୍ତି ହେବା ପାଇଁ ସାନ୍ତ୍ୱନା ଦେଲେ। ଆଜି ଆଉ ଆମ ଭିତରକୁ କ୍ଳେଶକୁ ଆସିବାକୁ ଦିଅନା। ସମସ୍ୟା ଅଛି ତ ସମାଧାନ ବି ନିଶ୍ଚୟ ଅଛି। ଆଜିଠାରୁ ତୁମର ଦୁଃଖର ରାତି ସରିଗଲା ଜାଣ। ସୁଖର ସୂର୍ଯ୍ୟ ତୁମ ଜୀବନ ଆକାଶରେ ଉଦୟ ହେବ ନିଶ୍ଚୟ। ଏସବୁ ମୁକବତ୍ ରାଜ୍ ଶୁଣି ଶୁଣି ଶେଷରେ ପାଟି ଖୋଲି କହିପକାଇଲେ “ବନ୍ଧୁ ତୁମେ” ପୁରାଣ ଯୁଗର ଭଗବାନ ଶ୍ରୀକୃଷ୍ଣଙ୍କ ପରି ମୋ ଦୁଆରେ ଆସି ସୁଦାମାର ଦୁଃଖ ହରିଲା ପରି ମୋ ମନରୁ ଅନ୍ଧାର ଦୁରକରି ଆଲୋକ ପଥର ଯାତ୍ରୀ କରିବାରେ ପ୍ରୟାସ କଲ। ବାସ୍ତବରେ ତୁମେ ହିଁ ଉପଯୁକ୍ତ ବନ୍ଧୁ।

 

ତପସ୍ୱିନୀ ଜେନା

କୁଜଙ୍ଗ, ଜଗତସିଂହପୁର

Loading

Leave a Reply

Your email address will not be published. Required fields are marked *