May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବୁନ୍ଦାଏ ଲୁହ — ତପସ୍ଵିନୀ ଜେନା

ବୁନ୍ଦାଏ ଲୁହ

 

ଅକ୍କାନ୍ତ ଶ୍ରମର ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରି ଶର୍ମିଷ୍ଠା ସ୍ଥାଣୁ ପାଲଟି ଗଲାଣି। ବାଲ୍ୟ ,କୈଶୋର, ଯୌବନ ଏସବୁ ଯାତନା ଭିତରେ କେତେବେଳେ ଅତିବାହିତ ହୋଇଗଲା ତା’ର ସଠିକ ସ୍ୱାଦ ଚାଖିବା ତା’ଲାଗି ସମ୍ଭବ ହେଲାନାହିଁ। ବିଧି ତା’ପାଇଁ ତିଆରିଥିବା ବିଧାନକୁ ଆକଣ୍ଠ ଗରଳ ପରି ପାନକରି ନୀଳକଣ୍ଠଙ୍କ ପରି ନିଜ କାୟାକୁ ଅଭ୍ୟସ୍ତ କରିଦେଇଥିଲା। ବାଲ୍ୟ ସାଥୀମେଳେ ଦିନେ ଖେଳୁ ଖେଳୁ ଅଜାଣତେ ଆଘାତ ଲାଗି ଗୋଟିଏ ଚକ୍ଷୁ ହରାଇ ବସିଥିଲା ସେ।

ତା’ପାଇଁ ଆହା ପଦେ କହିବାକୁ କେହି ନଥିଲେ। ବାପା ସାବତ ମାଆ ଠୁ ଲୁଚିଲୁଚି ବେଳେବେଳେ ଆଦର କରନ୍ତି। ଦେହ ମୁଣ୍ଡ ଆଉଁସି ଦିଅନ୍ତି। ଯଦି ମାଆ ଦେଖିଦେବେ ତା’ହେଲେ କାମ ସରିଲା। ବାପ ଝିଅ ଦୁଇଜଣଙ୍କ ଖାଇବା ବନ୍ଦ କରିଦେବେ। ଶର୍ମିଷ୍ଠା ନିର୍ବିକାରରେ ଘରର ଯାବତୀୟ କାମ କରେ। ମାଆ ତା’କୁ ଚାକରାଣୀ ପରି ଖଟାନ୍ତି।

ପଢ଼ା ବହିରେ ଅତିଶୀଘ୍ର ତାଲା ପଡିଯାଇଥିଲା। କେବଳ କାମ ଆଉ କାମ । ତା’ଛଡା ଯେମିତି ଭଲ,ମନ୍ଦ,ପସନ୍ଦ,ନାପସନ୍ଦ କିଛି ଗୋଟେ ତା’ରୁଚିର ବାହାରେ ଥିଲା। କୈଶୋର ଅତିକ୍ରମ କରି ଯୌବନରେ ପାଦ ଦେଲା ବେଳେ ସ୍ବପ୍ନ ଦେଖିବା ତା’ପାଇଁ ମନା ଥିଲା। ବେଳେବେଳେ ମନରେ ସ୍ବପ୍ନ ଆସେ କିନ୍ତୁ ଦର୍ଶନ ହରାଇଥିବା ଗୋଟିଏ ଅଶିକ୍ଷିତ ଝିଅକୁ କିଏବା କାହିଁକି ଜୀବନ ସଙ୍ଗିନୀ କରିବ ? ଏଇ କଥା ଭାବି ସେ ଆଗକୁ ବଢାଇଥିବା ପାଦକୁ ପଛକୁ ଫେରାଇ ଆଣେ। ସପନ ପୋତରୁ ମହୋଦଧିର ଅଗାଧ ଜଳରାଶି ଉପରକୁ ଲମ୍ଫ ଦେଇ ଆତ୍ମହତ୍ୟା କରିବାକୁ ଇଚ୍ଛା କରେ। ଆପଣା ମନକଥା କୁ ମନ ଭିତରେ ମାରି ଦିନ ପରେ ଦିନ ରାତି ପରେ ରାତି ବିତିଚାଲେ। ନିଜର ଏ ପରିସ୍ଥିତି ପାଇଁ କେବେ ନିଜ କର୍ମ ଛଡା କାହାରିକୁ ଦୋଷ ଦେଇନି ସେ। ନିଦାଘର ତାଡନାକୁ ଗ୍ରାସ କରି ଦିନେ ତା’ଜୀବନରେ ଶ୍ରାବଣ ଆସିଲା। ମନରେ ଜଳୁଥିବା ନିରାଶାର ନିଆଁକୁ ନିର୍ବାପିତ କଲା। ଆଶା ସବୁ ସବୁଜ କଣିକା ପରି ଉଙ୍କି ମାରିଲେ। ନବ କିଶଳୟରେ ଅଟବୀ ସୌନ୍ଦର୍ଯ୍ୟ ବିମଣ୍ଡିତ ହେଲା ପରି ଶର୍ମିଷ୍ଠା ନିଜ ମନ ଓ ତନୁକୁ ସଜାଇଲା। ସମୀର ଅବାଧ ଗତିରେ ଦିନେ ତା’ ମନ ଅଗଣାରେ ପାଦ ଦେଲେ। ଗାଁ ପ୍ରାଥମିକ ଚିକିତ୍ସାଳୟରେ ସେ ଡାକ୍ତର ଭାବରେ ଯୋଗ ଦେବାକୁ ଆସି ଘର ଭଡା ନେଇ ଶର୍ମିଷ୍ଠାଙ୍କ ଘରେ ରହିଲେ। ଶର୍ମିଷ୍ଠାର ରୂପ,ସୌନ୍ଦର୍ଯ୍ୟ ଓ ସୁଗୁଣ ଦେଖି ସେ ମୁଗ୍ଧ ହୋଇ ତା’କୁ ଜୀବନ ସାଥି ଭାବରେ ଗ୍ରହଣ କରିବାକୁ ପ୍ରସ୍ତାବ ଦେଲେ। ବାପା ଏସବୁ ଶୁଣି ମନ୍ତ୍ରମୁଗ୍ଧ ହୋଇଗଲେ। ମାଆ କହୁଥିଲେ ସେ ଚାଲିଗଲେ ଏ ଘର କାମ କରିବ କିଏ? ପୁଣି ମୂର୍ଖ ଅପାଠୁଆ କାଣୀ ଯଦି ରାଜାରାଣୀ ହୋଇଯିବ ଆମକୁ ଆଉ ଖାତିର କରିବ ନାହିଁ। ସମୀର ସମସ୍ତଙ୍କ ମନୋଭାବକୁ ପଛରେ ପକାଇ ଶର୍ମିଷ୍ଠାକୁ ବିବାହ କରିବା ପାଇଁ ନିଜ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ କରି ପାଣିଗ୍ରହଣ ବନ୍ଦୋବସ୍ତ କଲେ। ଚିତ୍ରସେନ ଯେପରି ତଅପୋଇକି ନେଲାପରି ପୁଷ୍ପକଜାନ ଘେନି ଆସିଥିଲା। ସେପରି ସମୀର ସୁସଜ୍ଜିତ କାର୍ ରେ ବସାଇ ସ୍ବଗୃହକୁ ଘେନିଗଲେ। ଘରେ ସମୀର ର ବାପାମାଆ ନିର୍ବିଘ୍ନରେ ବୋହୁଟିକୁ ଗ୍ରହଣ କରିଗଲେ। ଏସବୁ ନାଟକ କିମ୍ବା ସିନେମା ଦେଖିଲା ପରି ଶର୍ମିଷ୍ଠା ସାମ୍ନାରେ ଘଟି ଚାଲିଥାଏ । ସେ ମୁକବତ ହୋଇ ସେ ସବୁକୁ ହଜମ କରିଯାଉଥାଏ। ଯେତେବେଳେ ନିଜ ଘର ଛାଡି ସମୀରଙ୍କ ଘରେ ପାଦ ଦେଲା। ନବାଗତ ବରବଧୂ ଙ୍କୁ ତା’ଙ୍କ ପରିବାର ଲୋକ ସମ୍ମାନର ସହ ସଂଖୋଳି ନେଲେ। ବଧୂ ମୁଖ ଚୁମ୍ବି ଘରକୁ ପାଛୋଟି ନେଲେ। ଏସବୁ ଖୁସି ଯେମିତି ଶର୍ମିଷ୍ଠା କୁ ସ୍ବପ୍ନ ଦେଖିଲା ପରି ଲାଗୁଥାଏ। କିନ୍ତୁ ଏସବୁ ବାସ୍ତବତା ଥାଏ। ଏସବୁ ଖୁସି ଦେଖି ଶର୍ମିଷ୍ଠାର ଗୋଟିଏ ନୟନରୁ ଅଲକ୍ଷ୍ୟରେ ବୁନ୍ଦାଏ ଲୁହ ଝରି ଆସିଲା। କିନ୍ତୁ ସମୀର ପାପୁଲି ଦେଖାଇ ସେ ଲୁହ ବୁନ୍ଦାକୁ ଧରିନେଉ ନେଉ କହି ପକାଇଲା କି ଶର୍ମିଷ୍ଠା ଆଜିଠୁ ତମ ଦୁଃଖର ଦିନ ସରିଗଲା ଆଉ ସୁଖର ଦିନ ଆରମ୍ଭ ହେଲା। ଏ ମୁକ୍ତା ସମ ଲୁହ ବିନ୍ଦୁକୁ ଏମିତି ଝରାଇ ତଳେ ପଡ଼ିବାକୁ ଦିଏନାହିଁ।

 

ଏଥିପାଇଁ କୁହାଯାଇଛି “ଗୁଣ ଚିହ୍ନେ ଗୁଣିଆ,ସୁନା ଚିହ୍ନେ ବଣିଆ”।

ଦୁନିଆଁରେ କେହିବି ଅସହାୟ ନୁହଁନ୍ତି ସବୁ ଅସହାୟ ମଣିଷକୁ ସାହାରା ଦେବାପାଇଁ ଏକ ସାହାରା ଟିଏ ଭଗବାନ ରଖିଥାନ୍ତି।

ଯେମିତି ଶର୍ମିଷ୍ଠା ର ସାହାରା ପାଇଁ ସମୀରକୁ ଗଢ଼ିଥିଲେ।

 

– ସମାପ୍ତ –

 

ତପସ୍ୱିନୀ ଜେନା

କୁଜଙ୍ଗ, ଜଗତସିଂହପୁର

ତା-୨୧-୦୬-୨୦୨୨

Loading

Leave a Reply

Your email address will not be published. Required fields are marked *