ପ୍ରଭୁ ଅଖିଳେଶ୍ବର
ରାଜସ୍ଥାନେ ଏକ
ମନ୍ଦିରଟେ ଅଛି
ଅଖିଳେଶ୍ବର ତା ନାଆଁ
ମହାଶିବଂକର
ବାସସ୍ଥାନ ସିଏ
ଶୁଣି ପାଟି ରହେ ଆଆଁ।
ରାତି ପାହି ଗଲେ
ସକାଳୁ ସକାଳୁ
ଶିବ ଲିଙ୍ଗ ଦିଶେ ଲାଲ
ଦିନ ଦି ପହରେ
କମଳା ରଂଗରେ
ରଂଗାୟିତ ହୁଏ ଭାଲ।
ରାତି ହୋଇ ଗଲେ
ସେହି ଶିବ ଲିଙ୍ଗ
ପୁଣି ହୋଇଯାଏ କଳା
ବୁଝି ହୁଏ ନାହିଁ
କେମିତି ହେଉଛି
ସତେ ଈଶ୍ବରୀୟ ଲୀଳା।
ବହୁ ଭକ୍ତଙ୍କର
ଭିଡ ହୁଏ ଏଠି
ଆସନ୍ତି ଦର୍ଶନ ପାଇଁ
ମାନସିକ କରି
ଲୋକ ଆସି ଥାନ୍ତି
ପୁତ୍ର କନ୍ଯା ଲାଭ ପାଇଁ।
ପୁଅ ଅବା ଝିଅ
ବାପା ଅବା ମାଆ
ମନେ ଚିନ୍ତା କରି କିଛି
ଏହିଠାରେ ଆସି
ପୂଜା କରିଥାନ୍ତି
ଅଖିଳେଶ୍ବରଂକୁ ଖୋଜି।
ଲୋକେ କହିଥାନ୍ତି
ମନସ୍କାମନାଟା
ପୂର୍ଣ୍ଣ କରିଥାନ୍ତି ପ୍ରଭୁ
ପିତା ମାତାଂକୁ ତ
ସନ୍ତାନ ମିଳନ୍ତି
ଯେ ଯାହା ଚାହାଁନ୍ତି ସବୁ।
କନ୍ଯା ପାଇଁ ବର
ବର ପାଇଁ କନ୍ୟା
ଉପଲବ୍ଧ ହୋଇଥାଏ
ଅଖିଳେଶ୍ବରଂକୁ
ଦର୍ଶନ କରିଲେ
ମନବାଞ୍ଛା ପୂର୍ଣ୍ଣ ହୁଏ।
ବିଭିନ୍ନ ରଂଗରେ
ଦର୍ଶନ ଦେଉଛ
ହେ ପ୍ରଭୁ ଅଖିଳେଶ୍ବର
ଜଗନ୍ନାଥ ଧାମୁଁ
ଏହି ଅଧମର
ପ୍ରଣାମ ଗ୍ରହଣ କର।
ଅକ୍ଷୟ ମହାନ୍ତି। ନିର୍ମାଲ୍ଯ
ମୋ ନଂ 9937462507