ଗୁହାରୀ କାଳିଆ ପାଦେ
ପା’ ପୋଛ ମୋତେ କରିଦେ କାଳିଆ
ବାଇଶି ପାହାଚ ତଳେ ଥିବି
ତୋ ଭକ୍ତ ପାଦର ରେଣୁ ପାଇଁ ସଦା
ଛାତି ପ୍ରସାରି ମୁଁ ଶୋଇଥିବି।।
ଅପଲକ ନେତ୍ରେ ଚାହିଁ ରହିଥିବି
ନୀଳଚକ୍ର ତୋର ଦେଖୁଥିବି
ତୋର ଶ୍ରୀମୁଖକୁ ମୋ’ପାପ ନୟନେ
ନିଶି ଦିନ ପ୍ରଭୁ ଆଙ୍କୁଥିବି।।
ତୋ ଭକତ ପାଦରେଣୁର ସୂଅରେ
ସାତ ଜନ୍ମ ପାପ ଧୋଇଦେବି
ମଥାରେ ବୋଳି ମୋ ସେ ରେଣୁକୁ ନିତି
ପଙ୍କିଳ ପାପରୁ ତରି ଯିବି।।
ଏ ପାପ ସଂସାର ନଈରୁ ମୋ ତରି
କରିବକି ପାରି ଦେବ ମାରି
ଶୁନ୍ୟ ମୋ ଗଣ୍ଠିଲି ଭରିଵକି ହରି
ପୁଣ୍ୟ ମଶାଏ ମୁଁ ବାନ୍ଧିନେବି।।
ଦିଲ୍ଲୀପ କୁମାର ନନ୍ଦୀ
କାଏମା, ଧର୍ମଶାଳା, ଯାଜପୁର
ଦୂରଭାଷ:—୯୭୭୮୩୯୩୨୨୫