ଗ୍ରୀଷ୍ମ ଗୋଧୂଳି
ଗ୍ରୀଷ୍ମର ଗୋଧୂଳି ଚନ୍ଦନ ପରାଏ
ଗୋଳି ଅଙ୍ଗେ ବୋଳି ପ୍ରାୟ
ଅନ୍ଧର ଲଉଡ଼ି ବିସିକେଶନକୁ
ବିଳମ୍ବେ ପ୍ରାଣ ଅଥୟ।।
ବସନ୍ତ ମଳୟ ଗଲାଣି ତ ହଜି
ଚଇତି ଯାଇଛି ଭାଜି
ଭଗ୍ନ ହୃଦ ନେଇ ଖୋଜୁଛି ଧରଣୀ
କେବେ ସେ ଭିଜିବ ଛାତି।।
ଗୋଧୂଳି ଲଗନ ମୋହେ ଜନ ମନ
ଅପ ରୂପା ସେ ତରୁଣୀ
ବେଳ ରତ ରତ ତଟିନୀରୁ ନୀର
କଳସିରେ ଭରା ପାଣି।।
ଓଦା ସରସର ଅର୍ଦ୍ଧାଙ୍ଗ ସୁନ୍ଦର
ତଳିପାରୁ କଟି ଦେଶ
ରକ୍ତିମ ଆଭାରେ ପଶ୍ଚିମ ନଭଟା
ଲାଲିମା ଯେ’ଗ୍ରାମ ଦେଶ।।
ଘନକେଶ କଳା ମୁହେଁ ରଙ୍ଗ ବୋଳା କୁଆଁ ତାରା ପ୍ରାୟ ବିନ୍ଦି
ଚଞ୍ଚଳ ନୟନ ହରିଣୀ ସମାନ
ସ୍ରୋତସିନୀ ପରି ଗତି।।
ଦିଲ୍ଲୀପ କୁମାର ନନ୍ଦୀ
କାଏମା, ଧର୍ମଶାଳା, ଯାଜପୁର
ଦୂରଭାଷ:–୯୭୭୮୩୯୩୨୨୫