ବିକାଶର ଚିତ୍ର
ବିକାଶ ନାମରେ ଚାଲେ ଭାଷଣ
ଜନତା ଭୋଗନ୍ତି ନାନା କଷଣ
ମଉଜ ଚାଲିଛି ରାଜସ୍ୱ ଲୁଟି
ଗରିବ ମରୁଛି ଦାଦନ ଖଟି ।।
ବେକାରୀ ସମସ୍ୟା ଯାଉଛି ବଢି
ଗରିବ ଶିଶୁଟି ଛୁଇଁନି ଖଡି
ଭୋକିଲା ପେଟରେ ଜଳୁଛି ନିଆଁ
ଦରଦାମ ସବୁ ଆକାଶ ଛୁଆଁ ।।
ନାରୀ ନିର୍ଯ୍ୟାତନା ହେଉନି ଶେଷ
କାହାକୁ ଦବୁରେ ତୁ ବାବୁ ଦୋଷ
ସାଧୁ ବେଶଧାରୀ ଅସାଧୁ ଆଜି
ଲୋକଙ୍କୁ ଠକନ୍ତି ସନ୍ଥ ଯେ ସାଜି ।।
ଭିଜିଲାନ୍ସ ଜାଲେ ସରକାରୀ ବାବୁ
ତାଙ୍କରି ହାତରେ ହୁଅନ୍ତି କାବୁ
କୋଟିକୋଟି ଟଙ୍କା ଅୟସ କରି
ଜୀବନଟା ତାଙ୍କ ଗଲାଣି ସରି ।।
ଅପରାଧ ଫର୍ଦ୍ଦ ସରୁନି ଏଠି
ନିରୀହ ଜନତା ଦେଖାଏ ପିଠି
ଧର୍ମ ନାମେ ନିତି ହୁଏ କନ୍ଦଳ
ହୁଏ ରାଜନୀତି ଗଢିକି ଦଳ ।।
ନିରୀହ ଚାଷୀଟି ଲଗାଏ ଫାଶୀ
ତା’ ଜୀବନେ ଲିଭିଯାଇଛି ଖୁସି
ମଦର ବନ୍ୟାରେ ଭାସୁଛି ରାଜ୍ୟ
ଶିକ୍ଷିତମାନେ ବି ହେଲେଣି ଗଜ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର