ଶ୍ରମିକ ଟିଏ
ଶ୍ରମିକ ଟିଏ ସେ ଶ୍ରମିକ ଟିଏ
ହାତରେ ତାହାର କି ଯାଦୁ ଥାଏ।
କେତେ ଯେ ସୃଷ୍ଟିର କର୍ତ୍ତା ସିଏ
ବ୍ରହ୍ମା ନୁହେଁ ସେ ଶ୍ରମିକ ଟିଏ।
ସୁନ୍ଦର ନିର୍ମାଣ ସେ କରିଥାଏ
ବିଶ୍ଵକର୍ମା ନୁହେଁ ସେ ଶ୍ରମିକ ଟିଏ।
ଗଢେ ବି ସିଏ ଭାଙ୍ଗେ ବି ସିଏ
ଶ୍ରମର ଯୋଦ୍ଧା ସେ ସାଜି ଥାଏ।
ମୁଣ୍ଡର ଝାଳ ତୁଣ୍ଡରେ ପିଏ
ଖରା,ବର୍ଷା,ଶୀତ,କାକର ସହି ସେ ଯାଏ
ଅନ୍ୟ ପାଇଁ ଗୃହ ସେ ଗଢ଼ି ଥାଏ
ନିଜେ ଖୋଲା ଆକାଶ ତଳେ ଥାଏ।
କର୍ମ କ୍ଷେତ୍ରେ ସେ ତତ୍ପର ଥାଏ
ଦୁଃଖ ଲୁଚାଇ ସେ ହସୁ ଥାଏ।
ଶ୍ରମର ବଳରେ ସେ ବଞ୍ଚି ଥାଏ
ଶ୍ରମିକ ଟିଏ ସେ ଶ୍ରମିକ ଟିଏ।
ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର