ରଙ୍ଗର ପରବ ହୋଲି
ରାଗ — ବରାଡ଼ି (ଆଷାଢ଼ ଶୁକ୍ଳ ବାଣୀ )
ଶୀତ ଋତୁ ଶେଷେ ଆସେ ବସନ୍ତ
ମୃଦ୍ୟୁ ସମୀରଣେ ଧରା ଆନନ୍ଦ
କିଆ, ମଲ୍ଲୀ, ହେନା ବାସ ଚହଟେ
ଭ୍ରମର ଗୁଞ୍ଜନେ ପ୍ରେମ ପ୍ରକଟେ
ପଲ୍ଲବେ ପାଟଳ
ପାଦପ ସମୂହ ଦିଶେ ମଞ୍ଜୁଳ l
ମଧୁ ମକ୍ଷିକାର ପ୍ରେମ କରୁଣ
ପ୍ରପୁଷ୍ଟିତ ପୁଷ୍ପେ ଦିଏ ଚୁମ୍ବନ
ଧରଣୀ ରାଣୀର ରୂପ ସମ୍ଭାର
ରଙ୍ଗ ବେରଙ୍ଗରେ ଭରେ ସଂସାର
ପ୍ରଜାପତି ଧୀରେ
ଉଡି ଉଡି ପ୍ରେମ ନିବେଦ୍ୟ କରେ l
ତୁଳୀ ମୁନେ କିଏ ଆଙ୍କିଛି ଅବା
ବଢ଼ାଇ ଦେଇଛି ପ୍ରକୃତି ଆଭା
କୃଷ୍ଣଚୂଡ଼ା ସଙ୍ଗେ ପଳାସ ଫୁଲ
ପ୍ରକୃତି ରାଣୀକୁ କରନ୍ତି ଗେଲ
ବସନ୍ତ ଆନନ୍ଦ
ଦୋଳ ବିମାନରେ ଦୋଳ ଗୋବିନ୍ଦ l
ରଙ୍ଗର ପରବ ଅଟଇ ହୋଲି
ଆସେ ସ୍ନେହ, ପ୍ରେମ ସାଥିରେ ଧରି
ରଙ୍ଗର ପସରା ସାଥିରେ ଧରି
ଭରି ଦିଏ ରଙ୍ଗ ମନେ ସବୁରି
ଶ୍ୱାସତ ସୁନ୍ଦର
ରାଧାକୃଷ୍ଣ ପ୍ରେମ ଚୀର ଅମର l
ଭକ୍ତି ଭାବନା ଓ ଭାଇ ଚାରାର
ପ୍ରେମ ରଙ୍ଗ ବାଣ୍ଟେ ହୋଲି ସତ୍ୱର
ହୋଲିକା ଦହନ ହୋଲିରେ ହୁଏ
କୁକର୍ମକୁ ମନେ ପକାଇ ଦିଏ
ବରଜି ସେ ସବୁ
ରାଗ, ଅଭିମାନ ରଖ ଦୂରକୁ l
ଜାତି ଭେଦ ନାହିଁ ହୋଲି ପରବେ
ଶାନ୍ତି, ମୈତ୍ରୀ, ପ୍ରୀତି ମନରେ ଜାଗେ
ରଙ୍ଗର ପରବ ଅଟଇ ହୋଲି
ମନେ ଭରିଦିଏ ରଙ୍ଗ ରଙ୍ଗୋଲି
ସଂସ୍କୃତି ସଂସ୍କାର
ମନେ ପକାଅନ୍ତି ମିଳି ହୋଲିର l
ପ୍ରିୟମ୍ବଦା ରାଉତ
କୁଡୁମୁଲୁଗୁମ୍ମା, ମାଲକାନଗିରି l