ବିଧବା
ଫୁଙ୍ଗୁଳା ହାତକୁ ଫୁଙ୍ଗୁଳା ପାଦ
ଗଳାରେତ ନାହିଁ ମଙ୍ଗଳସୂତ୍ର
ସିନ୍ଥିର ସିନ୍ଦୂର ଗଲ ଲିଭେଇ
ଦୁଃଖର ସଂସାରେ ଦେଇ ଭସେଇ ।।
ମଙ୍ଗଳ କୃତରେ ଅଶୁଭ ମୁହିଁ
କାନ୍ଦୁଅଛି ଝୁରି ମୁହଁ ଲୁଚେଇ
ନାଲି ଶାଢ଼ୀ ନାଲି ଅଳତା ନାହିଁ
କି ଦୋଷ କରିଲି ନେଲ ଛଡ଼େଇ।।
ବିଧବା ବୋଲିତ ଅଛୁଆଁ ମୁହିଁ
ବାଟ ଚାଲୁଛି ମୁଁ ତଳକୁ ଚାହିଁ
ଶୁଭ ଅନୁକୁଳେ ଅଲୋଡା ମୁହିଁ
ପାଦ ଥାପୁଅଛି ଦୂରରେ ରହି।।
ରଙ୍ଗିନ ବସନ ସାତ ସପନ
ଖାଲି ମଥା ଶୀରିହୀନ ଦିଶଇ
ଅଳପ ବୟସେ ଦୁଃଖର ଭାର
ପାରିବି କି ସତେ ମୁଁ ଯେ’ତୁଲେଇ।।
ଦଦରା ନାଆକୁ ଉଜାଣି ନଈ
ମଙ୍ଗ ସଳଖେଇ ନେବିକି ବାହି
ନାହିଁ କି ଆହୁଲା କାତ ବି ନାହିଁ
ପାରିବି କି ସତେ ଏକା ଚ଼ଲେଇ…??