ସ୍ମୃତି
ମାନସ ପଟ୍ଟରେ ସ୍ମୃତିର କଲମ ଧରି
ସ୍ମୃତି ଅନୁରୂପ ଭାବନାକୁ କାଳି କରି ,
ଭାବନାରେ ତୁମେ ତୁମ ଅତୀତର ପ୍ରୀତି
ମନ୍ଦ ମନ୍ଦ ଧାରେ ଲେଖେ ତୁମ ପ୍ରେମ ଇତି ।
ଚଇତାଳି ବାଆ ବହି ଗଲା ଏବେ ଏବେ
କାନେ କହିଗଲା ପ୍ରିୟତା ଆସିବ କେବେ ,
ବୁଝିଲାନି ମୋର ମଗ୍ନ ମାନସର ଦ୍ଵନ୍ଦ
କିପରି କହିବି ତୁମ ବିୟୋଗରେ ଅନ୍ଧ ।
ଅତୀତର ସ୍ମୃତି ଅତୀତର ପ୍ରୀତି ଭାଳି
ପ୍ରୀତି ଦରିଆରେ ଅଜସ୍ର ଲହରୀ ତୋଳି ,
ତୀରେ ତୀରେ ସ୍ତୁପ ବାଲୁକା ରେଣୁରେ ଗଢି
ଅଭୁଲା ସେ ଦିନ ଅପାସୋରା ସ୍ମୃତି କଢ଼ି ।
ଶ୍ରାବଣର ମୃଦ ଭିଜା ମୌସୁମୀ ବରଷା
ଓଦା କରିଗଲା ମରୁଭୂମି ଶୁଷ୍କ ଆଶା ,
ବରଷି ପଡ଼ିଲା ଓଦା କରିଗଲା ଦେହ
ଓଦା ଆଖି ସହ ଓଦା କରିଗଲା କୋହ ।
ନିର୍ଜନତା ସଙ୍ଗେ ସ୍ମୃତି ତୁମ ବାଣ୍ଟେ ପ୍ରିୟ
ସ୍ମୃତି ଅଛି ଗଢି ସ୍ମୃତିର ନଅର ପ୍ରାୟ ,
ଅବୋଶୋଷ ଘେରା ହୃଦୟ ବଳୟ ମୋର
ତଥାପି ଆଶ୍ବସ୍ତ ରଖି ପାସେ ସ୍ମୃତି ଝର ।
ଉନ୍ମୁକ୍ତ ଆକାଶେ ପୂର୍ଣ୍ଣମୀର ରୌପ୍ୟ ଇନ୍ଦୁ
ବିଛାଡ଼ି ପଡ଼ିଛି ଦେଖି ଦଗ୍ଧ ମନ ସିନ୍ଧୁ ,
ଚାନ୍ଦିନୀ ରାତିରେ ଚାନ୍ଦିନୀ ଉପରେ ବସି
ଚାନ୍ଦ ଚାନ୍ଦିନୀରେ ଦେଖେ ତୁମ ମୁଖ ଶଶୀ ।
ମନ ଉପବନେ ସ୍ମୃତିର ସାଉଁଟା ପୁଷ୍ପ
ତୋଳି ରଖେ ନିତି ପ୍ରସ୍ଫୁଟିତ ସ୍ମୃତି ରୂପ ,
ମନ ଉପବନେ ସ୍ମୃତିର ଭ୍ରମର ଭ୍ରମେ
ମନ କନ୍ଦରରୁ ଅସରାଏ ଦୁଃଖ ଚୁମେ ।
ଜୟ ଜଗନ୍ନାଥ….
ସୁମିତ୍ରା ନାୟକ