ଦରଦି_ଦରଦ
ଦରଦି ଦରଦ ଦେହେ ବୋଳି ଦେଇ,,
ଅପ୍ରୀତିକ ନୀରେ ନୟନ ଭିଜାଇ … ।
ପ୍ରେମ ଜ୍ୱାଳା ମନେ ଆଶା ସଞ୍ଚାରଇ,,
ଆଶା ଯେ ଅନେକ ବ୍ୟାଘାତ କରଇ…. ।
ଅନୁଭବ ମୋର ପସରା ମେଲାଇ,,
ଅଯୌକ୍ତିକ ଆଶା ଅନ୍ତରେ ଜନ୍ମାଇ…. ।
ଦରଦକୁ ଦରଦି ବନ୍ଧୁ ମାନିଲି,,
ଅବ୍ୟକ୍ତ ମୋ କଥା ଲୋତକେ ଭେଦିଲି… ।
ଅନାବିଳ ଯାହା ସେ ପ୍ରୀତି ମନରେ,,
ଅପ୍ରୀତିକର ମୋର ଇଚ୍ଛା ଆଗରେ…. ।
ସ୍ୱାଭାବିକ ଭାବ ଅଭାବ ରହିଛି,,
ମନୁଷ୍ୟ ତ ଯାହା ଆଶା ସଞ୍ଚାରିଛି…. ।
ସଞ୍ଚିତ ପ୍ରୀତି ମୋ ବିଶୁଦ୍ଧ ଅପାର,,
ଅବ୍ୟକ୍ତ ମୋ ବାର୍ତ୍ତା ସ୍ଵପ୍ନ ଅସାର….. ।
ଅସାର ସ୍ଵପ୍ନ କୁ ରାତ୍ରି ଯେ କ୍ଷଣିକ,,
ଅସାର ପ୍ରେମ କୁ ଯେ ଭାବ ବଣିକ…. ।
ସ୍ଵାଭାବିକ ତୁମ ଥଟ୍ଟା ପରିହାସ,,
କିବା ବାହୁଲ୍ୟ ମୁଁ କରିବି ଆଗତ…. ।
ଶୁଣିବି ମୁଁ ସବୁ ସ୍ଵଳ୍ପ ସ୍ୱଳ୍ପ କରି,,
ଆଜୀବନ ତୁମ ବାର୍ତ୍ତା ଆଦରି…. ।
ଦୂର ରୁ ପର୍ବତ ସରସ ସୁନ୍ଦର,,
ଅନ୍ତର ବ୍ଯଥିତ ଯେ ପଥ ବିଭୋର…. ।
ସେହି ପରି ମୁହିଁ ଦୂରୁ ଯେ ସୁନ୍ଦର,,
ଅନ୍ତର ବେଦନା କୁ ପୂର୍ଣ୍ଣ ଆଦର…. ।
ଆଦରି କି ପାରିବି ତୁମ ସାଥୀ କୁ,,
ମୁହିଁ ବଞ୍ଚେ ନେଇ ତ ମୋର ସ୍ଥିତି କୁ….. ।
ଭାବ ଆବେଗ ଅପୂର୍ବ ସେ ସ୍ନେହ,,
ମନେ ସୃଷ୍ଠି ତାର ମନରେ ସେ ଛିନ୍ନ…. ।
ଜୟ ଜଗନ୍ନାଥ
ସୁମିତ୍ରା ନାୟକ