*ସ୍ମୃତି*
ବିତିଗଲା ବର୍ଷ
ରହିଗଲା ଚିହ୍ନ
ନୁହେଁ ସ୍ମୃତି ରୂପାଜହ୍ନ
ମିଳିଛି ସେନେହ
ପାଇଛି ଆଶିଷ
ନୁହେଁ କଳଙ୍କିତ ମନ ll
ଦୂରେଇ ଯାଇନି
ଭୁଲିମୁଁ ପାରୁନି
ଯେତେ ଚାହିଁଲେବି ମନୁ
ଭରିଥିଲା ଦୁଃଖ
ଅନେକ ଯନ୍ତ୍ରଣା
କେମିତି ଲିଭିବ ମନୁ ll
ବଦଳିବେ ନାହିଁ
ସୂର୍ଯ୍ୟ ଚନ୍ଦ୍ର ତାରା
କେମିତି ବଦଳି ଯିବ
ଫଗୁଣ ଖୋଜିବ
ବର୍ଷା ଭିଜେଇବ
ତୁମେ କି ସେଠାରେ ଥିବ ll
ଦେଖାହେବ ନିଶ୍ଚେ
ଆଗାମୀ ଦିନରେ
କିଛି ମିଠା ସ୍ମୃତି ନେଇ
ଭୁଲିଯିବ ନାହିଁ
ପୁରୁଣା ସ୍ମୃତିକୁ
ଅଭିମାନେ ରୂଷି ଯାଇ ll
★◆★◆★
*ଗଞ୍ଜରା, ଢେ଼ଙ୍କାନାଳ*
__________________
335 total views, 1 views today