February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ଗୃହଲକ୍ଷ୍ମୀ*– *ସ୍ନିଗ୍ଧା ସାମନ୍ତରାୟ,

*ଗୃହଲକ୍ଷ୍ମୀ*

ସଂସାର ଜୀବନରେ ପ୍ରଥମ ଉଚ୍ଚ ସ୍ଥାନଟି ଗୃହ ଲକ୍ଷ୍ମୀର ।କୁହାଯାଏ ସ୍ୱାମୀ ସ୍ତ୍ରୀ କାୟା ଛାୟା ପୁଣି ମୁଦ୍ରାର ଦୁଇ ପାର୍ଶ୍ୱ,ପୁରୁଷ ଲୋକ ରୋଜଗାର କରି ସଂସାର ଚଲାଇବା ବେଳେ ଗୃହ ଲକ୍ଷ୍ମୀ ରକ୍ଷଣା ବେକ୍ଷଣା ସହ ଭବିଷ୍ୟତ ଦୂରଦୃଷ୍ଟି ରଖି ପ୍ରତି କାର୍ଯ୍ୟର ଗୁରୁ ଦାୟିତ୍ୱ ନିଭାଇ ଥାଏ।ସନ୍ତାନ, ଶାଶୁ ଶଶୁର, ବନ୍ଧୁ ବାନ୍ଧବ ସହ ନିଜ ସ୍ୱବୃତ୍ତି ରେ ସମୟକୁ ଧ୍ୟାନ ଦେଇ ସୁଖ ଦୁଃଖ ଦୁଇ ନାଆକୁ ନିଜ ଆତ୍ମବଳ ପ୍ରୟୋଗ କରି ଖୁସି ବାଣ୍ଟି ଚାଲେ ସମସ୍ତଙ୍କୁ ।ଉଦିତ ସୂର୍ଯ୍ୟ ପୂର୍ବରୁ ଶଯ୍ୟା ତ୍ୟାଗ ଅସ୍ତ ସୂର୍ଯ୍ୟ ଆଗରୁ ଗୃହମନ୍ଦିର ପୂଜା ଠାରୁ ବୃନ୍ଦାବତୀ ପର୍ଯ୍ୟନ୍ତ ସକାଳରୁ ରାତି ଯାଏଁ ସବୁ କାମରେ ବ୍ୟସ୍ତ ଥାଏ ଗୃହ ଲକ୍ଷ୍ମୀଟି ।ତଥାପି ଏ ସମାଜ ହେଉ ଵା ସଂସାର ବା ଦଶ ଦିଗ ପାଳ ସାକ୍ଷୀ ରଖି ହାତ ଧରିଥିବା ଜୀବନ ସାଥୀ ଯଦି ଗୃହ ଲକ୍ଷ୍ମୀକୁ ପର କରେ ତାହାଲେ ତାର ପରିସ୍ଥିତି କଅଣ ହେବ ?
ଆଜିକୁ କୋଡିଏ ବର୍ଷ ତଳର କଥା (ସତ୍ୟ ଘଟଣା ଉପରେ ଆଧାରିତ)
ପ୍ରତୀକ ଦାସ ଜଣେ ଜମିଦାର ପରିବାର ଲୋକ ଥିଲେ କିନ୍ତୁ ଜମିଦାରୀ ଥାଏ କିପରି ନା କର୍ପୂର ଉଡିଯାଇଛି ବାସନା ରହିଛି ।ପ୍ରାଇଭେଟ କମ୍ପାନୀ ରେ ଭଲ ଚାକିରୀ କରୁଥିଲେ ।ଚାରି ଭାଇ ଦୁଇ ଭଉଣୀ ପ୍ରତୀକଙ୍କର ।ବିଭାଘର ପରେ ସ୍ତ୍ରୀ କୁ ନେଇ କୋରାପୁଟ ଚାଲିଗଲେ, ବହୁତ ଖୁସି ରେ ସଂସାର ଚାଲୁଥାଏ, ବହୁ ଦିନ ପରେ ଦୁଇ ପୁଅର ପିତା ହେଲେ, ବଡ଼ ପୁଅ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥାଏ ସାନ ପୁଅ ତୃତୀୟ ଶ୍ରେଣୀ ରେ ।ବର୍ଷ ରେ ଥରେ ବା ଦୁଇ ଥର ଗାଁକୁ ଆସନ୍ତି ସପରିବାର ବୁଲାବୁଲି କରି ଖୁସି ମଜା କରି ପୁଣି ଫେରି ଯାଆନ୍ତି ।ଗାଆଁ କୁ ଆସି ଫେରିବା ପରେ ପ୍ରତୀକ ବାବୁଙ୍କ ନିଖୋଜ ହୋଇ ଗଲେ ।ବଜ୍ର ପଡିଲା ତାଙ୍କ ସ୍ତ୍ରୀ ପ୍ରାପ୍ତିଙ୍କ ମୁଣ୍ଡ ଉପରେ, ବିଧିର ବିଧାନ ବଡ଼ ବିଚିତ୍ର।କଅଣ ଆଉ କରିବେ ଶାଶୁ ଘରକୁ ଫେରିଆସିଲେ ।ଦେଢଶୁର ବଡ଼ ଯାଆ ,ଝିଆରୀ ପୁତୁରା ମାନଙ୍କ ସହ ରହିଲେ କିନ୍ତୁ କେତେ ଦିନ ଗୋଟିଏ ବର୍ଷବି ଶାନ୍ତି ରେ ଗଲା ନାହିଁ, ସମସ୍ତଙ୍କ ବ୍ୟବହାର ବହୁତ ଖରାପ ଲାଗିଲା ତେଣୁ ବାଧ୍ୟ ହୋଇ ନିଜ ବାପ ଘର ପାଖା ପାଖି ରେ ଛୋଟ ଘରଟିଏ ଭଡା ନେଇ ରହିଲେ ।ଯେଉଁ ପିଲା ଯାହା ଚାହୁଁଥିଲେ ତାହା ତୁରନ୍ତ ତିଆରି କରି ପ୍ରାପ୍ତି ଖୁସିରେ ପରସୁ ଥିଲେ, ଆଜି କିନ୍ତୁ କଅଣ ଖାଇବେ ନିଜେ ପୁଣି ପିଲା ଦୁଇ ଜଣ ।ପ୍ରାପ୍ତିଙ୍କ ଭାଇ ବ୍ୟାଙ୍କ ମେନେଜର ଥିଲେ ସିଏ କିଛି ସାହାଯ୍ୟ ପ୍ରତି ମାସ କରୁଥିଲେ ।ମନମୁତାବକ ଖର୍ଚ୍ଚ କରି ପାରୁନାହାଁନ୍ତି ପ୍ରାପ୍ତି ।ଅଭାବ କଥା କାହାକୁ କହୁ ନଥାଆନ୍ତି ।ଭାଇ ତାଙ୍କର ମଝିରେ ମଝିରେ ଟିକେ କଟୁ କଥା ସ୍ଵାମୀ ବିରୋଧରେ କହୁଥାଆନ୍ତି, ଦେଖ ସେ ପ୍ରତୀକ ଆଉ କେଉଁଠି ନାରୀ ଧରି ଥିବ ।ଆସ୍ତେ ଆସ୍ତେ ପ୍ରାପ୍ତିଙ୍କର ଧର୍ଯ୍ୟ ସୀମା ବାହାରେ ହେଲା ସମସ୍ତଙ୍କ କଥା।ଜଣେ ଆତ୍ମୀୟ ଲୋକ ଠାରୁ ଖବର ପାଇଲେ ପ୍ରତୀକ ଅନ୍ୟ ଏକ ନାରୀ ସହ ଘର ବସାଇଛନ୍ତି ।ପ୍ରମାଣ ପତ୍ର ପାଇବା ପରେ ଝଡ଼ରେ ଭାଙ୍ଗି ପଡ଼ୁଥିବା ବଡ଼ବୃକ୍ଷ ପରି କଚାଡି ପଡିଲେ ।ଦୁଃଖର କାହାଣୀ ପଥରେ ଚାଲିବା ପାଇଁ ପ୍ରାପ୍ତି ପୁରା ପୁରି ପ୍ରସ୍ତୁତ ହେଲେ ।ପ୍ରଥମେ କାଗଜ ଠୁଙ୍ଗା ତିଆରି କଲେ।କିଛି ପିଲାଙ୍କୁ ଟିୟୁସନ କଲେ, ରାତିରେ ନ ଶୋଇ ଉଲସୂତା ରେ ବିଭିନ୍ନ ଫୁଲ ତିଆରି କଲେ (ଝିଅଙ୍କ ଚୁଟି ରେ ଲଗା ଯାଏ )ସେସବୁ ବଡ଼ ଦୋକାନ ରେ ଦେଇ କିଛି ପଇସା ରୋଜଗାର କଲେ।ଆସ୍ତେ ଆସ୍ତେ ଘରର ଗୋଟେ ଗୋଟେ ଜିନିଷ କଲେ, ପିଲାମାନଙ୍କୁ ବିକମ୍ ବିଏସି ପର୍ଯ୍ୟନ୍ତ ପଢ଼ାଇଲେ ।ଯେଉଁ ସମୟରେ ବଡ଼ ପୁଅ ବିଭାଘର କଲେ ସ୍ୱାମୀଙ୍କ ଅନୁପସ୍ଥିତ ରେ କଷ୍ଟ ଅନୁଭବ କରି ପୁଅକୁ କହିଲେ ବାପାଙ୍କ ଠିକଣା ଜାଣିଛି ତାଙ୍କୁ ଖବର ଦେବା ତୋ ବାହାଘର ରେ ଆସିବେ ଆଶୀର୍ବାଦ ପ୍ରଦାନ କରି ବରଂ ଚାଲିଯିବେ କଅଣ କହୁଛୁ କହ ପୁଅ,,, ନା ନା ଯେଉଁ ବାପା ରାସ୍ତା ମଝିରେ ଶାବକ ଅବସ୍ଥାରେ ନିଜ ଖୁସି ପାଇଁ ଆମକୁ ଛାଡିଦେଲେ,,, ପୁଣି ଆମେ ମରିଲୁ କି ରହିଲୁ କିପରି ବଞ୍ଚିଛୁ କେବେ ଖବର ରଖିଛନ୍ତି କୁହ ବଉ ?ତାଙ୍କ ପାପର ପ୍ରାୟଶ୍ଚିତ ନାହିଁ, ସେ ଆସିଲେ ମୁଁ ବିଭା ହେବିନି, ହଉ ଠିକ ଅଛି ପ୍ରାପ୍ତି କହିଲେ।ବହୁତ ଆଶା କରିଥିଲେ ଦୀର୍ଘଦିନ ପରେ ଟିକେ ସ୍ୱାମୀଙ୍କୁ ଦେଖିବେ କିନ୍ତୁ ଭାଗ୍ୟରେ ନାହିଁ, ସବୁ ରାତି କାନ୍ଦି କାନ୍ଦି ଆଖିର ବି ଦୃଷ୍ଟି ଶକ୍ତି କମି ଯାଇଛି ।
ବିଭାଘର ସମାୟାନୁସାରେ ହେଲା ,ବହୂ ରାଣୀଙ୍କ କଥା ନ ଉଠାଇବା ଭଲ।ରାତିଦିନ ଶାଶୁକୁ ଗଞ୍ଜଣା ଶଶୁରଙ୍କୁ ନେଇ ।ଏପରି ପରିସ୍ଥିତି ପ୍ରାପ୍ତି ବାପଘର ଏରିଆ ଛାଡି କଟକ ପଳାଇ ଗଲେ ପିଲାଙ୍କୁ ଧରି ।ଏକ ସରସ୍ୱତୀ ଶିଶୁ ମନ୍ଦିର ବିଦ୍ୟାଳୟ ରେ ଗୁରୁମା ଭାବେ ସ୍ୱଳ୍ପ ଦରମା ରେ ଚାକିରୀ କଲେ, ବହୂର ଜ୍ୱାଳାରୁ ଟିକେ ରିହାତି ପାଇବା ପାଇଁ ବିଦ୍ୟାଳୟ ଯିବା ପୂର୍ବରୁ ଘରର ବାସି କାମ ସାରି,,,
ଜଣେ ଗୃହ ଲକ୍ଷ୍ମୀ ସନ୍ତାନ ପାଇଁ ଦୁଃଖର ନଦୀରେ ଭାସି ଭାସି ତା ପିଲାଙ୍କୁ ଶିକ୍ଷା ସହ ବିଭାଘର କରାଇ ସମାଜରେ ପ୍ରତିଷ୍ଠିତ କରାଇ ପାରିଲା, କିନ୍ତୁ ପ୍ରାପ୍ତିଙ୍କ ବହୂ ଗୃହ ଲକ୍ଷ୍ମୀ ନାମରେ ଏକ କଳଙ୍କ ଚିହ୍ନ କାରଣ ସବୁ ଜାଣି ଯେଉଁ ବହୂ ଶାଶୁକୁ କାମ ବାଲି ଭାବି ପାରେ, ଗୋଟେ ପରେ ଗୋଟେ ଅଡ଼ର ଫରମାସି କରିବା ସହ ବାଧିବା ଭଳି ଭାଷା ପ୍ରୟୋଗ କରି ପାରେ ତାକୁ ଗୃହ ଲକ୍ଷ୍ମୀ କିପରି କୁହାଯିବ ?
ଦୁହିତା ଦୁଇ କୁଳକୁ ହିତା,,,,
ଗୃହଲକ୍ଷ୍ମୀ ନିଜେ ଉତ୍ତମ ଚରିତ୍ର ସହ ସଂସାର କୁ ଏକତା ସୂତା ରେ ବାନ୍ଧି ମମତା ପଣତରେ ସ୍ନେହ ଶ୍ରଦ୍ଧା ବାଣ୍ଟି ଚାଲେ ।ପରିବାର ଉନ୍ନତି ପରିବାର ଅବନତି, ଶିକ୍ଷା ଦୀକ୍ଷା, ସଂସ୍କାର ପ୍ରତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରେ ଉପଯୁକ୍ତ ଗୃହଲକ୍ଷ୍ମୀ ଟିଏ ।ଗୃହ ଲକ୍ଷ୍ମୀ ପରିବାର ଓ ପୁରୁଷର ଶକ୍ତି ।ବିନା ଗୃହଲକ୍ଷ୍ମୀ ରେ ଗୃହ କି ସୁନ୍ଦର ?ନାରାୟଣଙ୍କ ବିନା ଲକ୍ଷ୍ମୀ ଦିଶନ୍ତି ନାହିଁ ଶୋଭା ।
ଗୃହଲକ୍ଷ୍ମୀ ସୃଷ୍ଟିର ଶୋଭା,,,,,,ତ୍ୟାଗର ଭଣ୍ଡାର, ମମତାର ସାଗର, ସୁଖ ଦୁଃଖ ଉଭୟ ପରିସ୍ଥିତିର ଧର୍ଯ୍ୟ, ସକାଳର ସୂର୍ଯ୍ୟ ସନ୍ଧ୍ୟାର ଆଳତି, ଦାନ ଧର୍ମ ରେ ସହଭାଗିନୀ, ସେବାରେ ପୂଜାରିଣୀ,,
ଧନ୍ୟ ଧନ୍ୟ ଗୃହ ଲକ୍ଷ୍ମୀ,,,,,,,,

*ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର ।*

 302 total views,  1 views today

Leave a Reply

Your email address will not be published. Required fields are marked *