ସମ୍ପର୍କ ଓ ସମ୍ପତ୍ତି
ସମ୍ପର୍କର ସୁତା ଖିଅରେ
ଏହି ଜଗତ ବନ୍ଧା
ଯୋଡି ଦିଏ ନାନା ଭାବରେ
ଏକେ ଆରେକ ଛନ୍ଦl I 1 l
ସମ୍ବନ୍ଧରୁ ସ୍ରୁଷ୍ଟି ସମ୍ପର୍କ
ପରସ୍ପର ଭିତରେ
ଭାବନାରେ ପରିପୁଷ୍ଟ ସେ
ରକ୍ତ, ବୃତ୍ତି, ପେସାରେ l 2 l
ପରସ୍ପର ବୁଝାମଣା ରେ
ସେତ ଅଭଙ୍ଗା ସେତୁ
ସ୍ଵାର୍ଥ ସହ ଯଦି ମିଶଇ
ମନେ ଭରଇ କିନ୍ତୁ l 3 l
ସମ୍ପତ୍ତିର ମୋହ ପଶିଲେ
ସମ୍ପର୍କ କ୍ଷୀଣ ହୁଏ
ଲାଭ ଖୋଜି ବାର ମନସା
ଲୋଭକୁ ଜନ୍ମ ଦିଏ l 4 l
ଆଜିର ଦୁର୍ବଳ ମାନବ
ସମ୍ପତ୍ତିର ଆୟତ୍ତେ
ସମ୍ପର୍କ ସମ୍ବନ୍ଧ ଭୁଲଇ
ଯାଏ ଅଧର୍ମ ପଥେ l 5 l
ଆବଶ୍ୟକ ଠାରୁ ଅଧିକ
ସମ୍ପତ୍ତି ଆଶା ନେଇ
ପରଧନ ଲୁଟି ନେବାକୁ
ଧର୍ମ ବୋଲି ମlନଇ l 6 l
ସମ୍ପତ୍ତି ବଢିବl ଆଶାରେ
ମାନବ ପଶୁ ତୁଲ୍ୟ
ଦୟା, ଧର୍ମ, କ୍ଷମl ଭୂଲିଛି
ନାହିଁ ସମ୍ପର୍କ ମୂଲ୍ୟ l 7 l
ଦ୍ଵିତୀୟ ଇଶ୍ୱର ଡାକ୍ତର
ରୋଗୀ ସେବା ପୂର୍ବରୁ
ପରଖଇ ଧନପୈଠ କୁ
ରୋଗୀ ବଞ୍ଚୁ ବା ମରୁ l 8 l
ଜନସେବା ପାଇଁ ଯେତେକ
କର୍ମଚାରୀ ନିଯୁକ୍ତ
କମିଶନି ନେବା କାର୍ଯ୍ୟରେ
ସର୍ବ ଜନେ ଅଭ୍ୟସ୍ତ l 9 l
ନେତା ମନ୍ତ୍ରୀ ଆଉ ଅମଲା
ତନ୍ତ୍ରୀ ଯେତେ ଆମର
ହରିଲୁଟ କରି ଚାଲିବା
ପରl ବୃତ୍ତି ତାଙ୍କର l 10 l
ଭାଇ ହାଣି ଦିଏ ଭାଇକୁ
ସାମାନ୍ୟ ଧନ ପାଇଁ
ବୃଦ୍ଧ ବାପାମାଆ ଔଷଧ
ବିନା ଗଡି ମରଇ l 11 l
ଭାଇ ଭଉଣୀ ଙ୍କ ମଧ୍ୟରେ
ଶ୍ରଦ୍ଧା କୁଆଡେ ଗଲା
ସମ୍ପତ୍ତି ସଞ୍ଚିବା ଆଶାରେ
ରକ୍ତ ସମ୍ପର୍କ ମଲା l 12 l
ବlଳି , ଦୁର୍ଯ୍ଯୋଧନ, ରାବଣ
କଂସ କୁବେର ଆଦି
ଧନ ,ମାନ, ଗର୍ବ କରିଣ
ଦଣ୍ଡ ଭୋଗୀ ଅଛନ୍ତି I 13 l
ସମ୍ପତ୍ତି ଗରବ ରହିବ
ନାହିଁ ଏକଥା ସତ
ଆଜି ଯେ ଅମୀର କାଲିକି
ଫକୀର ପ୍ରମାଣିତ l 13 l
ସମ୍ପତ୍ତି ମଧ୍ୟରେ ସମ୍ପର୍କ
କାହିଁ ଯାଇଛି ଲୁଚି
ବେଳ ଥାଉଁ ଖୋଜ ମାନବ
ଯଦି ପାଇବୁ ଶାନ୍ତି l14 l
ଅଳକା ରଥ
ପାରାଦୀପ୍, ଜଗତସିଂହପୁର