ମୋ ମାଆ
ମାଆ ଠାରୁ ମୋର, ସ୍ନେହମୟି କିଏ
ଦୁନିଆ ରାଇଜେ ନାହିଁ
ତାହାରି ଆଶିଷ ଦିଅଇ ଶକତି
ବିପଦୁ ତରିବା ପାଇଁ।
ମାଆର ମମତା କେ କଳି ପାରିବ
ତାହାର କଳନା ନାହିଁ,
ସାହା ହେଲେ ସିଏ, ସବୁ ଦୁଃଖ ମୋର
ଆପେ ଯାଏ ଦୂର ହୋଇ।
ପିଲାଟି ଦିନରୁ ବଢ଼ାଇ ଆଣିଛି
ତାହାରି ଅମୃତ ଦେଇ,
ତାହାରି ଋଣ କୁ ସୁଝି କେ ପାରିବ
ଜଗତ ରେ ଜନ୍ମି ନାହିଁ।
ମାଆ ବୋଲି ଡାକିଦେଲେ
ପ୍ରତିଧ୍ୱନି ଖେଳିଯାଏ ମାଟି ରୁ ଆକାଶ ଯାଏଁ
ମାତ୍ର ସେ ଥାଏ ମୋ ଚେତନା ରେ
ସେ ଥାଏ ମୋ ବେଦନା ରେ ।
ମୋ ସମଗ୍ର ସତ୍ତା କୁ ଆଲୋକିତ କରି
ପୃଷ୍ଠ ଭାଗରେ ଠିଆ ହୋଇଥିବା ଦେବିଟିଏ ସିଏ।
ସେ ଜଗିଥାଏ ମୋ ବାଟକୁ
ଆକଟ କରିଥାଏ ମୋ ଚଗଲା ପଣ କୁ ।
ତାହାରି କୋଳେ ଖେଳୁଛି ମୁଁ ଦୋଳି
ତାହାରି ପଣତେ ପୋଛିଛି ମୁଁ ଧୂଳି
ଦେଖି ନାହିଁ କେବେ, ମାନ ଅଭିମାନ
ସୁଣିନି ମୁଁ କେବେ ଗାଳି।
ତାହାରି ପଣତ ଅଟେ ମୋ ପାଇଁ
ବଡ଼ ଦେଉଳର ନେତ।
ନାମ – ଲିଜାରାଣୀ ପ୍ରଧାନ , ନୟାଗଡ଼