*ମୋର୍ ମାଁ ସମ୍ଲେଇ*
ଲାଲ୍ ଟହ ଟହ ମନ୍ଦାର୍ ଫୁଲେ
ରକତ୍ ଜର୍ ଜର୍ ସିନ୍ଦୂର୍,
ଆଏଁଖ୍ ଦୁହିଟା ତାର୍ ଚମକ୍ ତରା
ବାସି ଦହନା କର୍ପୁର l
ଗୁଟା ମନ୍ ଟା ତାର୍ ସ୍ନେହର୍ ଝରନ୍
ନାଇଁ ବାରେ ଲୋକ୍ ଜାଏତ୍,
ମାଁ ବୋଲି ଥରେ ଡାକିଦେଲେ ତାକେ
ସର୍ସି ଦୁଃଖର୍ ରାଏତ୍ l
ଦେଉଲ୍ ଦୁଆର୍ ତାର୍ ସରଗ୍ ସହର୍
ନଡ଼ିଆ ପର୍ସାତ୍ ଅମ୍ରୁତ୍,
ଥରେ ପାଏଲେ କରୁନା କେ ତାର୍
ଭୁଲି ନାଇଁ ପାର ପର୍କୁତ୍ l
ପନତ୍ କାନି ଥି ଢ଼ାପି ରଖିଛେ
ସାରା ଜଗତ୍ କେ ସିଏ,
ମହାମାୟୀ ସେ କୃପାମୟୀ ମାଁ
ତାର୍ ସରି ହେବା କିଏ ?!
ଦିପ୍ତି ସେଠ୍
ଗ୍ରାମ – ସିଂଘିଯୁବା
ଜିଲ୍ଲା – ସୁବର୍ଣ୍ଣପୁର