_ଶୀର୍ଷକ – ସ୍ବପ୍ନ କି ହୋଇବ ସତ_
ସ୍ବପ୍ନ ପାଇଁ ଆଜି ଘରଦ୍ୱାର ଛାଡ଼ି
ଏକାନ୍ତରେ ବସି କାଟୁଛି ଦିନ
ସ୍ବପ୍ନ ମୋର ଅବା ସତ ଯେ ହୋଇବ
ସେଥିଲାଗି ବସି ଗଣୁଛି ଦିନ
ସଙ୍ଗୀତ ମୋର ଥିଲା ଦିନେ ପ୍ରାଣ
ଆଜି ସେ ସଙ୍ଗୀତ ଅନେକ ଦୂର
ଚାହିଁଲେ ବି ପାଖେ ପାରୁନାହିଁ ପାଇ
ଏହି ଅବଶୋଷେ ଜଳେ ପ୍ରତିଦିନ
ପିତା ମାତା ବନ୍ଧୁ ଘରଦ୍ୱାର ଛାଡ଼ି
ଯାଯାବର ପାଲଟିଛି
କିଛି ପାଇବାର ଆଶା ରଖି ଆଜି
ଶୂନ୍ୟେ ଏକା ବୁଲୁଅଛି
ପର କରିଦିଏ ଗାଁ ଦାଣ୍ଡ ଆଜି
ପର କହୁଛି ଦୁନିଆ
କାହାକୁ କହିବି କିଏ ବା ନିଜର
ସ୍ବାର୍ଥ ପାଇଁ ସବୁ ବାୟା
ନିଜ ଜୀବନ କୁ ଅନ୍ଧାର ରେ ରଖି
ଅନ୍ୟ ପାଇଁ ଖୋଜେ ଆଲୋକ
କର୍ତ୍ତବ୍ୟ କୁ ମୋର ଆଗେଇ ନେବାକୁ
ଖୋଜୁ ଅଛି ମୁଁହି ମାର୍ଗ
କାହା ଆଖି ଲୁହେ ମୋ ଜୀଵନ ପଛେ
ନର୍କେ ଭାସି ଭାସି ଯାଉ
ମୋ ଆଖି ଲୁହ କାହା ପାଇଁ କେବେ
ଅଭିଶାପ ନ ହେଉ
ସମସ୍ତେ ରୁହନ୍ତୁ ଖୁସିରେ ସୁଖରେ
ମୁଁ ପଛେ ହଜି ଯାଏ
ସମୟ ଆସିଲେ ଦୁନିଆ ଜାଣିବ
ପର ଓ ନିଜର କିଏ
ବାଟବଣା ହୋଇ ମରୁଭୂମି ଟାରେ
ଏକା ଏକା ଚାଲୁ ଅଛି
ତୃଷ୍ଣା ମୋର ଅବା କେବେ ଯେ ମେଣ୍ଟିବ
ସେଇ ଅପେକ୍ଷା ରେ ଅଛି
କେହି ନୁହେଁ ବନ୍ଧୁ କେହି ନୁହେଁ ସାଥି
କର୍ମ ହିଁ ଏକା ନିଜର
କର୍ମେ ଯିଏଁ ନର କର୍ମ ଏକା ତାର
ଆଉ ସବୁ ଏଠି ପର
କର୍ମେ ଯିଏଁ ନର କର୍ମ ଏକା ତାର
ଆଉ ସବୁ ଏଠି ପର
*ଶୁଭଶ୍ରୀ ମହାପାତ୍ର (ଭଦ୍ରକ)*
ବହୁତ ସୁନ୍ଦର କବିତା ଟିଏ।।
ବହୁତ୍ ବହୁତ୍ ଭଲ ଲାଗିଲା ଦିଦି ଆପଣଙ୍କ କବିତା ❣️❣️
Very nice
ସୁନ୍ଦର ଉପସ୍ଥାପନା… ✨️
କବିତାର ଧାଡି ସବୁ ମନଛୁଆଁ ❣️
ଶେଷ ପଦ ବହୁତ୍ ବଢିଆ ଉପସ୍ଥାପନା ଭଉଣୀ
ବହୁତ ସୁନ୍ଦର ଉପସ୍ଥାପନା…ସ୍ବପ୍ନକୁ ସତରେ ପରିଣତ କରିବାକୁ ହେଲେ ଯାଯାବର ସାଜି ସବୁ ତ୍ୟାଗ କରିବାକୁ ପଡେ
କର୍ମ ବଳ ହିଁ ଦୁନିଆରେ ସର୍ବ ଶ୍ରେଷ୍ଠ ବଳ
ଆପଣଙ୍କ ସ୍ବପ୍ନ ସତ ହେଉ,ଜଗତର ନାଥ ଜଗନ୍ନାଥ ପାଦପଦ୍ମରେ ଏହା ମୋର କାମନା
ବହୁତ୍ ବହୁତ୍ ଧନ୍ୟବାଦ୍
ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା, ଏମିତି ଆଗକୁ ବଢିଚାଲେ
ଏ ସ୍ଥାନ ରେ ପହଞ୍ଚିବା ପାଇଁ ମୋତେ ତୁ ହିଁ ସାହାଯ୍ୟ କରିଛୁ
ମୋ ତରଫ ରୁ ତୋତେ ଅନେକ ସାରା ଧନ୍ୟବାଦ୍ ☺️
ବହୁତ ସୁନ୍ଦର ।।
ବାଃ ବହୁତ ସୁନ୍ଦର ହୋଇଛି କବିତା ଟି
ବହୁତ ସୁନ୍ଦର ହେଇଛି
Wonderful.very nice
କବିତା ଟି ସରଳ ଓ ମାର୍ମିକ ହେଇଛି l ୯/୧୦
କିନ୍ତୁ ଅଳ୍ପ ଶବ୍ଦ ରେ ବେଶୀ କହିବାକୁ ଚେଷ୍ଟା ଜାରୀ ରଖ l
ପାଠକ ଙ୍କୁ ଭାବିବାକୁ ବି ଅଧା ଛାଡ଼ି ଦିଅ l
ଅଜସ୍ର ଶୁଭେଛା l
ବହୁତ ସୁନ୍ଦର