ଆମେ ନୋହୁଁ ବଣମଲ୍ଲୀ
ବଣମଲ୍ଲୀ ସିନା ବଣରେ ଫୁଟଇ
ଆମେ ନୋହୁଁ ବଣମଲ୍ଲୀ
“ସୂର୍ଯ୍ୟୋଦୟ” ର ଉଦ୍ୟାନରେ ଆମେ
ଫୁଟିବୁ ଆସନ୍ତା କାଲି..
ମନୋଜ ଭାଇ ଯେ ଉଦ୍ୟାନ ରକ୍ଷକ
ଜିତେନ୍ଦ୍ର ଭାଇ ଯେ ମାଳି
ପ୍ରତିଦିନ ଆମ ଛୋଟ ଚାରା ମୂଳେ
ସିଞ୍ଚନ୍ତି ଅମୃତ ବାରି…
ପ୍ରଶାନ୍ତ ଭାଇ ଯେ କୋଡାଖୋସା କରି
ନିଅନ୍ତି ଯତ୍ନ ଆମର
ତାଙ୍କ ସ୍ପର୍ଶ ପାଇ ଫୁଟିଯିବୁ ଦିନେ
ଦେଖିବୁ ନୂଆ ସକାଳ….
ଜାହ୍ନବୀ ଭଉଣୀ ପରଖନ୍ତି ପୁଣି
କିଏ କେତେ ଜାତି ଫୁଲ
ସ୍ରୋତସ୍ଵିନୀ ଦିଦି ହିସାବ କରନ୍ତି
କେ ହେବ ଅମୂଲ ମୂଲ…
ପଞ୍ଚ ମହାରଥୀ ଆମ ସେବା ପାଇଁ
ସମର୍ପି ଛନ୍ତି ଜୀବନ
ଫୁଲ ଫୁଟି ଆମେ ମହକାଇ ଦେବା
ରଖିବା ତାଙ୍କରି ମାନ…
ଆମ ସୂର୍ଯ୍ୟୋଦୟ ଉଦ୍ୟାନରେ ଆମେ
ଫୁଲ ହୋଇ ଫୁଟୁ ଥିବା
ଝରିବା ଆଗରୁ ଚଉଦିଗେ ଆମ
ବାସ୍ନା ଚହଟାଇ ଦେବା…
ଆମ ସୂର୍ଯ୍ୟୋଦୟ ଉଦ୍ୟାନ ଟି ପରା
ବିଶ୍ୱ ରେ ଅଟେ ମହାନ
ସେହି ଉଦ୍ୟାନରେ ଫୁଲ ଫୁଟି ଆମେ
କିଣି ନେବା ସର୍ବ ମନ…. 🌹🌹
ପ୍ରଦ୍ୟୁମ୍ନ କୁମାର ଚିହ୍ନରା,
ପରାଳ, ପୁରୀ 🙏🌹🙏