ରମଣୀୟ ରେମୁଣା
——+++—-
ରମଣୀୟ ଏଇ ରେମୁଣା ର ଧାମ ଗୁପ୍ତ ବୃନ୍ଦାବନ ନାମେ ଖ୍ୟାତ
ନଦୀ ନାଳ ତାର ସବୁଜିମା ଭରା ମନ କରି ଦିଏ ଶାନ୍ତ।।
ଏଇଠି ଅଛନ୍ତି ପ୍ରଭୁ ଗୋପୀନାଥ, ଗୋବିନ୍ଦ, ମଦନମୋହନ
ସାରା ପୃଥିବୀ ରେ କ୍ଷୀର ଚୋର ନାମ କରିଛନ୍ତି ସେ ବହନ।।
ଏଇଠି ବହୁଛି ପବିତ୍ର ସେ ନଦୀ ସପ୍ତସରା ଯାର ନାମ
ଶ୍ରୀ ରଘୁବୀର ଙ୍କ ଶରା ଘାତେ ସେ ଯେ ହୋଇ ଥିଲା ଉତ୍ପନ।।
ତ୍ରେତୟା ଯୁଗ ରେ ବନବାସ ପରେ ଆଯାଧ୍ୟା ଫେରିବା ବେଳେ
ମା ସୀତା ଙ୍କର ସ୍ନାନ ଅର୍ଥେ ପ୍ରଭୁ କରିଥିଲେ ୟାକୁ ଯାତ
ଯାଇଛି ସେ ଦିନ ସେଇ କିମ୍ବଦନ୍ତୀ ରହି ଅଛି ଆଜି ଜୀବନ୍ତ ।।
ଏ ମାଟି ସନ୍ତାନ ବିଶ୍ଵ ଦରବାରେ କରିଛନ୍ତି କୃତି ଅର୍ଜନ
ଟୀକା କାର ରୂପେ ଶ୍ରୀ ଶ୍ରୀଧର ସ୍ବାମୀ ପୁଣି ଦାର୍ଶନିକ ବଳଦେବ ବିଦ୍ୟା ଭୂଷଣ।।
ନୃତ୍ୟ ଶିଳ୍ପୀ ରୂପେ ରମଣିରଞ୍ଜନ କରିଛନ୍ତି ଗୌରବମୟ
କଂସା ପିତ୍ତଳ ର କାରିଗରୀ ପାଇଁ ଏ ରେମୁଣା ମାଟି ଜଗତେ କରିଛି ଖ୍ୟାତି ଅର୍ଜନ।।
ଏଇ ମାଟି ର ସନ୍ତାନ ବୋଲି ମନ ରେ ମୋ କେତେ ଗର୍ବ
ଏଇ କୃତିତକୁ ବଜାଇ ରଖିଲେ ପାଲଟିବ ସେ ସ୍ବର୍ଗ।।
ମମତା ସାଉ
ରେମୁଣା, ବାଲେଶ୍ୱର
ରମଣୀୟ ତୁମ ରଚନା ଶଇଳୀ କରୁଥାଇ ମନେ ଘର,
କାହିଁ କେତେ ଦିନୁ ବିଗତ ଘଡିକୁ ମାନସେ ସତେଜ କର ।
ଚଲାପଥ ତୁମ କୁସୁମିତ ହେଉ ଆହୁରି ରଚ ଏପ୍ରକାର,
କେତେ କେତେ ସବୁ ଇତସ୍ତତଃ ଚିଜ ରହିଯାଉ ହୋଇ ଅମର ।
ଧନ୍ୟବାଦ୍ ଭାଈ
ଖୁବ୍ ସୁନ୍ଦର ବର୍ଣ୍ଣନା
ଧନ୍ୟବାଦ
ବହୁତ୍ ସୁନ୍ଦର ବର୍ଣ୍ଣନା
ଧନ୍ୟବାଦ
Very good….nice…
ଧନ୍ୟବାଦ,
Well done momo..God bless u
Thank you
ଧନ୍ୟବାଦ୍
ରେମୁଣା ର ବର୍ଣ୍ଣନା ଅତି ଚମତ୍କାର
ଖୁବ୍ ସୁନ୍ଦର ଦିଦି
ଧନ୍ୟବାଦ୍
ଚମତ୍କାର
ଧନ୍ୟବାଦ୍