*ତୁମେ କେବଳ ତୁମେ*
ତୁମେ କେବଳ ତୁମେ
ମୋ ଦୁନିଆରେ କେବଳ ତୁମେ !!!
ତୁମେ ମୋ ଜୀବନର ଘୋର ନିଦାଘର
ଶାନ୍ତ ସୁନ୍ଦର ମଳୟ ପବନ
ତୁମେ ହିଁ ମୋ ଦୁଇ ଆଖିରେ
ଅଧରାତିର ଚମତ୍କାର ସପନ,,,,,
ତୁମେ ହିଁ ମୋ ଜୀବନ ଫରୁଆର
ସେଇ ସିନ୍ଦୂର ଫଟା ରଙ୍ଗ
ମୋ ହୃଦୟର ସଫା କାଗଜରେ
ତୁମେ ଅଲିଭା ରଙ୍ଗୀନ ଦାଗ,,,,
ମୋ ହାତର ଥାକ ଥାକ ଚୁଡ଼ିର
ତୁମେ ରୁଣୁଝୁଣୁ ଶବ୍ଦ
ମୋ ଜୀବନର ବାକିଥିବା କବିତାର
ତୁମେ ହିଁ ପ୍ରତିଟି ପଦ,,,,
ଜୀବନର ଏହି କବିତାର ପଦ
ଯେବେ ସରି ସରି ଯିବ
ତୁମରି ସାନ୍ନିଧ୍ୟ ରହିଥିଲେ ସାଥୀ
ବଞ୍ଚିବାର ଆଶା ଉଦ୍ଜୀବିତ ହେଉଥିବ,,,,
ସବୁ ଦୁଃଖ ଅବଶୋଷ ଦୂରେଇଯିବ
ତୁମରି ଛାତିରେ ରଖିଦେଲେ ମଥା
ତୁମରି ସ୍ପର୍ଶକୁ ଅନୁଭବ କଲେ
ଦୂରେଇ ଯିବ ପ୍ରତିଟି ଦିନର ବ୍ୟଥା,,,
କାହିଁକି ନା
ତୁମେ କେବଳ ତୁମେ
ମୋ ଦୁନିଆ ମୋ ପୃଥିବୀ କେବଳ ତୁମେ!
ଶୁଭଶ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତି —
କଟକ
❤❤❤❤❤❤❤ ଶବ୍ଦ ନାହିଁ କି ଉପମା ଦେବି… ଏମିତି ସୁନ୍ଦର ଆବୃତ୍ତି କରୁଥାଅ
ତୁମ କବିତା ଯେ ଏତେ ସୁନ୍ଦର
ମୁଁ ସାଜେ ତା’ ପ୍ରେମିକ,
ତୁମ କଣ୍ଠରେ ତୁମର ଏ ଆବୃତ୍ତି
ତା’ର ମୁଁ ପ୍ରିୟ ପ୍ରଶଂସକ ଲଲ
କବିତା ଓ ଆବୃତ୍ତି ଶୈଳୀ ଉଭୟ ମନକୁ ଛୁଇଁଲା l କବୀଙ୍କ ଲେଖନୀ କାଳଜୟୀ ହେଉ ♥️
ଶୁଭେଚ୍ଛା ସହ ପ୍ରେରଣା ଏମିତି ରହିଥାଉ।ହୃଦୟରୁ ଧନ୍ୟବାଦ ବନ୍ଧୁ
ସଂପୂର୍ଣ୍ଣ ସମର୍ପଣ ଭାବରେ ରଚିତ ଏହି କବିତା,, ଠିକ୍ ଯେମିତି ନିଦାଘର ଉଷ୍ମଜ୍ଵଲା ରେ ଜର୍ଜରିତ ମେଦିନୀ ର ଅମ୍ବୁଦ କୁ ସମର୍ପଣ।।।।
ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ଭାଇ
ବହୁତ୍ ବହୁତ୍ ସୁନ୍ଦର ହୋଇଚି ତୁମର କବିତା… ଭଗବାନ୍ କରନ୍ତୁ ଏମିତି ସୁନ୍ଦର ସୁନ୍ଦର କବିତା ଆମକୁ ଶୁଣିବାକୁ ମିଳୁଥାଉ ତୁମର ସୁମଧୁର କଣ୍ଠ ରୁ
ଅଶେଷ ଧନ୍ୟବାଦ ଭାଇ