March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଅପରାଧ–ପୂଜାରାଣୀ ନାୟକ

**ଅପରାଧ**

ରବି ଅସ୍ତ ହେଲେ ରଜନୀ ଆଗତେ
ଲିଭେ ଆଲୋକର ଦୀପ
ଘନ ଅନ୍ଧକାରେ ମାତି ଯେ ଉଠନ୍ତି
ନାରୀ ମାଂସଲୋଭୀ ରୂପ….

ନିର୍ଜନ ପଥେ ସେଇ ନିରୀହ ଝିଅଟି
ମନରେ ବାନ୍ଧେ ସାହସ
ପୁଣି ହୃଦୟରେ ତା’ର ଭୟ ଭରି କହେ
ହେଇ ଆସିଲାଣି ରାକ୍ଷସ…..

କାତରିଯାଏ ତା’ କୋମଳ ଶରୀର
ରଣକ୍ଷେତ୍ର ଭେଟିବା ପାଇଁ
ଘାତକ ସଦୃଶ ମଣିଷଟା ସତେ
ଅସ୍ତି ପରେ ବସି ରକ୍ତକୁ ତା’ ଯାଏ ପିଇ….

ଆଦ୍ୟଫୁଟା ସଜ କୋମଳ କଢ଼ିଟି
ନଫୁଟି ମଉଳି ଯାଏ
ଦୁହିତା ଶବ୍ଦଟି ମୂଲ୍ୟହୀନ ସାଜେ
ଧର୍ଷିତା ନାମରେ ଜିଏଁ…

ଜୀବନ ଦୋଛକିରେ ଅଶାର ଆଲୋକ
ଦେଖିବାକୁ ଏଠି ଭୟ
ନାରୀଟିକୁ କାହିଁ କ୍ରୀଡ଼ନକ କରି
ଛାଡିଦିଏ ଏ ସମୟ…..

କଟୁବାକ୍ୟ ଯେତେ ସହିନପାରି ସେ
ଜୀବନ ଦିଏ ହରାଇ
ରୁକ୍ଷ ସମାଜର ନିର୍ଦୟ ଚକ୍ଷୁରେ
ଅପରାଧୀ ଦିଶେନାହିଁ….

କେତେ ରଥି ଆସି ନିଶାବ ବସନ୍ତି
କରିବା ପାଇଁ ବିଚାର
ନ୍ୟାୟ ଦାବି କରି ମୁଣ୍ଡ ପିଟୁଥାନ୍ତି
ନାରୀଟିର ପରିବାର….

କେହି କହେ ନାରୀ ଦେବୀ ଅଳଙ୍କୃତା
କେ କହେ ଘରର ଲଜ୍ୟା
ଅପରାଧୀ ଏଠି ସ୍ୱାଧୀନରେ ବୁଲେ
ନାହିଁ ତା’ର କିଛି ସଜ୍ଜା….

ନାରୀଠୁ ଆରମ୍ଭ ଏ ସାରା ସଂସାର
ନାରୀଠାରେ ସର୍ବଶେଷ
ବୁଝିନପାରି ଯେ ପାପକର୍ମ କରେ
ଭୋଗିବରେ ନିଶ୍ଚେ କ୍ଳେଶ….

ପାପୀ କେବେହେଲେ ବର୍ତ୍ତିପାରେ ନାହିଁ
ଇହପୃଷ୍ଟ ଧରାଧାମରେ
ରାବଣ ବି ଦିନେ ପୋଡି ମରିଥିଲା
ସୀତାଙ୍କ ନୟନ ଅନଳରେ….

ନାରୀ ଜୀବନକୁ ନାରଖାର କରି
ଯେ ରାକ୍ଷସ ଜାଳେ ନିଆଁ
ଆଜି ବଞ୍ଚିଛି ତ କାଲିକୁ ମରିବ
ଜଳିବରେ ଏ ଅପରାଧର ଦୁନିଆ….

••••••• •••••• ••••••

ପୂଜାରାଣୀ ନାୟକ
ବଖାଣପୁର, ଯାଜପୁର

Loading

7 thoughts on “ଅପରାଧ–ପୂଜାରାଣୀ ନାୟକ

  1. ଚମତ୍କାର ଶବ୍ଦ ସଂଯୋଜନା.. ଆବୃତ୍ତି ହୃଦୟସ୍ପର୍ଶୀ ❤❤❤

  2. ବାଃ…! କବିତା ବିଷୟରେ ତ କହିବାକୁ କିଛି ଶବ୍ଦ ନାହିଁ ମୋର…
    .
    ମୁଁ କିନ୍ତୁ ଆଜୀବନ ପ୍ରଶଂସକ ତୁମ ଆବୃତ୍ତି ଓ ଉପସ୍ଥାପନାର ❤️
    .
    ଏମିତି ହିଁ ଆଗକୁ ବଢୁଥାଅ

  3. ଶବ୍ଦ ଯେବେ ଭାବନାର ଚରମସୀମା ଛୁଇଁଯାଏ |
    ❤️❤️❤️
    ଏ ସୃଷ୍ଟିଆଗରେ ମୁଁ ମାଥାନତ କରୁଛି

Leave a Reply

Your email address will not be published. Required fields are marked *