ପୂର୍ଣ୍ଣିମା ତୁମେ
ପୂର୍ଣ୍ଣିମା ତୁମେ.
ପନ୍ଦର ଦିନ ର ଅତିକ୍ରାନ୍ତ ହେଲା ପରେ
ତୁମକୁ ଦେଖିଲି ନୟନେ,
ତୁମବିନା ଏ ହୃଦୟ ପୃଥିବୀ
ଅପେକ୍ଷାରେ ଦେଖେ ସ୍ବପ୍ନ,
ତୁମର ସେଇ ଶ୍ୱେତ ବର୍ଣ୍ଣର ଲାଜେଇ ମୁଖଟି
ହଜେଇ ଦିଏ ମୋର ମନ ଚୈତନ୍ୟକୁ,
ଆଉ ଭିଜେଇ ଦିଏ ମୋ ଦେହକୁ
ସ୍ନେହ କିରଣରେ ଏ ଦୁଷ୍ଟ ହୃଦୟକୁ…
ତୁମର ସେଇ ଶ୍ୱେତ କଁଅଳ ଦେହରେ
ଜିଦିଆ ମେଘ ହୁଏ ଆଚ୍ଛନ୍ନ,
ଆଉ ଦୁଷ୍ଟ ସାଗର ବି
ହୁଏ ତରଙ୍ଗାୟିତ ତୁମର ସେଇ ଲାଜୁଆ କିରଣରେ,
ଦୂରରୁ ଦେଖି ଇଚ୍ଛା ହୁଏ ସତେ
କୋଳେଇ ନିଅନ୍ତି ଏ ଅବୁଝା ବକ୍ଷରେ,
ଆଉ ଚାହିଁଥାନ୍ତି ତୁମକୁ ସାରା ରାତି
ମୋର ଏହି ଅପଲକ ନୟନେ,
ଆଉ ହଜିଯାଆନ୍ତି କେଉଁ ଦୁନିଆରେ
ତୁମର ସେହି ପ୍ରେମଭରା ଚାହାଣିକୁ
ହୃଦୟର ପ୍ରତି ସ୍ପନ୍ଦନରେ କରି ଅନୁଭବ।
ଭାଗ୍ୟଶ୍ରୀ ଦେ
ସୋର, ବାଗୁଡ଼ି
ସୁନ୍ଦର ଆବୃତ୍ତି.. ଚମତ୍କାର
ବାଃ…! ବେଶ ଛୁଇଁଲା ♥️
Good