ମନଲୋଭା ପ୍ରକୃତି
ପ୍ରକୃତି ହିଁ ଜାଣେ ପ୍ରକୃତ କଥା
ପରିବେଶେ ଶାନ୍ତି ମନ
ଆକାଶର ଏହି ଖୋଲା ପଵନରେ
ମଜା ହିଁ ତ କିଛି ଭିନ୍ନ ll
ପବନ ପରଶେ ମୋର ଓଠ ହସେ
ଲାଗୁଥାଏ ପୁରା ଶାନ୍ତି
ଶାନ୍ତ ଚିତ୍ତ ଜ୍ଞାନ ମୋର ହୃଦୟରେ
ଉପୁଯାଏ ପ୍ରେମ ଭକ୍ତି ll
ଛିନ୍ନ ଏରିଆର ଏକାକୀତ୍ୱ ମନେ
ମିଳୁଥାଏ ଅନେକ ତୃପ୍ତି
ମୃଦୁ ମଳୟର ବାସ୍ନାରେ ମହକେ
ସୁଗନ୍ଧ ଅତର,
ଏପରି ଏକ ଏ ତୃପ୍ତି ll
ଖାଦ୍ୟ ଅନ୍ବେଷଣେ ଆକାଶ ପବନେ
ଅନେକ ପକ୍ଷୀଙ୍କ ସ୍ୱର
ପରିବେଶ ଲାଗେ ଅତି ମନୋହର
ସ୍ୱର ତାଙ୍କ ସୁମଧୁର ll
ସୁନାରଙ୍ଗି ସୂର୍ଯ୍ୟ ସୁନା ଢାଳୁଥାଏ
ପରିବେଶେ ହୁଏ ଗେଲ
ଦୂର ଆକାଶରେ ସୁନା ବେଶରେ ସେ
ସତେ କି ପାଚିଲା ବେଲ
ଆଃ ସତେ କି ପାଚିଲା ବେଲ ll
ଉଡ଼ା ଚଢେଇର କିଚିରି ମିଚିରି
ବିମୋହିତ କରେ ମନ
ହୃଦୟକୁ ଛୁଏଁ ବିଗଳିତ କରେ
କୋଇଲିର ମଧୁସ୍ଵନ ll
ନୀଳ ଆକାଶରେ ମେଘ ଭାସୁଥାଏ
ଦିଶୁଥାଏ ମେଘାଚ୍ଛନ୍ନ
ପର୍ବତ ଶିଖର ଚାରୁଚିତ୍ର ଦିଶେ
ସତେ କି ଅପୂର୍ବ ଦିନ
ଆଜ ସତେ କି ଅପୂର୍ବ ଦିନ ll
ବଉଳ ଫୁଲରେ ମଳୟ ଲାଗିଛି
ଲାଜେ ଲାଜେ ନଇଁଯାଏ
ମନଲୋଭା ବେସ ପ୍ରସ୍ଫୁଟିତ ବାସ
ନବବଧୂ ଲାଗୁଥାଏ ll
ସୂର୍ଯ୍ୟ କିରଣର କଅଁଳିଆ ଖରା
ଧରାପୃଷ୍ଠେ ଢାଳେ ପ୍ରେମ
ସୁସଜ୍ଜିତ ହେଇ ସୁଶୋଭିତ ଦିଶେ
ପ୍ରକୃତି ତାହାର ନାମ
ଆଃ ପ୍ରକୃତି ତାହାର ନାମ ll
🙏🙏🙏🙏🙏🙏
✍️ସୁଭ୍ରାନ୍ତ ବେହେରା,ଅନୁଗୋଳ
God bless you dear❤
ଧନ୍ୟବାଦ ମାଡାମ…
Bahut sundar heichi Bhai apananka marga sugama heu….
ଧନ୍ୟବାଦ ଭଉଣୀ….
Very nice presentation of nature..
Keep it up…
ଧନ୍ୟବାଦ ମାଡାମ ଆପଣଙ୍କ ଆଶୀର୍ବାଦ ଭିକ୍ଷା କରେ…