।। କୃଷ୍ଣ ବିନା ଅନ୍ୟ ଗତି ନାହିଁ।।
କୃଷ୍ଣ ବିନା ଅନ୍ୟ ଗତି ନାହିଁ ଲୋ,
ପ୍ରାଣ ସହୀ
କୃଷ୍ଣ ବିନା ଅନ୍ୟ ଗତି ନାହିଁ ।0
କି ସୁନ୍ଦର ଦିଶେ କାହ୍ନା,
ଅନା ଲୋ ସଜନୀ ଅନା,
ଦ୍ବାପରେ ଆସିଲା ସେତ,
ଅବତାର ନେଇ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।1
ଵାଲ୍ୟ କାଳେ କ୍ଷୀର ପିଇ,
ପୁତନା ନାଶିଲା ସେଇ,
ସକଟାସୁର ଵଦ୍ଧିଲା,
ଗୋଇଠା ପକାଇ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।2
ବୃକ୍ଷ ଯାମଳା ଅର୍ଜୁନ,
ଥିଲେ ଅସୁର ଦି ଜଣ,
ନାରଦଙ୍କ ଶାପୁ ମୁକ୍ତ,
ହେଲେ ତାହା ପାଇଁ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।3
କୁଵୁଜାର ଭକ୍ତି ଦେଖି,
ତା ସଙ୍ଗେ କରିଲା ପ୍ରିତୀ,
ହାତରେ ଆଉଁସି ଦେଲା,
ସେ କୁଜ ଦୂରେଇ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।4
ସୁଦାମାର ଖୁଦ ଖାଇ
ଆନନ୍ଦେ ବିଭୋର ହୋଇ,
ପାଦ ଧୋଇ ଵସାଇଲା,
ତା ପଲଙ୍କେ ନେଇ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।5
କୁଞ୍ଜ ଵନେ କେଳି କଲା,
ଗୋପୀଙ୍କ ଚିତ୍ତ ମୋହିଲା,
ସୁମଧୁର ସ୍ଵରେ ତାର,
ମୁରଲୀ ଵଜାଇ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।6
ଵକାସୁର ଷଣ୍ଢାସୁର,
ମାଇଲା କେତେ ଅସୁର,
ଶେଷେ କଂସାସୁର ମଲା,
ତା ବଦନ ଚାହିଁ ଲୋ,
ପ୍ରାଣସହୀ,
କୃଷ୍ଣ ବିନା ଅନ୍ୟ ଗତି ନାହିଁ।7
ଅଶୋକ କୁମାର ପତି, ଦହିଗାଁ
42 mouza, CTC.