ନୂଆ ପୃଥିବୀ
ଚାଲ ଆମେ ଫେରିଯିବା ସେଇ ପୃଥିବୀ କୁ
ସେଠି ପ୍ରେମର ପ୍ରତି ଦାନ ପ୍ରେମ ଆଉ ସତ ରେ
ପୁଣି ଏକ ଅଭିନଵ ପୃଥିବୀର ସୃଷ୍ଟି
ଯୋଉଠି ଆମେ ମଣିଷ ହବା ପୁଣି ଥରେ…..
ପ୍ରତାରଣା ଆଉ ଅବ୍ୟବସ୍ଥା ର କାହାଣୀ ନଥିବ
ନଥିବ ଅତ୍ୟାଚାର ଆଉ ଦୁଷ୍କର୍ମ ଯାତନା
ଆମେ ସମସ୍ତେ ହବା ନବ ନିର୍ମାତା
ନୂତନ ଶକ୍ତି ଓ ପ୍ରଗତି ର ଅସୁମାରୀ ସମ୍ଭାବନା…..
କେହି ଭିକ ମାଗିବେନି ପରିଶ୍ରମ ର ହବ ଜୟ
ପାପ ଅର୍ଜିତ ସମ୍ପତ୍ତି ନଥିବ କି ନଥିବ କପଟ
ନଥିବ ଟଙ୍କାର ପାହାଡ଼ କି ଯୌନ କେଳେଙ୍କାରୀ
ନଥିବ ଚାଷୀର ମରଣ କି ଫସଲ ହାନିର କରୁଣ ଚିତ୍ରପଟ….
ପ୍ରଗତି ଆଳରେ କଟିବନି ଗଛ କି ଜଙ୍ଗଲ
ଧନୀ ଗରୀବର ତାରତମ୍ୟ ଥିବ ଅନତି ଦୂରରେ
ଅବାଂଛିତ ଗର୍ଭ କି ଅନାଥ ଶିଶୁ ରହିବେନି
ଵୃଦ୍ଧାଶ୍ରମ ବା ଜରାଶ୍ରମ ନଥିବ ସେଠାରେ…..
ଅପମୃତ୍ୟୁ କି ଆତ୍ମହତ୍ୟା ର ନଥିବ ଭୟ
ସବୁରି ଇଚ୍ଛାକୁ ମିଳିବ ସୁବର୍ଣ୍ଣ ସ୍ୱୀକୃତି
ପ୍ରେମ ହବ ସମ୍ପର୍କ ର ଏକାନ୍ତ ଆବେଗ
ଗୃହସ୍ଥ ରେ ନଥିବ କଳଙ୍କ ଆଉ ପରକୀୟା ପ୍ରୀତି….
ଚାଲ ଆମେ ଫେରିଯିବା ପୁଣି ଆରମ୍ଭକୁ
ନୂଆକରି ପୁଣିଥରେ କରିବା ଆରମ୍ଭ
ଏ ପୃଥିବୀ ଯେ ବିନାଶର କରାଳ ଗର୍ଭରେ
ଏଠି ସବୁ ପ୍ରତାରକଙ୍କର ପରିବର୍ତ୍ତନ ନୁହେଁ ଯେ ସହଜ ସମ୍ଭବ…..
ମଧୁସ୍ମିତା ରାଉତ, ତାଳବରକୋଟ