ଏ ମାଟିର ଗର୍ବ ………
ଏ ମାଟିର ଗର୍ବ ଲୋଡା ଅଛି ମୋତେ
ପ୍ରାଣବାୟୁ ଚାଲିଯାଉ ଏହି ଘଟେ।
ଏ ପ୍ରକୃତି ଦାନ କେତେ ମନଲୋଭା
କବିର ଚାତୁର୍ଯ୍ୟ ଦିଏ କେତେ ଶୋଭା।
ହୃଦୟକୁ ସ୍ପର୍ଶ ଆଖି ବୁଲି ଦେଖେ
ଚାରିଦିଗ ଵୁଲି ଅପରୂପ ଲେଖେ।
ଶୋଭା ପାଉଥାଏ କଲମ ହାତରେ
ସଜ୍ଜି ଦେଉଥାଏ ପ୍ରକୃତିର ଗାରେ ।
ବିହଙ୍ଗ ଉଲଟି ଡେଣା ମେଲି ଟେକି
ଲେଖି ଏ ଶୋଭାକୁ ଯାଉଥାଏ ଥକି।
ଫୁଲରୁ ଯେ ଫୁଲ ଚାଖି ବୁଲୁଥାଏ
ଲେଖନୀ ଅମୃତ ରସ ଭରୁଥାଏ।
ଏ ଅମଳୀନ ରୂପ ଭାରତ ଜନନୀ
ଞାନ ପ୍ରକୃତିର ଭଣ୍ଡାର ମାଳିନୀ।
କଵି ଲେଖକଙ୍କ ଅମୃତର ରସ
ଭଣ୍ଡାର କରିଛି ଏ ମାଟିର ଭୋକ।
କେତେ କୀର୍ତ୍ତିଶୋଭା ନ୍ୟାର୍ଯ୍ୟ ଧର୍ମ ଅବା
ସାହିତ୍ୟ ସଂସ୍କୃତି କଵି ରସ ସଭା।
ସ୍ପନ୍ଦନ ହୃଦରୁ ଗୁଚ୍ଛମାଲ୍ୟ ହୋଇ
ଜୟ ଗାଉଥାଉ ଏ ମାଟିରେ ରହି।
…………………………..
କବି ତ୍ରାହିମମ୍ ସିଂ ରାଉତ ରାୟ
ଯୁକ୍ତତିନି ପ୍ରାଣୀବିଜ୍ଞାନ ଦ୍ୱିତୀୟ ଵର୍ଷ ଛାତ୍ର! (ଏଲକେଟ)
ଚଳାନ-ପଡା
ଖଡ଼ିଆଳ, ନୂଆପଡା
ମୋ-୯୦୭୮୭୬୭୬୧୦
ସୁନ୍ଦର ରଚନା
ଖୁବ୍ ସୁନ୍ଦର ସୃଷ୍ଟି
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଗୌରବମୟ ସୃଷ୍ଟି, ଅସୀମିତ ଶୁଭେଚ୍ଛା ଭାଇ
ବହୁତ ସୁନ୍ଦର କବିତା
ଭାଇ ମନକୁ ଛୁଇଁଲା କବିତା…
ସୁନ୍ଦର ସ୍ୱର ଆପଣଙ୍କର