ସାରେ ଗାମା ପା ଧା ନି
ସା- ସାଗର ମଧ୍ୟରେ ତୁ ମୋତି ଫରୁଆ
ଦେଲୁ ହୃଦୟକୁ ମୋହି,
ରଙ୍ଗିତ ତରଙ୍ଗେ କଲୁ ଭୂମିକମ୍ପ
ମିନର ନୟନେ ଚାହିଁ ।।
ରେ- ରେଖିତ ଧାରାରେ ନାଲି ଓଢଣୀ ରେ
ସୁଗନ୍ଧ ଗଲା ବିସ୍ତାରି,
ତୋର ଅଭିଳାଷେ କରି ଉପବାସ
ମନ ମୋ ଗଲା ବିଚାରି ।।
ଗା-ଗ୍ରାମେ ସାହି ଲୋକେ କଲେଣି ଗୁଞ୍ଜଣ
ପୀରତି କୁ ଦେଖି ମୋର,
ଦେଖି ଚନ୍ଦ୍ରମୁଖ ହେଇଣ ବିମୁଖ
ମନ ହେଲା ଯାଯାବର ।।
ମା- ମାଆ ର ଡଙ୍କୁଣୀ ବାପାର ଗେହ୍ଲେଇ
ବାରେ ଶୁଣେ ମୋ ବାୟାଣି,
ରଖିବି ସାଇତି କରିବି ପୀରତି
କରି ହୃଦୟର ରାଣୀ ।।
ପା- ପାଇବା ଆଶାରେ ଅନାଇ ବସିଛି
ଅପଲୋକ ନୟନରେ,
ତୋ ପ୍ରେମ ତୃଷା କରିଛି ପାଗଳ
କରେ ଭ୍ରମ ହୃଦୟରେ ।।
ଧା- ଧବଳ ବର୍ଣ୍ଣ ର ଅଟୁ ଯେ ପ୍ରତିମା
ଲଲାଟେ ନାରଙ୍ଗୀ ବିନ୍ଦୁ,
କେଉଁ ଅକ୍ଷାଂଶ ତୁ ମନ ପୃଥିବୀର
ଝରାଉ ପ୍ରେମର ସିନ୍ଧୁ ।।
ନି- ନିଶା ସରେ ନାହିଁ ଦିନ ଯାଏ ନାହିଁ
ତୋର କଥା ଭାଳି ଭାଳି,
କରି ନିଅ ମୋତେ ରହିବି ଗଳାରେ
ହେଇ ତୋର ଜପାମାଳି ।।✍️ ପବିତ୍ର ବେହେରା
ବଡକେଳାଝୁରି, ଗଞ୍ଜାମ
ଫୋ- ୯୮୬୧୦୦୮୭୦୧
ନବ ଭାବନା ଏବଂ ନବ ଲେଖା… ଧନ୍ୟବାଦ
ଖୁବ୍ ସୁନ୍ଦର
Waa ଖୁବ୍ ସୁନ୍ଦର ରଚନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସ୍ଵତନ୍ତ୍ର କବିତା ଟିଏ, ଖୁବ୍ ଶୁଭେଚ୍ଛା ଭାଇ
Exelent poem mastre
ସାରେ ଗାମା ପା ଧା ନି…
ବାଃ ! ଅତି ଚମତ୍କାର ଲେଖା ଭାଇ
ଆରେ ବାଃ ! ସା..ରେ…