April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young and dynamic poetess, “Sarojini Sutar” hails from Jagatasinghpur, district of Odisha for SLF Literary Youth Icon Award contest-. 2023

 

Lets talk with a young and dynamic poetess, “Sarojini Sutar” hails from Jagatasinghpur, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସରୋଜିନୀ ସୂତାର
ପିତାଙ୍କ ନାମ- ବିଭୂରଞ୍ଜନ ସୂତାର
ମାତାଙ୍କ ନାମ- ରୂପଶ୍ରୀ ସୂତାର
ଜନ୍ମ ତାରିଖ-୨୮.୦୯.୨୦୦୨
ଘର ଠିକଣା-ବାମଦେଇପୁର, ବାଲିତୁଠ
ଜିଲ୍ଲା-ଜଗତସିଂହପୁର
ଶିକ୍ଷାଗତ ଯୋଗ୍ୟତା–  ଯୁକ୍ତ ତିନି ତୃତୀୟ ବର୍ଷ କଳା (ଓଡ଼ିଆ ବିଭାଗ )
ଇ-ମେଇଲ୍[email protected]
ମୁଖପୁସ୍ତିକା /Facebook ଠିକଣା::ସରୋଜିନୀ ସୂତାର

https://www.facebook.com/profile.php?id=100080116256859&mibextid=ZbWKwL

ସ୍ନେହର ସରୋଜିନୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

ଉତ୍ତର. ସାହିତ୍ୟ ସୃଷ୍ଟି ର ଅୟମାରମ୍ଭ ଦଶମ ଶ୍ରେଣୀରେ ହୋଇଥିଲା.କିନ୍ତୁ ପରିବାର ବର୍ଗଙ୍କ ଗାଳି ଯୋଗୁ ମୁଁ ଲେଖା ଛାଡ଼ି ଦେଇଥିଲି. ମୁଁ 18 ବର୍ଷ ବୟସରେ ପୁନର୍ବାର ଲେଖା ଆରମ୍ଭ କରିଥିଲି.

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
.ଉତ୍ତର:-ସାହିତ୍ୟ ପ୍ରତି ମୋର ଅହେତୁକ ରୁଚି. ମୁଁ ପାଠ ପଢା ସହିତ ନିଜକୁ ସାହିତ୍ୟ ରେ ବିନିଯୋଗ କରେ.

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
 ଉତ୍ତର :-ସତ କହିବାକୁ ଗଲେ ପରିବାରର ବିଶେଷ ଭୂମିକା ଏଥିରେ ନଥିଲା କିନ୍ତୁ ମୋର ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ମୋର ସାଙ୍ଗସାଥିଙ୍କର ବହୁତ ଭୂମିକା ରହିଛି ସମସ୍ତେ ବେସ ଉତ୍ସାହିତ କରନ୍ତି ମତେ.

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
 ଉତ୍ତର :-ବ୍ୟାସ କବି ଫକୀରମୋହନ ସେନାପତିଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ମୋତେ ପ୍ରୋତ୍ସାହିତ କରିଛି. ତାଙ୍କର ପ୍ରତେକ ଲେଖା ସମାଜକୁ ଅନେକ ଶିକ୍ଷା ଦେଇଛି.

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

. ଉତ୍ତର :-ମୁଁ ନିଜକୁ କବିତାରେ ଅଧିକ ବ୍ୟକ୍ତ କରିଛି.

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

 ଉତ୍ତର :-ମୁଁ କବିତା ଲେଖିବା ବେଳେ ଶବ୍ଦ ସଂଯୋଜନା ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ.

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

. ଉତ୍ତର :-ଗଦ୍ୟ ସାହିତ୍ୟ ଲେଖକ ନିଜର ବିଚାର କୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିଥାନ୍ତି. ପଦ୍ୟ ସାହିତ୍ୟରେ ନିଜର ଭାବନାକୁ ବ୍ୟକ୍ତ କରିବା ପାଇଁ ଏକ ବିଶେଷ ଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡିଥାଏ. ଗଳ୍ପ ରେ ବାର୍ତ୍ତା ସୂଚନା ପ୍ରଦାନ କରାଯାଉଥିବା ବେଳେ ପଦ୍ୟ ରେ ଆନନ୍ଦ ଓ ମନରଞ୍ଜନ ପାଇଁ ପ୍ରୟାସ କରାଯାଇଥାଏ.

8.ଲେଖୁଥିବା କବିତା ର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

. ଉତ୍ତର :-କବିତାରେ ଜଣେ ବ୍ୟକ୍ତି ଙ୍କୁ ନେଇ ଚରିତ୍ର ଚିତ୍ରଣ କରାଯାଇପାରେ. କିନ୍ତୁ ଗଳ୍ପରେ ଅଧିକ ଚରିତ୍ର ର ଆବଶ୍ୟକତା ପଡିଥାଏ. ଗଳ୍ପ ପଢିବା ସମୟରେ ଆମେ ସେହି ଗଳ୍ପ ରେ ନିଜକୁ ହଜେଇ ଦେଇଥାଉ. ଏବଂ ପ୍ରତେକ ଚରିତ୍ର ରେ ଆମେ ନିଜ ଲୋକ ମାନଙ୍କୁ ଦେଖୁଥାଉ.

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

 ଉତ୍ତର :-ନିଶ୍ଚିନ୍ତ ଭାବରେ ଏହି ଉତ୍ତର ଆଧୁନିକ ଯୁଗ ଚର୍ଚ୍ଚା ର ବିଷୟ ସାଜିଛି କାରଣ ଆଗକୁ ମନ ମଲ୍ଲୀ ବଣରେ ଫୁଟି ବଣରେ ମଉଳି ଯାଉଥିଲା. କୌଣସି ବ୍ୟକ୍ତି ସୁଯୋଗ ପାଉନଥିଲେ ନିଜର ସାହିତ୍ୟ ପ୍ରତିଭା କୁ ଆଗକୁ ନେବା ପାଇଁ. ନିଜର ଲେଖା ନିଜ ଡାଏରୀ ଭିତରେ ବନ୍ଧ ହୋଇ ରହି ଯାଉଥିଲା. ସୋସିଆଲ ମିଡ଼ିଆ ପାଇଁ ଏବେ ସମସ୍ତେ ଆଗକୁ ବଢିବାର ସୁଯୋଗ ପାଉଛନ୍ତି. ଯାହା ଦ୍ୱାରା ଅନ୍ତର୍ନିହିତ ପ୍ରତିଭା ଲୋକଲୋଚନ କୁ ଆସୁଛି.

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

. ଉତ୍ତର :-ସେକାଳରେ ଭାଷା ପ୍ରୀତି ଆନ୍ଦୋଳନ ସୁନ୍ଦର ପ୍ରସାରି ଥିଲା ଓ ନିଜ ଭାଷା କୁ ବଂଚେଇବା ପାଇଁ ସମସ୍ତ ଭାଷା ପ୍ରେମୀ ସର୍ବଦା ତତ୍ପର ଥିଲେ.

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

 ଉତ୍ତର :-ଗୋଟେ ବିଲିଯାତ୍ରା ଉତ୍ସବ ରେ ଝଙ୍କଡ଼ ସାହିତ୍ୟ ସଂସଦ ତରଫରୁ ଗୋଟିଏ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା. ସେଠି ମୁଁ କବିତା ପାଠ କରିଥିଲି. ସେଦିନର ମୋ ପ୍ରତି ଥିବା ସମସ୍ତଙ୍କର ଅଜସ୍ର ଭଲ ପାଇବା ଏବଂ ଆଶୀର୍ବାଦ ଚିରସ୍ମରଣୀୟ ଥିଲା.

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

. ଉତ୍ତର :-ଜଗତୀକରଣ ଓ ବିଶ୍ଵା୍ୟାନ ପକ୍ରିୟା ରେ ଓଡ଼ିଆ ସାହିତ୍ୟ ର ସ୍ଥିତି ଓ ଅବସ୍ଥିତି ଏତେ ସୁଦୃଢ ନୁହେଁ. କାରଣ ଏଠି ନିଜ ମାତୃଭାଷା କୁ ଭୁଲି ସମସ୍ତେ ଅନ୍ୟ ଭାଷା କୁ ଆପଣେଇବାରେ ଲାଗିଛନ୍ତି.

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

. ଉତ୍ତର :-ଆଜିର କ୍ଷୁଦ୍ର ଗଳ୍ପ ପାଠକ ଙ୍କର ଅତ୍ୟନ୍ତ ପ୍ରିୟ ଏବଂ ଏହାର ଚାହିଦା ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି.

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

. ଉତ୍ତର :-ନିଶ୍ଚିନ୍ତ ଭାବରେ ସାହିତ୍ୟିକ ମାନଙ୍କ ର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗିକାରବଦ୍ଧତା ହେବା ଉଚିତ. କାରଣ ଯଦି ଅଙ୍ଗିକାରବଦ୍ଧତା ବା ବାୟବଦ୍ଧତା ନଥିବ ଯଦି ଜଣେ କବି ସମାଜର ମଙ୍ଗଳ ଚିନ୍ତା ନକରିବେ ତାହେଲେ ସୁସ୍ଥ ସାହିତ୍ୟ ତିଆରି ହୋଇପାରିବ ନାହିଁ.

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

 ଉତ୍ତର :-ଜଣେ କବି ଗୋଟିଏ କବିତା ଲେଖିସାରିବା ପରେ ଯଦି ସେ ଜାଣିପାରେ ତାର କବିତା ଭଲ ହୋଇପାରିନି ସେତେବେଳେ ତାର ମନ ଦୁଃଖ କରିବା ଉଚିତ ନୁହେଁ. କାରଣ ଆମ ପାଖରେ କାଗଜ ଅଛି, କଲମ ଅଛି, କଳ୍ପନା ବି ଅଛି ତେବେ ଆମେ ପୁନର୍ବାର ଲେଖିପାରିବା.

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

 ଉତ୍ତର :-ସାହିତ୍ୟର ସ -ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିରନ୍ତନ ଆବଶ୍ୟକତା ଥାଏ. ମୋ ମତରେ ଏହା ରହିବା ଉଚିତ ମଧ୍ୟ କାରଣ ଲେଖିବା ପାଇଁ ବା ସାହିତ୍ୟ ସାଧନା ପାଇଁ ବୟସ ର କୌଣସି ଗୁରୁତ୍ୱ ନଥାଏ.

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

.ଉତ୍ତର :-ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ନିକଟରେ ମୁଁ ମୋର କୃତଜ୍ଞତା ଜଣାଉଛି. ଓଡ଼ିଶାର ପ୍ରତିଭା ମାନଙ୍କୁ କୋଣ ଅନୁକୋଣ ରୁ ସାଉଁଟି ଆଣି ସାହିତ୍ୟ ମନସ୍କ କରାଇବା ସହିତ ସାହିତ୍ୟର ଉତ୍ତରଣରେ ନିଜକୁ ନିଯୋଜନ କରାଇଛି ଏହି ଅନ୍ତର୍ଜାତୀୟ ପ୍ରତିଷ୍ଠାନ. ଏହି ଅନୁଷ୍ଠାନ ର ସର୍ବଦା ମଙ୍ଗଳ ହେଉ ଏବଂ ଏହି ଅନୁଷ୍ଠାନ ଏମିତି ଆଗକୁ ବଢ଼ି ସଫଳତାର ଶୀର୍ଷ ରେ ପହଂଚୁ ଏତିକି ମୋର କାମନା.

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

. ଉତ୍ତର :-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କେବଳ ଗୋଟେ ପ୍ରତିଷ୍ଠାନ ନୁହେଁ ଏହା ଏକ ପରିବାର. ଏହାର କାର୍ଯ୍ୟ ଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇଛି.

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

. ଉତ୍ତର :-ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ଅଶାନ୍ତ ଭାବ ପରିପ୍ରକାଶ କଲେ ସେ ସାହିତ୍ୟରେ ନିଜକୁ ମଜେଇ ବାକୁ ପ୍ରୟାଶ କରେ.ଯାହା ଦ୍ୱାରା କି ସିଏ ନିଜର ଦୁଃଖ କଷ୍ଟ ଭୁଲି ଯାଏ.ଜଣେ ସାନଭଉଣୀ ସହଯୋଗ କ୍ରମେ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସହ ମୁଁ 2022 ରେ ଯୋଡ଼ି ହେଲି.

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

. ଉତ୍ତର :-ସାହିତ୍ୟ ସମାଜର ହିତସାଧନା କରିବା ସହିତ କୁସଂସ୍କାର ଦୂରୀଭୂତ କରିଥାଏ. ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ କୋଣ ଅନୁକୋଣରୁ ପ୍ରତିଭା ମାନଙ୍କୁ ଆଣି ଯେଉଁ ପ୍ରତିଯୋଗିତା କରୁଛନ୍ତି ବାସ୍ତବରେ ଏହା ଖୁବ ପ୍ରଶଂସନୀୟ. ଏହି ପ୍ରତିଷ୍ଠାନ ଏମିତି ଆଗକୁ ଯାଉ ଏତିକି କାମନା.

ସ୍ନେହର ସରୋଜିନୀ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

5 thoughts on “Lets talk with a young and dynamic poetess, “Sarojini Sutar” hails from Jagatasinghpur, district of Odisha for SLF Literary Youth Icon Award contest-. 2023

  1. ଆପଣ ଯେହେତୁ ଜଣେ ଓଡ଼ିଆ ବିଭାଗର ଛାତ୍ରୀ ତେଣୁ ବନାନ୍ ଗତ କୁ ଦୃଷ୍ଟି ରେ ରଖି ଲେଖିଲେ ଭଲ ହେବ । ଏମିତି ପ୍ରଥମେ ପ୍ରଥମେ ହେବ କିନ୍ତୁ ପରବର୍ତ୍ତୀ ସମୟରେ ସୁଧାରି ହେଇ ପାରିବ ।

    ସୁନ୍ଦର ମତାମତ ବ୍ୟକ୍ତ କରିଛ

  2. ପରିବାର ବର୍ଗଙ୍କଠୁଁ ଗାଳି ଖାଇବା ପରେ ବି ସାହିତ୍ୟ ପ୍ରେମ ଏବେ ବି ସତେଜ ….ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଏ ଅହେତୁକ ଦୁର୍ବଳତା ଦେଖି ମୁଁ ଖୁବ୍ ଖୁସି ହେଲି ❤️ମା ସାରଳା ମଙ୍ଗଳ କରନ୍ତୁ ❤️ ନିଶ୍ଚେ ଆଗକୁ ଯିବ

  3. ପରିବାର ବର୍ଗଙ୍କ ସହଯୋଗ ବିନା ସାହିତ୍ୟ ପ୍ରତି ଆପଣଙ୍କ ଆହେତୁକ ସ୍ନେହ ଜାଣି ଖୁବ୍ ଖୁସି ଲାଗିଲା।ସାହିତ୍ୟ ସମାଜର ହିତସାଧନା କରିବା ସହିତ କୁସଂସ୍କାର ଦୂରୀଭୂତ କରିଥାଏ ଏଥିପାଇଁ ଆପଣଙ୍କ ସହଯୋଗ ନିହାତି ଆବଶ୍ୟକ।ସାହିତ୍ୟ ଜଗତରେ ଖୁବ୍ ସୁନାମ ଅର୍ଜନ କର ଏହାହିଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା।

Leave a Reply

Your email address will not be published. Required fields are marked *