April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with our youngest writer, “Manmayee Mohapatra” hails from Jajpur, district of Odisha for SLF Literary Youth Icon Award contest-. 2023

Lets talk with our youngest writer, “Manmayee Mohapatra” hails from Jajpur, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ– ମନ୍ମୟୀ ମହାପାତ୍ର
ପିତାଙ୍କ ନାମ– ଚୌଧୁରୀ ସତ୍ୟ ସୁନ୍ଦର ମହାପାତ୍ର
ମାତାଙ୍କ ନାମ – ସରୋଜିନୀ ମହାପାତ୍ର
ଜନ୍ମ ତାରିଖ– 7 ମାର୍ଚ୍ଚ 2006
ଘର ଠିକଣା – ଯାଜପୁର ଜିଲ୍ଲା , ବ୍ଲକ -ଯାଜପୁର ଗ୍ରାମ କମଳପୁର , ପିନଂ -755062
ଶିକ୍ଷାଗତ ଯୋଗ୍ୟତା- +2 2nd yr Arts
ଇ ମେଲ୍ ଠିକଣା – [email protected]
ମୁଖପୁସ୍ତିକା – https://www.facebook.com/satya.mohapatra.988373?mibextid=ZbWKwL

 

ସ୍ନେହର ମନ୍ମୟୀ !
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ.-ମୋ ଜୀବନରେ ସାହିତ୍ୟ ଆରମ୍ଭ ହୋଇଛି ଯେତେବେଳେ ମୁଁ ଅତି ଛୋଟ ଥିଲି ଓ ମୋ ମନରେ ସାହିତ୍ୟ ପ୍ରତି ଭଲ ପାଇବା ଆସିଲା ମୁଁ କବିତା ପଢେ ଆଉ ମତେ ବି ଲାଗିଲା ମୁଁ ବି ଲେଖିବା ପାଇଁ ଚେଷ୍ଟା କରିପାରିବି ସେବେଠୁ ସୃଷ୍ଟି ହେଲା ମୋ ସାହିତ୍ୟ ଦୁନିଆ । ୧୪ ବର୍ଷ ବୟସରେ ସାହିତ୍ୟ ସହିତ ବାନ୍ଧିହୋଇଗଲି ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ.-ପାଠପଢା ଓ ସାହିତ୍ୟ ସହିତ ନିଜକୁ ସମାନ ଭାବରେ ସମୟ ଦେଉଛି। ପାଠପଢୁଛି ମୋ ଲକ୍ଷକୁ ପାଇବାକୁ ଆଉ ସାହିତ୍ୟ କୁ ଆପଣେଇଛି ମୋ ନିଜର ଖୁସି ଭଲ ପାଇବାକୁ ପାଇବା ପାଇଁ । ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି ମୋ ପାଠପଢା ଓ ସାହିତ୍ୟ ଜୀବନ ମୋତେ ଆହ୍ଲାଦିତ କରୁଛନ୍ତି ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ.-ସାହିତ୍ୟ ସାଧନା କ୍ଷେତ୍ରରେ ମୋ ପରିବାରରେ ମାଆଙ୍କ ର ଭୂମିକା ଅଧିକ ରହିଛି ।
ମାମା ସବୁବେଳେ ମୋ କବିତା କୁ ପଢିବା ଓ ମତାମତ ରଖିବା ଏବଂ ମତେ ସବୁବେଳେ ସବୁ ସମୟରେ କବିତା ପ୍ରତି ସହଯୋଗ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ.-ମୋ ନିଜର ଅତି ପସନ୍ଦ ସଭିଙ୍କ ପ୍ରିୟ ଗଙ୍ଗାଧର ମେହେର
ଦରିଦ୍ରତା ପଙ୍କପୂର୍ଣ ଜୀବନ ସରୋବରରୁ ଜାତ ହୋଇଥିଲା ରଙ୍ଗାଜୀବ କବି ଗଙ୍ଗାଧରଙ୍କ ସୁକୁମାର ସାହିତ୍ୟ ସରୋଜ । ଏଇ କବି ଜୀବନ ଓ ଜୀବିକାର ଜଟିଳତାରେ ଛନ୍ଦି ହୋଇ ମଧ୍ୟ ଭୁଲିନଥିଲେ ବାଣୀ ଆରୋଧନା । ଜଣେ କବି ଭାବନାରେ ନିଜର ପରିଚୟ କୁ ବହୁ ସୁନ୍ଦର ଭାବରେ ପ୍ରତିଷ୍ଠା କରିପାରିଛନ୍ତି ସେ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ.-ମତେ କବିତା, ଗଳ୍ପ ଲେଖିବାକୁ ଭଲ ଲାଗେ । ହେଲେ ସାହିତ୍ୟ ଜୀବନର ଆରମ୍ଭ ରୁ ଆଜି ଯାଏ ଅଧିକ କବିତା ରେ ନିଜର ସାହିତ୍ୟ ଜୀବନକୁ ଅତିକ୍ରମ କରୁଛି ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ.-ଗଳ୍ପ ଓ କବିତା ଗୁଡିକୁ ଲେଖିବା ସମୟରେ ଆମେ କବିତା କୁ ସରସ ସୁନ୍ଦର କରିବା ପାଇଁ ଶବ୍ଦ ସଂଯୋଜନା ଓ ପଦ ସହିତ ପଦ ର ମିଳନ ଆଉ ଅକ୍ଷର ର ଯତିପାତ ର ଉପାୟ ଅବଲମ୍ବନ କରିଥାଉ ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
କବିତା ଓ ଗଳ୍ପ ମାଧ୍ୟମରେ ଆମେ ପାଠକଙ୍କ ନିକଟରେ ନିଜର ଭାବ କୁ ପହଞ୍ଚାଇ ପାରିଥାଉ କିନ୍ତୁ ଲେଖିବାର ଶୈଳୀ ଓ ନିୟମ ଅଲଗା ହୋଇଥାଏ । କବିତା ପଦ ସହିତ ପଦକୁ ମିଳାଇବା ସ୍ଥଳେ ଗଳ୍ପ ତାର ଶବ୍ଦ ରେ ଆକାଂକ୍ଷା କୁ ଉଦ୍ରେକ କରେ ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ.– ମୋ ମତରେ କବିତା ଓ ଗଳ୍ପ ରେ ବହୁ ପାର୍ଥକ୍ୟ ରହିଥାଏ । କବିତା ରେ ଚରିତ୍ର କୁ ଚିତ୍ରଣ କରିବା ଓ ଗଳ୍ପ ରେ ଚିତ୍ରଣ କରିବା ରେ ଅନେକ କି ପାର୍ଥକ୍ୟ ପରିଲକ୍ଷିତ ହୁଏ । କବିତା ଟିଏ ଖୁବ ଅଳ୍ପ ଶବ୍ଦରେ ଚରିତ୍ର କୁ ବଖାଣି ବସେ ଏବଂ ଗଳ୍ପ ବିସ୍ତ୍ରୁତ ହୁଏ ଏବଂ ସପ୍ରସଙ୍ଗ ରେ ଚରିତ୍ର କୁ ଭଲ ଭାବରେ ବ୍ୟଖ୍ୟା କରିଥାଏ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ.-ଉ. ସମୟ ବଦଳୁଛି ତା ସହିତ ବଦଳୁଛି ଚାଲି ଚଳନ ତଥା ସଭ୍ୟତା । ଏହି ପରିବର୍ତ୍ତନ ପ୍ରକ୍ରିୟାରେ ସାହିତ୍ୟ ବି ନିଜକୁ ସାମିଲ କରି ବଦଳିବାରେ ଲାଗିଛି। ଉତ୍ତରଆଧୁନିକତା ମାୟା ମୋହ ରେ ସେ ବି ପଡି ନିଜକୁ ସୁନ୍ଦର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଯାହା ଫଳରେ ତାର ଯୌବନ ଧୀରେ ଧୀରେ ଲୁଣ୍ଠିତ ହେଉଛି। ତେଣୁ ମୋ ମତରେ ସାହିତ୍ୟ ଆଧୁନିକ ହେଉ ମାତ୍ର ଉଗ୍ର ଆଧୁନିକ ଆଢୁଆଳରେ ଅପଭ୍ରଂଶ ନ ହେଉ ଏହା ହିଁ କାମନା।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଆମର ପୂଜ୍ୟ ପୂର୍ବ ପୁରୁଷ ମସ୍ତିଷ୍କ ଥିଲା ସାରସ୍ବତୀୟ ଚିନ୍ତା ଚେତନା ରେ ଖୁବ ଉର୍ବର ସେଥିପାଇଁ ସେମାନେ ନିଜ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସଦା ସର୍ବଦା ତତ୍ପର ରହୁଥିଲେ। ବର୍ତ୍ତମାନ ଯୁଗରେ ତାହା ବିଶେଷ ଭାବରେ ଆଉ ଦୃଶ୍ୟମାନ ହେଉନାହିଁ ତାହାର କାରଣ ଆଜିର ସମୟରେ ସମସ୍ତେ ନିଜ ନିଜର ବ୍ୟସ୍ତ ବାୟା ଜୀବନ ର ମାୟା ମୋହ ରେ ପଡି ବଳକା ସମୟ ପାଉ ନାହାଁନ୍ତି ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ସେତେବେଳେ ଏ ସାହିତ୍ୟର ପ୍ରଚାର ପ୍ରସାର ପାଇଁ କେମିତି ଯେ ସମୟ ଦେଇପାରିବେ। ସେଥିପାଇଁ ଅନେକାଂଶରେ ଭାଷା ପ୍ରୀତି ଦୁର୍ବଳ ହେଉଛି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ.-ଉତ୍ତର- ଜଣେ ଯୁବ ସାହିତ୍ୟିକା ଭାବରେ ନିଜକୁ ପରିଚିତ କରିବାର ଚେଷ୍ଟା ରେ ଛୋଟଛୋଟ କବିତା ଗଳ୍ପ ସୃଷ୍ଟି କରେ ଏହି ଗଳ୍ପ କବିତା ଯେତେବେଳେ କାହା ହୃଦୟ କୁ ଛୁଇଁ ଯାଏ ସେତେବେଳେ ବହୁ ଆନନ୍ଦମୟ ଲାଗେ। ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ.-ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେରେ ଆମ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଧୀରେ ଧୀରେ ହେଉଛି।ଆମ ସଂସ୍କୃତି ବେଶ ଭୂଷା ଏବେ ବିଶ୍ୱ ଵ୍ୟାପୀ ଚର୍ଚ୍ଚା ଚର୍ଚ୍ଚିତ ହେବାରେ ସକ୍ଷମ ହୋଇଛି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର- ଆଜିର କ୍ଷୁଦ୍ର ଗଳ୍ପ ରେ ଯଦି ପିଲାମାନଙ୍କ ନିକଟରେ କିଛି ଶିକ୍ଷା ପହଞ୍ଚି କମ ସମୟରେ ପହଞ୍ଚି ପାରେ ତେବେ ତାହା ନିଶ୍ଚିତ ପାଠକଙ୍କ ନିକତର ହେବ ।।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ.-ନିଶ୍ଚିତ ଭାବେ ମୋ ମତରେ ସାହିତ୍ୟିକ ମାନେ କଲମ ଚାଳନା କରି ସମାଜ ରେ ସଂସ୍କାର ଆଣିବା ସହିତ ଏହା ପ୍ରତି ସମ୍ବେଦନଶୀଳ ହେବା ଉଚିତ୍ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର- କବିଟିଏ ଲେଖିଥିବା କବିତା ଯଦି ଏତେ ମନ ଛୁଆଁ ହୋଇପାରି ନାହିଁ ସେଥିପାଇଁ ହଁ, ମନରେ ଟିକେ ଦୁଃଖ ଆସିପାରେ ହେଲେ ତାହା କିଛି ନୁଆ ଶିଖିବାର ସୁଯୋଗ ଦିଏ। ମୋର ବି ଏହି ଭଳି ହୋଇଛି ହେଲେ ତାହା ମତେ ଆଗକୁ ବଢିବାକୁ ସାହାର୍ଯ୍ୟକରେ ।।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ.-ସାହିତ୍ଯରେ ବୟସ ଏକ ମାପକ ନୁହେଁ । ମନର ଭାଷା ହିଁ ସାହିତ୍ୟ , ଚିନ୍ତା ଚେତନା ର ସୁମିଷ୍ଟ ଫଳ ହେଉଛି ସାହିତ୍ୟ । ଆମେ ଯେତେ ଅଧିକ ପଢିବା ଆମେ ସେତେ ଅଧିକ ଜାଣିପାରିବା। ତେବେ ପଢିବା ଆଉ ଲେଖା ଲେଖି କରି ସାରସ୍ବତୀୟ ସୃଜନଶୀଳତାର ପରିଚୟ ଦେବାରେ ବୟସର ଭୂମିକା କିଛି ନାହିଁ। ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ.-ଭାଷା ସାହିତ୍ୟର ଉନ୍ନତି ପାଇଁ ସୂର୍ଯ୍ୟୋଦୟ ପରିବାର ଅନେକ କିଛି ଚିନ୍ତା କରୁଛି ଆମ ପାଇଁ। ଏଠାରେ ଯୋଡ଼ି ହେବା ମୋ ପାଇଁ ବହୁତ ବଡ଼ କଥା। ଖୁବ ଖୁସି ଅଛି ତଥା କୃତଜ୍ଞତା ଜଣାଉଛି ସୂର୍ଯ୍ୟୋଦୟ ପରିବାର କୁ ମୋତେ ଏହି ମହାନ ସାରସ୍ବତୀୟ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ କରିଥିବାରୁ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ.-ସୂର୍ଯ୍ୟୋଦୟ ଭାଷା ସାହିତ୍ଯ ପ୍ରତିଷ୍ଠାନ ଏକ ଅନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ ସାରସ୍ୱତ୍ୱ ଅନୁଷ୍ଠାନ ଟିଏ ଏଥିରେ ସମସ୍ତେ ପରସ୍ପର ପ୍ରତି ସ୍ନେହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭଲପାଇବା ବାଣ୍ଟିବାରେ ଓସ୍ତାଦ। ମୁଁ ଏଠାରେ ସମ୍ପୂର୍ଣ୍ଣ ନୂଆ ଯେତେଦିନ ଧରି ଯୋଡି ହେଲିଣି ଅନେକ କିଛି ଶିଖିପାରିଛି ଆଗକୁ ଆହୁରି ଶିଖିପାରିବି ବୋଲି ମୋର ଆଶା ଆଉ ବିଶ୍ୱାସ ରହିଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ସୂର୍ଯ୍ୟୋଦୟ ପରିବାରର ସମ୍ମାନସ୍ପଦ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ଭାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଁ ଏହି ସୁନ୍ଦର ପରିବାର ର ଅଂଶ ହୋଇପାରିଲି। ସାହିତ୍ୟ ଆମକୁ ଅନେକ କିଛି ଶିଖାଇବାର କ୍ଷମତା ରଖେ। ତେଣୁ ଭାଷା ସାହିତ୍ୟର ଆବଶ୍ୟକତା ଆମ ବ୍ୟକ୍ତିଗତ ଜୀବନ ରେ ଅନେକ ମହତ୍ତ୍ୱ ରଖେ।।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର- ସାହିତ୍ୟ ବିନା ଏ ଜୀବନ ମୂଲ୍ଯ ହୀନ ଅଟେ। ସାହିତ୍ୟ ହିଁ ମୋ ସବୁକିଛି ସାହିତ୍ୟ ସୃଷ୍ଟି କରିପାରେ ଇତିହାସ ସାହିତ୍ୟ ସୃଷ୍ଟି କରିପାରେ ଏକ ନୂଆ ସମାଜ ସାହିତ୍ୟ ସବୁବେଳେ କିଛି ଶିଖିବାର ଜଣେଇବାର ଉଦ୍ଦେଶ୍ୟ ରଖି ଥାଏ ।
ସୂର୍ଯ୍ୟୋଦୟ ଠାରୁ ମୋ ଆଶା ରହିଛି ଯେଉଁ ବଣ ମଲ୍ଲୀ ବଣରେ ହଜି ଯାଉଛନ୍ତି ତାଙ୍କୁ ବିକଶିତ କରିବାରେ ସହାୟ ହେଉ ଓ ନବ ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହିତ ଏକ ନୂତନ ନବ ସାହିତ୍ୟ ସୃଷ୍ଟି କରିବ ଏହାହିଁ ଆଶା ଆଉ ବିଶ୍ବାସ ବି ରହିଛି। ସୂର୍ଯ୍ୟୋଦୟ ନିଶ୍ଚିତ ଭାବରେ ବହୁ ଆଗକୁ ନେଇ ଯିବ ସମସ୍ତଙ୍କୁ।।


ସ୍ନେହର ମନ୍ମୟୀ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

19 thoughts on “Lets talk with our youngest writer, “Manmayee Mohapatra” hails from Jajpur, district of Odisha for SLF Literary Youth Icon Award contest-. 2023

  1. ଉତ୍ତର ସବୁ ହୃଦୟ ସ୍ପର୍ଶୀ ❤️

    “ସାହିତ୍ୟ ହିଁ ସୃଷ୍ଟି କରିପାରେ ଇତିହାସ, ସାହିତ୍ୟ ହିଁ ସୃଷ୍ଟି କରିପାରେ ଏକ ନୂଆ ସମାଜ…”
    ଏଁ ଧାଡ଼ିଟି ଛୁଇଁଲା ବହୁତ ❤️
    ସାହିତ୍ୟ ଜୀବନ ଲମ୍ବା ହେଉ

  2. ଆପଣଙ୍କ ମତାମତ ପାଇ ବହୁତ୍ ଖୁସି ହେଲି ଆପଣମାନଙ୍କ ଭଲ ପାଇବା ସବୁବେଳେ ରହିଥାଉ
    ହୃଦୟରୁ ଧନ୍ୟବାଦ ❤

  3. ସତରେ ସାହିତ୍ୟ ସୃଷ୍ଟି କରିପାରେ ଇତିହାସ ପୁଣି ସାହିତ୍ୟ ସୃଷ୍ଟି କରିପାରେ ଏକ ନୂଆ ସମାଜ। ସାହିତ୍ୟ ସବୁବେଳେ କିଛି ଶିଖିବାର ଓ ଶିକ୍ଷାଦେବାର ଉଦ୍ଦେଶ୍ୟ ରଖିଥାଏ । ଏକ ଯୁବ ସାହିତିକ ଭାବରେ ଆପଣଙ୍କ ସୁନ୍ଞର ରଚନା ଦ୍ବାରା ନୂତନ ସମାଜ ଗଢନ୍ତୁ,ଏଥି ପାଇଁ ଢେର୍ ସାରା ଶୁଭେଚ୍ଛା ଦୂରରୁ ପଠାଇ ଦେଉଛି।

Leave a Reply

Your email address will not be published. Required fields are marked *