April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young and dynamic poetess, “Urmila Gouda” hails from Kalahandi, district of Odisha for SLF Literary Youth Icon Award contest-. 2023

Lets talk with a young and dynamic poetess, “Urmila Gouda” hails from Kalahandi, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ-ଉର୍ମିଳା ଗଉଡ଼
ପିତାଙ୍କ ନାମ-ଶ୍ରୀଯୁକ୍ତ ବସୁ ଗଉଡ଼
ମାତାଙ୍କ ନାମ-ଶ୍ରୀମତୀ ପିରବତୀ ଗଉଡ଼
ଜନ୍ମ ତାରିଖ-୨୦.୦୭.୧୯୯୯
ଘର ଠିକଣାବ୍ଲକ୍-କେସିଙ୍ଗା,ଗ୍ରା଼/ପୋ-ବାଲସି
ଜିଲ୍ଲା-କଳାହାଣ୍ଡି
ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ଦୁଇ (କଳା)
ଇ-ମେଲ୍ ଠିକଣା- [email protected]
ମୁଖପୁସ୍ତିକା-https://www.facebook.com/angel.urmi.946517?mibextid=ZbWKwL


ସ୍ନେହର ଉର୍ମିଳା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ବାଲ୍ୟକାଳରୁ ହିଁ ମୋର ସାହିତ୍ୟ ପ୍ରତି ରୁଚି ରହିଥିଲା। ସାହିତ୍ୟର ଶବ୍ଦ ଚାତୁରୀ ଓ ଭାବରେ ଭାବପ୍ରବଣତା ହୋଇ ଲେଖିବାକୁ ଚେଷ୍ଟାକଲି କିନ୍ତୁ ନିଷ୍ଫଳ ହେଲି । କବିତା ଲେଖିବା ମୋତେ ଆସୁନଥିଲା କିନ୍ତୁ ଭାବନା ଓ ଶବ୍ଦ ସବୁ ଉଙ୍କି ମାରୁଥିଲେ ଯାହାର ପରବର୍ତ୍ତୀ ସମୟରେ ପରିସ୍ଫୁଟନ ହୋଇଥିଲା । ଯେହେତୁ ମୁଁ ପ୍ରକୃତିକୁ ବେଶୀ ଭଲପାଏ ସେଥିପାଇଁ ପ୍ରକୃତିକୁ ନେଇ ମୁଁ ମୋର ପ୍ରଥମ କବିତା ଲେଖିଥିଲି । ପ୍ରାୟ ଅଢେ଼ଇ ବର୍ଷ ହେବ ମୁଁ ସାହିତ୍ୟ ଭାବରେ ବାନ୍ଧି ହୋଇଯାଇଛି ଆଉ ଗୋଟିଏ ସାରସ୍ବତୀୟ ଜୀବନ ବଞ୍ଚୁଛି ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ପାରିବାରିକ ଆର୍ଥିକ ସମସ୍ୟା କାରଣରୁ ମୁଁ ମୋର ପଢା ଅଧାରୁ ଛାଡ଼ିଦେଲି କିନ୍ତୁ ସାହିତ୍ୟର ସମ୍ମୋହନ ମୋତେ ଆକର୍ଷିତ କରିଛି । ସାହିତ୍ୟ ସମାଜର ଏକ ଅଙ୍ଗ । କବିର ଲେଖନୀ ଚାଳନା ସମାଜରୁ କୁସଂସ୍କାର, ଦୁର୍ନୀତି ଦୂର କରି ଭାଷାର ପ୍ରଚାର ଓ ପ୍ରସାର କରିବାରେ ସକ୍ଷମ ହୋଇଥାଏ ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ସାହିତ୍ୟ ସାଧନାରେ ବ୍ରତୀ ହେବାପରେ ମୋ ରଚନା ବିଷୟରେ ଜାଣି ବାପା ବହୁତ ଖୁସି ଅଛନ୍ତି । ମୋ ମାଆ ନିରକ୍ଷର ତେଣୁ ମୁଁ ମୋ କବିତା ବୋଲି ମାଆକୁ ଶୁଣାଏ ।ମାଆ ମୋ କବିତା ଶୁଣି ଖୁସି ହୁଅନ୍ତି ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ମୋତେ ପ୍ରୋତ୍ସାହିତ କରିଛି । ଯେହେତୁ ମୁଁ ପ୍ରକୃତି ପ୍ରିୟା ତେଣୁ ତାଙ୍କର ପ୍ରାକୃତିକ ଦୃଶ୍ୟକୁ ନେଇ ରଚିତ କବିତାର ଶବ୍ଦ ଚାତୁରୀ ଓ କାବ୍ୟିକ ଶୈଳୀରେ ବିମୋହିତ ହୋଇଯାଏ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ମୁଁ ନିଜକୁ ଅଧିକ ଭାବରେ କବିତାରେ ବ୍ୟକ୍ତ କରିଛି ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ।
ଗଳ୍ପ ଓ କବିତା ଲେଖିଲାବେଳେ ଆମକୁ ପାଠକୀୟ ଅଭିମତ ଓ ଶବ୍ଦ ତ୍ରୁଟି ଉପରେ ଧ୍ୟାନ ଦେବାକୁ ହେବ । ଲେଖା ଯେମିତି ସାମାଜିକ କ୍ଷେତ୍ରରେ ସର୍ବଜନଗ୍ରାହ୍ୟ ହେଉଥିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
କବିତା ଓ ଗଳ୍ପ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ। କବିତା ଅଳ୍ପରେ ଅନେକ କିଛି କହିଥାଏ କିନ୍ତୁ ଗଳ୍ପର ବିସ୍ତାରିତ ରୂପ ଥାଏ । କବିତା ଛାନ୍ଦ ଯୁକ୍ତ,ଅଳଙ୍କାରିକ ଓ ଉଚ୍ଚକୋଟୀର ଶବ୍ଦରେ ରଚନା କରାଯାଏ କିନ୍ତୁ ଗଳ୍ପରେ ସରଳ ଭାଷା ଓ ଆଞ୍ଚଳିକ ଭାଷାର ପ୍ରୟୋଗ କରାଯାଇଥାଏ ।ଉଭୟରେ ଭାବନା ନିହିତ ଥାଏ ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଓ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି ଏକଥା ସତ, କାରଣ ଗଳ୍ପରେ ଅନେକ ଚରିତ୍ରର ଚିତ୍ରଣ କରାଯାଇଥାଏ କିନ୍ତୁ କବିତାରେ ନିର୍ଦ୍ଦିଷ୍ଟ ଚରିତ୍ରର ଚିତ୍ରଣ କରାଯାଇଥାଏ। ମୁଁ ଅନୁଭବ କରିଛି ମୋତେ ମୋ କବିତାର ଚରିତ୍ରମାନେ ଏମିତି ଭାବେ ସମ୍ମୋହିତ କରନ୍ତି କି ସେମାନଙ୍କୁ ଛାଡ଼ି କୁଆଡେ ଯିବାପାଇଁ ଇଚ୍ଛା ହୁଏନାହିଁ। ସେମାନଙ୍କ ସହ ସମୟ ବିତେଇବାକୁ ହିଁ ଭଲଲାଗେ ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଚର୍ଚ୍ଚା ଚାଲିଛି କିନ୍ତୁ ଏହା ସମସ୍ତଙ୍କ ଭ୍ରମ କାରଣ ରାଧାନାଥ ଯୁଗ ହେଉ ବା ପଞ୍ଚସଖା ଯୁଗ ଯାହାଙ୍କ ସମୟରେ କବିତା ସୃଜନ ହୁଏ ସେହି ସମୟରେ ତାହା ଆଧୁନିକତାର ଆଖ୍ୟା ପାଏ । ଯୁବ ସାରସ୍ବତ ପ୍ରେମୀ ଭାବରେ ମୋତେ ମୋ କବିତା ଆଧୁନିକ ପରି ମନେହୁଏ ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ପୁରାତନ କାଳରେ କରାଯାଇଥିବା ଭାଷାପ୍ରୀତି ଆନ୍ଦୋଳନର ପ୍ରଭାବରେ ଭାଷାର ପ୍ରଚାର ପ୍ରସାର ଓ ଉନ୍ନତି ସାଧନ ହେଉଥିଲା କିନ୍ତୁ ସାମ୍ପ୍ରତିକ ସମାଜରେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିକୁ ଅନୁସରଣ କରି ନବାଗତ ପିଢ଼ି ପାଶ୍ଚାତ୍ୟ ଭାଷା ଶିକ୍ଷା ଗ୍ରହଣ କରୁଛନ୍ତି ତେଣୁ ଭାଷା ପ୍ରଚାର ଓ ଭାଷାର ଉନ୍ନତି ସମ୍ଭବ ସୋଇପାରୁନାହିଁ ।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଜଣେ ସାରସ୍ବତ ପ୍ରେମୀ ଭାବରେ ମୁଁ ମୋ କବିତା ଓ କଳାକୁ ନେଇ ଗର୍ବ ଅନୁଭବ କରେ । କବିତା ଲେଖିବା ବେଳେ ଏକ ସୁଖଦ ଅନୁଭୂତି ହୁଏ। ମୁଁ ଏକ ବ୍ୟସ୍ତ ବହୁଳ ଜୀବନ ବଞ୍ଚେ ତଥାପି ସମୟ ବାହାର କରି କବିତା ଲେଖିପକାଏ । କବିତା ଲେଖି ସାରିବା ପରେ ବାରମ୍ବାର ପଢେ ଓ ସମ୍ମୋହିତ ହୋଇଯାଏ ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟ ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ସୁସମ୍ପର୍କରେ ବାନ୍ଧି ରଖିଥାଏ । ସାହିତ୍ୟ ଦ୍ଵାରା ଜାତୀୟ ଓ ଅର୍ନ୍ତଜାତୀୟ ଭାଷା ପ୍ରତିଷ୍ଠାନ ଓ କବିମାନଙ୍କ ଭିତରେ ସମ୍ପର୍କ ସ୍ଥାପନ ହୋଇଥାଏ ଯାହାଦ୍ଵାରା ଭାଷାର ପ୍ରଚାର ପ୍ରସାର ଓ ଉନ୍ନତି ହୋଇଥାଏ ।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକଙ୍କ ଖୁବ୍ ନିକଟତର । ପତ୍ରିକା ହେଉ ବା ସୋସିଆଲ ମିଡ଼ିଆ ଏବେ ଅତି ସହଜରେ କ୍ଷୁଦ୍ରଗଳ୍ପ ପାଠକଙ୍କ ନିକଟକୁ ପହଞ୍ଚି ପାରୁଛି ଆଉ କ୍ଷୁଦ୍ରଗଳ୍ପର ପସନ୍ଦିତା ବୃଦ୍ଧି ପାଇବାରେ ଲାଗିଛି ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ କାରଣ ସାହିତ୍ୟ ଅନ୍ଧ ସମାଜର ଲଉଡି ସଦୃଶ । ସାହିତ୍ୟ ସବୁବେଳେ କୁସଂସ୍କାର ଓ ସାମାଜିକ ଶୃଙ୍ଖଳା ପ୍ରତି ସମାଜକୁ ସଜାଗ କରିଆସୁଛି ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଯେତେବେଳେ ଜଣେ କବି ଗୋଟିଏ କବିତା ଲେଖି ସାରିବା ପରେ ଯଦି ଜାଣିପାରେ ତା’ର କବିତାଟି ସେତେ ଭଲ ହୋଇପାରିନି ସେତେବେଳେ ତାହାର ମୁହୁର୍ତ୍ତ ଟି ଅତି ଦୁଃଖରେ କଟେ । ମୁଁ ମୋର ନିଜସ୍ବ ଅଭିଜ୍ଞତାରୁ କହୁଛି ମୁଁ ମୋ ଲେଖାକୁ ପଢି ଭଲ ହୋଇନଥିବା ପରି ଲାଗିଲେ ସେଇ ଲେଖାକୁ ବାରମ୍ବାର ପଢେ ଓ ତାକୁ ସୁଧାରିବାକୁ ଚେଷ୍ଟା କରେ ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
“ସାହିତ୍ୟର ସହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ ।”ଏହା ସମ୍ପୂର୍ଣ୍ଣ ଠିକ କାହିଁକି ନା ଜୀବନ ର ଯେକୋୖଣସି ବୟସରେ ସାହିତ୍ୟ ସହିତ ବନ୍ଧୁତା ହୋଇଯାଇଥାଏ । ସାହିତ୍ୟ ଜୀବନର ସଖା ସାଜି ରହିଥାଏ ଓ ମଶାଣି ପର୍ଯ୍ୟନ୍ତ ଯାଇଥାଏ । ମୃତ୍ୟୁପରେ ମଧ୍ୟ ସାହିତ୍ୟ ଅଲିଭା ଅକ୍ଷର ହୋଇ ରହିଯାଇଥାଏ ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ମୋତେ ଏକ ସ୍ବତନ୍ତ୍ର ସୁଯୋଗ ମିଳିଛି । ଏହା ମୋତେ ଅଧିକ ମାତ୍ରାରେ ଖୁସି ତଥା ପ୍ରଭାବିତ କରିପାରିଛି । ଏହା ମୋ ପାଇଁ ଗର୍ବର ବିଷୟ ।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ହେଉଛି, ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତାରେ ଅନେକ କବି ଲେଖକ ଦେଶ ବିଦେଶରୁ ଆସି ଏକତ୍ର ମିଳିତ ହୁଅନ୍ତି । ସମସ୍ତଙ୍କ ସହ ସାକ୍ଷାତକାର ହୁଏ । ସମସ୍ତେ ସମସ୍ତଙ୍କ ଲେଖା ପ୍ରତି ଅବଗତ ହୁଅନ୍ତି । ସେଥିପାଇଁ ଓଡ଼ିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ମୁଁ ଏହି ପ୍ରତିଯୋଗିତା ପାଇଁ ଆଗ୍ରହୀ ହେଲି ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପରିବାରକୁ ମୁଁ ମୁଖପୁସ୍ତିକାରେ ଦେଖିଥିଲି ଓ ସେଥିରେ ଯୋଗଦେଇଥିଲି । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ ଶ୍ରୀମାନ ମନୋଜ ପଣ୍ଡା (ପ୍ରିୟ ମନୋଜ ଭାଇ) ମୋତେ ଏହି ପ୍ରତିଷ୍ଠାନ ବିଷୟରେ ସବୁକିଛି ଅବଗତ କରାଇଥିଲେ ।ଆମର ଆର୍ଥିକ ସମସ୍ୟା ଥିବାରୁ ମୁଁ ସିଲେଇ କାମରେ ସର୍ବଦା ବ୍ୟସ୍ତ ଥାଏ। ଭାବନା ଓ ଶବ୍ଦ ସବୁ ମୋତେ ବାରମ୍ବାର ଲେଖିବା ପାଇଁ ବାଧ୍ୟ କରୁଥାନ୍ତି ଓ ସାହିତ୍ୟ ମୋତେ ଆକର୍ଷିତ କରୁଥାଏ । ତେଣୁ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି ସାହିତ୍ୟକୁ ସମୟ ଦିଏ ଓ କବିତା ଲେଖି ପକାଏ ।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ମୁଁ ମୋର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି । ମୋ ଲେଖାକୁ ଲୋକଲୋଚନକୁ ଆଣିବା ସହିତ ଭାଷାର ପ୍ରଚାର,ପ୍ରସାର ଓ ଉନ୍ନତି କରିବା ମୋର ଲକ୍ଷ୍ୟ । ମୁଁ ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଛି । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ମୋତେ ଏତିକି ସହଯୋଗ କରିବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି ।

 

ସ୍ନେହର ଉର୍ମିଳା !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

One thought on “Lets talk with a young and dynamic poetess, “Urmila Gouda” hails from Kalahandi, district of Odisha for SLF Literary Youth Icon Award contest-. 2023

  1. ପ୍ରକୃତି ପ୍ରେମୀ ପୁଣି ଯୁବ କବି।ଆପଣଙ୍କ ମତରେ କବିର ଲେଖନୀ ଚାଳନା ସମାଜରୁ କୁସଂସ୍କାର, ଦୁର୍ନୀତି ଦୂର କରି ଭାଷାର ପ୍ରଚାର ଓ ପ୍ରସାର କରିବାରେ ସକ୍ଷମ ହୋଇଥାଏ ,ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ସଜାଗ ହେବାକୁ ପଡିବ।ଯାହା ଫଳରେ ଆପଣ ନିଜର ପରିଚୟ ସାହିତ୍ୟ ଜଗତରେ ସୃଷ୍ଟି କରିପାରିବେ ।ନିଜ ଲେଖାକୁ ଲୋକଲୋଚନକୁ ଆଣିବା ସହିତ ଭାଷାର ପ୍ରଚାର,ପ୍ରସାର ଓ ଉନ୍ନତି କରିବା ଲକ୍ଷ୍ୟ ଆପଣଙ୍କର ନିଶ୍ଚୟ ପୂରଣ ହେବ,ସେଥିପାଇଁ ଆପଣଙ୍କୁ ବହୁ କଷ୍ଟ ମଧ୍ୟ କରିବାକୁ ପଡିବ।ନିଜ ଲକ୍ଷ୍ୟର ପଥରେ ଚାଲିବା ପାଇଁ ଢେର୍ ସାରା ଶୁଭେଚ୍ଛା ଭଉଣୀ।

Leave a Reply

Your email address will not be published. Required fields are marked *