Lets talk with a most talented youngest writer, Story Teller, Convenor and Author “Laxmipriya Behera” hails from Byasabhumi Balasore, district of Odisha for SLF Literary Youth Icon Award contest-. 2023
**ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଲକ୍ଷ୍ମୀପ୍ରିୟା ବେହେରା..
ପିତାଙ୍କ ନାମ- ରମାକାନ୍ତ ବେହେରା..
ମାତାଙ୍କ ନାମ-ସୁନୀତା ବେହେରା..
ଜନ୍ମ ତାରିଖ-୧୩ ଜାନୁୟାରୀ ୧୯୯୭
ଘର ଠିକଣା-ଗ୍ରାମ: କମାରପାଳ,
ବ୍ଲକ୍: ଔପଦା,
ଜିଲ୍ଲା: ବାଲେଶ୍ବର..
ଶିକ୍ଷାଗତ ଯୋଗ୍ୟତା- D.El.Ed, PGDCA, ସ୍ନାତକୋତ୍ତର ପ୍ରଥମ ବର୍ଷ (ଓଡ଼ିଆ)
ଇ-ମେଇଲ୍ ଠିକଣା-
[email protected]
ମୁଖପୁସ୍ତିକା /Facebook ଠିକଣା::
https://www.facebook.com/kumari.laxmi.92372?mibextid=ZbWKwL
ସ୍ନେହର ଲକ୍ଷ୍ମୀପ୍ରିୟା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ସାହିତ୍ୟର ସୃଷ୍ଟି ମା’ ଶବ୍ଦର ଉଚ୍ଚାରଣ ରୁ ହିଁ ଆରମ୍ଭ ହୋଇଥାଏ.. ତେବେ, ମୋର ମଧ୍ୟ..ଏବଂ ଏହା ପରେ ବିଦ୍ୟାଳୟ ସ୍ତରରେ ମୁଁ ଅନେକ ଗଳ୍ପ, କବିତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲି.. ପୁଣି କିଛି ଦିନର ବ୍ୟବଧାନ ପରେ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ତାଲିମ୍ ନେବା ସମୟରେ ଅଧିକରୁ ଅଧିକ ସାହିତ୍ୟ ସାଧନାରେ ନିୟୋଜିତ ହୋଇଥିଲି ଏବଂ ପୁଣି କିଛି ଦିନର ବ୍ୟବଧାନ ପରେ ସୋସିଆଲ ମିଡିଆ ଜରିଆରେ କିଛି ସାହିତ୍ୟ ପ୍ରେମୀଙ୍କୁ ବନ୍ଧୁ ରୂପେ ପାଇ ନିଜକୁ ସାହିତ୍ୟ ଜଗତରେ ସମ୍ପୂର୍ଣ ରୂପେ ନିୟୋଜିତ କଲି.. ସଂକ୍ଷେପରେ କହିବାକୁ ଗଲେ ଦୀର୍ଘ ୨ବର୍ଷ ତଳୁ ମୁଁ ସାହିତ୍ୟ ସାଧନାରେ ବ୍ରତୀ ହୋଇ ରହି ସାହିତ୍ୟର ଭାବରେ ବାନ୍ଧି ହୋଇ ଗୋଟିଏ ରଚନାତ୍ମକ ସାରସ୍ଵତୀୟ ଜୀବନ ଜିଁଇବାକୁ ଲାଗିଲି..।।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ମୁଁ ଏକ ମଧ୍ୟବିତ୍ତ,ରକ୍ଷଣଶୀଳ ପରିବାରର ପିଲା.. ପ୍ରଥମେ ମୋତେ ମୋର ପାଠ ପଢା ସହିତ ମୋ ପରିବାରର ଦାୟିତ୍ଵ ସମ୍ଭାଳିବାକୁ ହୁଏ.. ତେଣୁ ନିଜକୁ ମୁଁ ସାହିତ୍ୟ ସାଧନା ସହିତ ଅଧିକ ସମୟ ଦେଇପାରେ ନାହିଁ.. ମାତ୍ର, ପ୍ରତ୍ୟେକ ଦିନ ମୁଁ କିଛି ସମୟ ପାଇଁ ହେଉ ପଛେ ସାହିତ୍ୟ ସାଧନା ସହିତ ବୁଡି ରହେ.. ପ୍ରତ୍ୟେକ ଦିନ କିଛି ନୂଆ ଶିଖିବା ଏବଂ କରିବାର ଇଛା ହିଁ ମୋତେ ସାହିତ୍ୟର ମାର୍ଗରେ ପାଦ ଥାପିବାକୁ ବାଧ୍ୟ କରିଦିଏ..😊
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଯଦିଓ ପୂର୍ବରୁ ମୋ ପରିବାରରେ କେହି ବି ସାହିତ୍ୟ ସାଧନା କରିନଥିଲେ.. କିନ୍ତୁ, ସେମାନଙ୍କର ସାହିତ୍ୟ ପ୍ରତି ଭଲ ପାଇବା ରହିଥିଲା.. ଯେତେବେଳେ ମୁଁ ସାହିତ୍ୟ ସାଧନା ସହିତ ଓତଃପ୍ରୋତ ଭାବେ ଯୋଡ଼ି ହୋଇଗଲି ..ସେତେବେଳେ ମୁଁ ସଭିଙ୍କର ଖୁସି, ଆଶୀର୍ବାଦ ଏବଂ ପ୍ରେରଣାକୁ ହୃଦୟଙ୍ଗମ କରିପାରିଛି..
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଫକୀର ମୋହନଙ୍କର “ରେବତୀ” ଗଳ୍ପ ହେଉ କିମ୍ବା ପ୍ରତିଭା ରାୟଙ୍କର “ଯାଜ୍ଞସେନୀ” ମୋତେ ଖୁବ୍ ପ୍ରୋତ୍ସାହିତ କରିଥିଲା.. ଫକୀର ମୋହନ ସେନାପତି ହେଉଛନ୍ତି ମୋର ଆଦର୍ଶ ଲେଖକ ଯିଏ କି ଥିଲେ ଆମ ବାଲେଶ୍ବର ମାଟିର ରଥି..ଯିଏ କି ଓଡ଼ିଶାର ବହୁ ସାମାଜିକ କୁପ୍ରଥା, ଅନ୍ଧବିଶ୍ୱାସକୁ ଦୂର କରିବାକୁ ଯାଇ ନିଜର ଲେଖନୀ ମୁନରେ ସ୍ୱର ଉଠାଇଥିଲେ.. ଯିଏ ଆଜିବି ଆମ ମାନଙ୍କ ନିକଟରେ ଚିର ଅମର ହୋଇ ରହିଛନ୍ତି ଏଵଂ ରହିବେ ମଧ୍ୟ..।।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ନିଜକୁ ସବୁଠାରୁ ଅଧିକ କବିତାରେ ନିୟୋଜିତ କରିଥିଲେ ହେଁ ଗଳ୍ପ, ପ୍ରବନ୍ଧ, ନାଟକ ଏବଂ ଉପନ୍ୟାସ ସହିତ ମଧ୍ୟ ମୁଁ ଅଙ୍ଗାଙ୍ଗୀ ଭାବେ ଜଡିତ । ଏବଂ ଭବିଷ୍ୟତରେ ଏସବୁ ରେ ମଧ୍ୟ ପାରଦର୍ଶିତା ଲାଭ କରିବାର ଚେଷ୍ଟା ଜାରି ରଖିଛି ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
କବିତା ଗୁଡ଼ିକ ଲେଖିବାବେଳେ ଯଦି ତାହା ଛନ୍ଦ ଅଳଙ୍କାରଯୁକ୍ତ କରି ଲେଖୁ ତାହା ଶ୍ରୁତି ମଧୁର ହୋଇଥାଏ.. ଏକ ନିରୋଳା ପରିବେଶରେ ନିଜ ଅନୁଭବ ଏବଂ ଅନୁଭୂତିକୁ ସାଉଁଟି ଧରି ଅଳ୍ପ କିଛି ସୁନ୍ଦର୍ ଶଦ୍ଦକୁ ନେଇ ଅନେକ କିଛି ଭାବନାର ପରିପ୍ରକାଶ କରି ହୁଏ.. ଏବଂ ଗଳ୍ପ ଲେଖିବା ବେଳେ କାହାଣୀରେ ଟୁଇଷ୍ଟି ଓ ସସ୍ପେନ୍ସ ରଖିବା ଜରୁରୀ..ଯାହା ଦ୍ଵାରାକି ଜଣେ ବ୍ୟକ୍ତିର ମନରେ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି ହେବ.. ଏବଂ ହଁ ଗଳ୍ପ ହେଉ କି କବିତା ଯଦି ସେଥିରେ ଆମେ କିଛି ଶିକ୍ଷଣୀୟ ତଥ୍ୟ (ପାରିବାରିକ ହେଉ କି ସାମାଜିକ ) ଦେଇପାରିବା.. ତେବେ, ତାହା ଅଧିକ ସୁନ୍ଦର୍ ଲାଗିବ ନିଶ୍ଚୟ..
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ସାମ୍ୟ କଥା କହିବାକୁ ଗଲେ,
କବିତା ଏବଂ ଗଳ୍ପ ଉଭୟରେ ମନର ଭାବକୁ ହିଁ ପ୍ରକାଶ କରାଯାଏ..
ଉଭୟରେ ଲକ୍ଷ୍ୟ ସମାନ ହୋଇପାରେ..
ମାତ୍ର,
ବୈଷମ୍ୟ କଥା କହିବାକୁ ଗଲେ
କବିତାରେ ସଂକ୍ଷିପ୍ତ ଭାବେ ବର୍ଣ୍ଣନା କରିବାକୁ ପଡୁଥିଲା ବେଳେ, ଗଳ୍ପରେ ବିକ୍ଷିପ୍ତ ଭାବେ ବର୍ଣ୍ଣନା କରିବାକୁ ପଡେ, କବିତାରେ ଶଦ୍ଦ ସବୁ ପଦ୍ୟ ଆକାରରେ ଏବଂ ଗଳ୍ପରେ ଶବ୍ଦ ସବୁ ଗଦ୍ୟ ଆକାରରେ ଲେଖିବାକୁ ପଡେ..।।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଆଜ୍ଞା ହଁ, ନିଶ୍ଚୟ.. ଗଳ୍ପ ଏବଂ କବିତାରେ ଚରିତ୍ର ଚିତ୍ରଣ କରିବାରେ ଅନେକ ପାର୍ଥକ୍ୟ ରହିଥାଏ.. କବିତାରେ ଶଦ୍ଦର ଚାତୁର୍ଯତାକୁ ନେଇ ଅଳଙ୍କାରିକ ଭାବେ ଚରିତ୍ର ଚିତ୍ରଣ କରିବାକୁ ପଡୁଥିଲା ବେଳେ ଗଳ୍ପରେ ଏକ ନିର୍ଦ୍ଦିଷ୍ଟ ଚରିତ୍ର ସଂପର୍କରେ ଅନେକ ବ୍ୟାଖ୍ୟା କରିବାକୁ ପଡ଼ିଥାଏ..।।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଆଧୁନିକତା ନାଁ ରେ ପୁରାତନକୁ ଭୁଲି ଯିବା ଜମା ବି ଠିକ୍ କଥା ନୁହଁ.. ଆଧୁନିକତା ନାଁ ରେ ଅଶ୍ଳୀଳତାକୁ ଆପଣେଇନେବା ବର୍ତ୍ତମାନର ଏକ ଜଟିଳ ସମସ୍ୟା ପାଲଟିଗଲାଣି.. ତେଣୁ, ପୁରାତନ ଏବଂ ଆଧୁନିକତା ଉଭୟକୁ ସାଥିରେ ଧରି ସୁମାର୍ଗରେ ଆମକୁ ଆଗେଇ ଯିବାକୁ ପଡିବ.. ପୁରାତନର ସେ ଛନ୍ଦ ଅଳଙ୍କାରକୁ ଆମକୁ ଜୀବନ୍ତ ରଖି ଆମ ଭାଷା ସାହିତ୍ୟକୁ ସୌନ୍ଦର୍ଯ୍ୟପୂର୍ଣ୍ଣ ମଧ୍ୟ କରିବାକୁ ପଡିବ..
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ପୂର୍ବ କାଳରେ ଓଡ଼ିଆ ଭାଷାର ବିକାଶ ନିମନ୍ତେ ଓଡ଼ିଆ ସାହିତ୍ୟ ଜଗତର ରଥି ମହାରଥି ଗଣଙ୍କର ଅଦମ୍ୟ ପ୍ରୟାସ “ଭାଷା ପ୍ରୀତି ଆନ୍ଦୋଳନ” ଏକ ସଫଳ ରୂପାୟନ ଦେଇଥିଲା ..ଭାଷା ପ୍ରୀତି ଆନ୍ଦୋଳନ ଯୋଗୁଁ ହିଁ ଆମ ଓଡ଼ିଆ ଭାଷାକୁ ତା’ ନିଜର ପରିଚୟ ମିଳିଥିଲା ମାତ୍ର, ଆଜିର ସମାଜ ପାଶ୍ଚାତ୍ୟ ସଭ୍ୟତା ସହିତ ଇଂରେଜ ଭାଷାକୁ ମଧ୍ୟ ଆପଣେଇବାରେ ବ୍ୟସ୍ତ .. ଓଡ଼ିଆ କହିବାକୁ କି ଲେଖିବାକୁ ଏମାନେ ଭାରି କୁଣ୍ଠା ବୋଧ..ଯଦି କିଏ ଟିକିଏ ଇଂରାଜୀ ରେ କହିଦେଉଛି ସେ ଭାବୁଛି ମୁଁ ବେଶୀ ଶିକ୍ଷିତ, ଯାହାକି ବାସ୍ତବତା ଆଦୌ ବି ନୁହଁ..ମୁଁ ତ କହିବି ଯିଏ ଆମ ମାତୃଭାଷାକୁ ଭଲ ପାଇ ଶିଖିନି, ସମ୍ମାନ ଦେଇ ଜାଣିନି ତା ଠାରୁ ବଡ ଅଜ୍ଞାନୀ ବୋଧ ହୁଏ କେହି ନଥିବେ..ତେବେ, ଓଡ଼ିଆକୁ ଭଲ ପାଉଥିବା ମଣିଷଙ୍କର ମଧ୍ୟ ଅଭାବ ନାହିଁ..ଯଦି, ସମସ୍ତେ ମିଶି ପୁଣି ଥରେ ଓଡ଼ିଆ ଭାଷାର ବିକାଶ ଦିଗରେ ସ୍ଵର ଉଠେଇ ପାରିବା, ସଭିଙ୍କ ମନରେ ଭାଷା ସାହିତ୍ୟ ପ୍ରତି ଅହେତୁକ ଭଲ ପାଇବା ଜାଗ୍ରତ କରିପାରିବା.. ତା’ ଠାରୁ ବଳି ଖୁସିର କଥା ଆଉ କିଛି ବି ରହିବ ନାହିଁ ଆମ ପାଇଁ..।।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ସବୁଠୁଁ ଅଧିକ ଖୁସି ମୁଁ ସେଦିନ ହୋଇଥିଲି ଯେଉଁ ଦିନ ସାହିତ୍ୟ ଜଗତରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଥିଲି.. ସାହିତ୍ୟ ସାଧନାରେ ଅନେକ ଅନୁଷ୍ଠାନରୁ ମୁଁ ପ୍ରଶଂସିତ ଏହା ସତ..ତେବେ, ପ୍ରଥମ କରି ଯେତେବେଳେ ମୁଁ ଏକ ସାହିତ୍ୟ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଅତିଥି କବି ରୂପେ ମଞ୍ଚ ଉପରେ ବସିବାର ସୌଭାଗ୍ୟ ଅର୍ଜନ କରିଥିଲି.. ଏବଂ ତତ୍ ସହିତ ମୋର ବାପା ମା’ଙ୍କ ସମ୍ବଧରେ କେଇପଦ କହିବାର ସୁଯୋଗ ପାଇଥିଲି.. ତାହା ଥିଲା ମୋ ପାଇଁ ସବୁଠାରୁ ଖୁସିର ଦିନ..।।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଜଗତିକରଣ ଓ ବିଶ୍ୱାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟ ଜଗତ ଧିରେ ଧିରେ ଆଗକୁ ବଢିବା ସହିତ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛି..
ଏଵଂ ଏହି ପ୍ରକ୍ରିୟା କ୍ରମାଗତ ଭାବେ ଏମିତି ବଢିବା ଦିନେ ନା ଦିନେ ନିଶ୍ଚୟ ଶୁଭ ଫଳ ଆଣି ଦେଵ..।।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ ପାଠକର ଖୁବ୍ ନିକଟତର ହୋଇପାରିଛି.. ସ୍ୱଳ୍ପ ସମୟ ମଧ୍ୟରେ ଅନେକ କିଛି ଜାଣିବା ଏବଂ ସେଥିରୁ କିଛି ଶିଖିବା ପାଇଁ ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ ଏକ ସ୍ଵତନ୍ତ୍ର ଭୂମିକା ହାସଲ କରିପାରିଛି..।।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ସାହିତ୍ୟକ ମନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗିକାରବଦ୍ଧତା ରହିବା ଉଚିତ୍.. ଯଦି ସାହିତ୍ୟକ ମାନେ ସାମାଜିକ ସଂସ୍କାର ଏବଂ ଅନ୍ଧ ବିଶ୍ୱାସକୁ ଦୂରୀଭୂତ କରିବା ନିମନ୍ତେ ସେମାନଙ୍କର ଲେଖନୀ ଚାଳନା କରନ୍ତେ..ତେବେ, ହୁଏତ ଅନେକ କିଛି ସୁଶିକ୍ଷା ଗ୍ରହଣ କରି ଲୋକ ମାନେ ନିଜର ମତ ପରିବର୍ତ୍ତନ କରିବାକୁ ଜାଗ୍ରତ ହୋଇପାରନ୍ତେ..।।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଯେତେବେଳେ ହୃଦୟଙ୍ଗମ କରେ.. ସେହି ମୁହୂର୍ତ୍ତରେ ଟିକିଏ ଦୁଃଖ ଅନୁଭବ ହୁଏ.. କିନ୍ତୁ, ତତ୍ପରେ କବିତାଟିକୁ ମାର୍ଜିତ କରି ସୁନ୍ଦର୍ ଭାବେ ଲେଖିବାକୁ ଚେଷ୍ଟାକରେ.. ଏ ପର୍ଯ୍ୟନ୍ତ ମୋର ସେମିତି କିଛି ଅଭିଜ୍ଞତା ନାହିଁ ଯଦିଓ ମୋ ସାମ୍ନାରେ ଥିବା ଲୋକମାନଙ୍କୁ ମୁଁ ପରଖି ଦେଖିଛି.. କୌଣସି ସୃଷ୍ଟିରେ ଯଦି କିଛି ଭୁଲ୍ ରହିଯାଇଥାଏ ତେବେ ସେମାନେ ତାକୁ ମାର୍ଜିତ କରି ପୁଣି ଥରେ ଲେଖିବାକୁ ଚେଷ୍ଟା କରନ୍ତି..
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ମନ୍ତବ୍ୟଟି ସମ୍ପୂର୍ଣ୍ଣ ରୂପେ ଠିକ୍.. ଉକ୍ତ ମନ୍ତବ୍ୟ ସହିତ ମୁଁ ସଂପୂର୍ଣ୍ଣ ରୂପେ ଏକମତ.. କାରଣ, ସାହିତ୍ୟ ବୟସ ଦେଖେ ନାହିଁ.. ଏହା ତ ଭଗବାନ ଙ୍କର ଏକ ବରଦାନ ସଦୃଶ.. ଏ କଳା ସମସ୍ତଙ୍କ ଠାରେ କେବେ ନଥାଏ.. କେବଳ ଭଗବାନଙ୍କ ର ଆଶୀର୍ବାଦ ସହିତ ଅନୁଭବ, ଅନୁଭୂତି ହିଁ ବିଶେଷ ଭାବରେ ଆମକୁ ସାହିତ୍ୟ ମନସ୍କ କରିଥାଏ..
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ସାହିତ୍ୟ ପ୍ରେମୀ ମାନଙ୍କ ପାଇଁ ଏହା ଏକ ନବୀନ ଦିଗଦର୍ଶନ ସାଜିଅଛି..ଏହି ପ୍ରତିଷ୍ଠାନ ସହିତ ଜଡ଼ିତ ହୋଇ ମୁଁ ଅନେକ ଖୁସି.. ଢେର୍ ସାରା ଭଲପାଇବା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ.. ସର୍ବ ପ୍ରଥମେ ଏଥିପାଇଁ ମୁଁ ହୃଦୟର ଗଭୀର ପ୍ରଦେଶରୁ ଧନ୍ୟବାଦ ଜଣାଇବି ଶ୍ରଦ୍ଧେୟ ମନୋଜ ଭାଇଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଏଠି ଏକତ୍ରିତ.. ଯାହାଙ୍କର ଉଦ୍ୟମ ବଳରେ ଆମେ ଆମ ନିଜକୁ ବିଶ୍ବ ସ୍ତରରେ ପରିଚିତ କରାଇବାରେ ସକ୍ଷମ.. ପୁଣିଥରେ ଆନ୍ତରିକ ଧନ୍ୟବାଦ ସହିତ ସାରସ୍ଵତ ପ୍ରଣାମ ଜଣାଇବି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏବଂ ଏହାର ସମସ୍ତ କର୍ମ କର୍ତ୍ତା ମଣ୍ଡଳୀକୁ.. ଧନ୍ୟବାଦ..🙏🏻
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ପ୍ରଥମତଃ, ଏଠାରେ ଶୃଙ୍ଖଳା ରହିଛି, ସ୍ନେହ, ଭଲପାଇବା ଏବଂ ସମ୍ମାନ ରେ ଭରପୂର ଏ ପରିବାର.. ଯାହା ଅନ୍ୟ ଅନୁଷ୍ଠାନ ମାନଙ୍କରେ ବିରଳ..
ଦ୍ବିତୀୟତଃ, ନୂଆ ନୂଆ ଶୈଳୀ ଏବଂ ବିଶ୍ୱର ସମସ୍ତ ଭାଷାକୁ ଏଠାରେ ଅଗ୍ରାଧିକାର ମିଳୁଛି.. ଯାହା ଫଳରେ ଅନେକ ନୂତନ ତଥ୍ଯ ହାସଲ କରିବାରେ ଆମେ ସକ୍ଷମ ହେଉ ଅଛୁ..
ଏବଂ
ତୃତୀୟତଃ, ଯାହାକି ସବୁଠାରୁ ବଡ କଥା, ଏଠାରେ ଆମେ ଆମର ସୃଷ୍ଟିର ସଂଶୋଧନ/ମାର୍ଜନା କରି ଏକ ନିର୍ଭୁଲ ସୃଷ୍ଟିର ସଂରଚନା କରିବା ନିମନ୍ତେ ପ୍ରେରଣା ପାଇପାରୁଛୁ ଯାହାକି ଅନ୍ୟ କୌଣସି ସାହିତ୍ୟ ଅନୁଷ୍ଠାନରେ ଆମକୁ ଦେଖିବାକୁ ମିଳେ ନାହିଁ..।।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହିତ ମୋର ସଂପୃକ୍ତି ଅଳ୍ପ କେଇଦିନ ହେବ.. ପ୍ରତିଷ୍ଠାତା ମହୋଦୟ(ମନୋଜ ଭାଇ)ଙ୍କ ସହିତ ମେସେଞ୍ଜରରେ ମୋର ପ୍ରଥମ ସାକ୍ଷାତ ଏବଂ ତାଙ୍କ ସହଯୋଗରେ ସମ୍ଭବ ହେଲା.. ବ୍ୟସ୍ତବହୁଳ ଜୀବନ ରେ ସାହିତ୍ୟର ଆବଶ୍ୟକତା ନିଶ୍ଚିତ ରୂପେ ମୋ ଜୀବନରେ ରହିଛି.. ସକାଳର ଶେଯ ତ୍ୟାଗ ଠାରୁ ରାତିର ଶେଯ ଗ୍ରହଣ ପର୍ଯ୍ୟନ୍ତ ସବୁବେଳେ ସବୁ କଥାରେ ହସ ହସ ମୁହଁରେ କେମିତିନା କେମିତି ମୋର ମୂଖରୁ ସାହିତ୍ୟିକ ଶବ୍ଦ ମାନ ନିର୍ଗତ ହେଉଥାଏ.. ମୁଁ ଜାଣି ମଧ୍ୟ ପାରେନି.. ଏହା ସତ ମାତ୍ର, ଏଥିରୁ ହିଁ ଆନ୍ତରିକ ଖୁସି ମିଳିଥାଏ ଏବଂ ସେଥିରୁ ସର୍ବଦା ମୋ ମୁହଁରେ ହସ ଫୁଟି ଉଠିବା ସହିତ ସଭିଙ୍କର ହସର କାରଣ ମଧ୍ୟ ସାଜିଥାଏ..।।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ସାହିତ୍ୟ ହେଉଛି ମୋର ଭଲପାଇବା.. ଏହା ସଦାସର୍ବଦା ସଭିଙ୍କର ମଙ୍ଗଳ ସାଧନ କରି ଆସିଛି.. ଆଜି ଭଳି ସାହିତ୍ୟ ସହିତ ମୋର ସାରା ଜୀବନ ଅତିବାହିତ କରିବାକୁ ଚାହିଁବି.. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହିତ ଆଶା କେବଳ ଏତିକି ରହିବ ଯେ, ଏହା ସଦାସର୍ବଦା ନବ ନବ ପ୍ରତିଭା ଙ୍କୁ ସ୍ଵାଗତ ଜଣାଇ, ସେମାନଙ୍କୁ ସୂଚାରୁ ରୂପେ ଗଢି ସୁମାର୍ଗ ଦେଖାଇବା ସହିତ ବିଶ୍ବ ସ୍ତରରେ ଅନେକ ସୁନାମ ଅର୍ଜନ କରୁ..।।🙏🏻
ସ୍ନେହର ଲକ୍ଷ୍ମୀପ୍ରିୟା !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|
Sundar bhabana
ସାହିତ୍ୟକୁ ଏତେ ଭଲପାଉଛନ୍ତି ବୋଲି ଆପଣଙ୍କର ସାକ୍ଷାତକାରରୁ ଜାଣିବାକୁ ମିଳିଲା।ସାହିତ୍ୟ ସହିତ ସାରା ଜୀବନ ଅତିବାହିତ କରିବାକୁ ଆପଣଙ୍କ ଇଚ୍ଛା ମଧ୍ୟ ପୂରଣ ହେଉ।ଏଥିପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛି।
Thank u SLF..