April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a  most talented youngest writer, Author, Story Teller, Convenor and a shield maiden of Odia Literature “Pujarani Nayak” hails from Jajpur, district of Odisha for SLF Literary Youth Icon Award contest-. 2023

Lets talk with a  most talented youngest writer, Author, Story Teller, Convenor and a shield maiden of Odia Literature “Pujarani Nayak” hails from Jajpur, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
*ପର୍ଯ୍ୟାୟ- ପ୍ରଥମ*
*ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର*

ନାମ – *ପୂଜାରାଣୀ ନାୟକ*
ପିତାଙ୍କ ନାମ– *ରାଜେନ୍ଦ୍ର ନାୟକ*
ମାତାଙ୍କ ନାମ- *ମଞ୍ଜୁଲତା ନାୟକ*
ଜନ୍ମ ତାରିଖ– *୦୩/୦୩/୨୦୦୩*
ଘର ଠିକଣା– *ବଖାଣପୁର, ଜାହାନପୁର*
ଜିଲ୍ଲା– *ଯାଜପୁର*
ଶିକ୍ଷାଗତ ଯୋଗ୍ୟତା- *ଯୁକ୍ତ ତିନି ଶେଷବର୍ଷ(ପ୍ରାଣୀ ବିଜ୍ଞାନ)*
ଇ-ମେଇଲ୍ ଠିକଣା[email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/profile.php?id=100081439955274


ସ୍ନେହର ପୂଜା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

🌼 *ପିଲାବେଳରୁ ସାହିତ୍ୟ ବହିର କବିତା, ଗଳ୍ପ ଏବଂ ଏକାଙ୍କିକା ତଥା “ମୀନା ବଜାର” ପତ୍ରିକା ଏସବୁ ପଢି ଖୁବ୍ ଖୁସି ହେଉଥିଲି।ଛୋଟଛୋଟ ଅନୁଭୂତିକୁ ଡାଏରୀରେ ଲେଖିଦେଉଥିଲି।ସ୍କୁଲ ସମୟରେ କବିତା ପ୍ରତିଯୋଗିତାରେ ଭାଗ ନେଇ ପ୍ରାୟ ପ୍ରଥମ ସ୍ଥାନ ଅଧିକାର କରିବାର ଆନନ୍ଦ ମତେ ଲେଖିବାକୁ ପ୍ରେରଣା ଦେଉଥିଲା…”ଜୀବନ” ଯାହା ଆଜି ମଧ୍ୟ ମୋ ପାଇଁ ଅବୁଝା; ସେହିଠାରୁ ଆରମ୍ଭ କରିଥିଲି କବିତା ଲେଖା। ୨୦୨୦ରୁ ସାହିତ୍ୟ ଜଗତକୁ ଜାଣିଲି। ସେବେଠାରୁ ମୋର ସାହିତ୍ୟ ଜୀବନର ଆୟମାରମ୍ଭ ବୋଲି ଭାବେ।*

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି?

🌼 *ଜୀବନ ଜିଇଁବା ପାଇଁ କେବଳ ନିଜ ଜ୍ଞାନର ପରିସୀମାକୁ ବୃଦ୍ଧି କରି ଆତ୍ମନିର୍ଭରଶୀଳ ହେବା ଯଥେଷ୍ଟ ନୁହେଁ।ତତ୍ ସହିତ ଅନେକ କିଛି ଶିଖିବାକୁ ହୁଏ।ଆମ ସମାଜରସଂସ୍କାର,ସଂସ୍କୃତି,ରୀତିନୀତି,ପରମ୍ପରା ପ୍ରଭୃତି ମୁଁ ସାହିତ୍ୟରୁ ହିଁ ପାଇଛି।ସେଥିପାଇଁ ବୋଧେ ସାହିତ୍ୟ ବିନା ମୋତେ ଦିନଟିଏ ଅସମ୍ପୂର୍ଣ୍ଣ ମନେହୁଏ।ପ୍ରତିଦିନ ପାଠପଢା ସହିତ ଗଳ୍ପ, କବିତାର ପାଠକ ସାଜେ ଏବଂ ନିଜେ ମଧ୍ୟ କିଛି ଲେଖିବାର ପ୍ରୟାସ କରେ।*

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?

🌼 *ସାହିତ୍ୟକୁ ଭଲପାଏ ବୋଲି ତ ଓଡ଼ିଆ ଭାଷାରେ ଦି’ ପଦ କହିପାରେ ଅବା ଲେଖିପାରେ।ସେହି କହିବା ଓ ଲେଖିବା ଗୁଣକୁ ମୋ ବାପାମାଆ ଖୁବ୍ ସମର୍ଥନ କରନ୍ତି।ଲେଖାଟିଏ ପ୍ରକାଶ ପାଇଲେ ପରିବାରର ସମସ୍ତେ ଖୁସି ହୁଅନ୍ତି ଏବଂ ମୋତେ ପ୍ରୋତ୍ସାହିତ କରନ୍ତି।ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ପ୍ରଥମ ଭୂମିକା ମୋ ପରିବାରର।*

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।

🌼 *ମୋର ସାହିତ୍ୟ ପ୍ରେମର କାରଣ ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେଧରଙ୍କ “ତପସ୍ୱିନୀ”, କବିବର ରାଧାନାଥ ରାୟଙ୍କ “ଚିଲିକାରେ ସାୟନ୍ତନ ଦୃଶ୍ୟ”,କବି ଗୋଦାବରୀଶ ମହାପାତ୍ରଙ୍କର “ଉଠ କଙ୍କାଳ” ପରି କିଛି ଅନନ୍ୟ ସୃଷ୍ଟି ସମ୍ଭାର।ଓଡ଼ିଆ ସାହିତ୍ୟର କଥା ସମ୍ରାଟ ତଥା ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ଏବଂ ଆତ୍ମଜୀବନୀର ରଚୟିତା ବ୍ୟାସକବି ଫକୀର ମୋହନ ସେନାପତିଙ୍କ “ଡାକମୁନସୀ” ଭଳି ମର୍ମସ୍ପର୍ଶୀ ଗଳ୍ପଟିକୁ ହୃଦୟରେ ଲିପିବଦ୍ଧ କରିଥିଲି।ଓଡ଼ିଆ ଉପନ୍ୟାସ ସାହିତ୍ୟର ବହୁ ଚର୍ଚ୍ଚିତ “ଛ’ ମାଣ ଆଠ ଗୁଣ୍ଠ” କୁ ଧାରାବାହିକ ମାଧ୍ୟମରେ ଛୋଟବେଳେ ଟେଲିଭିଜନ ପରଦାରେ ଦେଖୁଥିଲି।ସେବେଠାରୁ ବ୍ୟାସେ ମୋର ଆଦର୍ଶ।ତାଙ୍କର ସରଳ ଗାଉଁଲି ଶବ୍ଦ ସବୁ ମୋ ପାଇଁ ପ୍ରେରଣାର ଉତ୍ସ।*

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

🌼 *ଭାବନା ସମୂହକୁ କବିତାରେ ସଜେଇବାକୁ ମୁଁ ଭଲପାଏ।ଏଥିସହିତ ନିଜେ ଲେଖିଥିବା ଗଳ୍ପର କିଛି ଧାଡି ପଢି ଆତ୍ମସନ୍ତୋଷ ଲାଭ କରେ।ଉଭୟଙ୍କୁ ମୋ ନିତିଦିନିଆ ଜୀବନର ଜରୁରୀ ଅଙ୍ଗ ବୋଲି ଭାବେ । ତଥାପି କହିବାକୁ ଗଲେ କବିତାରେ ମୁଁ ନିଜକୁ ଅଧିକ ବ୍ୟକ୍ତ କରିପାରିଛି।*

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?

🌼 *ଗଳ୍ପ ହେଉ ଅବା କବିତା ଲେଖିଲାବେଳେ ପ୍ରଥମେ ଭାବିବାକୁ ହୁଏ, ଶବ୍ଦ ସବୁର ସାଜସଜ୍ଜା ଦେଖି ନିଜକୁ ଭଲ ଲାଗୁଛି କି ନାହିଁ।ପୁଣି ଏହା ପାଠକ ମନକୁ ଛୁଇଁପାରିବ କି ନାହିଁ।ଆକର୍ଷଣୀୟ ତଥା ନିଆରା ଶୀର୍ଷକଟିଏ ରଖିବା ସହିତ ବନାନ ଗତ ତ୍ରୁଟିସବୁକୁ ସୁଧାରିବାକୁ ହୁଏ।*

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?

🌼 *କବିତା ଓ ଗଳ୍ପ ଲେଖା ଶୈଳୀକୁ ନେଇ ପରସ୍ପରଠାରୁ କାଣିଚାଏ ଭିନ୍ନ।କବିତା ଅନେକ କିଛି ଭାବନାକୁ କେଇ ଧାଡିରେ ସଜେଇ ରଖିପାରେ।ସେହି ସମାନ ଭାବନା ଗଳ୍ପରେ ଧାଡି ଧାଡି କରି ବିସ୍ତୃତ ଭାବରେ ଥାଏ।କବିତାକୁ ବୁଝିବାକୁ ହୁଏ କିନ୍ତୁ ଗଳ୍ପ ପ୍ରାୟ ସମସ୍ତେ ବୁଝିଲା ଭଳି।*

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?

🌼 *ଗଳ୍ପ ଏବଂ କବିତାର ଉପସ୍ଥାପନା ଶୈଳୀ ଭିନ୍ନ ଯେହେତୁ ଚରିତ୍ର ଚିତ୍ରଣ କରିବାରେ ଫରକ ରହିଛି ନିଶ୍ଚୟ।କବିତା ଆବୃତ୍ତି କଲାଭଳି ସଜାହୁଏ ଏବଂ ଗଳ୍ପରେ ସମ୍ଭ୍ରାନ୍ତ ଶବ୍ଦ କିଛି ଯୋଡିବାକୁ ପଡେ।ଗଳ୍ପ,କବିତା ଲେଖିବା ଏବଂ ପଢିଲାବେଳେ ଚରିତ୍ରମାନଙ୍କ ଗହଣରେ ନିଜକୁ ହଜାଇଦିଏ କିଛିକ୍ଷଣ।*

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

🌼 *ସମୟ ବଦଳିବା ସହିତ ସମାଜର ଚଳଣି, ପରମ୍ପରା  ଏବଂ ଆମମାନଙ୍କର ଜୀବନଶୈଳୀ ମଧ୍ୟ ବଦଳୁଛି।ସାହିତ୍ୟ ସମାଜର ଦର୍ପଣ ସଦୃଶ।କବି ଅବା ଲେଖକଟିଏ ନିଜ ଚତୁର୍ପାଶ୍ୱର ପରିବେଶକୁ ନିରୀକ୍ଷଣ କରି ଯାହା ଅନୁଭବେ ତାହାକୁ ନିଜ ସୃଷ୍ଟିମାନଙ୍କରେ ସଜାଏ।ତେଣୁ ମୋ ମତରେ ସାହିତ୍ୟରେ କେଉଁଠି ନା କେଉଁଠି ଉତ୍ତର ଆଧୁନିକତାର ମଧ୍ୟ ଆବଶ୍ୟକତା ରହିଛି ।*

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

🌼 *ଆଜିର ସାହିତ୍ୟ ସମାଜ ନିଶ୍ଚୟ ଅତୀତରେ କବି, ଲେଖକମାନଙ୍କର ସଂଘର୍ଷର ସୁଫଳ।ଭାଷା ପାଇଁ କରାଯାଇଥିବା କେତେ ଯେ ଆନ୍ଦୋଳନ ପରେ ସାହିତ୍ୟ ଏବେ ନିଜର ପରିଚୟ ପାଇଛି।ଅଧୁନା ସମାଜରେ ସାହିତ୍ୟ ପ୍ରତି ଯଦି ଶିଥିଳତା ଦେଖାଯାଉଛି ବୋଲି କୁହାଯିବ।ତେବେ ମୁଁ ସେଥିରେ ସହମତ ନୁହେଁ।କାରଣ ଏହି କିଛି ବର୍ଷ ଭିତରେ ଅନେକ ସାହିତ୍ୟିକ ପରିବାର, ଲେଖା ପ୍ରତି ଆଗ୍ରହ ରଖୁଥିବା ନୂଆ ମୁହଁ ଦେଖିବାକୁ ମିଳିଛି।ସାହିତ୍ୟର ଅଧୋଗତିକୁ ଅନୁଭବ କରିବା ପରେ ଯୁବଗୋଷ୍ଠୀଙ୍କ ଦ୍ୱାରା ନିଜ ଭାଷାର ମର୍ଯ୍ୟାଦା ବଞ୍ଚାଇ ରଖିବାର ପ୍ରୟାସ ଅନବରତ ଜାରି ରହିଛି।*

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

🌼 *ଅଷ୍ଟମ ଶ୍ରେଣୀରେ ଥାଏ,ସ୍କୁଲରେ ଥରେ “ବରଗଛ” ଶୀର୍ଷକରେ ଗଳ୍ପ ଲେଖିବାକୁ ଦିଆଗଲା।ଯେବେ ମୋ ଗଳ୍ପଟିକୁ ମ୍ୟାମ ଦେଖିଲେ…”ଏଇଟା ତୁ ଲେଖିଛୁ ?ଭାବିକି ଲେଖିଦେଲୁ ! ବହିର ଗଳ୍ପ ପରି ଲାଗିଲା।” ଏମିତି କିଛି କଥା ମୋ ଜୀବନର ପ୍ରଥମ ସୁଖକର ଅନୁଭୂତି ଥିଲା।*

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

🌼 *ଏଇ ଅଳ୍ପଦିନ ତଳେ ୟୁ ଟ୍ୟୁବ ଜରିଆରେ “ବ୍ୟାସେ ଶୁଣୁଛ” ପ୍ରତିଟି ଓଡ଼ିଆ ପ୍ରାଣକୁ ଛୁଇଁପାରିଛି।ଆମ ସୂର୍ଯୋଦୟ ପରିବାର ଆନ୍ତର୍ଜାତୀୟ ସ୍ତରରେ ପରିଚିତ ହୋଇପାରିଛି।ପରସ୍ପରକୁ ନ ଦେଖି ମଧ୍ୟ ସାହିତ୍ୟ ଜଗତରେ ଆମେ ଯୋଡି ହେଇପାରୁଛୁ ଏବଂ ନିଜ ସୃଜନଶୀଳତାକୁ ପ୍ରକାଶ କରିବାର ମାଧ୍ୟମଟିଏ ମିଳୁଛି।ଜଗତୀକରଣ ଏବଂ ବିଶ୍ଵାୟନ ସାହିତ୍ୟର ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୋଇପାରିଛି ଏଥିରେ କୌଣସି ସନ୍ଦେହ ନାହିଁ।*

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

🌼 *ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି କେବଳ ସାହିତ୍ୟପ୍ରେମୀ ବ୍ୟକ୍ତିଟିଏ ଗଳ୍ପ ପଢ଼େ।ବେଳେବେଳେ ଦୁଇରୁ ତିନି ପୃଷ୍ଠା ହେଇଗଲେ ମଧ୍ୟ କିଛିଜଣଙ୍କ ପାଖରେ ସମୟ ସରିଯାଏ ଅଥବା ଧୈର୍ଯ୍ୟ ନଥାଏ। ସେହି ସମାନ ବିଷୟର ସାରମର୍ମ ଯଦି ଗୋଟିଏ ପୃଷ୍ଠାରେ କ୍ଷୁଦ୍ରଗଳ୍ପ ଭାବରେ ଲେଖାଯାଏ ;ପାଠକ ନିଶ୍ଚିତ ଆଗ୍ରହର ସହିତ କମ୍ ସମୟ ଭିତରେ ପଢ଼ିପାରିବ।ବର୍ତ୍ତମାନ କ୍ଷୁଦ୍ରଗଳ୍ପ ଲେଖୁଥିବା ଗାଳ୍ପିକ ଏବଂ ସାଦରେ ଗ୍ରହଣ କରୁଥିବା ପାଠକ ଅନେକ ଅଛନ୍ତି। ତେଣୁ ଓଡ଼ିଆ କ୍ଷୁଦ୍ରଗଳ୍ପ ମୋର ଏବଂ ସମସ୍ତଙ୍କର ପ୍ରିୟ ନିଶ୍ଚୟ।*

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

🌼 *ଦିନେ ବ୍ୟାସଙ୍କର “ରେବତୀ” ସମାଜରେ ନାରୀଶିକ୍ଷାର ମହତ୍ତ୍ୱ ବୁଝାଇପାରିଥିଲା ଏବଂ ବୀର କିଶୋରଙ୍କର ଦେଶ ପ୍ରେମମୂଳକ କବିତା ବିଦେଶୀମାନଙ୍କୁ ଗଭୀର ଆଘାତ ଦେଇପାରିଥିଲା। ତେଣୁ ଜଣେ ସାହିତ୍ୟ ସାଧକର ପ୍ରଥମ କର୍ତ୍ତବ୍ୟ ;ନିଜ ସୃଷ୍ଟିରେ ସମାଜକୁ ସ୍ଥାନ ଦେବା। ଆମ ଚତୁର୍ପାଶ୍ୱରେ ଘଟିଯାଉଥିବା ଘଟଣା, ଦୁର୍ଘଟଣା, କୁସଂସ୍କାର, ଅନ୍ୟାୟ, ଅନୀତି ବିରୁଦ୍ଧରେ ନିଜ ଲେଖନୀ ମାଧ୍ୟମରେ ସ୍ୱର ଉତ୍ତୋଳନ କରିପାରିଲେ ହିଁ ସାହିତ୍ୟ ଜୀବନର ସାର୍ଥକତା ମିଳେ। ଏତଦବ୍ୟତୀତ ନିଜ ମାତୃଭାଷାକୁ ବିଶ୍ୱ ଦରବାରରେ ସୁପରିଚିତ କରାଇବା ପାଇଁ ଅଙ୍ଗୀକାରବଦ୍ଧତା ମଧ୍ୟ ନିତାନ୍ତ ଆବଶ୍ୟକ।*

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

🌼 *ନିଜସ୍ୱ ଅନୁଭୂତିରୁ କହିଲେ କବିତା ଅବା ଗଳ୍ପଟିଏ ଲେଖିସାରିବା ପରେ ବାରମ୍ବାର ପଢେ।ସେତେ ଭଲ ହୋଇନଥିଲେ ବ୍ୟସ୍ତବିବ୍ରତ ଲାଗେ।ମୋର କିଛି ବନ୍ଧୁ ତ୍ରୁଟିଗୁଡିକୁ ସଂଶୋଧନ କରିବାରେ ସାହାଯ୍ୟ କରନ୍ତି।ତେଣୁ ଧୈର୍ଯ୍ୟ ରଖି ତ୍ରୁଟି ସଂଶୋଧନ କଲେ ଲେଖା ମାର୍ଜିତ ଏବଂ ସୁନ୍ଦର ହୁଏ।*

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

🌼 *ବୟସରୁ ଶିକ୍ଷା ମିଳେନି ଅଭିଜ୍ଞତାରୁ ଶିକ୍ଷା ମିଳେ…ପ୍ରତିଦିନ ବହି ତଥା ଅନ୍ୟମାନଙ୍କ ଲେଖା ପଢୁଥିବା ମଣିଷଟିଏ ନିଜ ଶବ୍ଦଜ୍ଞାନକୁ ବୃଦ୍ଧି କରିପାରେ ଏବଂ ନୂଆ ନୂଆ ଶୈଳୀରେ ଲେଖିବାକୁ ସକ୍ଷମ ହୁଏ।ବୟସ ବଢିଗଲେ ଜ୍ଞାନ ବଢ଼େନି, ଅଭିଜ୍ଞତାରୁ ହିଁ ସୃଜନଶୀଳତା ବିକଶିତ ହୁଏ।*

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

🌼 *ଆନ୍ତର୍ଜାତୀୟ ସ୍ତରରେ ସୁପରିଚିତ ଏବଂ ବିଶ୍ୱର ଗୋଟିଏ ଅଗ୍ରଣୀ ଅନୁଷ୍ଠାନ “ସୂର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ”ର ଜଣେ ଯୁବ ପ୍ରତିଭା ଭାବେ ନିଜକୁ ଉପସ୍ଥାପନ କରିବାର ସୁଯୋଗ ମୋ ପାଇଁ ଗର୍ବର ବିଷୟ।ପରିବାର ପାଖରେ କୃତଜ୍ଞତା ଜ୍ଞାପନ କରୁଛି।*

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

🌼 *ଶ୍ରେଣୀକକ୍ଷକୁ ନ ଯାଇ ପରୀକ୍ଷାରେ ପାସ୍ କରିଥିବାର ପ୍ରମାଣପାତ୍ର ମୂଲ୍ୟହୀନ ଲାଗେ ।ସୂର୍ଯୋଦୟ ସମ୍ମାନ ପାଇଁ ଏକାଗ୍ରତାର ସହିତ ସମସ୍ତ ନିୟମ ମାନି ଶିକ୍ଷାବର୍ଷଟିଏ ଶେଷ କରିବାକୁ ହୁଏ।ପରିବାରର ସମସ୍ତେ ଖୁବ୍ ସ୍ନେହୀ ଏବଂ ସାହିତ୍ୟ ଜଗତରେ ସୁପରିଚିତ। ସେମାନଙ୍କ ଠାରୁ ଅନେକ କିଛି ଶିଖିବାର ଆଶା ନେଇ ମୁଁ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ ଆଗ୍ରହ ପ୍ରକାଶ କଲି।*

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

🌼 *ପରିବାରର ପ୍ରତିଷ୍ଠାତା ପ୍ରିୟ ମନୋଜ ଭାଇଙ୍କ ସହିତ ଆଗରୁ ପରିଚିତ ଥିଲି।ସାହିତ୍ୟ ପ୍ରତି ରୁଚି ଥିଲା ଯେହେତୁ ପ୍ରଥମେ ସ୍ନେହୀ ଜିତେନ୍ଦ୍ର ଭାଇ “କବିତାୟନ ସୂର୍ଯ୍ୟୋଦୟ” ଗ୍ରୁପରେ ଯୋଡ଼ିଥିଲେ।ପରେ ପରେ ନବ ସମ୍ଭାବନା ତାଲିକାରେ ନିଜ ନାଁ ଟିକୁ ପାଇବା ମୋ ପାଇଁ ଖୁସିର ବିଷୟ। ତେଲଲୁଣର ସଂସାରରେ ସତମିଛର ଖେଳ ଭିତରେ ଜୀବନଟା ଯେବେ ଛନ୍ଦିହେଇଯାଏ; ସାହିତ୍ୟ ଚର୍ଚ୍ଚା କିଛିକ୍ଷଣ ପାଇଁ ଶାନ୍ତି ଦିଏ।ଥରେ ସାହିତ୍ୟକୁ ଭଲ ପାଇବା ପରେ ଯାଇ ଜୀବନରେ ତାହାର ଅନଶ୍ୟକତାକୁ ବୁଝିହୁଏ।*

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

🌼 *ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହିତ ସାହିତ୍ୟ ପ୍ରେମରେ ହଜିଯାଇ ସଭିଙ୍କ ସ୍ନେହାର୍ଶୀବାଦ ସାଉଁଟି ସାରସ୍ୱତୀୟ ଜୀବନଟିଏ ଜିଇଁବାର ଆଶା ନେଇ ସାହିତ୍ୟ ଜଗତରେ ପାଦ ରଖିଛି।ସୂର୍ଯୋଦୟ ପରିବାର ତ ମୋ ପରିବାର।ମୋର ସମସ୍ତ ଛୋଟବଡ ତ୍ରୁଟିକୁ ସଂଶୋଧନ କରିବାରେ ସାହାଯ୍ୟ ଚାହିଁବି ଏବଂ ପରିବାରର ସମସ୍ତଙ୍କ ଠାରୁ ଆଶୀର୍ବାଦ ହିଁ ଲୋଡ଼ା।*

ସ୍ନେହର ପୂଜା !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

Loading

21 thoughts on “Lets talk with a  most talented youngest writer, Author, Story Teller, Convenor and a shield maiden of Odia Literature “Pujarani Nayak” hails from Jajpur, district of Odisha for SLF Literary Youth Icon Award contest-. 2023

  1. ଏକ ସାହିତ୍ୟ ପ୍ରେମୀ ହିସାବରେ ଯେଉଁ ଆଶା ନେଇ ସାହିତ୍ୟ ଜଗତରେ ପାଦ ରଖିଛି ତାହା ନିଶ୍ଚୟ ପୂରଣ ହେବ,ସେଥିପାଇଁ ଢେର୍ ସାରା ଶୁଭେଚ୍ଛା ଆଉ ଶୁଭକାମନା ଭଉଣୀ।

  2. ତୁମ ଶବ୍ଦ ସବୁ ମତେ ପ୍ରେରଣା ଦିଏ… ❣️

    ତୁମ ଶୁଭେଚ୍ଛାକୁ ହୃଦୟରେ ସାଇତିଲି,,ଅଶେଷ ଧନ୍ୟବାଦ

  3. ଅଳ୍ପ ବୟସରୁ ସାହିତ୍ୟକୁ ଅତି ସୁନ୍ଦର ଭାବରେ ବୁଝିପାରିଛ।
    ସାହିତ୍ୟ ପ୍ରତି ଭଲପାଇବା ଏମିତି ରହିଥାଉ। ସାହିତ୍ୟ ଜଗତରେ ବହୁତ ଆଗକୁ ଯାଅ ଏବଂ ଏକ ଉଜ୍ୱଳିତ ତାରା ରୂପେ ପରିଗଣିତ ହୁଏ।
    ଢେର୍ ସାରା ଶୁଭେଚ୍ଛା ପ୍ରିୟ। ♥️

    1. ତୁମ ଶବ୍ଦ ସବୁ ମତେ ପ୍ରେରଣା ଦିଏ… ❣️

      ତୁମ ଶୁଭେଚ୍ଛାକୁ ହୃଦୟରେ ସାଇତିଲି,,ଅଶେଷ ଧନ୍ୟବାଦ

  4. ଏ ଯାତ୍ରା ଏମିତି ଜାରି ରହୁ ଭଉଣୀ ❤️.. ଢେର୍ ସାରା ଭଲ ପାଇବା ଓ ଅଭିନନ୍ଦନ

    1. ସ୍ନେହଭରା ମତାମତ ପାଇଁ ହୃଦୟରୁ ଧନ୍ୟବାଦ ଦିଦି ❣️

  5. ତୁମେ ଆଉ ତୁମର ସାହିତ୍ୟ ପ୍ରତି ଥିବା ଭଲ ପାଇବା ସବୁଦିନ ପାଇଁ ଚିର ହରିତ ହୋଇ ରହିଥାଉ…….
    ଆଗକୁ ବଢ଼ିଚାଲ…

    1. ତୁମ ମତାମତ ମୋ ପାଇଁ ପ୍ରେରଣାର ଗନ୍ତାଘର…

      ଶବ୍ଦମାନଙ୍କୁ ସାଦରେ ସାଇତିଲି,, ହୃଦୟରୁ ଧନ୍ୟବାଦ ❣️

  6. ବରଗଛର ଓହଳ ମାନଙ୍କ ଭଳି କବିତା ଗଳ୍ପ ମାନେ ଦୂରକୁ ଦୂରକୁ ମାଡ଼ି ମାଡ଼ି ଦିନେ ନିଶ୍ଚୟ କଲିକତା ବଟାନିକଲ ଗାର୍ଡେନର ସେ ସର୍ବ ବୃହତ ବରଗଛ ଭଳି ମହାଦୃମରେ ପରିଣତ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ସାହିତ୍ୟ କ୍ଷେତ୍ରରେ ଆହୁରି ଆହୁରି ଆଗକୁ ଯାଅ।

    1. ତୁମ ମତାମତ ଭାରି ମନଲୋଭା,ସ୍ନେହବୋଳା ଶବ୍ଦମାନେ ବି ଅତି ନିଜର ଏବଂ ମୋ ପାଇଁ ପ୍ରେରଣାର ଉତ୍ସ… ❣️

      ହୃଦୟରୁ ଧନ୍ୟବାଦ ସହ ମେଞ୍ଚାଏ ସ୍ନେହ ନେବ ଭାଇ

  7. ଅନେକ ଶୁଭେଚ୍ଛା ଓ ଶୁଭକାମନା
    ଆପଣଙ୍କ ଏହି ସାରସ୍ୱତ ଜୀବନ ଅଗ୍ରଣୀ ପଥରେ ଆଗେଇ ନେଉ।

    1. ଆନ୍ତରିକ ଧନ୍ୟବାଦ ସୁନ୍ଦର ମତାମତ ପାଇଁ

Leave a Reply

Your email address will not be published. Required fields are marked *