April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a most talented youngest writer Story Teller, “Ankit Kumar Swain” hails from Jajpur, district of Odisha for SLF Literary Youth Icon Award contest-. 2023

Lets talk with a most talented youngest writer Story Teller, “Ankit Kumar Swain” hails from Jajpur, district of Odisha for SLF Literary Youth Icon Award contest-. 2023

**ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ଅଙ୍କିତ୍ କୁମାର ସ୍ୱାଇଁ
ପିତାଙ୍କ ନାମ- ଶ୍ରୀଯୁକ୍ତ ଅଶୋକ କୁମାର ସ୍ୱାଇଁ
ମାତାଙ୍କ ନାମ-ଶ୍ରୀମତୀ ସନ୍ଧ୍ୟାରାଣୀ ସ୍ୱାଇଁ
ଜନ୍ମ ତାରିଖ-12.01.2004
ଘର ଠିକଣାଗ୍ରା.ପ-ଶାସନ୍ଦା , ବ୍ଲକ – ବିଂଝାରପୁର
ଜିଲ୍ଲା-ଯାଜପୁର
ଶିକ୍ଷାଗତ ଯୋଗ୍ୟତା– 
ଇ-ମେଇଲ୍ ଠିକଣା-[email protected]
ମୁଖପୁସ୍ତିକା /Facebook ଠିକଣା::https://www.facebook.com/ankitkumar.swain.980?mibextid=ZbWKwL

ଶ୍ରଦ୍ଧେୟ ଅଙ୍କିତ୍!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
👉ସାହିତ୍ୟ ଜଗତକୁ ଆସିବାରେ କରୋନା ମହାମାରୀ ଏକ ଆଶୀର୍ବାଦ ସଦୃଶ ଥିଲା | ମୋ ଜଣେ ଆତ୍ମୀୟ ଭାଇଙ୍କ ଗୋଟିଏ ଗପ ହିଁ ମତେ ପ୍ରେରଣା ଦେଲା ଆଉ ତାଙ୍କ ପତ୍ରିକା ମତେ ଗୋଟେ ସୁଯୋଗ ଦେଲା…. ଲେଖିବା ପାଇଁ | 2021 ମସିହା ରଜ ସମୟରୁ ଲେଖାଲେଖି ଆରମ୍ଭ କଲି ଆଉ ବାନ୍ଧିହୋଇଗଲି ସାହିତ୍ୟ “ଭାବରେ” |ଆଉ ହଁ .. ମୁଁ ଏବେ ଯାଏଁ ସାହିତ୍ୟର ବିଭାଗଗୁଡିକରେ ଲେଖୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟେ ରଚନାତ୍ମକ ସାରସ୍ୱତୀୟ ଜୀବନ ବଞ୍ଚିବାର ଯୋଗ୍ୟ ହୋଇନି |

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
👉“କରି କରାଉ ଥାଏ ସେହି
ତା ବିନୁ ଅନ୍ୟ ଗତି ନାହିଁ ”
ନିୟନ୍ତାଙ୍କ ନିୟନ୍ତ୍ରଣରେ ନିୟନ୍ତ୍ରିତ ହେଉଛି ଏ ସଚରାଚର ବ୍ରହ୍ମାଣ୍ଡ | ତାଙ୍କ ପାଇଁ ଜନ୍ମ ତାଙ୍କ ପାଇଁ ହିଁ କର୍ମ | ସେହି ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ଆଉ ମାଆ ବୀଣାପାଣିଙ୍କ କୃପାବଳରୁ ଏ ପର୍ଯ୍ୟନ୍ତ ମୋର ସବୁ କର୍ମରେ ସର୍ବସମତା ରହିଛି | ପ୍ରତିଦିନ ଲେଖିପାରେନି……ଭାବନା ଆସିଲେ ଲେଖେ…. କିନ୍ତୁ ଅନ୍ୟ ସମୟ ମାନଙ୍କରେ ପାଠପଢା ସହ ଅନ୍ୟ କାର୍ଯ୍ୟ ମଧ୍ୟ ସୁଚାରୁରୂପେ ତୁଲାଇ ଥାଏ | ଏଭଳି ଭାବେ ସାହିତ୍ୟ ସହ ମୋ ସାରସ୍ୱତ ଜୀବନ ଚାଲିଛି…|

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
👉ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ମୋ ପରିବାରର ସମସ୍ତ ସଦସ୍ୟଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ | କେବଳ ମୋ ପରିବାରର ସଦସ୍ୟ ନୁହନ୍ତି ମୋ ପାଠକ ମାନଙ୍କ ଭୂମିକା ମଧ୍ୟ ରହିଛି ଏ ପ୍ରତି | ସମସ୍ତଙ୍କ ସ୍ନେହ,ଆଶୀର୍ବାଦ,ଭଲପାଇବା ଆଉ ଗାଳି ମତେ ଏମିତି ଆଗକୁ ନେଇ ଚାଲିଛି |

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ |
👉ସମସ୍ତ ମହାନ ବ୍ୟକ୍ତିତ୍ୱ ସାହିତ୍ୟିକ ହୋଇନପାରନ୍ତି… ହେଲେ ସମସ୍ତ ସାହିତ୍ୟିକ ହିଁ ମହାନ | ସେଇ ମହାତ୍ମାଙ୍କ ପାଦପଦ୍ମରେ ଅଜସ୍ରକୋଟି ପ୍ରଣାମ | ଆଜ୍ଞା ହଁ କେଉଁଠି ବ୍ୟକ୍ତି କୁ ନେଇ ସ୍ଥାନ ପରିଚିତ ତ କେଉଁଠି ସ୍ଥାନକୁ ନେଇ ବ୍ୟକ୍ତି ପରିଚିତ ହୋଇଥାଏ | ସେଇଭଳି ଉଦାହରଣ ଆଣିଲେ ଆଖିଆଗରେ ନାଚିଉଠନ୍ତି ପୁରାତନ ସାହିତ୍ୟର ସେହି ମହାକବି, କବିବର ରାଧାନାଥ ରାୟ ଓ ଆଧୁନିକ ସାହିତ୍ୟର ସେହି ମହାକବି, ଉତ୍କଳଗୌରବ ମଧୁସୂଦନ ଦାସ | ଉଭୟଙ୍କ ଉଦବୋଧନମୂଳକ ଲେଖା ମତେ ଖୁବ ଛୁଏଁ, ତାଙ୍କ ଲେଖନୀ ମୁନରୁ ଝରିଆସେ ସାମ୍ପ୍ରତିକ ସମାଜର ଦୁଃଖ, କଷ୍ଟ,…. ଅନ୍ୟାୟ, ଅନୀତି ର ବାସ୍ତବ ଚିତ୍ର |ଉଭୟଙ୍କ ଜନ୍ମ ବୃତ୍ତାନ୍ତ ଦେଖିଲେ ଜଣାଯାଏ ଉଭୟଙ୍କ ଜନ୍ମ 1848 ରେ |

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
👉ସବୁଠି ନିଜକୁ ବ୍ୟକ୍ତ କରିବାର ଇଚ୍ଛା ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସବୁଥିରେ କରିପାରିନି | ବିଶେଷ କରି ଏବେ ଗଳ୍ପ, କବିତା ଓ ପ୍ରବନ୍ଧ ମୋର ନିଜସ୍ୱ ଜ୍ଞାନ ଅନୁଯାଇ ଲେଖିବାରେ ସକ୍ଷମ ହୋଇଛି | ଈଶ୍ୱରଙ୍କ କୃପାଥିଲେ ଆଗକୁ ସବୁଥିରେ ନିଜକୁ ସାମିଲ କରିବାକୁ ଚେଷ୍ଟା କରିବି |

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
👉କେବଳ ଗଳ୍ପ / କବିତା ନୁହଁ ବରଂ ସାହିତ୍ୟର ସବୁଦିଗରେ ଲେଖିଲା ବେଳେ ଆମକୁ ଅନେକ ଦିଗ ପ୍ରତି ଦୃଷ୍ଟିଦେବାକୁ ପଡେ ଯେମିତିକି ଭାଷାଗତ ଶୁଦ୍ଧତା , ଅନୁଭବ ସହ ଉପସ୍ଥାପନା, ଶବ୍ଦସଂଯୋଜନା ଇତ୍ୟାଦି ଆହୁରି କିଛି |

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
👉ସମାନତା ଦେଖିବାକୁ ଉଭୟରେ ଲୁଚିଥାଏ କବିର ଭାବ, ସମାଜକୁ ଦିଗଦର୍ଶନ… କିନ୍ତୁ ବୈଷମ୍ୟ ଦେଖିଲେ ଅନେକ କିଛି ଅସମାନତା ଦେଖାଯାଏ…. ଗଳ୍ପରେ ଅଳ୍ପ କିଛିଟା ପାଇଁ ଅନେକକିଛି କୁହାଯାଏ କିନ୍ତୁ କବିତାରେ ଅନେକ କିଛିକୁ ଅଳ୍ପକେ କୁହାଯାଏ | କବିତା ଛନ୍ଦଯୁକ୍ତ ହୋଇଥାଏ ଯାହା ଗଳ୍ପରେ ଦେଖାଯାଇନଥାଏ |

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
👉କେବଳ ମତେ ନୁହଁ,ପ୍ରତ୍ୟେକ ସ୍ରଷ୍ଟାକୁ ତାର ସୃଷ୍ଟିର ସମସ୍ତ ଚରିତ୍ର ପ୍ରତ୍ୟେକ ମୁହୂର୍ତ୍ତରେ ସମ୍ମୋହିତ କରିଥାନ୍ତି | ଏହି ପ୍ରସଙ୍ଗର ଉପସ୍ଥାପନା ଲାଗି କହିବାକୁ ଚାହିଁବି….
ଆମ ଗାଁ ଗହଳିରେ ଗୋଟେ କଥା ଅଛି :-
“ମାଆ ବେଇଁନାହିଁ ଯାହାକୁ
ଦରଜ ଲାଗିବ କାହାକୁ ”
ଠିକ ଏହିପରି ସ୍ରଷ୍ଟାର ଚରିତ୍ରମାନେ ସବୁବେଳେ ତାକୁ ସମ୍ମୋହିତ କରନ୍ତି.. ଆକର୍ଷିତ କରନ୍ତି.. ନିଜ ଆଡକୁ |

ଦ୍ୱିତୀୟରେ କହିବାକୁ ଚାହିଁବି ନିଶ୍ଚିତଭାବେ ଗଳ୍ପରେ ଚରିତ୍ର ଚିତ୍ରଣ ଆଉ କବିତାରେ ଚରିତ୍ର ଚିତ୍ରଣ ଭିତରେ ଆକାଶ ପାତାଳ ଫରକ ଥାଏ | ଏ ବିଷୟରେ ବେଶୀ କିଛି କହିବିନି କାରଣ ଉପରୋକ୍ତ ପ୍ରଶ୍ନରେ ମୋ ଜ୍ଞାନ ଅନୁଯାଇ ସବିଶେଷ ତଥ୍ୟ ଦେଇସାରିଛି ଗଳ୍ପ ଓ କବିତା ମଧ୍ୟରେ |

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
👉ସାହିତ୍ୟ ହେଉଛି ଏକ ସାଧନା, ଏକ ସ୍ୱତପ୍ରବୃତ୍ତ ଜାଗୃତି | ଏଥିରେ ଆଧୁନିକ କଣ ନାଁ ପୁରାତନ କଣ ?ସବୁଥିରେ ସମାନତା ରହିଛି | କିନ୍ତୁ ହଁ ପାର୍ଥକ୍ୟ ରହିଛି ଭାବନାରେ, ଚିନ୍ତନରେ, ବିଷୟରେ… ସେତେବେଳର ସମୟକୁ ନେଇ ସେତେବେଳର ରଚନା ଥିଲା.. ଠିକ ସେଇପରି ଆଜିକା ସମୟକୁନେଇ, ଆଜିର ଜୀବନଶୈଳୀକୁନେଇ , ଆଜିକା ସମାଜକୁ ନେଇ ଆଜିର ଲେଖା ଆସୁଛି …. ଲେଖା ର ରୂପ ବଦଳିଯାଇଛି କିନ୍ତୁ ମୂଲ୍ୟବୋଧ ନୁହଁ… ଲେଖାରେ ବଦଳିଛି ଚିତ୍ର କିନ୍ତୁ ବଦଳିନି ଚରିତ୍ର |

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
👉ପୁରାକାଳରେ କରାଯାଇଥିବାଭାଷାପ୍ରୀତି ଆନ୍ଦୋଳନର ପ୍ରଭାବରେ ଏବେକାର ସାହିତ୍ୟ ବି ପ୍ରଭାବିତ | ପୁରାକାଳରେ ଯେଉଁ ଭାଷା ସ୍ୱତନ୍ତ୍ରତା ପାଇଁ ଲଢେଇ ଚାଲିଥିଲା ତାହାର ବିଜୟ ଏକ ପ୍ରକାର ହୋଇସାରିଛି….. ଆମ ଭାଷା ମଧ୍ୟ ନିଜର ସ୍ଥିତି ପାଇସାରିଛି | କିନ୍ତୁ ବିଜୟପରେ ମଧ୍ୟ ଏବେକାର ଶିଥିଳତା ଆଦୌ ଶୁଭଙ୍କର ନୁହଁ….. ହଁ ଏହାର ବିଜୟଧାରାର ଅକ୍ଷୁର୍ଣ୍ଣତା ପାଇଁ ଶିଥିଳତା ନୁହଁ ବରଂ ସଚେତନତାର ଆବଶ୍ୟକତା ରହିଛି |

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
👉ଜଣେ ସାରସ୍ୱତ ପ୍ରେମୀଭାବେ ମୋର ସବୁଠୁ ସୁଖକର ଅନୁଭୂତି ହେଉଛି…. ଯେତେବେଳେ ମୋ ମନକୁ କିଛିବି ଭାବନା ଆସେ ଆଉ ସେତେବେଳେ ହିଁ ପରିସ୍ଥିତି ଅନୁକୂଳ ଥାଏ ତାକୁ କାଗଜରେ କଲମ ମାଧ୍ୟମରେ ଉତାରିଦେବାକୁ | ଆଉ ଭାବନା ଥାଏ… ହେଲେ ପରିସ୍ଥିତି ଥାଏ ପ୍ରତିକୂଳ….. ପୁଣି ଅନୁକୂଳ ପରିସ୍ଥିତିକୁ ଅପେକ୍ଷାକରିବାକୁ ଯାଇ ଯେତେବେଳେ ଭାବନାଟି ହଜିଯାଇଥାଏ ତାହା ମୋ ପାଇଁ ସବୁଠୁ ଦୁଃଖକର ପରିସ୍ଥିତି ହିଁ ଥାଏ ଜଣେ ସାରସ୍ୱତ ପ୍ରେମୀଭାବେ |

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
👉ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ଆଲୋଚନା ଜଣାଯାଏ,2014 ରୁ ଓଡ଼ିଆ ଭାଷା ସ୍ୱତନ୍ତ୍ର ଭାଷାରୂପେ ମାନ୍ୟତା ପାଇସାରିଛି | ଆମ ଓଡ଼ିଆ ଭାଷା ର ସ୍ଥିତି ଆଗ ଅପେକ୍ଷା ଅନେକାଂଶରେ ସୃଦୁଢ ରହିଛି |ଏବେ ଓଡ଼ିଆରେ ଲିଖିତ ଅନେକ କାବ୍ୟକବିତା ବିଶ୍ୱର ଅନେକ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି | ଓଡ଼ିଆଏବେ ବିଶ୍ୱଦରବାରରେ ପରିଚିତ ଭାଷା ବୋଲି କୌଣସି ସନ୍ଦେହ ନାହିଁ |

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
👉ଆଜିର ବ୍ୟସ୍ତବହୁଳ ସମୟରେ ସମସ୍ତେ ନିଜକର୍ମରେ ବ୍ୟସ୍ତ | ସମାଜର ଆବଶ୍ୟକତା ଅନୁଯାଇ କ୍ଷୁଦ୍ରଗଳ୍ପଗୁଡିକ… ବୃହତଗଳ୍ପ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରିଛି | ଆଜିର ଲୋକମାନେ/ ପାଠକମାନେ ମଧ୍ୟ ଆଉ ସେତେମାତ୍ରାରେ ଅଶିକ୍ଷିତ ନୁହନ୍ତି, ତେଣୁ ସମସ୍ତେ ଅଳ୍ପକେ ଅନେକକିଛି ଜାଣିବାକୁ ଚାହାଁନ୍ତି |ମୋ ମତରେ ବହୁତ କିଛିରେ ଅଳ୍ପ ଜାଣିବା ଅପେକ୍ଷା ଅଳ୍ପକେ ସେତକ ଜାଣିଦେବା ହିଁ ଆବଶ୍ୟକ | କଥାରେ ଅଛି “ Quality is more valuable than quantity. ”

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
👉ନିଶ୍ଚିତ ଭାବେ ସାହିତ୍ୟ ହେଉଛି ସମାଜର ଦର୍ପଣ…. ସମାଜକୁ ନେଇ ବଂଚିଛି ସାହିତ୍ୟ ଓ ସାହିତ୍ୟକୁ ନେଇ ଏ ସମାଜ | ଠିକ ସେଇପରି ସାହିତ୍ୟିକ ହିଁ ସମାଜକୁ ପ୍ରେରଣା ଦେବାର ଏକ ମାଧ୍ୟମ | ସମାଜର ହିତରେ ସାହିତ୍ୟିକର କଲମ ଶାଣିତ ହେବା ଆବଶ୍ୟକ|ସମାଜର ପରିବର୍ତ୍ତନରେ ଏହାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ |

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
👉ଏଇଠି ଗୋଟେ ମତ ରଖିବାକୁ ଯାଇ ପ୍ରଶ୍ନଟିଏ ପଚାରିବାକୁ ଚାହିଁବି “ କବିଟିଏ କବିତା ଲେଖିସାରିଲାପରେ କିପରି ଜାଣେ ତାର ଭୁଲ ରହିଛି ଯାହାଦ୍ୱାରା ତାହା ଭଲ ହୋଇପାରିନି ?” ଆଜ୍ଞା ହଁ କବିଟିଏ ସେତେବେଳେ ଜାଣେ କବିତାରେ ଭୁଲ ରହିଛି ଯେତେବେଳେ ତାକୁ ଆଉ କେହିଜଣେ ପଢି ମତାମତଟିଏ ଦିଏ ଓ ତାହାର ସଂଶୋଧନ କରେ | ମୋ ମତରେ ସେ ମୁହୂର୍ତ୍ତ ସବୁଠୁ ଆନନ୍ଦମୟ ହୋଇଉଠେ ସେ କବିଟି ପାଇଁ କାରଣ ସେ ଜାଣିଯାଏ ତା କବିତା ଏବେ ସଂପୂର୍ଣ୍ଣ ତ୍ରୁଟିଶୁନ୍ୟ |ଏଭଳି ଅଭିଜ୍ଞତା ଅନେକ ରହିଛି କାରଣ ଅନେକ ଥର ମୋ ସହ ଏଭଳି ଘଟଣା ଘଟିଛି |

{ବି.ଦ୍ର – ଏଭଳି ପ୍ରଶ୍ନ ପାଇଁ ଅନେକଙ୍କ ପାଇଁ ଅନେକ ଭାବନା ଆସିପାରେ… କିନ୍ତୁ ମୋ ଉତ୍ତରକୁ ମୋ ଭାବ ଅନୁଯାଇ ସଜାଡ଼ିଛି }

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
👉ଆଜ୍ଞା ହଁ ସୃଜନମନସ୍କ ହୋଇଲେଖିବା ପାଇଁ ବୟସ, ସମୟ, ପୁସ୍ତକପଠନ, ଗଭୀର ଚିନ୍ତନ ର ଆବଶ୍ୟକତା ରହିଛି କିନ୍ତୁ ତାହା ସବୁ କ୍ଷେତ୍ରରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହଁ କି ଅନୁଭବ,ଅନୁଭୂତି, ପୁସ୍ତକପଠନ ମଧ୍ୟ ନୁହେଁ ମାତ୍ର ଏହା ସ୍ୱତପ୍ରବୃତ୍ତ ଜାଗୃତି କାରଣ ସାହିତ୍ୟ କେବେ ଜୋରଜବରଦସ୍ତ ହୁଏନି ବରଂ ଏହାପାଇଁ ସାଧନା ଦରକାର | ପ୍ରଥମେ ସାଧନା ତାପରେ ସାହିତ୍ୟ ତାପରେ ସାହିତ୍ୟିକ|

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
👉ଖୁସି ତ ନିଶ୍ଚୟ…. କିନ୍ତୁ ସୂର୍ଯ୍ୟୋଦୟ ଭଳି ଏକ ବଡ଼ ଅନୁଷ୍ଠାନରେ ରହି ତାର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭାଭାବେ ମୋ ପ୍ରତିଭା ର ପରିଚୟ ଦେବାପାଇଁ ନୁହେଁ ବରଂ ମୋ ମାତୃଭାଷା ର ଉନ୍ନତି ପାଇଁ ତାଲିମ ପାଇବାର ଗୋଟେ ସୁନ୍ଦର ସୁଯୋଗ ମିଳିଥିବାରୁ । ଏଥିପାଇଁ ମୁଁ ଅନେକମାତ୍ରାରେ ଖୁସି ଅଛି |

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
👉ଅନେକକିଛି ପଦକ୍ଷେପ ମଧ୍ୟରୁ ମତେ ଗୋଟିଏ ପଦକ୍ଷେପ ବହୁତ ମାତ୍ରାରେ ପ୍ରଭାବିତ କରେ ତାହା ହେଉଛି“ ଅନେକ ନବପ୍ରତିଭାଙ୍କୁ ନେଇ ଅଧୁନା ସମାଜ ପାଇଁ ଏଭଳି ଏକ ଆବଶ୍ୟକୀୟ ପ୍ରଚେଷ୍ଟା…. ଗୋଟେ ନୂତନ ସୂର୍ଯ୍ୟର ପରିକଳ୍ପନା | ”……. କେବଳ ସୂର୍ଯ୍ୟୋଦୟରେ ନୁହଁ ବରଂ ଆହୁରି ଅନେକ ଅନୁଷ୍ଠାନ / ପରିବାର ରହିଛି ଯେଉଁଠି ପ୍ରତ୍ୟେକ ମୁହୂର୍ତ୍ତରେ ସାହିତ୍ୟର ସ-ହିତରେ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ଯାହା ମତେ ସବୁବେଳେ ପ୍ରଭାବିତ କରିଆସିଛି | ମୋ ମତରେ ଗୋଟେ ଅନୁଷ୍ଠାନର ଅନୁଶାସନ ହିଁ ଗୋଟେ ସ୍ରଷ୍ଟାର ସୃଷ୍ଟିକୁ ପରିମାର୍ଜିତ କରିଥାଏ |

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
👉ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ସଂପୃକ୍ତି ମୋର ବର୍ଷେତଳରୁ…. ଏମିତି ଦିନେ ସବୁ ଗ୍ରୁପ ଖେଳାଉଖେଳାଉ ନଜର ପଡିଥିଲା ସୂର୍ଯ୍ୟୋଦୟର ପାକ୍ଷିକ ପ୍ରତିଯୋଗିତା ଉପରେ…. ସେଇଥିରୁ ଧୀରେ ଧୀରେ ଚାଲିଆସେ ପରିବାରକୁ.. ତାପରେ ପୁଣି ଏ ପ୍ରତିଯୋଗିତାକୁ |

ଅନେକ ଆବଶ୍ୟକତାର ସମାଧାନହେଉଛି ଏ ସାହିତ୍ୟ… ଏହା ଏକ ଏମିତି ଶବ୍ଦ ଯାହାର ବର୍ଣ୍ଣନା ଅସମ୍ଭବ | ମୋ ନଜରରେ ସାହିତ୍ୟର ସେମିତି କିଛି ଆବଶ୍ୟକତା ଅନୁଭବ କରିନି… କିନ୍ତୁ ହଁ ଗୋଟିଏ କଥା ଲକ୍ଷ୍ୟ କରିଛି ତାହା ସାହିତ୍ୟପ୍ରତି ଆମମାନଙ୍କ ଦୁର୍ବଳତା… ଯାହାର ସମାଧାନ ନିହାତି ଜରୁରୀ |

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
👉ସାହିତ୍ୟକୁ ନେଇ ମୋର ସେମିତି କିଛି ଜୀବନ ଦର୍ଶନ ନାହିଁ କାରଣ ସାହିତ୍ୟରେ ଜୀବନ ହିଁ ଏକ “ଦର୍ଶନ” |କିନ୍ତୁ ସୂର୍ଯ୍ୟୋଦୟଠାରୁ ଗୋଟେ ଆଶା ‘ଚିରକାଳ ପାଇଁ ସାହିତ୍ୟର ସ- ହିତରେ ଏ ପରିବାର ଏମିତି ନିୟୋଜିତ ହେଇଥାଉ |’

ସ୍ନେହର ଅଙ୍କିତ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

7 thoughts on “Lets talk with a most talented youngest writer Story Teller, “Ankit Kumar Swain” hails from Jajpur, district of Odisha for SLF Literary Youth Icon Award contest-. 2023

  1. ସାକ୍ଷାତକାରରେ ସୁନ୍ଦର ଭାବରେ ନିଜସ୍ବ ଭାବନାକୁ ବ୍ୟକ୍ତ କରିଛନ୍ତି।ସାହିତ୍ୟ ଜଗତକୁ କରୋନା ମହାମାରୀ ସମୟରେ ପ୍ରବେଶ କରିଛନ୍ତି।ସାହିତ୍ୟ ଜଗତରେ ଏହି ଯାତ୍ରା ଖୁବ୍ ମଙ୍ଗଳମୟ ହେଉ।

  2. ବହୁତ ଭଲ ଲାଗିଲା। ତୁମର ଲେଖନୀ ଶାଣିତ ହେଉ। କାଳଜୟୀ ସ୍ରଷ୍ଟା ସାଜି ଓଡିଆ ଭାଷା ସାହିତ୍ୟର ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କର

  3. ଖୁବ୍ ସୁନ୍ଦର ମତାମତ ରଖିଛନ୍ତି ଭାଇ । ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ

  4. ଅନୁଭବ,ଅନୁଭୂତିକୁ ସୁନ୍ଦର ଭାବରେ ଉପସ୍ଥାପନା କରିଛ ✨️

    ଜୀବନରେ ସାହିତ୍ୟକୁ ସ୍ୱତନ୍ତ୍ର ସ୍ଥାନରେ ରଖି ଅନେକ ଦୂରକୁ ଉଡିଯାଅ…

    କଲମ ଆହୁରି ଶକ୍ତ ହେଉ, ଶୁଭେଚ୍ଛା ପ୍ରିୟ ❣️

Leave a Reply

Your email address will not be published. Required fields are marked *