April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young budding Poetess Sarita Behera hails from Ganjam, district of Odisha for SLF Literary Youth Icon Award contest-. 2023

Lets talk with a young budding Poetess Sarita Behera hails from Ganjam, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସରିତା ବେହେରା
ପିତାଙ୍କ ନାମ- ଭିକ ବେହେରା
ମାତାଙ୍କ ନାମ- ନମିତା ବେହେରା
ଜନ୍ମ ତାରିଖ-୨୭/୧୨/୨୦୦୧
ଘର ଠିକଣା– ହିଞ୍ଜିଳିକାଟୁ
ଜିଲ୍ଲା– ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା–ଯୁକ୍ତ ତିନି କଳା ତୃତୀୟା ବର୍ଷ(ଓଡ଼ିଆ)
ଇ-ମେଇଲ୍ ଠିକଣା[email protected]

ସ୍ନେହର ସରିତା
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉ:- ମୋତେ ପିଲା ବେଳୁ ଗୀତା ଗାଇବାକୁ ଭଲ ଲାଗେ। ବିଦ୍ୟାଳୟ ରେ ପଢିବା ସମୟରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ଗଣମାଧ୍ୟମରୁ ଦେଖି ଶୁଣି ସେ ସବୁ ଗାଏ। ସେ ସମୟରେ ମୁଁ ବିଶେଷ ଲେଖା ଲେଖି କରିନଥାଏ,ଏବେ କିଛି ଦିନ ହେଲା ଆରମ୍ଭ କରିଛି କିନ୍ତୁ ସାହିତ୍ୟ ପ୍ରତି ମୋର ଦୁର୍ବଳତା ପ୍ରାୟ ୪ର୍ଥ/୫ମ ଶ୍ରେଣୀ ରୁ ରହିଥିଲା।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ:- ସାହିତ୍ୟ ସହ ସମାଜ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ସାହିତ୍ୟ ବିନା ସମାଜରେ ବଞ୍ଚିବା କଷ୍ଟକର।ତେଣୁ ମୁଁ ପାଠ ପଢ଼ା ସହ ସାମାଜିକ ଜୀବନର ସର୍ବସମତା ରକ୍ଷା କରିବା ପାଇଁ ସବୁବଳେ ଚେଷ୍ଟା କରି ଆସିଛି।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ:- ନିଶ୍ଚିତ ଭାବେ ମୋ ବାପା ଓ ମାଆ ଉଭୟଙ୍କର ଭୂମିକା ରହିଛି। ଆମେ ଗାଆଁ ଗହଳି ର ଅଧିବାସୀ ଯେହେତୁ ମୋ ବାପା ମା ବେଶୀ ପାଠ ପଢ଼ି ନାହାନ୍ତି ସାହିତ୍ୟ ବିଷୟରେ ଏତେ ଜ୍ଞାନ ନାହିଁ କିନ୍ତୁ ସେମାନେ ମୋ ପାଇଁ ପୁସ୍ତକ କିଣି ଆଣି ଏ ଦିଗରେ ଯିବା ପାଇଁ ପ୍ରୋଶ୍ଚାହିତ କରନ୍ତି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ:- ବିଦ୍ୟାର୍ଥୀ ଜୀବନ ରେ ମୁ ଅନେକ ଗଳ୍ପ, ଉପନ୍ୟାସ,କବିତା ପଢୁଛି। କିନ୍ତୁ ଗାଳ୍ପିକ ତଥା ଶ୍ରେଷ୍ଟ ଔପନ୍ୟାସିକ ଫକୀରମୋହନ ସେନାପତିଙ୍କ “ଡାକମୁନସି” ଗଳ୍ପଟି ମୋ ହୃଦୟ କୁ ସ୍ପର୍ଶ କରିଛି। ତାଙ୍କର ଗଳ୍ପ ଓ ଉପନ୍ୟାସ ଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ ଓ ବାସ୍ତବାଦୀ। ପାଠକ ମାନେ ମଧ୍ୟ ପଢିବା ପାଇଁ ଓ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି।ନିଜ ଲେଖା ମାଧ୍ୟମ ରେ ସେ ସମାଜ କୁ ବହୁ ବାର୍ତ୍ତା ପ୍ରଦାନ କରିଛନ୍ତି। “ଡାକମୁନସି”ଗଳ୍ପରେ ମଧ୍ୟ ସେ ଚଳିତ ସମାଜ ର ଚିତ୍ରକୁ ବିଭିନ୍ନ ଚରିତ୍ର ମାଧ୍ୟମ ରେ ପ୍ରଦାନ କରିଛନ୍ତି।ଯାହା ବହୁତ ଲୋକପ୍ରିୟତା ହାସଲ କରିଥିଲା।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ:- ମୁଁ ପ୍ରାୟ ସମୟ ଗଳ୍ପ ପଢ଼ିବା ଓ ପ୍ରବନ୍ଧ ଲେଖିବାକୁ ଭଲ ପାଏ। ବର୍ତ୍ତମାନ କବିତା ଲେଖାରେ ମଧ୍ୟ ମନୋନିବେଶ କରିଛି।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ:- ଗଳ୍ପ ଓ କବିତା ଲେଖିବା ବେଳେ ପ୍ରଥମେ ଆମେ କୋଉ ବିଷୟରେ ଲେଖିବା ସେଇଟା ଭାବିବା ଦରକାର,ତାପରେ ସେ ସମ୍ବନ୍ଧରେ ଦୁଇ ଚାରି ଜଣଙ୍କ ଲେଖା ଅନୁସରଣ କରି ସେ ସମ୍ବନ୍ଧୀୟ ତଥ୍ଯ ବାହାର କରିବା ଓ ଆଉ କିଛି ନିଜ ମନ ରୁ ମିଶେଇ ଲେଖିବା।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ:- ଦୁହେଁ ସ୍ଵତନ୍ତ୍ର। ଦୁହିଁଙ୍କ ଭିତରେ ସମାନତା ଓ ବିଷମତା ରହିଛି। ସମାନ ଟପିକ କୁ ଆମେ ଯଦି କବିତା ମାଧ୍ୟମ ରେ ଲେଖିବା ତାହେଲେ ସେଥିରେ ଛନ୍ଦ ଅଳଂକାର ବ୍ୟବହାର ହୋଇ ଅନେକ ଅର୍ଥ ପ୍ରଦାନ କରେ ତେଣୁ କେହି ଶୀଘ୍ର ବୁଝି ପାରନ୍ତି ନାହିଁ ।ମାତ୍ର ଗଳ୍ପ ମାଧ୍ୟମ ରେ କହିଲେ ଶୀଘ୍ର ଓ ସରଳ ଭାବେ ବୁଝି ହୋଇଯାଏ ।କିନ୍ତୁ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ସମାଜ ପାଇଁ ଦୁହେଁ ପରିପୂରକ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ:- ଆଜ୍ଞା ଯାହା ହେଲେ ବି ଟିକେ ଫରକ ତ ନିଶ୍ଚୟ ରହିବ ।କାରଣ କବିତା ଆଉ ଗଳ୍ପ ରେ ସେ ଗୋଟେ ବିଷୟକୁ ନେଇ ଚରିତ୍ର ପ୍ରଦାନ କରାଗଲେ ମଧ୍ୟ ,କବିତା ରେ ଯେଉଁ ସବୁ ଶବ୍ଦ ବ୍ୟବହାର କରି ଲେଖା ଯାଇଥାଏ ପାଠକ ତାହା ବୁଝିବା ସହଜ ହୋଇ ନଥାଏ ,ବୁଝିଲେ ମଧ୍ୟ ତାର ଅନେକ ଅର୍ଥ ପ୍ରଦାନ କରି ବିଷୟ କୁ ପରିବର୍ତ୍ତନ କରିଦେଇ ଥାଏ।କିନ୍ତୁ ଗଳ୍ପ ର ଚରିତ୍ର ଗୁଡିକୁ ସିଧା ସଳଖ ବୁଝି ହୋଇଯାଇଥାଏ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ:- ଆମକୁ ପ୍ରତ୍ୟେକ କ୍ଷେତ୍ର ରେ ସମୟ ସହ ଚାଲିବାକୁ ପଡ଼ିଥାଏ। ଯୁଗର ପରିବର୍ତ୍ତନ ହେଲେ ତା ସହ ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିଥାଏ ସେହିପରି ସାହିତ୍ୟ ରେ ଆଧୁନିକତା ରହିଲେ ତାହା ପାଠକ ମନକୁ ଆକର୍ଷଣ କରିବ ଓ ତା ସହ ଉନ୍ନତି ର ଚରମ ସୀମା ରେ ପହଞ୍ଚି ପାରିବ ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ:- ପୁରା କାଳ ରେ ଅର୍ଥାତ୍ ଊନବିଂଶ ଶତାବ୍ଦୀରେ ମଧୁସୂଦନ ରାଓ,ନୀଳମଣି ବିଦ୍ୟାରତ୍ନ ଆଦି ମାନଙ୍କ ଦ୍ଵାରା ଭାଷା ପ୍ରୀତି ଆନ୍ଦୋଳନ ହେଇଥିଲା ।ତାଙ୍କ ଉଦ୍ଦେଶ୍ୟ ଥିଲା ଓଡ଼ିଶା ରେ ଓଡ଼ିଆ ଭାଷାର ପ୍ରଭାବ ବିସ୍ତାର କରିବା ଓ ଏକ ସ୍ଵତନ୍ତ୍ର ରାଜ୍ୟ ର ମାନ୍ୟତା ଦେବା। ୧୯୩୬ ରେ ତାହା ସଫଳ ହେଇଥିଲା। ତା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଓଡ଼ିଆ ଭାଷା କୁ ସମ୍ମାନ ଦେଇ ଆସୁଛନ୍ତି ଏବଂ ଏହା ଆଗକୁ ଜାରି ରଖିବାକୁ ପ୍ରୟାସ ମଧ୍ୟ ଚାଲିଛି। କାରଣ ଓଡ଼ିଆ ହେଉଛି ଆମ ମାତୃଭଷା ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ:- ଯେତେବେଳେ ଗୋଟେ ଅସମ୍ଭବ କାର୍ଯ୍ୟ ମୁଁ ସମ୍ଭବ କରି ଦେଖେଇ ପାରିବି ଏବଂ ସେଇଟା ଅନ୍ୟ ମାନଙ୍କୁ ଭଲ ଲାଗିବ ତାହେଲ ମୁଁ ଅଧିକ ଖୁସି ଅନୁଭବ କରିବି। ସେମିତି ଗୋଟେ ଅନୁଭୂତି ମୋର ମନେ ପଡ଼ୁଚି ଆଜି , ଯେତେବେଳେ ମୁଁ ଛୋଟ ହେଇଥିଲି କାହାର ବିନା ସାହାଯ୍ୟ ରେ ବିଦ୍ୟାଳୟ ର ଏକ ପ୍ରତିଯୋଗିତା ରେ ପ୍ରଥମ ହେଇ ଉପହାର ପାଇଥିଲି ଆଉ ମୋ ମାଆ ମୋତେ ଧରି ଖୁସି ରେ କାନ୍ଦିଥିଲା ।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ:- ସାହିତ୍ୟ ରଚନା ଦିଗରେ ଅର୍ଥାତ୍ ବର୍ତ୍ତମାନ ପରିସ୍ଥିତି ପାଇଁ ଏହା ଅତ୍ୟନ୍ତ ଜରୁରୀ। ଏହା ଦ୍ବାରା ଲୋକ ମାନଙ୍କ ଭିତରେ ସମ୍ପର୍କ ମଜବୁତ୍ ହୋଇପାରୁଛି।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ:- ଗଳ୍ପ ଅର୍ଥାତ୍ ସେ ଆଜିର ହେଉ କିମ୍ବା ପୂର୍ବ ସମୟ ର ହେଉ ତାହା ଅତି ସହଜ ଭାବେ ପାଠକ ର ନିକଟତର ହେଇପାରିବ କାରଣ ଏଥିରେ ବାସ୍ତବବାଦୀତା ରହିବା ସହ ସମାଜ କୁ କିଛି ଶିକ୍ଷା ପ୍ରଦାନ କରୁଛି। ଉଦାହରଣ ସ୍ଵରୁପ ଫକୀର ମୋହନଙ୍କ ଗଳ୍ପ ଗୁଡ଼ିକ ଏତେ ବାସ୍ତବବାଦୀ ଥିଲା ଯେ ଲୋକ ସତ ସତିକା ଚରିତ୍ର ମୁତାବକ ନିଜକୁ ହଜେଇ ଦଉଥିଲେ ।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ:- ସାହିତ୍ୟିକମାନଙ୍କର ସମାଜ ପ୍ରତି ଅଙ୍ଗିକାରବଦ୍ଧତା ରହିବା ନିହାତି ଆବଶ୍ୟକ,କାରଣ ସାହିତ୍ୟ ମନୁଷ୍ୟ ର ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ତେଣୁ ଆମେ ସାହିତ୍ୟ କୁ ଯେତେ ଭଲ ପାଇବା ସେତେ ସିଏ ଲୋକପ୍ରୟତା ହେଇ ପାରିବ ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ:- ହିଁ ନିଶ୍ଚିତ ଭାବେ ମନ ରେ ଦୁଃଖ ପ୍ରକାଶ ହେଵ। କାରଣ ବହୁ ପରିଶ୍ରମ କରି ସେ ଭାବି ଚିନ୍ତି କବିତା ଲେଖିଥିବେ କିନ୍ତୁ ସେଇଟା ଅନ୍ୟ ମାନଙ୍କର ମନ ଛୁଆଁ ହେଇ ପାରିଲା ନାହିଁ । ତା ପରେ ବି ମନ ଦୃଢ଼ କରି ସେହି କବିତା ଟି ଅନ୍ୟ କୁ କିପରି ଭଲ ଲାଗିବ ସେଇଟା ପୁଣି ଥରେ ଚେଷ୍ଟା କରିବା ଉଚିତ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ:- ମୋ ମତରେ ଠିକ୍। କାରଣ ଲେଖକର ବୟସ ନଥାଏ ଲେଖାର ବୟସ ଥାଏ।ଏବେ ଜଣେ କବି ଯଦି ଶିଶୁ ସାହତ୍ୟ ଲେଖିବ ତାହେଲେ ତାକୁ ଶିଶୁ ମାନଙ୍କର ସ୍ତର କୁ ଯିବାକୁ ପଡିବ ସେ କେତେ ବୟସ୍କ ହେଇଥାଉ ନା କାହିଁକି । ସେଥି ପାଇଁ ଏ କ୍ଷେତ୍ର ରେ ବୟସ ର କିଛି ଆବଶ୍ୟକ ନାହିଁ କେବଳ ମନ ଭାବ କୁ ପରିବର୍ତ୍ତନ କରିବାକୁ ପଡିବ ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ:- ମୁଁ ତ ଏବେ ନୂଆ ଏହି ପ୍ରତିଷ୍ଠାନ ରେ ,କିନ୍ତୁ କିଛି ଶିକିବାର ଆଶା ରଖି ଏହି ଦରବାର ରେ ଯୋଗ ଦେଇଛି ।ଯାହା କିଛି ବି ଶିଖିବି ତାକୁ କାମରେ କରି ଦେଖେଇବି।

18-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ:- ସବୁଠୁ ବଡ଼ କଥା ହେଲା ଏଠାରେ ନୂଆ କିଛି ଶିଖିବାକୁ ମିଳୁଛି।ଆଉ ଦିନକୁ ଦିନ କିଛି ନୂଆ ଶିଖିଲେ ଯେ କୌଣସି ବ୍ୟକ୍ତି ମଧ୍ୟ ଆଗ୍ରହ ପ୍ରକାଶ କରିବ ଏହି ପରିବାର ରେ ଯୋଡି ହେବାକୁ।

19-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ:- ମୁଁ ଆମର ଜଣେ ବଡ଼ ଦିଦିଙ୍କ ଜରିଆରେ ଜାଣିଲି ଆଉ ମୁଁ ଭାବି ନେଇଛି ଯେ ସାହିତ୍ୟ ହେଉଛି ମୋ ଜୀବନର ଗୋଟେ ଅଙ୍ଗ । କଣ ପାଇଁ ନା ମୁଁ ତାରି ପାଇଁ ବଞ୍ଚୁଚି ତା ପାଇଁ କାମ କରୁଛି ସେଥି ପାଇଁ କେତେ ବ୍ୟସ୍ତ ରହିଲେ ମଧ୍ୟ ମୋତେ ଜଣା ପଡ଼େ ନାହିଁ।

20- ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ:-ସାହିତ୍ୟ ହେଉଛି ମନୁଷ୍ୟ ଜୀବନର ଏକ ଅଂଶ ବିଶେଷ । ଯାହା ମଣିଷ ମନରେ ଜାଗ୍ରତ ସୃଷ୍ଟି କରେ । ସାହିତ୍ୟ ର “ସ” ଅକ୍ଷର ଶୁଣିବା ମାତ୍ରେ ରୁମ ଟାଙ୍କୁରି ଉଠେ। ସତେ ଯେପରି ତା ସହ ଆମର ଜନ୍ମ ଜନ୍ମନ୍ତର ସମ୍ପର୍କ ଜୋଡ଼ି ହେଇ ରହିଛି। ମୁଁ ମଧ୍ୟ ସେହି ସାହିତ୍ୟ ସମ୍ପର୍କରେ ଅଧିକ କିଛି ଜାଣିବାକୁ ଓ ତାର ଉନ୍ନତି କରିବାର ଆଶା ରଖି ଏହି ପରିବାର ରେ ଯୋଡ଼ି ହେଇ ରହିଛି ଏବଂ ସବୁଠୁ ବଡ଼ କଥା ହେଲା ଯେ ମୁଁ ଅନ୍ୟ ଭାଇ ଭଉଣୀ ଠାରୁ କିଛି ନୂଆ ଜିନିଷ ଶିକି ପାରୁଛି।

ସ୍ନେହର ସରିତା !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

2 thoughts on “Lets talk with a young budding Poetess Sarita Behera hails from Ganjam, district of Odisha for SLF Literary Youth Icon Award contest-. 2023

  1. ସତରେ ସାହିତ୍ୟ ସହ ଆମର ଜନ୍ମ ଜନ୍ମାନ୍ତର ସମ୍ପର୍କ ଜୋଡ଼ି ହୋଇ ରହିଛି।ସେହି ସମ୍ପର୍କ ବିଷୟରେ ଜାଣିବାର ଇଚ୍ଛା ଓ ତାର ଉନ୍ନତି କରିବାର ଆଶା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଦେଇଛି।ସାହିତ୍ୟ ଜଗତରେ ଆପଣଙ୍କ ଆଶାର ପୂରଣ ନିମନ୍ତେ ପ୍ରଭୁଙ୍କ ଠାରେ ନେହୁରା ହେଉଛି।

Leave a Reply

Your email address will not be published. Required fields are marked *