Lets talk with a young writer, Subhasmita Das hails from Kendrapada, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଶୁଭସ୍ମିତା ଦାସ
ପିତାଙ୍କ ନାମ– ରବୀନ୍ଦ୍ର ଦାସ
ମାତାଙ୍କ ନାମ- ପ୍ରମିଳା ଦାସ
ଜନ୍ମ ତାରିଖ– ୨୬.୦୩.୧୯୯୬
ଘର ଠିକଣା- ଆଳି, ବାଳକାଟି, ନାଗପଡା
ଜିଲ୍ଲା– କେନ୍ଦ୍ରାପଡ଼ା
ଶିକ୍ଷାଗତ ଯୋଗ୍ୟତା-ବାଣିଜ୍ୟ ନିସ୍ନାତ
ଇ-ମେଇଲ୍ ଠିକଣା- [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/subhasmitadas.liza.10?mibextid=ZbWKwL
ସ୍ନେହର ଶୁଭସ୍ମିତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର :–ସ୍କୁଲ ପାଠ ପଢା ସମୟରୁ ମୋର ସାହିତ୍ୟ ପ୍ରତି ରୁଚି ରହିଆସିଛି!ପ୍ରଥମେ କାବ୍ୟକବିତା ପଢିବାର ରୁଚି ପରିଵର୍ତ୍ତତ ସମୟର ଲେଖିବା ପାଇଁ ଆଗ୍ରହ ସୃଷ୍ଟି କଲା!
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର :-ସ୍ୱଭାବିକ ତଥା ସାମାଜିକ ଜୀବନରେ ରହି ମଧ୍ୟ ସୃଜନ ଶୀଳତା ସମ୍ଭବ!ଅଧ୍ୟୟନ ଓ ଲେଖିବା ଲେଖି ଭାବେ ମୋର ଛାତ୍ର ଜୀବନରୁ ସମାନ୍ତରାଳ ଅଭ୍ୟାସରେ ପରିଣତ ହେଇଛି!
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର:-ହଁ, ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେଭିମୋ ପରିବାରର ସବୁଠୁଁ ବଡ଼ ଭୂମିକା ରହିଛି l ଯେତେବେଳେ କବିତା କିମ୍ବା ଗଳ୍ପଟିଏ ଲେଖେ, ପ୍ରଥମେ ମୋ ଘର ଲୋକଙ୍କୁ ଶୁଣାଏ l ଏବଂ ପାଠକଟିଏ ପରି ସେମାନେ ତାର ପ୍ରଶଂସା କରିଥାଆନ୍ତି ଯାହା ମୋତେ ଆଗକୁ ବଢିବାର ଉତ୍ସାହ ଦେଇଥାଏ l
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର:-ପ୍ରଖ୍ୟାତ କଥାକାର ମନୋଜ ଦାସ, ଗୋପୀନାଥ ମହାନ୍ତି, ପ୍ରତିଭା ରାୟ, ବୀଣାପାଣି ମହାନ୍ତିଙ୍କ ଲେଖା ଖୁବ ପ୍ରେରଣାଦାୟୀ!ବ୍ୟକକବି ଫକୀର ମୋହନ ସେନାପତିଙ୍କ ଏକାଧିକ ସମାଜିକ ବାସ୍ତବଧମୀ ଉପନ୍ୟାସ ସମାଜର ନିଚ୍ଛକ ଚିତ୍ର ଓ ଆନ୍ଦୋଳିତ କଲାଭଳି!
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର:- ମୁଁ ନିଜକୁ ଏଯାବତ୍ ଅଧିକ ଭାବରେ କବିତା ଏବଂ ଗଳ୍ପରେ ବ୍ୟକ୍ତ କରିପାରିଛି l କିନ୍ତୁ ଯଦି ଏ ପରିବାରର ସଭିଏଁ ମୋତେ ସହଯୋଗ କରନ୍ତି ତେବେ ଅନ୍ୟ ସବୁଥିରେ ବି ନିଜକୁ ପ୍ରକଟିତ କରିପାରିବି ବୋଲି ମୋର ଆଶା l
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର:- ଗଳ୍ପ /କବିତା ଗୁଡ଼ିକ ଲେଖିବାବେଳେ ଆମକୁ ପ୍ରଥମେ ତା’ର ଲେଖିବା ଶୈଳୀ, ଶବ୍ଦ ଉପରେ ଧ୍ୟାନ ଦେବାକୁ ପଡ଼ିବ ଯାହା ପାଠକମାନଙ୍କୁ ବେଶ ଆକୃଷ୍ଟ କରିବ…
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର:- କବିତା ଗଳ୍ପ ମଧ୍ୟରେ କେବଳ ରଚନାତ୍ମକ ଓ ଶଦ୍ଧ ବ୍ୟବହାରରେ ପ୍ରାର୍ଥକ୍ୟ ରହିଥାଏ!ଉଭୟକୁ ନେଇ ପାଠକର ଭିନ୍ନ ଭିନ୍ନ ରୁଚି ମଧ୍ୟ ରହିଥାଏ!କବିତା ଶୃତିମଧୁର ହେଇଥାଏ!କବିତାରେ ତାଳ ଆଣିବାପାଇଁ ଆମକୁ କିଛି ନିଦ୍ଦିଷ୍ଟ ଶଦ୍ଧ ଚୟନ କରି ବ୍ୟବହାର କରିବାକୁ ପଡେ!ସେହିପରି ଗପରେ କୌଣସି ଗୋଟିଏ କାହାଣୀକୁ ଅତି ସାଧାରଣ ଭାବେ ପରିବେଷଣ କରାଯାଇଥାଏ!
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର:-ଉଭୟ ମଧ୍ୟରେ ଚରିତ୍ର ତ୍ରିରଣ କରିବାରେ କେବଳ ଭାଷା ଓ ଉପସ୍ଥାପନାଗତ ଭିନ୍ନତା ରହିଥାଏ!ଉଭୟରେ ଚରିତ୍ର ଚିତ୍ରଣ କରିବା ଏକ ଗୁରୁତ୍ୱପୂର୍ଣ ପ୍ରକିୟା!ଗଳ୍ପ ଆମ ନିତିଦିନିଆ ବ୍ୟବହାର ଯୋଗ୍ୟ!ଭାଷା ବ୍ୟବହାର କରାଯାଉଥିବା ବେଳେ କବିତା କ୍ଷେତ୍ରରେ ସାମାନ୍ୟ ଭିନ୍ନତା ଦେଖିବାକୁ ମିଳେ!
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର:-ବର୍ତ୍ତମାନ ପାଠକଙ୍କ ରୁଚି ବଦଳିବାରେ ଲାଗିଛି!ସାହିତ୍ୟରେ ସବୁବେଳେ ବର୍ତ୍ତମାନ ସମୟ ଓ ସମ୍ପତିକ ସମାଜର ସ୍ଥିତି ସ୍ଥାନ ପାଇବା ଉଚିତ!କିନ୍ତୁ ଭାଷାରେ ମୌଳିକତା ଯେପରି ନଷ୍ଟ ହୁଏ ସେଥିପତି ସାହିତ୍ୟିକ ଓ ପାଠକ ଉଭୟଙ୍କୁ ଯନ୍ତ୍ରଶୀଳ ହେବାକୁ ପଡିବ!
10- ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର:-ଭାଷା ଗୋଟିଏ ଜାତିର ଜୀବନ୍ତ ପରିଚୟ, ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ଭାବେ ଗଠନ ହେଇଥିବା ରାଜ୍ୟ, ଅତୀତରେ କରାଯାଇଥିବା ଭାଷା ଆନ୍ଦୋଳନ ଓଡ଼ିଆ ଜାତିର ଅସ୍ମିତାର ପ୍ରତିକ, କିନ୍ତୁ ବର୍ତ୍ତମାନ ଯୁବପିଢ଼ି ମଧ୍ୟରେ ନିଜ ଭାଷାକୁ ନେଇ ସେତେଟା ଗମ୍ଭୀରତା ପ୍ରାୟତଃ ଦେଖିବାକୁ ମିଳୁନାହିଁ!ତେଣୁ ଭାଷାକୁ ବଞ୍ଚାଇ ରଖିବା ପାଇଁ ଜୀବପିଢ଼ି ଓ ଛାତ୍ର ସମାଜ ମଧ୍ୟରେ ଭାଷା ପ୍ରତି ଗୁରୁତ୍ୱ ଓ ଅତ୍ମୀୟତା ସୃଷ୍ଟି କରିବାକୁ ପଡିବ!
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର:-ମୋ ଲେଖା ପଢିବା ପରେ ମିଳୁଥିବା ପଠାକୀୟଙ୍କ ମତାମତ ମୋ ପାଇଁ ଖୁସିର କଥା!ଯାହା ମତେ ପ୍ରେରଣା ଦିଏ!ଆହୁରି ଆଗକୁ ଲେଖିବାକୁ ଆଜ୍ଞା!
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର:-ସତକଥା କହିବାକୁ ଗଲେ ଜଗତିକରଣ ପରେ ସମସ୍ତେ ପା ଶ୍ଚତ୍ୟ ମୁହାଁ ହେଇଛନ୍ତି!ଇଂରାଜୀ ଭାଷାର ଗୁରୁତ୍ୱ ବଢିଛି!ପା ଶ୍ଚତ୍ୟ ଜୀବନକୁ ଅନୁକରଣରେ ଓଡ଼ିଆ ଭାଷା ମଧ୍ୟ ଅବହେଳିତ ହେବା ପରି ଲାଗେ!ତଥାପି ଆଜିର ଯୁବପିଢ଼ି ମଧ୍ୟରେ ନିଜ ଭାଷାକୁ ନେଇ ଅଭିମାନ ରହିବାର ଆବଶ୍ୟକତା ରହିଛି!ସରକାରୀ ସ୍ତରରେ ମଧ୍ୟ ଓଡ଼ିଆ ଭାଷାକୁ ପ୍ର ତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି!ତାହା ଆଗାମୀ ଦିନରେ ଆହୁରି ବ୍ୟାପକ ହେବା ମଧ୍ୟ ଜରୁରୀ!
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର:- ଆଜିର କ୍ଷୁଦ୍ରଗଳ୍ପକୁ ପାଠକମାନେ ବେଶ ପସନ୍ଦ କରୁଛନ୍ତି ଏଥିପାଇଁ କି କ୍ଷୁଦ୍ରଗଳ୍ପରେ ଗୋଟିଏ କାହାଣୀକୁ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରାଯାଉଛି ଅତି କମ ଶବ୍ଦ ମାଧ୍ୟମରେ l
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର:-ସାହିତ୍ୟିକମାନଙ୍କର ସମାଜପ୍ରତି ଆଙ୍ଗିକାରବଦ୍ଧତା ରହିବା ନିହାତି ଆବଶ୍ୟକ, କାରଣ ସାହିତ୍ୟି ସମାଜିକ ଜୀବନ ସହ ଜଡିତ!ତେଣୁ ସାହିତ୍ୟିକ ମାନେ ସବୁ ଦିଗକୁ ଦୃଷ୍ଟି ଦେଇ ସମାଜ ପ୍ରତି ଅଙ୍ଗିକାରବଦ୍ଧ ହେବା ମଧ୍ୟ ଆବଶ୍ୟକ ଆଜ୍ଞା!
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର:- କବିତାଟି ଲେଖିସାରିବା ପରେ ଯଦି ଜଣାପଡେ କି ଲେଖାଟି ସେତେ ଭଲ ହେଇନି, ତେବେ ଦୁଃଖ ଲାଗିବା ତ ସ୍ୱାଭାବିକ… କିନ୍ତୁ ତା ପରେ ସେ କବିତାଟିରେ କଣ ବଦଳେଇଲେ ତାହା ମନଛୁଆଁ ହେଇପାରିବ, କିମ୍ବା ପାଠକଙ୍କୁ ଆଦୃତ କରିପାରିବ ସେ ବିଷୟରେ ଭାବିବାକୁ ଲାଗେ l
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର:- ବେଳେବେଳେ ଅଭିଜ୍ଞତା ହିଁ ବହୁତ କିଛି ଶିକ୍ଷା ଦେଇଥାଏ, ଯାହା ବୟସ ଦେଇନଥାଏ…ଆଉ ସେହି ଲେଖା ହିଁ ଅଧିକ ଜୀବନ୍ତ ହେଇଥାଏ, ଯାହାକି ବେଶ ପାଠକଙ୍କୁ ଛୁଏଁ…ସେମିତି ଲେଖିବା ପାଇଁ ପଢ଼ିବାର ବ ଆବଶ୍ୟକତା ରହିଛି… ଯଦି ଆମେ ୧୦ ପଦ ପଢ଼ିବା, ତେବେ ଅନ୍ତତଃ ଗୋଟିଏ ପଦ ଲେଖିପାରିବା…
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର:- ନିଜକୁ ଅନ୍ତର୍ଜାତୀୟ ସ୍ତରରେ ଉପସ୍ଥାପନା କରିବା କଣ କମ୍ କଥା କି..? ଜଣେ ସାହିତ୍ୟିକାର ପରିଚୟ ନେଇ ନିଜକୁ ଏ ପରିବାର ସାହାଯ୍ୟରେ ଆଉ ଟିକେ ମାର୍ଜିତ କରି ନିଜର ପ୍ରତିଭାକୁ ବିଶ୍ୱ ଦରବାରରେ ଦର୍ଶାଇବାର ସୁଯୋଗ ମିଳିଛି… ଏହାଠାରୁ ବଡ଼ ଖୁସି ଆଉ କଣ ମୋ ପାଇଁ..?
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର:-ଏହି ଅନୁଷ୍ଠାନରୁ ଲେଖିବା, ଶିଖିବା କିପରି ଅନ୍ୟ ଅପରିଚିତ ମଣିଷ କୁ ଏତେ ଭଲପାଇବା ଦେବା ଦେଖି ମତେ ପ୍ରଭାବିତ କଲା,ସଂମାନିତ ପୁରସ୍କାର କିମ୍ଵା ସଂମାନିତ ଶେଷ କଥା ହେଇଥାଏ!କିଛି ଅନୁଭବ ଅନୁଭୂତି ସାଉଁଟି ପାଇଲି!
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର:- ମୋ ସମ୍ପର୍କରେ ଥିବା ପ୍ରାୟ ସାହିତ୍ୟିକ/ସାହିତ୍ୟିକା ଗଣ ସୂର୍ଯ୍ୟୋଦୟ ୱେବସାଇଟରେ ପ୍ରକାଶିତ ସେମାନଙ୍କ କବିତାର ଲିଙ୍କ ଷ୍ଟାଟସରେ ଦିଅନ୍ତି ଲ ସେଇଠୁ ମୁଁ ସୂର୍ଯ୍ୟୋଦୟ ପ୍ରତି ଆକୃଷ୍ଟ ହେଇଥିଲି… ଏବଂ ପରେପରେ ଫେସବୁକ ମାଧ୍ୟମରେ ଏହି ପରିବାର ସହିତ
ଯୋଡ଼ିହେଲି l ବ୍ୟସ୍ତବହୁଳ ଜୀବନ କଷ୍ଟଦାୟକ ହେଲେ ସାହିତ୍ୟ ତାର ଉପଶମ l ମୋ ମତରେ ସାହିତ୍ୟ ସମସ୍ତ ଦୁଃଖ ଯନ୍ତ୍ରଣାରୁ ଆରାମ ଦେଇଥାଏ l
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର:- ସାହିତ୍ୟକୁ ନେଇ ସମାଜକୁ କେମିତି ଉତ୍ତମ ଦିଗଦର୍ଶନ ଦେଇପାରିବି ତାହା ହିଁ ମୋର ଲକ୍ଷ୍ୟ l ଯେହେତୁ ସାହିତ୍ୟ ଜଗତରେ ଏବେ ମୁଁ ନବାଗତ, ମୁଁ ଚାହେଁ କି ଏ ପରିବାରରେ ମୋତେ ମୋ ଭୁଲ ଠିକ ବିଷୟରେ ଦର୍ଶାଇ ମୋତେ ମାର୍ଗଦର୍ଶନ କରନ୍ତୁ l
ସ୍ନେହର ଶୁଭସ୍ମିତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସାହିତ୍ୟ କୁ ନେଇ ଆପଣଙ୍କର ଲକ୍ଷ୍ୟ ପୂରଣ ହେଉ ଏହାହିଁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।ସାହିତ୍ୟ ଜଗତରେ ଆପଣଙ୍କର ଉଡାଣ ଖୁବ୍ ଉଚ୍ଚତର ହେଉ।
ଅତିସୁନ୍ଦର,ଏମିତି ଏ ସାହିତ୍ୟ ସାଧନାରେ ଅଗ୍ରସର ହୁଅନ୍ତୁ।ଅନେକ ଶୁଭେଚ୍ଛା