March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

Lets talk with a  young writer, Subhranta Behera hails from Anugul, district of Odisha for SLF Literary Youth Icon Award contest-. 2023

Lets talk with a  young writer, Subhranta Behera hails from Anugul, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟନାମ- ଲିଖିତ ସାକ୍ଷାତକାର

ନାମ– ସୁଭ୍ରାନ୍ତ ବେହେରା
ପିତାଙ୍କ ନାମ- ସଙ୍କିର୍ତ୍ତନ ବେହେରା
ମାତାଙ୍କ ନାମ- ଜାମିନୀ ବେହେରା
ଜନ୍ମ ତାରିଖ- 07/04/2002
ଘର ଠିକଣାଗ୍ରାମ-ବେଳାଦୁଲା,ପୋ-କନ୍ଧପଡା, ବ୍ଲକ– ଆଠମଲ୍ଲିକ, ଜିଲ୍ଲା-ଅନୁଗୋଳ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ତୃତୀୟ ବର୍ଷ (ସମ୍ମାନ- ରାଜନୀତି ବିଜ୍ଞାନ )
କିଶୋରନଗର ସ୍ନାତକ ମହାବିଦ୍ୟାଳୟ କିଶୋରନଗର, ଅନୁଗୋଳ
ଇ-ମେଲ ଠିକଣା- [email protected]


ଶ୍ରଦ୍ଧେୟ ସୁଭ୍ରାନ୍ତ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ ‘ସାହିତ୍ୟ ‘ ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ୱତୀୟ  ଜୀବନ ବଞ୍ଚିଲେ ?
✍️ ପ୍ରାଥମିକ ବିଦ୍ୟାଳୟରେ ପଢିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋର ସ୍କୁଲ ଜୀବନର ପ୍ରଥମ ଗୁରୁ ଶ୍ରୀଯୁକ୍ତ ଶ୍ରୀବତ୍ସ ମହାନ୍ତି ସାହିତ୍ୟ କୁ କେବଳ ପଢେଇବା ନୁହେଁ ପିଲାମାନଙ୍କୁ ନେଇ ଅଭିନୟର ସହିତ ବୁଝାଉଥିଲେ l ସାହିତ୍ୟକୁ ମୁଁ ସେଦିନଠୁ ଜାଣିଛି, କିନ୍ତୁ ଶ୍ରୋତା ଭାବରେ l ମୁଁ ପନ୍ଦର ବର୍ଷ ବୟସରେ ଲେଖା ଆରମ୍ଭ କଲି l ଯେତେବେଳେ ମୁଁ କୁଆଡେ ଯାଉଥାଏ ପାଟି ମୋର ଗୁଣୁଗୁଣୁ ଶବ୍ଦରେ ଗୁଞ୍ଜରିତ ହେଇ ଅନେକ ପ୍ରକାର ଶବ୍ଦ ଭାସିଆସେ l ସେ ସମୟରୁ ମୋତେ ଏପରି ଲାଗିଲା କି ସାହିତ୍ୟ ମୋର ଏକ ଅନ୍ତରଙ୍ଗ ବନ୍ଧୁ l ଏପରି ଭାବରେ “ସାହିତ୍ୟ “ରେ ମୁଁ ଜଡିତ ହେଲି l

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
✍️ ବାପା ନଥିବାରୁ କର୍ମମୟ ଜୀବନ ତଥା ପାଠପଢା ସହିତ ସାରସ୍ୱତ ସାଧନାରେ ସମୟର ସଦୁପଯୋଗ କରିଥାଏ l ସାମାଜିକ ଜୀବନ ଶୈଳୀ ଉତ୍ତମ ରହିଛି ଏବଂ ସମାଜ ହିଁ ତ ଆମକୁ ଆଗକୁ ଯିବାକୁ ପ୍ରେରଣା ଓ ଶିକ୍ଷା ଦେଇଥାଏ l

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାର ର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
✍️ ହଁ ନିଶ୍ଚୟ , ପରିବାର ର ଶ୍ରଦ୍ଧା,ଆଶୀର୍ବାଦ ଓ ସହଯୋଗ ହିଁ ମଣିଷକୁ ସୁପଥଗାମୀ ହେବାର ବାଟ କଢାଇଥାଏ l ମୋର ଅଜା (ମାଆଙ୍କ ବାପା ) ଗ୍ରାମ୍ୟ ନୃତ୍ୟଗୀତ ର ଜଣେ ଲେଖକ ଥିଲେ, ତାଙ୍କର ରଚନାବଳୀ ମୋତେ କେତେକାଂଶରେ ପ୍ରଭାବିତ କରିଛି l

4– କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ କଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜିଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ l
✍️ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ତାଙ୍କର ରଚନାକୃତି ଏବଂ ତାଙ୍କର କବିତା
“ଉଚ୍ଚ ହେବାପାଇଁ କର ଯେବେ ଆଶା
   ଉଚ୍ଚ କର ଆଗେ ନିଜ ମାତୃଭାଷା ll
  ମାତୃଭୂମି ମାତୃଭାଷାରେ ମମତା
     ଯାହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
      ଅଜ୍ଞାନ ରହିବେ କାହିଁ ll”
ମୋତେ ଆଜିବି ଉତ୍ସାହିତ କରୁଛି l ସେ ହିଁ ମୋର ଆଦର୍ଶ ଲେଖକ l କବି ଗଙ୍ଗାଧର ମେହେର ସମ୍ବଲପୁର ଜିଲ୍ଲା (ବର୍ତ୍ତମାନ ବରଗଡ଼ ) ସ୍ଥିତ ବରପାଲି ଗାଁରେ ଏକ ଗରିବ ଭୁଲିଆ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ରଚନାସମ୍ଭାର ର ଅମୁଲ୍ୟ ଅବଦାନ ଓଡିଆ ସାହିତ୍ୟକୁ ଏକ ଗୌରବ ମନେ କରାଉଛି l

5– ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ, ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ?
✍️ ମୁଁ ନିଜକୁ ମୋର ଯଥାସମ୍ଭବ ପ୍ରୟାସ ଗଳ୍ପ ଓ କବିତାରେ ଅଧିକ ବ୍ୟକ୍ତ କରିଛି l

6- ଗଳ୍ପ /କବିତା ଗୁଡିକ ଲେଖିଲାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବାକୁ ପଡେ ?
✍️ ଗଳ୍ପ ହେଉ ବା କବିତା ପ୍ରଥମତଃ ନୀରବଛିନ୍ନ ଭାବାବେଗରେ ବୁଡିବାକୁ ହୁଏ l କବିତା ଲେଖିଲାବେଳେ ଶବ୍ଦକୁ ଯୋଖି ପଦରେ ପଦ ପଡ଼ିବାର ସମଷ୍ଟିକୁ ଦେଖି କିପରି ମାଧୁର୍ଯ୍ୟପୂର୍ଣ୍ଣ ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ହୁଏ l ଗଳ୍ପ ଲେଖିଲା ବେଳେ ଗଳ୍ପ ର ବିଷୟରେ ନିଜକୁ ହଜେଇଦେଇ ବାହ୍ୟ ଆଡମ୍ବର ରେ ଲେଖିବାକୁ ହୁଏ l ଯାହା ଫଳରେ ଲେଖା ଜୀବନ୍ତ ହୋଇ ଉଠିବ l ଏକାଗ୍ରତା ମନୋଭାବରେ ହିଁ ସୁନ୍ଦର ସୁନ୍ଦର ଭାଷାର ଲହରୀ ଖେଳିଥାଏ l

7- କବିତା ଓ ଗଳ୍ପ ମଧ୍ୟ୍ୟରେ କେଉଁ ଧରଣର ସାମ୍ୟ ଓ ଦେଖନ୍ତି ?
✍️ କବିତା ଆଉ ଗଳ୍ପରେ ସାମ୍ୟ କହିବାକୁ ଗଲେ -କବିତାରେ ଭାଷା ଏକ ନୂଆବୋହୂ ର ଓଢଣୀ ପରି, ଓଢଣୀ ଖୋଲିବା ପରେ ବୋହୂ ର ସୁନ୍ଦରତା ଦେଖାଯାଏ l ଠିକ ସେମିତି କବିତାର ଭାଷାକୁ ବୁଝିବା ପରେ ଅତି ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇଥାଏ l ଗଳ୍ପରେ ବିଷୟକୁ ପଢିବା ପରେ ପାଠକ ଅତି ସହଜରେ ବୁଝିପାରେ l କିନ୍ତୁ ଉଭୟ ମନରେ ପଢିବାର ଆଗ୍ରହ ସୃଷ୍ଟି କରିଥାଏ l

8- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି l ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି ? ଆପଣଙ୍କୁ ଆପଣଙ୍କ କାବ୍ୟ କବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
✍️ ଗଳ୍ପରେ କଥା ସାହିତ୍ୟ ବର୍ଣ୍ଣିତ ହୋଇଥାଏ, ଗଳ୍ପର ପ୍ରତ୍ୟେକଟି ଚରିତ୍ରକୁ ଚିତ୍ରଣ କଲାବେଳେ ନିଜକୁ ଅନୁଭବ କରି ଲେଖିବାକୁ ହୋଇଥାଏ l କବିତାରେ ଚରିତ୍ର ଚିତ୍ରଣ କରିବା ସମୟରେ ଅନେକ ଗୁଡିଏ ଶବ୍ଦ ଏକତ୍ର କରି କବିତାକୁ ପରିମାର୍ଜିତ କଲାଭଳି ବର୍ଣ୍ଣନା କରାଯାଇଥାଏ l ଯାହା ଫଳରେ ପାଠକର ହୃଦୟକୁ ଛୁଇଁଥାଏ, ଗଳ୍ପ କବିତାର ଚରିତ୍ରମାନେ ମୋତେ ଅଧିକ ଶିଖିବା ଓ ଲେଖିବା ପାଇଁ ଉତ୍ସାହିତ କରିଥାନ୍ତି l

9- ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
✍️ ସମୟ ଚକ୍ରରେ ସବୁକିଛି ବଦଳିଥାଏ, ଏଥିରେ ସାହିତ୍ୟ ମଧ୍ୟ ବାଦ ପଡ଼ିନାହିଁ l ନୂତନ ପ୍ରତିଭା ମାନଙ୍କର ନୂତନ ଲେଖା ସାହିତ୍ୟରେ ଆଧୁନିକତା ଆଣିଦେଇଛି l ବୋଧହୁଏ ସାହିତ୍ୟ ମଧ୍ୟ ସମୟର ତାଳେ ତାଳେ ଆଧୁନିକତା ପଥରେ ଆଗେଇ ଚାଲିଛି   l

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ?
✍️ ପୁରାତନ ସମୟର ଭାଷା-ପ୍ରୀତି ର ପ୍ରଭାବ ଆମ ଭାଷାର ଏକ ମାଇଲ ଖୁଣ୍ଟ ସୃଷ୍ଟି ହୋଇଥିଲା l ବର୍ତ୍ତମାନ ଶିଥିଳ ହୋଇଥିବା ଭାଷା ସାହିତ୍ୟର ସୁସାଗର ସୃଷ୍ଟି କରିବ ବୋଲି ମୋର ଆଶା l

11- ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି ?
✍️ ଯେତେବେଳେ ଲେଖାଟି ପଢ଼ି ଗୁରୁମାନେ କୁହନ୍ତି ଅତି ସୁନ୍ଦର ହୋଇଛି ସେତିକିବେଳେ ମନରେ ଆବେଗଭରା ଆନନ୍ଦ ଅନୁଭବ ହେଇଥାଏ l

12- ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ l
✍️ ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟା ଦ୍ୱାରା ବିଶ୍ୱ ଦରବାର ର ଦ୍ୱାର ଦେଶରେ ପହଞ୍ଚି ପାରିଛି ଓଡ଼ିଆ ସାହିତ୍ୟ l ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏକକାଳୀନ ଅନେକ ସ୍ଥାନରେ ସାହିତ୍ୟ ଦେଖିବାକୁ ମିଳୁଛି l

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ, ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
✍️ କ୍ଷୁଦ୍ରଗଳ୍ପ ପାଠକର ମନକୁ ଆକର୍ଷିତ କରିଥାଏ l ମନୁଷ୍ୟ ତା’ର କର୍ମମୟ ଜୀବନରେ ସମୟର ସଦୁପଯୋଗ କରିବାକୁ ପଡେ l ତେଣୁ ପାଠକ କ୍ଷୁଦ୍ରଗଳ୍ପର ଅଧ୍ୟୟନରେ ମନ ଖୁସି ହୋଇଥାଏ ଯଦ୍ୱାରା କ୍ଷୁଦ୍ରଗଳ୍ପ ପାଠକର ନିକଟତର ହୋଇଥାଏ l

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗିକାରବଦ୍ଧତା ରହିବା ଉଚିତ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ l
✍️ ହଁ ନିହାତି ରହିବା ଉଚିତ, ମୋ ଅନୁସାରେ ସମାଜରୁ ସାହିତ୍ୟ ସୃଷ୍ଟି l ପ୍ରଚଳିତ ସମାଜକୁ ଦେଖି ପରିସ୍ଥିତିକୁ ଅନୁଭବ କରି ସାହିତ୍ୟିକ ତା’ର ଲେଖନୀ ଚାଳନା କରିଥାଏ l ଆମେ ଓଡ଼ିଆ ହେଇଥିବାରୁ ସାହିତ୍ୟ ଓଡ଼ିଆ ସଂସ୍କୃତିକୁ ଅଗ୍ରାଧିକାର ଦେଇଥାଏ l

15- ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ୱ ଅଭିଜ୍ଞତା ସେପରି କିଛି ଅଛି କି ?
✍️ ଲେଖିଥିବା ଲେଖାଟିରେ କିଛି ତ୍ରୁଟି କିମ୍ବା ଲୋକପ୍ରିୟ ନହେଲେ ମନକୁ ଟିକେ କଷ୍ଟ ଆସିଥାଏ l କିନ୍ତୁ ଗୁରୁଜନ କୁହନ୍ତି ବିଫଳତା ହେଉଛି ସଫଳତାର ଚାବିକାଠି l ତେଣୁ ସେତିକିରେ ଭାଙ୍ଗି ନପଡି ମନବଳକୁ ଦୃଢ଼ କରି ନିର୍ଭୁଲ ଭାବରେ ରଚନା କରି ଆଗକୁ ଯିବାକୁ ସଂକଳ୍ପ ନେଇଛି l

16- “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତାଥାଏ l”-ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ..!ଯଦି ହଁ, ତେବେ କାହିଁକି..? ତାହାର ଉତ୍ତର ରଖିବାକୁ ଅନୁରୋଧ l
✍️ ହଁ ଆଜ୍ଞା ଏହା ନିରାଟ ସତ୍ୟ l ବେଳେବେଳେ ପରିବେଶ କୁ ଦେଖି ଭାବନାରେ ସାହିତ୍ୟ ସୃଷ୍ଟି ହୋଇଥାଏ l ସାହିତ୍ୟ ରଚନା ପାଇଁ ସ୍ଥାନ,କାଳ, ପାତ୍ର କି ନିର୍ଦ୍ଧିଷ୍ଟ ବୟସର ଆବଶ୍ୟକ ହୋଇନଥାଏ l କେବଳ ଅନୁଭବ, ଅନୁଭୂତି ଓ ଚିନ୍ତାଧାରା ଆବଶ୍ୟକ ହୋଇଥାଏ, ଯଦ୍ୱାରା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ l

17-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାର ରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି l କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ l
✍️ ମୋ ନିଜ ଭିତରେ ଲୁଚି ରହିଥିବା କଳା ପ୍ରତିଭାକୁ ବିଶ୍ୱ ଦରବାର ରେ ପ୍ରଦର୍ଶନ କରିବାକୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଏକ ସ୍ୱତନ୍ତ୍ର ସୁଯୋଗ ମିଳିଛି l ମୁଁ ଅତ୍ୟନ୍ତ ଖୁସି ଅନୁଭବ କରୁଛି, ଏହାଦ୍ୱାରା ନୂଆ ନୂଆ ରଚନା ସୃଷ୍ଟି କରିବାକୁ  ଆଗ୍ରହ ପ୍ରକାଶ କରେ l

18- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପରିଛି..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ ” ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା -2023″ପାଇଁ କାହିଁକି ଆଗ୍ରହୀ ହେଲେ?
✍️ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଆମ ଯୁବ ଲେଖକାର ମାନଙ୍କ ପାଇଁ ଏକ ନୂତନ ଚିନ୍ତାଧାରା ଆଣିଛି, ଯାହା ମୋତେ ଆକର୍ଷିତ କରିଛି l  ପ୍ରତିଭା ମାନଙ୍କର ଲେଖା ଓ ବିଭିନ୍ନ ଲେଖାର ସମୀକ୍ଷା ବା ମନ୍ତବ୍ୟ ଦିଆଯାଉଛି, ଯାହା ଫଳରେ ଅନେକ କିଛି ଶିଖିବାକୁ ମିଳୁଛି ଏବଂ ନୂଆ ନୂଆ ରଚନା ସୃଷ୍ଟି କରିବାକୁ ପ୍ରେରଣା ଦେଉଛି l ତେଣୁ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା -2023″ପାଇଁ ମୁଁ ଆଗ୍ରହ ପ୍ରକାଶ କରିଛି l

19- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସମ୍ପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି ?
✍️ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ମୋ ପାଇଁ ସମ୍ପୂର୍ଣ୍ଣ ଅଜଣା ଥିଲା l ଏ ବିଷୟରେ ମୋର ଜଣେ ବନ୍ଧୁ କହିଲେ ଏବଂ ଚିନ୍ମୟୀ ମାଡାମଙ୍କ ସାହାଯ୍ୟରେ ବଡଭାଇ ମନୋଜ କୁମାର ପଣ୍ଡା ଙ୍କ ଦ୍ୱାରା ଘରର ଏରୁଣ୍ଡି ବନ୍ଧ ଡେଇଁ ସାହିତ୍ୟ ସାଗର ତଥା ଏ ପରିବାର ଭିତରକୁ ପ୍ରବେଶ କରିଛି l ବ୍ୟସ୍ତ ବହୁଳ ଜୀବନରେ ମୋତେ ସାହିତ୍ୟ ନିହାତି ଆବଶ୍ୟକ ସେଥିପାଇଁ ପଦେ ଲେଖିଛି-
“କଲମକୁ ଧରି କବିତା ଲେଖିଲେ
      ମନ ମୋର ଖୁସିହୁଏ,
ଯେତେ ଦୁଃଖ କଷ୍ଟ ଯନ୍ତ୍ରଣା ଥିଲେବି
     ସବୁ ସେଠି ଭୁଲିଯାଏ  ll”

20- ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ୱତୀୟ ସହଯୋଗ ଆଶା କରୁଛନ୍ତି l
✍️ ସମାଜର ମୁଖ ଗହ୍ୱରରେ ସାହିତ୍ୟ ବସିଛି l ନେତା, ମନ୍ତ୍ରୀ, ଜ୍ଞାନି, ଗୁଣି ଏଭଳି ମହାନ ବ୍ୟକ୍ତିମାନେ ସାହିତ୍ୟର ଉଦାହରଣ ଦେଇ ସମାଜକୁ ବାର୍ତ୍ତା ଦିଅନ୍ତି l ଯାହା ଫଳରେ ସାହିତ୍ୟ ସ୍ୱର୍ଣ୍ଣାକ୍ଷର ଭୂମିକା ଗ୍ରହଣ କରିଛି l ମା ସରସ୍ବତୀ ମୋ କଣ୍ଠରେ ବସି ଆପଣମାନେ ଯାଉଥିବା ସାହିତ୍ୟର ସୁପଥରେ ମୋତେ ବି ବାଟ କଢାଇ ନେବେ ବୋଲି ମୁଁ ଆଶା କରେ l ସେଥିପାଇଁ ସମସ୍ତଙ୍କୁ ସମ୍ମାନ ଜଣେଇବା ସହିତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l

ସ୍ନେହର ସୁଭ୍ରାନ୍ତ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with a  young writer, Subhranta Behera hails from Anugul, district of Odisha for SLF Literary Youth Icon Award contest-. 2023

  1. Proud of you . ବେଶ ମାର୍ଜିତ, ରୁଚି ସମ୍ପନ୍ନ, ଭାବାବେଗଭରା ଚିନ୍ତାଧାରା l ସୂର୍ଯ୍ୟୋଦୟ ପରିବାରର ନବଦିଗନ୍ତ ଟିଏ ହୁଅ l ଶୁଭାଶିଷ ସହ……

  2. ଖୁବ୍ ସୁନ୍ଦର କଥା ଆପଣଙ୍କ ସାକ୍ଷାତକାର ପଢି ଜାଣିବାକୁ ପାଇଲି ଆଜ୍ଞା।ଯେତେ ଦୁଃଖ,କଷ୍ଟ,ଯନ୍ତ୍ରଣା ମନ ଭିତରେ ଥିଲେବି କବିତା ଲେଖିଲେ ସବୁ ଉଭା ହୋଇଯାଏ ।ସାହିତ୍ୟ ଜଗତରେ ଆପଣଙ୍କ ଉଡାଣ ଖୁବ୍ ଭଲ ହେଉ।

Leave a Reply

Your email address will not be published. Required fields are marked *