Lets talk with a young Poetess Lijarani Pradhan hails from Nayagarh, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ଲିଜାରାଣୀ ପ୍ରଧାନ
ପିତାଙ୍କ ନାମ – ଗଙ୍ଗାଧର ପ୍ରଧାନ
ମାତାଙ୍କ ନାମ- ମଞ୍ଜୁଲତା ପ୍ରଧାନ
ଜନ୍ମ ତାରିଖ– ୧୧/୦୩/୨୦୦୪
ଘର ଠିକଣା – ବେଗୁନିଆପାଟଣା, ଖତିଆ
ଜିଲ୍ଲା – ନୟାଗଡ଼
ଶିକ୍ଷାଗତ ଯୋଗ୍ୟତା – ଯୁକ୍ତ ତିନି ପ୍ରଥମ ବର୍ଷ କଳା (ଓଡ଼ିଆ ବିଭାଗ)
ଇ – ମେଲ୍ – ଠିକଣା– [email protected]
ସ୍ନେହର ଲିଜାରାଣୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1- ଆପଣଙ୍କ ଜୀବନ ରେ ସାହିତ୍ୟ ସୃଷ୍ଟି ର ଅୟ ଆରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସ ରେ ଆପଣ “ସାହିତ୍ୟ”ଭାବ ରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ଵତୀୟ ଜୀବନ ବଞ୍ଚିଲେ ?
ଉତ୍ତର – ମୋ ଜୀବନରେ ସାହିତ୍ୟ ର ଅୟ ଆରମ୍ଭ କଲେଜ ପଢ଼ାରୁ ଆରମ୍ଭ ହୋଇଥିଲା। ଯେବେ ଦଶମ ପାଠ ସାରି ଦ୍ଵାଦଶ୍ ରେ ପାଦ ଥାପି କଳା ବିଭାଗ ଓ ସାହିତ୍ୟ କୁ ଚୟନ କରି କଲେଜ ଗଲି ସେଠାରେ ଆମ ସାହିତ୍ୟ ବିଭାଗ ର ସାର ଙ୍କ ଦ୍ଵାରା ସାହିତ୍ୟ ର ଅର୍ଥ, ବର୍ଣ୍ଣନା , ଉତ୍ପତ୍ତି ଆଉ ରସ ମତେ ଵିଭୋବ ଆଉ ସାହିତ୍ୟ ଆଡ଼କୁ ଆକର୍ଷଣ କଲା। ସେତେବେଳେ ମୁଁ ଜାଣିଲି ସାହିତ୍ୟ କଣ ଓ ସାହିତ୍ୟ ରେ କେତେ ମଧୁରତା ଓ ଶିକ୍ଷା ଥାଏ ଓ ସାହିତ୍ୟ ଆମ ଜୀବନ କୁ କିପରି ସହଜ ସରଳ ଓ ସୁନ୍ଦର କରିପାରିଛି । ସେହିଦିନ ଠାରୁ ସାହିତ୍ୟ ପ୍ରତି ମୋର ଥିବା ଆଗ୍ରହ ଆଉ ଭାବ ଜାଗି ଉଠିଲା। ୧୭ ବର୍ଷ ବୟସ ରେ ସାହିତ୍ୟ ପ୍ରତି ଏକ ବିଶେଷ ଭାବରେ ବାନ୍ଧି ହୋଇ ଗଲି ଏବଂ ଏକ ରଚନାତ୍ମକ ସାରସ୍ଵତ ଜୀବନ ରେ ବଞ୍ଚିଲି।
2- ଆପଣ କିପରି ଭାବେ ସାରସ୍ଵତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନ ର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର – ସାହିତ୍ୟ ଓ ସମାଜ ପରଷ୍ପର ପରିପୂରକ କିନ୍ତୁ ଏଇ ସମାଜ ରୁ ହିଁ ସାହିତ୍ୟ ର ସୃଷ୍ଟି ଆଉ ଯଦି ସମାଜ କୁ କିଏ ଏକ ନୂତନ ଦିଶା ଦେଖାଇ ଥାଏ ତେବେ ସେ ହେଉଛି ସାହିତ୍ୟ। ଆଉ ଏଇ ସାହିତ୍ୟ ଦ୍ଵାରା ହିଁ ସମାଜ ର ଉନ୍ନତି ହେବ ତେଣୁ ମୁଁ
ମୋ ପାଠ ପଢା ଓ ସାମାଜିକ ଜୀବନ ସହିତ ସାହିତ୍ୟ କୁ ମଧ୍ୟ ଏକ ଅଂଶ ଭାବି ସର୍ବସମତା ରକ୍ଷା କରି ଚାଲିଛି।
3 – ସାହିତ୍ୟ ସାଧନା ରେ ବ୍ରତୀ ହେବା ଦିଗ ରେ ଆପଣଙ୍କ ପରିବାର ର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର – ହଁ ସାହିତ୍ୟ ସାଧନା ରେ ବ୍ରତୀ ହେବା ଦିଗ ରେ ମୋ ପରିବାର ର ଭୂମିକା ରହିଛି ମତେ ମୋ ପରିବାର ର ପ୍ରତ୍ୟେକ ସଦସ୍ୟ ଉତ୍ସାହ ଦେଇ ଆସିଛନ୍ତି ଓ ଆଗକୁ ବଢ଼ିବାରେ ସବୁବେଳେ ସାହସ ଦେଇଛନ୍ତି ।
4 – କେଉଁ ମହାନ୍ ସାହିତ୍ୟକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟକ୍ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି? ତାଙ୍କ ବିଷୟ ରେ ସମ୍ୟକ୍ ଆଲୋଚନା ରଖିବାକୁ ଅନୁରୋଧ ?
ଉତ୍ତର – ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ଦ୍ୱାରା ରଚିତ “ବାଉଁଶରାଣୀ” ମନସ୍ତତ୍ଵ ଆଧାରିତ ଏକ ଗଳ୍ପ ର ଶୈଳୀ ମତେ ଆଜି ଯାଏଁ ପ୍ରୋତ୍ସାହିତ କରୁଛି। ଗାଳ୍ପିକା ବୀଣାପାଣି ମହାନ୍ତି ଓଡ଼ିଆ କଥା ସାହିତ୍ୟ ରେ ଏକ ବଳିଷ୍ଠ ପ୍ରତିଭା। ତାଙ୍କର ପୈତୃକ ବାସସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ର ଚାନ୍ଦୋଳ ହେଲେ ମଧ୍ୟ ସେ ବ୍ରହ୍ମପୁର ସହର ରେ ଜନ୍ମ ଗ୍ରହଣ କରିଥିଲେ। ସେ ବହୁ କ୍ଷୁଦ୍ରଗଳ୍ପ ରଚନା କରି ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିଛନ୍ତି।
5 – ଆପଣ ନିଜ କୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରୁଛନ୍ତି? କବିତା , ନାଟକ, ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପ ରେ ,?
ଉତ୍ତର – ମୁଁ ମୋର ଅଧିକ ସମୟ ଗଳ୍ପ ରେ ବ୍ୟକ୍ତ କରେ ଏବଂ ତା ସହିତ କବିତା ଏବଂ ଉପନ୍ୟାସ ରେ ମଧ୍ୟ ସମୟ ବ୍ୟକ୍ତ କରେ ।
6 – ଗଳ୍ପ /କବିତା ଗୁଡ଼ିକ ଲେଖିବା ବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ଵନ କରିବା ପାଇଁ ପଡେ ?
ଉତ୍ତର – କବିତା ଓ ଗଳ୍ପ ଲେଖିଲା ବେଳେ ଆମକୁ କମା, ପୂର୍ଣ୍ଣଚ୍ଛେଦ, ଶବ୍ଦ ସଂଯୋଜନା ସହିତ ଗଳ୍ପ ର ମାର୍ମିକ, ଅର୍ଥ ଓ ଉଦ୍ଦେଶ୍ୟ ଯେପରି ସମସ୍ତେ ବୁଝି ପାରିବେ ତାହା ଆମକୁ ଅବଲମ୍ବନ କରିବାକୁ ପଡ଼ିବ ।
7- କବିତା ଓ ଗଳ୍ପ ମଧ୍ୟ ରେ ଆପଣ କେଉଁ ଧରଣ ର ସାମ୍ୟ ଓ ବୈସମ୍ୟ ଦେଖନ୍ତି?
ଉତ୍ତର – କବିତା ଓ ଗଳ୍ପ ଲେଖିବା ବେଳେ ଆମକୁ ରଚନାତ୍ମକ ଓ ଶବ୍ଦ ବ୍ୟବହାର ରେ ପାର୍ଥକ୍ୟ ଦେଖିବାକୁ ପଡ଼େ। ଉଭୟ କୁ ନେଇ ଭିନ୍ନ ଭିନ୍ନ ମତ ଓ ରୁଚି ଥାଏ । ଯେପରି କବିତା ଟି ପଢିବାକୁ ଓ ଶୁଣିବାକୁ ସୃତିମଧୂର୍ ଲାଗିଲା ବେଳେ ଗଳ୍ପ ଟି ପଢିବାକୁ ଭାବ ଓ ଆଗ୍ରହ ଦେଉଥିବ।
8- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର – ଉଭୟ ମଧ୍ୟରେ ଚରିତ୍ର ତ୍ରିରଣ କରିବାରେ କେବଳ ଭାଷା ଓ ଉପସ୍ଥାପନାଗତ ଭିନ୍ନତା ରହିଥାଏ । ଉଭୟରେ ଚରିତ୍ର ଚିତ୍ରଣ କରିବା ଏକ ଗୁରୁତ୍ୱପୂର୍ଣ ପ୍ରକିୟା।ଗଳ୍ପ ଆମ ନିତିଦିନିଆ ବ୍ୟବହାର ଯୋଗ୍ୟଭାଷା ବ୍ୟବହାର କରାଯାଉଥିବା ବେଳେ କବିତା କ୍ଷେତ୍ରରେ ସାମାନ୍ୟ ଭିନ୍ନତା ଦେଖିବାକୁ ମିଳେ!
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର – ବର୍ତ୍ତମାନ ପାଠକଙ୍କ ରୁଚି ବଦଳିବାରେ ଲାଗିଛି । ସାହିତ୍ୟରେ ସବୁବେଳେ ବର୍ତ୍ତମାନ ସମୟ ଓ ସମ୍ପତିକ ସମାଜର ସ୍ଥିତି ସ୍ଥାନ ପାଇବା ଉଚିତ କିନ୍ତୁ ଭାଷାରେ ମୌଳିକତା ଯେପରି ନଷ୍ଟ ହୁଏ ସେଥିପତି ସାହିତ୍ୟିକ ଓ ପାଠକ ଉଭୟଙ୍କୁ ଯନ୍ତ୍ରଶୀଳ ହେବାକୁ ପଡିବ ତଥା ସାହିତ୍ୟ ଦ୍ଵାରା ଯେପରି ସମାଜ ର କିଛି ଉନ୍ନତି ହେଇପାରିବ ତାହାକୁ ଆମକୁ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିବ।
10- ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର – ପୁରା କାଳ ରେ ଯେଉଁ ଭାଷା ଅବଲମ୍ଵନ କରାଯାଉଥିଲା ବର୍ତ୍ତମାନ ସେହି ଭାଷା ଲୋପ ପାଇ ଆସିଲାଣି କିନ୍ତୁ ପୁରାତନ ର ସେଇ ଭାଷା ପ୍ରୀତି ଆନ୍ଦୋଳନ ଯୋଗୁଁ ଏବେ ରେ ଭାଷା ରେ ପରିବର୍ତ୍ତନ ଓ ଉନ୍ନତି ଆସିଛି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର – ଯେତେବେଳେ କବିତା କିମ୍ୱା ଗଳ୍ପ ଲେଖେ ମୁଁ ସେ ଭିତରେ ହଜିଯାଏ ଏବଂ ଖୋଜି ନିଜ ଅସ୍ତିତ୍ଵକୁ ପାଏ ନିଜକୁ ଏକ ନୂଆ ରୂପରେ । କବିତା କିମ୍ବା ଗଳ୍ପ ଲେଖି ସମାଜ କୁ ଏକ ନୂତନ ଦିଗ ଦର୍ଶନ ଦେଖେଇବା ହିଁ ମୋ ଜୀବନର ଚରମ ଖୁସିର ମୁହୂର୍ତ୍ତ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର – ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟା ଦ୍ବାରା ଓଡ଼ିଆ ସାହିତ୍ୟର ଦ୍ରୁତ ଉନ୍ନତି ସାଧିତ ହୋଇଛି ତଥା ଦେଶର କୋଣ ଅନୁକୋଣରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ହୋଇପାରିଛି। ସମାଜ ରେ ମଧ୍ୟ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯେଉଁ ମାନେ ସାହିତ୍ୟ କୁ ଦିନେ ନୀଚ୍ଚ ଦୃଷ୍ଟି ରେ ଦେଖୁଥିଲେ ସେମାନେ ମଧ୍ୟ ସାହିତ୍ୟ ର ମୂଲ୍ୟ ବୁଝିଲେଣି ।
13- ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର – ଆଜିର ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ଦ୍ଵାରା ଏବଂ ଇ-ପତ୍ରିକାମାନ ପ୍ରକାଶିତ ହେଉଛି ଯାହା ଫଳରେ ପାଠକ ମାନେ ଖୁବ୍ ସହଜରେ ଗଳ୍ପ ଗୁଡ଼ିକୁ ପଢ଼ିବା ର ସୁଯୋଗ ପାଇପାରୁଛନ୍ତି। ଗଳ୍ପ ଗୁଡ଼ିକ ସରସ ସୁନ୍ଦର ମଧ୍ୟ ହୋଇଥିବାରୁ ପାଠକମାନଙ୍କ ମନକୁ ଆକର୍ଷିତ କରିପାରୁଛି। ଏବଂ ଗଳ୍ପ ଗୁଡ଼ିକ ମାଧ୍ୟମ ରେ ପାଠକ ମାନେ ବହୁତ୍ ଶିକ୍ଷା ପାଇପାରୁଛନ୍ତି।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର – ହଁ ଆଜ୍ଞା , ନିଶ୍ଚିତ ଭାବରେ ସାହିତ୍ୟିକମାନେ ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ବଦ୍ଧ ରହିବା ଉଚିତ୍ କାରଣ ସାହିତ୍ୟିକ ମାନେ ନିଜର ଲେଖନୀ ମାଧ୍ୟମରେ ସମାଜର ଘଟୁଥିବା ଘଟଣା ସବୁକୁ ନିଜ କଲମ ର ମୁନ ରେ ଆଙ୍କିଦେଇଥନ୍ତି। ଯାହା ମାଧ୍ୟମ ରେ ସମାଜ ରେ ଘଟୁଥିବା କୁ ସଂସ୍କାର ରେ ପରିବର୍ତ୍ତନ ଆସିବା ଉଚିତ୍।
15- ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର – ଜଣେ କବି ଟିଏ ସବୁବେଳେ ଚାହେଁ ତା ଦ୍ବାରା ରଚିତ କବିତାଟି ପାଠକୀୟ ଆଦୃତ ଲାଭକରୁ ଏବଂ ତାର କବିତା ପଢ଼ି ସମାଜ ରେ ଏବଂ ଲୋକ ମାନଙ୍କ ମଧ୍ୟ ରେ କିଛି ପରିବର୍ତ୍ତନ ଆସୁ କିନ୍ତୁ ସେ ଯେତେବେଳେ ଜାଣିପାରେ ତାର କବିତାଟି ସେତେ ଭଲ ହୋଇନି ସେତେବେଳେ ବହୁତ୍ କଷ୍ଟ ଲାଗେ। କିନ୍ତୁ ବହୁତ୍ କିଛି ଶିଖିବାକୁ ମିଳେ ଆଉ କିଛି ଭଲ କରିବାକୁ ହେଲେ ପ୍ରଥମେ ଖରାପ୍ କୁ ସାମ୍ନା କରିବାକୁ ପଡେ ଯାଦ୍ୱାରା ଆମେ ଆମ ଭୁଲ୍ କୁ ବୁଝିପାରିବା ଓ ବହୁତ୍ କିଛି ଶିଖି ପାରିବା।
16- “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର – ହଁ ଆଜ୍ଞା ମନ୍ତବ୍ୟଟି ସଂପୂର୍ଣ୍ଣ ଠିକ୍। ସାହିତ୍ୟ ରଚନା କରିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ଆବଶ୍ୟକ ତ କେବଳ ଭାବନାର , ଚିନ୍ତନ ଏବଂ କିଛି ଅନୁଭୂତି ସହ ସାହିତ୍ୟ ପଠନର । ଜଣେ ଭଲ ଲେଖକ ହେବା ପୂର୍ବରୁ ପ୍ରଥମେ ଭଲ ପାଠକ ହେବାକୁ ପଡ଼େ ଆପଣ ଯଦି ପଠନ ଏବଂ ଅନୁଭବ କରି ନିଜର ଅନୁଭୁତି ରଖିଥିବେ ତେବେ ତାକୁ ପର ମୁହୂର୍ତରେ ରେ କଲମ ମୁନ ରେ ଆଙ୍କିବେ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର – ପ୍ରଥମେ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ମୁଁ ମୋର ଯେଉଁ ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ଏ ସ୍ଥାନ ରେ ପହଞ୍ଚି ପାରିଛି ସେମାନଙ୍କୁ ଅନ୍ତର ରୁ କୃତଜ୍ଞତା ଜ୍ଞାପନ କରୁଛି। ଲୁଚି ରହିଥିବା ପ୍ରତିଭାକୁ ବିଶ୍ବ ଦରବାରରେ ଉପସ୍ଥାପିତ କରିବାର ସହିତ ସମାଜ ରେ କିଛି ଉନ୍ନତି ଆଣିବାର ସୁଯୋଗ ମିଳିଛି ଏହାଠାରୁ ଅଧିକ ଖୁସି ଆଉ କଣ ହୋଇପାରେ।
18- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର – ସୂର୍ଯ୍ୟ ଉଦୟ ହେଲେ ଯେଉଁଭଳି ଭାବରେ ଜୀବନର ନୂତନ ଆଶା ସଞ୍ଚାର ହୋଇଥାଏ ଏବଂ ସୂର୍ଯ୍ୟ ଉଦୟ ହେଲେ ଯେପରି ଧନୀ , ଗରିବ କଳା, ଗୋରା ଭେଦ ଭାବ ନଦେଖି ସମସ୍ତଙ୍କୁ ତାଙ୍କ କିରଣ ଦେଇ ଜଗତ କୁ ଆଲୋକିତ କରିଥାନ୍ତି ଠିକ୍ ସେହିଭଳି ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନର ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ରହିଛି ଏବଂ ସଭିଙ୍କୁ ପ୍ରେରଣା ଯୋଗାଇ ଆସିଛି ଆଗକୁ ବଢ଼ିବା ପାଇଁ।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର- ମୋର ପ୍ରିୟ ଭଉଣୀ ସୁହାସିନୀ ଦିଦିଏବଂ ଶ୍ରୀ ମନୋଜ ଭାଇଙ୍କ ଦ୍ବାରା ମୁଁ ସୂର୍ଯ୍ୟୋଦୟରେ ପ୍ରଥମେ ପାଦ ରଖିଲି।
ଏକ ନୂଆ ସକାଳ ଯେପରି ତାର ସୁନେଲି କିରଣ ରେ ମନ ନୂଆ ଆଶା ଭରିଦିଏ ସେପରି ସାହିତ୍ଯ ପ୍ରତିଦିନ ପ୍ରତ୍ଯେକଙ୍କ ବ୍ଯସ୍ତବହୁଳ ଜୀବନରେ ଆସିଥାଏ। ମୁଁ ମୋର ବ୍ୟସ୍ତ ବହୁଳ ଜୀବନ ରେ ସାହିତ୍ୟ କୁ ଗୁରୁତ୍ଵ ଦିଏ। କାରଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଆମେ ଯେପରି ଖାଦ୍ୟ ଖାଇବା ନିହାତି ଆବଶ୍ୟକ ସେମିତି ଆମକୁ ସାହିତ୍ୟ କୁ ସମୟ ଦେବା ଆବଶ୍ୟକ ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର – ସାହିତ୍ୟ କୁ ମୁଁ ମୋର ଜୀବନ ର ଏକ ଅଂଶ ମାନେ । ଏବଂ ଏଇ ସାହିତ୍ୟ ଦ୍ଵାରା ମୁଁ ମୋ ଭିତରେ, ଲୋକମାନଙ୍କ ଭିତରେ ଏବଂ ସମାଜ ରେ କିଛି ପରିବର୍ତ୍ତନ ଆଣିବାକୁ ଚାହେଁ।
ସୂର୍ଯ୍ଯୋଦୟ ଏହିପରି ଭାବେ ଆମ ସପକ୍ଷରେ ଛିଡା ହେଉ ଆମକୁ ଏପରି ସହଯୋଗ ଏଵଂ ସୁଯୋଗ ଦେଉଥାଉ ।
ସ୍ନେହର ଲିଜା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ଠିକ୍ କହିଛନ୍ତି ଆଜ୍ଞା ସମାଜକୁ ନୂତନ ଦିଶା ଦେଖାଇଥାଏ ସାହିତ୍ୟ।ଏହି ଭଳି ଭାବରେ ସାହିତ୍ୟ ପ୍ରତି ଆପଣଙ୍କ ଅନୁରାଗ ସର୍ବଦା ରହୁ,ଏଥିପାଇଁ ଢେର୍ ସାରା ଶୁଭେଚ୍ଛା ଆଜ୍ଞା।
Khub sundar bhauni