Lets talk with a young writer Kiran Sethi hails from Ganjam , district of Odisha for SLF Literary Youth Icon Award contest-. 2023
**ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – କିରଣ ସେଠୀ
ପିତାଙ୍କ ନାମ- ମେହଁକାଳ ସେଠୀ
ମାତାଙ୍କ ନାମ-ତମାଳ ସେଠୀ
ଜନ୍ମ ତାରିଖ-୧୨/୦୭/୨୦୦୧
ଘର ଠିକଣା- ବଉଳ ଘାଇ
ଜିଲ୍ଲା-ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ତିନି କଳା ଶେଷ ବର୍ଷ ଶେଷ (ଓଡ଼ିଆ ସମ୍ମାନ ବିଭାଗ)
ଇ-ମେଇଲ୍ ଠିକଣା–
ଶ୍ରଦ୍ଧେୟ କିରଣ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର-ମୋ ଜୀବନରେ ଜଣେ ମହାନ୍ ମହା ମନିଶୀଙ୍କ ସହିତ ଦେଖା ହୋଇଥିଲା। ଦଶମ ଶ୍ରେଣୀ ମୁଁ ଅଧ୍ୟୟନରତ ସମୟରେ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୫ ବର୍ଷ ବୟସରୁ ସାହିତ୍ୟ ଭାବରେ ବାନ୍ଧି ହୋଇ ଏକ ରଚନାତ୍ମକ ସାରସ୍ଵତ ଜୀବନ ବଞ୍ଚିବା ଆରମ୍ଭ କରିଥିଲି।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର:- ମୁଁ ନିଜେ ଏକ ସମୟ ସାରଣୀ ପ୍ରସ୍ତୁତ କରି ଦେଇଥାଏ ଯେତେବେଳେ ଯାହା କରିବାକୁ ହେବ; ଯେପରି ବିଦ୍ୟାଳୟ ମାନଙ୍କରେ ଗୋଟିଏ ପିରିୟଡ଼ ପରେ ଆଉ ଏକ ପିରିୟଡ଼ ହୋଇଥାଏ। ଠିକ୍ ସେହିପରି ମୁଁ ସାହିତ୍ୟ ସାଧନା ସହିତ ଚାଷ କାର୍ଯ୍ୟ, ସାମାଜିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରି ଜୀବନର ସର୍ବସମତା ରକ୍ଷା କରିଥାଏ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର:- ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ମୋ ପରିବାରର ସମ୍ପୂର୍ଣ୍ଣ ଭୂମିକା ରହିଅଛି। ମୋ ବାପା, ମାଆ, ଭାଇ ଓ ଦାଦା ସବୁବେଳେ ମୋତେ କିଛି ନା କିଛି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ପର୍ଯ୍ୟାଲୋଚନା କରି ଶିକ୍ଷା ପ୍ରଦାନ କରିଥାନ୍ତି ଏବଂ ସେମାନଙ୍କ ଲାଗି ହିଁ ମୁଁ ଏହି ଉଚ୍ଚତମ ସୋପାନରେ ପହଞ୍ଚି ପାରିଛି। ସେମାନଙ୍କ ଋଣ ମୋ ଜୀବନ କାଳ ମଧ୍ୟରେ ସୁଝିବା ବହୁତ୍ କଷ୍ଟକର ଅଟେ।
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର: ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ତଥା କା ଶୈଳୀ ଓ ଦର୍ଶନ ମୋତେ ଆଜି ଯାଏଁ ପ୍ରୋତ୍ସାହିତ କରୁଅଛି। ମୋର ଆଦର୍ଶ ଲେଖକ ହେଉଛନ୍ତି ସ୍ବାଭାବ କବି ଗଙ୍ଗାଧର ମେହେର। ସେ ୧୮୬୨ମସିହା ଅଗଷ୍ଟ ମାସ ୯ ତାରିଖରେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଶ୍ରାବଣ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ। ସେ ବହୁତ କାବ୍ୟ କବିତା ଲେଖି ଓଡ଼ିଆ ସାହିତ୍ୟ ପରିବାର ମଞ୍ଚକୁ ରିଦ୍ଧିମନ୍ତ କରିଛନ୍ତି। ସେଗୁଡିକ ହେଲା- ତପସ୍ଵିନୀ, କିଚକ ବଧ, ଇନ୍ଦୁମତି ଓ ଅର୍ଘ୍ୟଥାଳୀ ଇତ୍ୟାଦି।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର:- ସାଧାରଣତଃ ମୁଁ ନିଜକୁ ଅଧିକ ସମୟ ଗୀତ ଅବା କବିତା ଆବୃତ୍ତି କରିବାରେ ବ୍ୟସ୍ତ ରଖେ। କବିତାକୁ ହିଁ ମୁଁ ମୋର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରି ନେଇଛି।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର: ସାଧାରଣତଃ କହିବାକୁ ଗଲେ ଗଳ୍ପ କିମ୍ବା କବିତା ଅଥବା ଯାହା କିଛି ଆମେ ରଚନା କରିବା ପାଇଁ ଯାଉଛନ୍ତି ସେତେବେଳେ କିଛି ଦିଗ ପ୍ରତି ଦୃଷ୍ଟି ରେ ରଖିବା ଆବଶ୍ୟକ। ଯେପରି ରଚନାଟି ପାଠକ ପାଠିକା ମାନଙ୍କୁ ସୁଗମ ସୁବୋଧ୍ୟ, ଚିତ୍ତାକର୍ଷକ ଓ ବୋଧଗମ୍ୟ ହୋଇପାରିବ । ଏତଦ୍ ବ୍ୟତୀତ ଅଳଙ୍କାର, ଶଦ୍ଦ ଶୁଦ୍ଧି ପ୍ରତି ଧ୍ୟାନ ଦେବା ଆବଶ୍ୟକ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର: କବିତା ଓ ଗଳ୍ପ ଶବ୍ଦ ଦୁଇଟି ଅଲଗା ଅଲଗା ବିଷୟବସ୍ତୁ ଅଟେ। କବିତାକୁ ସାଧାରଣତଃ ଗାନ ବା ଆବୃତ୍ତି କରାଯାଇଥାଏ ।କିନ୍ତୁ ଗଳ୍ପକୁ ପଠନ କରାଯାଇଥାଏ। କବିତା ଗୁଡ଼ିକ ପଦ୍ୟ ଶୈଳୀର ଓ ଗଳ୍ପ ଗୁଡ଼ିକ ଗଦ୍ୟ ଶୈଳୀର ଅଟେ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର – ମୋ ମତରେ କବିତା ଓ ଗଳ୍ପ ଦୁଇଟି ବିଷୟ ଅଲଗା ଅଟେ। ଗଳ୍ପରେ କିଛି ତତ୍ସଲ୍ୟକର , ଥଟା, ପରିହାସ କରିବା ଭଳି ବିଷୟ ଉପସ୍ଥାପନା କରାଯାଇଥାଏ। କିନ୍ତୁ କବିତା ଗୁଡିକରେ ପ୍ରକୃତି ବର୍ଣ୍ଣନା କିମ୍ବା ନାୟକ ନାୟିକା ଙ୍କ ପ୍ରେମ ବର୍ଣ୍ଣନା ବା ବ୍ୟଙ୍ଗାତ୍ମକ ଭାବ ପରିପୂର୍ଣ୍ଣ ବିଷୟବସ୍ତୁ ସ୍ଥାନିତ କରାଯାଇଥାଏ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର – ସାହିତ୍ୟରେ ଉତ୍ତର ଆଧୁନିକତାର ପ୍ରବେଶ ହେତୁ ବର୍ତ୍ତମାନ ସମାଜର ପିଢ଼ି ପାଶ୍ଚାତ୍ୟ ସଭ୍ୟତାକୁ ଅତ୍ୟାଧିକ ମାତ୍ରାରେ ଗ୍ରହଣ କରିବା ପୂର୍ବକ ନିଜର ସଂସ୍କୃତିକୁ ଭୁଲି ଗଲେଣି। ଯେପରିକି ପୁରାତନ ଯୁଗରେ ଜନ୍ମ ଦିନରେ ମାଟି ଦୀପ ଜଳାଇ ଭଗବାନଙ୍କ ନିକଟରେ ନିଜର ଦୀର୍ଘାୟୁ ଜୀବନ ବଞ୍ଚିବା ପାଇଁ କାମନା କରିବା ବଦଳରେ କେକ୍ ଆଣି ସେଥିରେ କ୍ୟାଣ୍ଡଲେ ଲଗାଇ ପାଟିରେ ଫୁଙ୍କି ଲିଭାଇ ପାଳନ କରୁଛନ୍ତି। ଅର୍ଥାତ୍ କହିବାକୁ ଗଲେ ନିଜ ଜୀବନ ଦୀପ ନିଜେ ଲିଭାଇ ଦେଉଛନ୍ତି।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର – ପୁରାତନ କାଳରେ ହୋଇଥିବା ଭାଷା ପ୍ରୀତି ଆନ୍ଦୋଳନର ପ୍ରଭାବ ବର୍ତ୍ତମାନ ସମାଜରେ ବହୁତ୍ ପରିବର୍ତ୍ତନ ଆଣିଛି। ଓଡ଼ିଆ ଭାଷା ବର୍ତ୍ତମାନ ବିଶ୍ଵ ଦରବାରରେ ପହଞ୍ଚି ସାରିଲାଣି ଏବଂ ସରକାର ମଧ୍ୟ ବହୁ ପଦକ୍ଷେପ ନେଇଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପାଇ ସାରିଲାଣି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର – ବାସ୍ତବରେ କହିବାକୁ ଗଲେ ସାହିତ୍ୟ ହେଉଛି ମୋ ନିଶା। ଗୀତ ହେଉଛି ମୋ ପେଶା। ବହୁତ୍ ସମୟ ମୁଁ ଗୀତ ଗାଇବା ଓ ସାହିତ୍ୟ ସାଧନା ଦିଗରେ ବିତାଇ ଥାଏ। ଏତଦ୍ ବ୍ୟତୀତ ସାମାଜିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ବହୁତ୍ ଖୁସି ଓ ଆନନ୍ଦ ଅନୁଭବ କରେ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର – ଓଡ଼ିଆ ଭାଷାରେ ପାଶ୍ଚାତ୍ୟ ଭାଷା ଓ ସଂସ୍କୃତି ତଥା ରୀତି ନୀତି ପରମ୍ପରାର ପ୍ରବେଶ ଦ୍ଵାରା ଜଗତୀକରଣ ହୋଇଅଛି। ବର୍ତ୍ତମାନ ଓଡ଼ିଆ ଭାଷା ପୂର୍ବପରି ଅବହେଳିତ ନୁହେଁ ବିଶ୍ଵ ଦରବାରରେ ଦଣ୍ଡାୟମାନ ହୋଇ ଜୟ ଜୟକାର ଧ୍ଵନି ଦେଉଛି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର- କହିବାକୁ ଗଲେ ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ ପାଠକର ନିକଟତର ନୁହେଁ। କାରଣ ବର୍ତ୍ତମାନ ଯୁଗରେ ମୋବାଇଲ୍ରର ମାତ୍ରା ଏତେ ବଢ଼ି ଗଲାଣି ଯେ ପାଠକ ପାଠିକାମାନେ ସେଥିରେ ଅଧିକ ସମୟ ବ୍ୟସ୍ତ ରଖନ୍ତି ଆଉ ଗଳ୍ପ ଆଡ଼କୁ ସେତେଟା ଗୁରୁତ୍ଵ ଦିଅନ୍ତି ନାହିଁ।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର – ହଁ, ନିଶ୍ଚିନ୍ତ ଭାବରେ ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ବଦ୍ଧତା ରହିବା ଉଚିତ୍ ସାହିତ୍ୟିକ ମାନଙ୍କ। କାରଣ ଜଣେ ସାହିତ୍ୟିକ ଚାହିଁଲେ ଲେଖା ମାଧ୍ୟମରେ ସମାଜରେ କିଛି ପରିବର୍ତ୍ତନ ଆଣି ପାରିବେ। ଏତଦ୍ ବ୍ୟତୀତ ଆମେ ଯେହେତୁ ସମାଜରେ ରହୁଛନ୍ତି ସାମାଜିକ ପ୍ରାଣୀ ତେଣୁ ସମାଜ ପ୍ରତି କିଛି କର୍ତ୍ତବ୍ୟ ରହୀ ଅଛି
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର- ହଁ, ନିଶ୍ଚୟ ପ୍ରଥମେ ମୁଁ ଯେବେ କବିତା ଲେଖା ଆରମ୍ଭ କଲି ସେତେବେଳେ ବହୁତ୍ ଭୁଲ୍ ହୁଏ ସମାଲୋଚନାର ଶିକାର ମଧ୍ୟ ହୋଇଛି। କିନ୍ତୁ ସେଥିରେ ବ୍ୟସ୍ତ ବିବ୍ରତ ନ ହୋଇ ଆଗକୁ କିପରି ତାହା ଭଲ ହୋଇପାରିବ ସେଥିପ୍ରତି ଗୁରୁତ୍ଵ ଦେଇ ଆଗକୁ ବଢ଼ି ଚାଲିଛି।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର – ମନ୍ତବ୍ୟଟି ଠିକ୍ ଅଟେ। କିନ୍ତୁ ସାହିତ୍ୟ ରଚନା କ୍ଷେତ୍ରରେ ବୟସର ମଧ୍ୟ ପ୍ରଭାବ ରହିଅଛି। ସମସ୍ତଙ୍କ ଜ୍ଞାନ ରୂପକ ବୀଜ ଟି ପରିପକ୍ଵ ହୋଈ ନଥାଏ । ଯଥା ସମୟ/ ବୟସରେ ତାହା ଅଙ୍କୁରୋଦଗମ୍ ହୋଇଥାଏ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର- ପ୍ରଥମତଃ ମୁଁ ଏହି ଅନୁଷ୍ଠାନକୁ ମୋର ପ୍ରଣାମ ଜଣାଉଛି, ମୋତେ ଏତେ ବଡ ସୁଯୋଗ ଦେଇ ଥିବାରୁ। ଏହି ଅନୁଷ୍ଠାନ ରେ ଜଣେ ପ୍ରତିଭା ଭାବେ ପାଇ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି। ମୁଁ ବହୁତ୍ ବହୁତ୍ ଖୁସି ଅଛି।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର- କହିବାକୁ ଗଲେ ଏହିଭଳି ଅନେକ ଅନୁଷ୍ଠାନ ରହିଛି ଯେଉଁମାନେ କି କିଛି ସ୍ଵାର୍ଥ ହାସଲ କରିବା ପାଇଁ ଚାହୁଁ ଥାଆନ୍ତି ଏବଂ ସ୍ଵାର୍ଥ ହାସଲ ସରିଗଲା ପରେ ଛାଡ଼ି ଦିଅନ୍ତି ପ୍ରତି ସୃତି ଦେଇ। କିନ୍ତୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ନିଃସ୍ୱାର୍ଥପରତା ମୋତେ ଟାଣି ନେଇ ଆସିଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉତ୍ତର : ମୋର ଅତିପ୍ରିୟ ଗେଲି ଦିଦି ଯୋଗୁଁ ମୁଁ ଏହି ଭାଷା ଅନୁଷ୍ଠାନ ସହିତ ଯୋଡ଼ି ହୋଇ ପାରିଛି ଏବଂ ଏହି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସାହିତ୍ୟକୁ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରି ନେଇଛି
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର- ସାହିତ୍ୟକୁ ବିଶ୍ବ ଦରବାରରେ ସର୍ବୋଚ୍ଚମର୍ଯ୍ୟାଦା ଦେବା ହେଉଛି ମୋର ଲକ୍ଷ୍ୟ। ମୋର ଜୀବନ ଥିବା ପର୍ଯ୍ୟନ୍ତ ମୁଁ ମୋର ଏହି ପ୍ରଚେଷ୍ଟା ଜାରି ରଖିବି ଏବଂ ସୂର୍ଯ୍ୟୋଦୟ ପରିବାର ଠାରୁ ଏହି ସାହାଯ୍ୟ ଭିକ୍ଷା ମାଗୁଅଛି।
ସ୍ନେହର କିରଣ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସାହିତ୍ୟକୁ ବିଶ୍ବ ଦରବାରରେ ସର୍ବୋଚ୍ଚମର୍ଯ୍ୟାଦା ଦେବାର ଆପଣଙ୍କର ଲକ୍ଷ୍ୟ ପୂରଣ ହେଉ ଏବଂ ଏଥିପ୍ରତି ଆପଣଙ୍କ ପ୍ରଚେଷ୍ଟା ସର୍ବଦା ଜାରି ରହିବା ଆବଶ୍ୟକ।ମାତୃଭାଷା ପ୍ରତି ଆପଣଙ୍କର ଭଲପାଇବା ସବୁବେଳେ ଏମିତି ଥାଉ।
All the best for bro….m
ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ବନ୍ଧୁ।
Superb Kiran