April 16, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a  young and dynamic poetess MS Muktirani Debata hails from Jajpur , district of Odisha for SLF Literary Youth Icon Award contest-. 2023

Lets talk with a  young and dynamic poetess MS Muktirani Debata hails from Jajpur , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବପ୍ରତିଭା ନବ ସ୍ୱାକ୍ଷର – ୨୦୨୩*
*ପର୍ଯ୍ୟାୟ- ପ୍ରଥମ*
*ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର*

ନାମ – ମୁକ୍ତିରାଣୀ ଦେବତା
ପିତାଙ୍କ ନାମ – ରମାକାନ୍ତ ଦେବତା
ମାତାଙ୍କ ନାମ – ନିରୁପମା ଦେବତା
ଜନ୍ମତାରିଖ – ୮ ଡିସେମ୍ବର ୧୯୯୯
ଘର ଠିକଣାଗ୍ରାମ: ମନ୍ଦାରଖଣ୍ଡ, ପୋଷ୍ଟ – ନାହାପଡା, ଭାୟା: ରାମବାଗ, ପିନକୋର୍ଡ୭୫୫୦୧୪
ଜିଲ୍ଲା – ଯାଜପୁର
ଶିକ୍ଷାଗତ ଯୋଗ୍ୟତା– ସ୍ନାତକୋତ୍ତର (ଓଡିଆ) ଦ୍ୱିତୀୟବର୍ଷ
ଇ- ମେଲର ଠିକଣା- [email protected]
ମୁଖପୁସ୍ତିକା/ Facebook ଠିକଣା::
https://www.facebook.com/muktiranidebata.putuli.3?mibextid=ZbWKwL

ସ୍ନେହର ମୁକ୍ତିରାଣୀ!
ସୂର୍ଯ୍ୟୋଦୟ ଲିଟରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

*୧- ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା? କେଉଁ ବୟସରେ ଆପଣ ସାହିତ୍ୟ ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ୱତୀୟ ଜୀବନ ବଞ୍ଚିଲେ?*

ମୋର ଶିକ୍ଷାରମ୍ଭରୁ ହିଁ ସାହିତ୍ୟ ପ୍ରତି ଏକ ଗଭୀର ଅନୁରକ୍ତି ଭାବ ହୃଦୟରେ ସୃଷ୍ଟିଲାଭ କରିଥିଲା। ବିଦ୍ୟାଳୟରେ ପଢିବା ସମୟରୁ ଅନ୍ୟାନ୍ୟ ବିଷୟ ଅପେକ୍ଷା ସାହିତ୍ୟ ପ୍ରତି ମୋର ସବୁଠୁ ଅଧିକ ରୁଚିଵୋଧ ଥିଲା। କଲେଜରେ ଅଧ୍ୟୟନ କରିବା ବେଳେ ବିଭିନ୍ନ ପତ୍ରପତ୍ରିକାର ବାର୍ଷିକ ମୁଖପତ୍ର ପାଇଁ ମୁଁ ଲେଖା ପଠାଇବା ଆରମ୍ଭ କଲି। କହିବାକୁ ଗଲେ ମୋର ସ୍କୁଲ ଜୀବନରୁ ହିଁ ସାହିତ୍ୟ ସହିତ ମୁଁ ଓତଃପ୍ରୋତ ଭାବେ ଜଡିତ ହେଲି।

*୨- ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି?*

ମୁଁ ମୋର ଉଚ୍ଚଶିକ୍ଷା ଏବଂ ଭବିଷ୍ୟ ଗଠନ ଲାଗି ଏମିତି ଏକ ବିଷୟକୁ ଚୟନ କରିଛି ଯାହାକି ମୋର ସାରସ୍ୱତୀୟ ସାଧନା ନିମନ୍ତେ ଅତ୍ୟନ୍ତ ଅନୁକୂଳ ଅଟେ। ଯେହେତୁ ମୁଁ ଓଡିଆ ଭାଷା ସାହିତ୍ୟ ବିଭାଗରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର କରିଛି ତେଣୁ ସାହିତ୍ୟ ସାଧନା ନିମନ୍ତେ ଏହା ମୋ ଲାଗି ସାକ୍ଷାତ ମାଆ ସରସ୍ଵତୀଙ୍କର ଆଶୀର୍ବାଦ ସଦୃଶ। ଆଉ ବାକି ରହିଲା ସାମାଜିକ ଜୀବନ କଥା ସମାଜରେ ନିଜକୁ କିପରି ଉପସ୍ଥାପିତ କରିବାକୁ ହେବ ଓ ସମାଜ ପ୍ରତି ମୋର ସମସ୍ତ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଧକୁ ସାହିତ୍ୟ ଠାରୁ ହିଁ ମୁଁ ଶିକ୍ଷାଲାଭ କରିଛି।

*୩- ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି? ଯଦି ଅଛି ତାହା କିପରି?*

ମୋ ପରିବାରରେ ଅବଶ୍ୟ କେହି ଏହି ସାହିତ୍ୟ ମାର୍ଗରେ କାର୍ଯ୍ୟରତ ନୁହଁନ୍ତି ତଥାପି ମୋର ସାହିତ୍ୟ ସାଧନା ନିମନ୍ତେ ସେମାନେ ମୋତେ ଖୁବ ଉତ୍ସାହ ଓ ପ୍ରେରଣା ପ୍ରଦାନ କରନ୍ତି। ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଉଥିବା ମୋ ସୃଜନୀ ସମୁହକୁ ପଠନ କରି ସେମାନେ ଅତୀବ ଆନନ୍ଦିତ ହୁଅନ୍ତି ଏବଂ ଅନୁରୂପ ଭାବେ ମୋର ବହୁ ପ୍ରଶଂସା ମଧ୍ୟ କରନ୍ତି।

*୪-  କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ*

ସମସ୍ତ ବିଜ୍ଞପ୍ରାଜ୍ଞ ସାରସ୍ୱତ ସ୍ରଷ୍ଟାଗଣ ମୋର ଆଦର୍ଶ। ବିଶେଷ କରି ପ୍ରତିଭାରାୟଙ୍କର “ଯାଜ୍ଞସିନୀ” ବ୍ୟାସକବି ଫକୀରମୋହନ ସେନାପତିଙ୍କର “ପେଟେଣ୍ଟ ମେଡିସିନ” ମନୋଜ ଦାସଙ୍କର “ଶେଷ ବସନ୍ତର ଚିଠି” କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର “ଶଙ୍ଖାରି ବୁଢା” କବିବର ରାଧାନାଥ ରାୟଙ୍କର ଚିଲିକା, ଗଙ୍ଗାଧର ମେହେରଙ୍କର ତପସ୍ୱିନୀ କାବ୍ୟ ମୋର ଖୁବ ପ୍ରିୟ। ପ୍ରତିଭାରାୟଙ୍କର ଜୀବନଦର୍ଶନ ହିଁ ମୋର ଆଦର୍ଶ।

*୫-  ଆପଣ ନିଜକୁ ଅଧିକ ଭାବରେ କେଉଁ ବ୍ୟକ୍ତ କରିଛନ୍ତି? କବିତା, ନାଟକ, ପ୍ରବନ୍ଧ, ଉପନ୍ୟାସ ନାଁ ଗଳ୍ପରେ?*

ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୁଁ କବିତା ମାଧ୍ୟମରେ ହିଁ ନିଜକୁ ସର୍ବାଧିକ ରୂପେ ବ୍ୟକ୍ତ କରିପାରିଛି। ନିଜ ଅନ୍ତର୍ମନର ଭାବକୁ ଏବଂ ତତ୍ ସହିତ ସମାଜର ନାନା ସମସ୍ୟାମାନକୁ କବିତା ମାଧ୍ୟମରେ ସ୍ଥାନିତ କରିବାକୁ ମୁଁ ମୋର ଯଥାସାଧ୍ୟ ପ୍ରୟାସ କରିଛି।

*୬- ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ୱନ କରିବା ପାଇଁ ପଡେ?*

ମୋ ମତରେ କେବଳ ଗଳ୍ପ ଅବା କବିତା ନୁହେଁ ବରଂ ସାହିତ୍ୟର ଯେ କୌଣସି ବିଭାଗର କିଛି ବି ରଚନା କରିବା ଲାଗି ଆମକୁ ଏକା ସାଙ୍ଗରେ ଅନେକ ଗୁଡ଼ିଏ କଥା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିଥାଏ। ଯଥା ବନାନଗତ ଶୁଦ୍ଧତା, ଉପଯୁକ୍ତ ଶବ୍ଦସଂଯୋଜନା ଏବଂ ତ୍ରୁଟିଶୂନ୍ୟ ଲେଖନୀ ଯଥା ସମ୍ଭବ ସୁଖପାଠ୍ୟ, ବୋଧଗମ୍ୟ ଏବଂ ଚିତ୍ତାକର୍ଷକ ହେବା ଅନିବାର୍ଯ୍ୟ। ଏହାଦ୍ବାରା ସୃଜନୀଟି ବହୁ ପରିମାଣରେ ପାଠକୀୟ ଆଦୃତି ଲାଭ କରିବାରେ ସଫଳ ହୋଇପାରିବ।

*୭- କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି?*

ସ୍ରଷ୍ଟା ମନର ଅନ୍ତର୍ନିହିତ ଅବ୍ୟକ୍ତ ଭାବଧାରା କବିତା ଅପେକ୍ଷା ଗଳ୍ପରେ ହିଁ ସୁସ୍ପଷ୍ଟ ଭାବେ ସଠିକ ଢଙ୍ଗରେ ରୂପଵିନ୍ୟାସ କରିପାରେ। କବିତା ମାଧ୍ୟମରେ ତାହାକୁ ଆମୂଳଚୂଳ ବ୍ୟାଖ୍ୟା କରିବା ପ୍ରାୟତଃ ସମ୍ଭବପର
ହୁଏ ନାହିଁ ।

*୮- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ଯ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା  ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି?*

ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଏବଂ କାବ୍ୟକବିତାରେ ଚରିତ୍ର ଚିତ୍ରଣ କରିବା ମଧ୍ୟରେ ମୋତେ ବିଶେଷ କିଛି ଫରକ ଅନୁଭୂତ ହୁଏନାହିଁ। ପରସ୍ପର ମଧ୍ୟରେ ଅନେକ ସାମ୍ୟତା ରହିଛି। ମୋତେ ମୋର କାବ୍ୟକବିତା ଏବଂ ଗଳ୍ପର ଚରିତ୍ରମାନେ ମୋର ମାନସ ସନ୍ତାନ ପରି ପ୍ରତ୍ୟୟ ହୁଅନ୍ତି। ସେମାନଙ୍କ ମଧ୍ୟରେ କେଉଁଠି ନାଁ କେଉଁଠି ମୁଁ ନିଜକୁ ଆବିଷ୍କାର କରେ। ମୋର ମନସ୍ତତ୍ତ୍ୱ ସହିତ ସେମାନେ ପ୍ରତ୍ୟକ୍ଷ ଭାବେ ଜଡିତ।

*୯- ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକିୟା କ’ଣ?*

ଯେହେତୁ ଆମେ ସଭିଏଁ ଅତ୍ୟାଧୁନିକ ଯୁଗରେ କାଳାତିପାତ କରୁଛେ ତେଣୁ ଆଧୁନିକତାର ପ୍ରଭାବ ତ ସବୁଠି ରହିବ। ସାହିତ୍ୟ ଅବା ସେଥିରୁ ବାଦ୍ ଯିବ କିପରି? ମୋ ମତରେ ପ୍ରାଚୀନ ରୀତିଯୁଗୀୟ ସାହିତ୍ୟ ହେଉ ଅବା ସାଂପ୍ରତିକ ସମୟର ଉତ୍ତର ଆଧୁନିକ କାଳର ସାହିତ୍ୟ ଉଭୟର ମହତ୍ତ୍ବ ଅନିବାର୍ଯ୍ୟ। ଉଭୟ ଆମ ଲାଗି ଖୁବ ସ୍ବାଗତ ଯୋଗ୍ୟ। ସାହିତ୍ୟ ସଦାସର୍ବଦା ଚିରସବୁଜ ଅଟେ। ସାହିତ୍ୟର ଉଦ୍ଦେଶ୍ଯ ହେଉଛି ତତ୍କାଳୀନ ସମୟର ସାମାଜିକ ପ୍ରତିଛବିକୁ ସର୍ବସମ୍ମୁଖରେ ଉପସ୍ଥାପିତ କରିବା।

*୧୦- ପୁରାତନ କାଳରେ କରାଯାଇଥିବା ଭାଷା- ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ?*

ଅତୀତର ଭାଷା ପ୍ରୀତି ଏବେ ସୁନିଶ୍ଚିତ ଭାବେ ଖୁବ ଶିଥିଳ ପଡିଯାଇଛି। ପ୍ରାଚୀନ କାଳରେ ସାହିତ୍ୟ ମହାରଥୀ ମାନଙ୍କର ଭାଷା ସୁରକ୍ଷା ଆନ୍ଦୋଳନର ଆପ୍ରାଣ ଉଦ୍ୟମ ଏବେ ଆମ ଉତ୍ତରପିଢି ମାନଙ୍କ ଲାଗି ନିତାନ୍ତ ରୂପେ ମୂଲ୍ଯହୀନ, ଯାହାକି ସଭିଁଙ୍କ ଲାଗି ଘୋର ଲଜ୍ଜାର ପ୍ରସଙ୍ଗ ଅଟେ। ଇଂରାଜୀ ଭାଷାର ବହୁଳ ପ୍ରଭାବ ଫଳରେ ଆଜିର ଯୁବପିଢି ଓଡିଆ କହିବାକୁ ସୁଦ୍ଧା ସଙ୍କୋଚବୋଧ କରୁଛନ୍ତି। ଓଡିଆ ଲେଖିବା, ଓଡିଆ ପଢିବା ସେମାନଙ୍କ ଲାଗି ଖୁବ କଷ୍ଟସାଧ୍ୟ ହୋଇପଡିଛି। ଏବେ ସବୁଠି ମାତୃଭାକ୍ଷା ପ୍ରତି ଘୋର ଅବହେଳା ପରିଲକ୍ଷିତ ହେଉଛି।

*୧୧- ଜଣେ ସାରସ୍ବତ ପ୍ରେମୀ ଭାବରେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କିଏ?*

ମୋର ଲେଖା ଯେବେ ପ୍ରଥମେ ପତ୍ରିକାରେ ପ୍ରକାଶ ପାଇଲା, ତାହା ମୋ ଲାଗି ଖୁବ ଅବିଶ୍ବନୀୟ ଥିଲା। ନିଜର ଲେଖା ଓ ଫୋଟୋକୁ ଏକ ସାହିତ୍ୟ ପତ୍ରିକାରେ ଦେଖି ମୁଁ ଖୁସିରେ ଖୁବ ଆତ୍ମହରା ହୋଇଉଠିଥିଲି। ସେହି ସ୍ବର୍ଣ୍ଣିମ ମୁହୂର୍ତ୍ତଟି ମୋତେ ଏକ ସର୍ବଶ୍ରେଷ୍ଠ ସୁଖଦ ଅନୁଭୂତି ପ୍ରଦାନ କରିଥିଲା।

*୧୨- ଜଗତୀକରଣ ଓ ବିଶ୍ବାୟନ ପ୍ରକିୟାରେ ଓଡିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ?*

ଜଗତୀକରଣ ଓ ବିଶ୍ବାୟନ ପ୍ରକିୟାରେ ଓଡିଆ ସାହିତ୍ୟର ଭବିଷ୍ୟତ ସୁନିଶ୍ଚିତ ଭାବେ ମଙ୍ଗଳପ୍ରଦ। ଏହାଦ୍ବାରା ଆମ ଓଡିଆ ଭାଷା ସାହିତ୍ୟର ବ୍ୟାପକ ଭାବେ ପ୍ରଚାର ପ୍ରସାର ସମ୍ଭବପର ଏବଂ ଏହା ସହିତ ଓଡିଆ ଭାଷାର ବ୍ୟାପକ ଉନ୍ନତି ସାଧିତ ହୋଇପାରିବ।

*୧୩- ଆଜିର ଓଡିଆ କ୍ଷୁଦ୍ରଗଳ୍ପ ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି?*

ଖାଲି ଏବେ ନୁହେଁ ଅୟମାରମ୍ଭରୁ ହିଁ କ୍ଷୁଦ୍ରଗଳ୍ପ ପାଠକର ଖୁବ ନିକଟତର।
କର୍ମତତ୍ପର ବ୍ୟସ୍ତବହୁଳ ମନୁଷ୍ଯ ନିକଟରେ ସମୟର ବହୁଳ ଅଭାବ ରହିଥାଏ। ନିଜର କ୍ଳାନ୍ତି ଓ ମାନସିକ ଚାପରୁ ମୁକ୍ତି ପ୍ରାପ୍ତି ନିମନ୍ତେ ସାହିତ୍ୟ ପ୍ରେମୀଟିଏ ସାହିତ୍ୟର ଆଶ୍ରୟ ନିଏ। ବିଶେଷ କରି କ୍ଷୁଦ୍ରଗଳ୍ପ ସମୟସାପେକ୍ଷ ଏବଂ ଖୁବ ସୁଖପାଠ୍ୟ ହୋଇଥିବାରୁ ଏହା ପାଠକ ମାନଙ୍କୁ ଅତ୍ୟଧିକ ଆକୃଷ୍ଟ କରିଥାଏ।

*୧୪- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ କି?  ସେ ସମ୍ପର୍କରେ କିଛି ମତ ରଖନ୍ତୁ।*

ନିଶ୍ଚିତ। ସମଗ୍ର ସମାଜ ପ୍ରତି ସାହିତ୍ୟିକମାନଙ୍କର ଅନେକ ଦାୟିତ୍ୱବୋଧ ରହିଛି। ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ, ଅବ୍ୟବସ୍ଥା, ଅନ୍ୟାୟ ଅନୀତି ଏବଂ ଭ୍ରଷ୍ଟାଚାରକୁ ସାହିତ୍ୟ ସମୂଳେ ନାଶ କରିଥାଏ। ଏକ ସୁସ୍ଥ ପୂର୍ଣ୍ଣାଙ୍ଗ ସମାଜଟିଏ ଗଠନ କରିବା ଦିଗରେ ସାହିତ୍ୟର ଭୂମିକା ବାସ୍ତବିକ ନିତାନ୍ତ ଅକଳ୍ପନୀୟ।

*୧୫- ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତା’ର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି?*

ଖୁବ ବଢିଆ ପ୍ରଶ୍ନଟିଏ ପଚାରିଛନ୍ତି।  ମୋ ବ୍ୟକ୍ତିଗତ ଅଭିଜ୍ଞତାର କଥା ଯଦି ବ୍ୟକ୍ତ କରିବି ତେବେ ଲେଖାଟିଏ ଲେଖି ସାରିଲା ପରେ ଯଦି କେଉଁଠି ବି କେବେବି ଅନୁଭୂତ ହୁଏ କି ଲେଖନୀଟି ଏତେ ଉତ୍ତମ ମାନର ହୋଇପାରିନାହିଁ ତେବେ ନିଜକୁ ଚରମ ଅସ୍ବସ୍ତିକର ବୋଧ ହୁଏ। ନୈରାଶ୍ୟ ଏବଂ ବିଫଳତାର ଗ୍ଳାନିରେ ଅତୀବ ସଙ୍କୋଚମୟ ପ୍ରତୀତ ହୁଏ।

*୧୬- “ସାହିତ୍ୟରେ ସ- ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ଯକତା ରହିଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ? ଯଦି ହଁ ତେବେ କାହିଁକି? ତାହାର ଉତ୍ତର ରଖିବାକୁ ଅନୁରୋଧ*

ଉକ୍ତ ମନ୍ତବ୍ୟଟି ସମ୍ପୂର୍ଣ୍ଣ ରୂପେ ସଠିକ ଏବଂ ଯୁକ୍ତିଯୁକ୍ତ। ସାହିତ୍ୟ ସର୍ଜନା ନିମନ୍ତେ ବୟସ ଯେତେ ମହତ୍ତ୍ବପୂର୍ଣ୍ଣ ନୁହେଁ ତା’ ଠାରୁ ଵହୁ ଅଧିକ ମହତ୍ତ୍ବପୂର୍ଣ୍ଣ ହେଉଛି ନିଜର
ସ୍ବ- ଅନୁଭୂତି ଏବଂ ଜୀବନକୁ ଅତି ସମୀପରୁ ପରଖି ନେବାର ଅଭିଜ୍ଞତା। ଏକ ପରିପକ୍ବ ସକ୍ରିୟ ମସ୍ତିଷ୍କ ଏବଂ ସୃଜନଶୀଳ ପ୍ରତିଭାର ମଧୁର ସମନ୍ବୟରେ ହିଁ କୌଣସି ଏକ ନୂତନ ଅଭ୍ୟୁଦୟ ରୂପଲାଭ କରେ। କଳାକୌଶଳର ଦକ୍ଷତା ସମ୍ପୂର୍ଣ୍ଣ ରୂପେ ଈଶ୍ବର ପ୍ରଦତ୍ତ। ମାତା ସରସ୍ୱତୀଙ୍କର ଅପାର କରୁଣା ଦୃଷ୍ଟି ଯାହା ଉପରେ ସନ୍ନିବେଶିତ ହୋଇ ରହିଥାଏ ସେ ହିଁ ଜଣେ ସାରସ୍ବତ ସ୍ରଷ୍ଟା ରୂପେ ସର୍ବଜନବିଦିତ ହୋଇପାରେ।

*୧୭- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ବତନ୍ତ୍ର ସୁଯୋଗ ମିଳିଛି। କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ।*

ସୂର୍ଯ୍ୟୋଦୟ ଆନ୍ତର୍ଜାତିକ ଭାଷା ପ୍ରତିଷ୍ଠାନ ପରିବାର ସହିତ ସାମିଲ ହେବାକୁ ମୋତେ ଏକ ସୁଯୋଗ ମିଳିଥିବାରୁ ମୁଁ ବାସ୍ତବିକ ନିଜକୁ ଧନ୍ୟ ମନେ କରୁଛି। ଏହି ପରିବାର ନିକଟରେ ମୁଁ ଚିରଋଣୀ ହୋଇ ରହିବି। ନିଜର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ନିମନ୍ତେ ଏହି ସାହିତ୍ୟ ଅନୁଷ୍ଠାନଟି ଏକ ସର୍ବୋତ୍କୃଷ୍ଟ ମାଧ୍ଯମ ଅଟେ।

*୧୮- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରିପାରିଛି? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ବେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା- ୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?*

ସୂର୍ଯ୍ୟୋଦୟ ନାମରେ ହିଁ ଏକ ସକରାତ୍ମକ ଉର୍ଜା ଭରି ରହିଛି। ସାହିତ୍ୟାକାଶରେ ସତେ ଯେପରି ଇଏ ଏକ ନୂତନ ସୂର୍ଯ୍ୟୋଦୟ ଘେନି ଆସିଛି। ସାଥୀରେ ଆଣିଛି ବିପୁଳ ଆଶା, ଅଜସ୍ର ଉଦ୍ଦୀପନା ଏବଂ ନବୀନ ସମ୍ଭାବନାର ଜୁଆର। ଓଡିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ଏହି ପରିବାରଟିର ଅବଦାନ ବାସ୍ତବିକ ଖୁବ ଅତୁଳନୀୟ ଏବଂ ପ୍ରଶଂସନୀୟ ଅଟେ।

*୧୯- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପ୍ରୁକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟର ଆବଶ୍ଯକତାକୁ ଆପଣ କିପରି ଭାବରେ ଦେଖନ୍ତି?*

ମୋର ଜଣେ ଭାଇ ଯେ କି ଜଣେ ସୁପ୍ରତିଷ୍ଠିତ ଲେଖକ ତାଙ୍କରି ମାଧ୍ୟମରେ ହିଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସଂସ୍ପର୍ଶରେ ମୁଁ ଆସିପାରିଲି। ସାହିତ୍ୟରେ ଜୀବନ ଜୀଉଁଥିବା ମଣିଷଟିଏ ମୁଁ। ସାହିତ୍ୟ ନିମିତ୍ତ ମୋର ପ୍ରତ୍ୟେକଟି ମୁହୂର୍ତ୍ତ ହିଁ ଉତ୍ସର୍ଗୀକୃତ।

*୨୦- ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କ’ଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି?*

ସମାଜର ହିତସାଧନ କରେ ସାହିତ୍ୟ। ଗୋଟିଏ ସଂସ୍କାରଶୀଳ ଓ ପୂର୍ଣ୍ଣାଙ୍ଗ ସମାଜ ଗଠନ କ୍ଷେତ୍ରରେ ସାହିତ୍ୟର ଭୂମିକା ସର୍ବାଗେ ମହନୀୟ। ସୂର୍ଯ୍ୟୋଦୟ ପରିବାର ଠାରୁ ମୁଁ କୌଣସି ବି ସାରସ୍ବତୀୟ ସହାୟତା ଆଶା କରୁନାହିଁ ବରଂ ଈଶ୍ବରଙ୍କ ପାଦପଦ୍ମରେ ଏହି ପରିବାରଟିର ଉତ୍ତୋରତର ଏବଂ ପ୍ରଗତି କାମନା କରୁଛି।

ସ୍ନେହର ମୁକ୍ତିରାଣୀ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with a  young and dynamic poetess MS Muktirani Debata hails from Jajpur , district of Odisha for SLF Literary Youth Icon Award contest-. 2023

  1. ସାହିତ୍ୟ ତଥା ସମାଜର ବିଭିନ୍ନ ଦିଗ ବିଷୟରେ ଆପଣଙ୍କ ମତାମତ ଏହା ସାକ୍ଷାତକାର ପଢି ଜାଣିଲି ଏବଂ ବହୁତ ଖୁସି ଲାଗିଲା। ଜଗତରେ ଆପଣଙ୍କ ଉଡାଣ ଖୁବ୍ ଉଚ୍ଚତର ହେଉ।

Leave a Reply

Your email address will not be published. Required fields are marked *