Lets talk with a young and dynamic laureate Subhasmita Mohanty hails from Nabarangapur , district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ସୁଶ୍ରୀ ଶୁଭସ୍ମିତା ମହାନ୍ତି।
ପିତାଙ୍କ ନାମ- ଶ୍ରୀ ନଳିନୀ ରଞ୍ଜନ ମହାନ୍ତି।
ମାତାଙ୍କ ନାମ- ଶ୍ରୀମତି ପୁଷ୍ପଲତା ମହାନ୍ତି।
ଜନ୍ମ ତାରିଖ- ୦୮/୦୫/୧୯୯୭
ଘର ଠିକଣା– ଗାଦବାଗୁଡ଼ା, ନବରଙ୍ଗପୁର
ଜିଲ୍ଲା– ନବରଙ୍ଗପୁର
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର (ଶିକ୍ଷା ବିଭାଗ)
ଇ-ମେଇଲ୍ ଠିକଣା– [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/smita.mohanty.14418?mibextid=ZbWKwL
ସ୍ନେହର ଶୁଭସ୍ମିତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ବିଦ୍ୟାଳୟ ରେ ପଢ଼ିବା ସମୟରେ ସାହିତ୍ୟ ବିଷୟ ପ୍ରତି ଅନେକ ଦୁର୍ବଳତା ରହିଥିଲା। ଗୋଟିଏ ରୁ ଦୁଇ ଥର ବିଷୟ ଟି ପଢ଼ିବା ପରେ ନ ଦେଖି ତାହାର ସମସ୍ତ ପ୍ରଶ୍ନର ଉତ୍ତର ଗୁଡ଼ିକ ନିର୍ଭୁଲ ଭାବରେ ଦେଉଥିଲି। ଯାହାଫଳରେ ସବୁ ବିଷୟ ଅପେକ୍ଷା ସାହିତ୍ୟ ରେ ଅଧିକ ନମ୍ବର ରହୁଥିଲା। ସେହି ଦୁର୍ବଳତା ମୋର ହୃଦୟ ରେ ରହିଥିଲେ ମଧ୍ୟ ସେମିତି କୈାଣସି ଲେଖାଲେଖି କରୁନଥିଲି। ତେବେ ଯେତେବେଳେ ମୁଁ ସ୍ନାତକୋତ୍ତର କରୁଥିଲି ସେହି ସମୟରେ ମହାବିଦ୍ୟାଳୟ ର ମୁଖପତ୍ରିକା ନିମନ୍ତେ ଗଳ୍ପ କି କବିତା ଦେବା ପାଇଁ ପ୍ରତ୍ୟେକ ବିଭାଗ ରେ କୁହାଯାଇଥିଲା। ଓ ମୁଁ ସେହି ମୁଖପତ୍ରିକା ପାଇଁ ମୋର ଦୁଇଟି କବିତା ଓ ଗୋଟିଏ ଗଳ୍ପ ଦେଇଥିଲି। ଯେବେ ମୁଖପତ୍ରିକା ପ୍ରକାଶ ପାଇଥିଲା ସେତେବେଳେ ମୋ ଶିକ୍ଷା ବିଭାଗ ର ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ମୋ କବିତା ଓ ଗଳ୍ପ କୁ ପଢ଼ି ସୁନ୍ଦର ସୁନ୍ଦର ଅଭିମତ ରଖିଥିଲେ। ଏବଂ ମୋ ବାପା ଓ ବୋଉ ମଧ୍ୟ ଖୁସି ହୋଇଯାଇ ଲେଖିବା ନିମନ୍ତେ ପ୍ରେରଣା ଦେଇଥିଲେ । ଏହା ପଛରେ ଆଉ ଜଣେ ମାମ୍ ଙ୍କ ର ମଧ୍ୟ ପ୍ରେରଣା ରହିଥିଲା। ଏବଂ ସେବେଠାରୁ ଲେଖି ଆସୁଛି।
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ମୁଁ ମୋ ସହିତ ଗୋଟିଏ ପେନ୍ସିଲ୍,ରବର ଓ ଗୋଟିଏ ଖାତା ରଖିଥାଏ। ପାଠ ପଢ଼ିବା ସମୟରେ ହେଉ କିମ୍ବା କୌଣସି କାର୍ଯ୍ୟ କରିବା ସମୟରେ ମନ କୁ ଯଦି କିଛି ନୂଆ ଭାବନା ଆସିଯାଏ ତେବେ ତାହାକୁ ତୁରନ୍ତ ସେହି ଖାତା ଟି ରେ ଲେଖିନିଏ। ତେବେ କାର୍ଯ୍ୟ ଏବଂ ପଢ଼ାପଢ଼ି ସହିତ ଏହି ସାହିତ୍ୟ କୁ ମଧ୍ୟ ମୋର ଦୈନନ୍ଦିନ ରୂପେ ମାନି ନେଇଛି। ଯେମିତି ଜଳ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ ଠିକ୍ ସେହିପରି ସାହିତ୍ୟ ମୋ ପାଇଁ ଜରୁରୀ ଅଟେ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଆଜ୍ଞା ହଁ, ମୋ ପରିବାର ର ଭୂମିକା ବହୁତ ରହିଛି। ମୁଁ କୈାଣସି କବିତା ଏବଂ ଗଳ୍ପ ଲେଖିବା ପରେ ବାପା ଏବଂ ବୋଉ ଙ୍କୁ ଶୁଣାଏ। ସେମାନେ ଶୁଣି ସାରି, ଏଠି ଏମିତି ଲେଖିଲେ ଆଉ ଟିକିଏ ଭଲ ହେବ, ସେଠି ସେମିତି ନ ଲେଖି ଏମିତି ଲେଖିଲେ ପଢ଼ିବା କୁ ଭଲ ଲାଗିବ ଇତ୍ୟାଦି କୁହନ୍ତି। ତା’ପରେ ମୁଁ ସେମିତି ହିଁ କରେ। ତେବେ ମୋତେ ଗୋଟିଏ କଥା ସବୁବେଳେ କୁହନ୍ତି,” ଏମିତି ଲେଖିବୁ ଯାହାକି ଜଣେ ପଢ଼ିକି ଖୁସି ହେବ, କଷ୍ଟ ପାଇବନି।”
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ମୁଁ ଅନେକ ସାହିତ୍ୟିକଙ୍କର ଅନେକ କୃତି ପଡ଼ିଛି । ତେବେ ବ୍ୟାସକବି ଫକୀରମୋହନ ସେନାପତି ଏବଂ କବିବର ରାଧାନାଥ ରାୟଙ୍କ ର କୃତି ଗୁଡି଼କ ମୋର ମନକୁ ଛୁଇଁ ଯାଏ। ଯେମିତିକି ଫକୀରମୋହନ ସେନାପତି ଙ୍କର ରେବତୀ, ଧୂଳିଆ ବାବା, ଡାକମୁନିସୀ, ପେଟେଣ୍ଟ ମେଡିସିନ, ପାଠୋଇ ବୋହୂ, ଅଜା ନାତି କଥା, ଅଧର୍ମ ବିତ୍ତ ଇତ୍ୟାଦି କୃତି ବେଶ୍ ମନ କୁ ଛୁଇଁ ଯାଏ। ସେହିପରି ରାଧାନାଥ ରାୟଙ୍କ ର କାବ୍ୟ ଚନ୍ଦ୍ରଭାଗା, ଚିଲିକା, ଦରବାର ଏବଂ କବିତା ଏକାଗ୍ରତା, ବନ୍ଦନା, ନିବେଦନ ଇତ୍ୟାଦି କୃତି ମନ ମୋହି ନିଏ। ତେବେ ଗୋଟିଏ ବାକ୍ୟରେ କହିବାକୁ ଗଲେ ବ୍ୟାସକବି ଫକୀରମୋହନ ସେନାପତି ଏବଂ କବିବର ରାଧାନାଥ ରାୟ ମୋର ଆଦର୍ଶ ଲେଖକ ଅଟନ୍ତି।
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ମୁଁ ଅଧିକ ଭାବରେ କବିତା ଏବଂ ଗଳ୍ପ ରେ ନିଜକୁ ବ୍ୟକ୍ତ କରେ।
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ପ୍ରଥମେ ଯଦି ଆମେ ଗଳ୍ପ କଥା କହିବା ତେବେ ସେଥିରେ ଲେଖିବା ସମୟ ରେ ପ୍ରତ୍ୟେକ ଚରିତ୍ର କୁ ଭଲ ଭାବରେ ପ୍ରତିପାଦିତ କରୁଥିବା ଏବଂ ସମାଜ କୈନ୍ଦ୍ରିକ ହୋଇପାରୁଥିବା ଆବଶ୍ୟକ। ଏବଂ କବିତା ଲେଖିବା ସମୟରେ ଯତିପାତ, ଅକ୍ଷର ସଂଖ୍ୟା, ଛନ୍ଦ, ଅଳଙ୍କାର ଇତ୍ୟାଦି ଉପାୟ ଅବଲମ୍ବନ କରିବାକୁ ପଡ଼େ। ଶେଷରେ ଗୋଟିଏ କଥା କହି ରଖିବି ଯେ ସେ ଗଳ୍ପ ହେଉ କି କବିତା ସବୁଥିରେ ଶୁଦ୍ଧ ଲିଖନ ଦେଖିବା ସହିତ ଲେଖି ସାରିବା ପରେ ଦୁଇ ରୁ ତିନି ଥର ପଢ଼ିବା ଆବଶ୍ୟକ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଆମେ ଯଦି ପ୍ରଥମେ କବିତା କଥା କହିବା ତେବେ କବିତା ଟି ରେ ଗୋଟିଏ ଶବ୍ଦ ର ଅନେକ ସମଅର୍ଥ ଦେଇ ପଦ,ପାଦ, ଛନ୍ଦ ଆଦିରେ ଲେଖୁଥିବା ବେଳେ ଗଳ୍ପ ଟି ଆମେ ରଚନାତ୍ମକ ଶୈଳୀରେ ଲେଖିଥାଉ। ତେବେ କବିତା ଟି ପଢି଼ବା ସମୟ ରେ ଶବ୍ଦ ସବୁ ବୁଝି ପଡ଼ିବାକୁ ପଡ଼େ ଏବଂ ଗଳ୍ପ ଟି ଅତି ସହଜରେ ପଢ଼ି ହୋଇଥାଏ।
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଆଜ୍ଞା ହଁ, ଗଳ୍ପ ରେ ଚରିତ୍ର ଚିତ୍ରଣ କରିବା ଏବଂ କବିତା ରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ୍ ରହିଛି। କାହିଁକି ନା ଯେତେବେଳେ ଆମେ ଗଳ୍ପ ଟି କୁ ଲେଖୁ ସେହି ସମୟରେ ଆମେ ତାହାକୁ ସଂପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରିଥାଉ। ଯେମିତି ଜଣେ ପଢ଼ିଲେ ଅତି ସହଜରେ ବୁଝି ପାରିବ। କିନ୍ତୁ କବିତା ଟି ଆମେ ସଂପୂର୍ଣ୍ଣ ଭାବରେ ବ୍ୟାଖ୍ୟା ନ କରି ଅତି ସଂକୀର୍ଣ୍ଣ ଭାବରେ ଲେଖିବା କୁ ଚାହୁଁଥିବା ସମସ୍ତ ଭାବ ସେଥିରେ ପ୍ରକାଶ କରିଥାଉ। ଆଉ ମୁଁ ଯେତେବେଳେ ଗଳ୍ପ କିମ୍ବା କବିତା ଲେଖେ ସେହି ସମୟରେ ତାହାର ଚରିତ୍ର ଗୁଡ଼ିକ ଅତି ନିଜର ପରି ମନେ ହୁଅନ୍ତି ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ସାହିତ୍ୟ ଏମିତି ଗୋଟିଏ ବିଷୟ ଯାହାକି ବୁଝିବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡ଼ି ନଥାଏ। ତେବେ ଆଧୁନିକ ସାହିତ୍ୟ ରେ ଯେମିତି ସାହିତ୍ୟ ନିମନ୍ତେ ସୁଯୋଗ ମିଳୁଛି ତାହାକୁ ପାଥେୟ କରି ଅନେକ ଚମତ୍କାର ରଚନା ମାନ ସୃଷ୍ଟି ହୋଇପାରିବ। ତେବେ ଜଣେ ଯୁବ ସାରସ୍ଵତ ପ୍ରେମୀ ଭାବେ ମୋର ମତ ଯେ,” ଆମେ ଆମ ମାତୃଭାଷା ସାହିତ୍ୟ କୁ ଯେମିତି ବିଶ୍ୱ ଦରବାରରେ ପହଞ୍ଚେଇ ପାରିବା ତାହା ପ୍ରତି ଧ୍ୟାନ ଦେବା ଉଚିତ୍।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ପୁରାକାଳରେ ଭାଷା ନିମନ୍ତେ ଅନେକ ଆନ୍ଦୋଳନ ହୋଇଥିଲା। ଯାହାଦ୍ବାରା ଅନେକ ସାହିତ୍ୟିକ ବିଭିନ୍ନ କବିତା ଓ ଗଳ୍ପ ମାନ ଏହି ଭାଷା ମାଧ୍ୟମରେ ତାଙ୍କ କଲମ ମୁନରେ ଲେଖିଯାଇଛନ୍ତି। କିନ୍ତୁ ଏବେ ଧିରେଧିରେ ଦେଖାଗଲାଣି ଯେ ଓଡ଼ିଆ ଭାଷା କହିବା କୁ କେହି କେହି କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ସମସ୍ତେ ଇଂରାଜୀ ଭାଷା କୁ ନିଜର କରିବା କୁ ବସିଲେଣି। ଯାହାଦ୍ବାରା ଆମ ଭାଷା ର ଶିଥିଳତା ପ୍ରାୟ ହୋଇଯାଇଛି।
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଗଳ୍ପ କିମ୍ବା କବିତା ଲେଖିବା ସମୟରେ ଶବ୍ଦ ସହିତ ଶବ୍ଦର ତାଳମେଳ, ଶୁଦ୍ଧ ବନାନ, ପଦ ଏବଂ ପାଦ ର ସଠିକ୍ ନିର୍ଣ୍ଣୟ, ଇତ୍ୟାଦି ପରେ ଯେତେବେଳେ ଗଳ୍ପ ଓ କବିତା ସଂପୂର୍ଣ୍ଣ ଭାବରେ ରଚନା ହୋଇଯାଏ, ଏହାଠାରୁ ଜଣେ ସାରସ୍ଵତ ପ୍ରେମୀ ପାଇଁ ଆଉ ବା କ’ଣ ସୁଖଦ ଅନୁଭୂତି ଥାଇପାରେ।
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟ ବହୁ ଉଚ୍ଚରେ ରହି ପାରିଛି। ଦେଶର କୋଣ ଓ ଅନୁକୋଣ ରେ ଓଡ଼ିଆ ସାହିତ୍ୟ ପହଞ୍ଚି ପାରିଛି । ଖାଲି ଦେଶ କହିଲେ ତ ହେବନି ବିଦେଶରେ ଯେଉଁ ଓଡ଼ିଆ ସାହିତ୍ୟିକ ମାନେ ରହିଛନ୍ତି ସେମାନଙ୍କ ମାଧ୍ୟମରେ ଆମ ଓଡି଼ଆ ସାହିତ୍ୟ ମଧ୍ୟ ସେଠାରେ ବିସ୍ତୃତ ହୋଇପାରିଛି।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ମୋ ମତରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ପାଠକ ର ଅତି ନିକଟତର ହୋଇପାରିଛି। କେବଳ ମନ ଭିତରେ ପଢ଼ିବା ର ଇଛା ଶକ୍ତି ରହିଲେ ପାଠକ ଟି ଫୋନ୍ ମାଧ୍ୟମରେ ହେଉ କିମ୍ବା ଗଳ୍ପ ବହି, ପତ୍ରିକା ମାଧ୍ୟମରେ ତା’ର ଇଛା ମୁତାବକ କ୍ଷୁଦ୍ରଗଳ୍ପ ପଢ଼ି ପାରିବ
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଆଜ୍ଞା ହଁ, ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ବଦ୍ଧ ରହିବା ଉଚିତ୍। ସେ ତା’ର ଲେଖନୀ ମୁନରେ କଳୁଷିତ ସମାଜ କୁ ଗୋଟିଏ ସ୍ୱଚ୍ଛ ସୁନ୍ଦର ସମାଜରେ ପରିଣତ କରି ପାରିବ। ଏବଂ ଆଜି ବି ଯେଉଁ ଟିକକ ଜାତି, ଧର୍ମ, ବର୍ଣ୍ଣ ଭେଦଭାବ ଉପରେ ଲୋକ ବିଶ୍ୱାସ କରୁଛନ୍ତି, ତାହା ଜଣେ ସାହିତ୍ୟିକ ଧିରେଧିରେ ଲେଖା ମାଧ୍ୟମରେ ଦୂର କରି ଦେଇ ପାରିବ।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
କବି ଟିଏ ସବୁବେଳେ ଭାବେ ମୁଁ କେମିତି ଗୋଟିଏ ଭଲ କବିତା ଲେଖି ପାରିବି। ମୋ ଲେଖାକୁ ସମସ୍ତେ ପଢ଼ି ଖୁସି ହେବେ। ତେବେ ଯେତେବେଳେ ସେ ଜାଣିପାରେ ଯେ ତା’ର କବିତା ଭଲ ହୋଇନି ବା ପାଠକୀୟ ମନ କୁ ଛୁଇଁ ପାରିନି ସେତେବେଳେ ତାକୁ ବହୁତ କଷ୍ଟ ହୋଇଥାଏ। ହଁ ନିଶ୍ଚିତଭାବେ ମୋର ଅଭିଜ୍ଞତା ଅଛି। ମୁଁ ଯେତେବେଳେ ଲେଖା ଆରମ୍ଭ କରିଥିଲି ସେତେବେଳେ ମଧ୍ୟ ମୋର ବହୁତ ଗୁଡ଼ିଏ ଭୁଲ୍ ବାହାରୁଥିଲା । ତେବେ ଯେଉଁ ପର୍ଯ୍ୟନ୍ତ କବିତା ଟି ସଠିକ୍ ଭାବରେ ଲେଖି ପାରି ନଥାଏ ସେତେ ପର୍ଯ୍ୟନ୍ତ ମନ ଦୁଃଖ ରହିଥାଏ ଏବଂ କୈାଣସି କାର୍ଯ୍ୟ ରେ ମନ ଲାଗେ ନାହିଁ।
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଆଜ୍ଞା ହଁ। ମୋ ମତରେ ଏହି ମନ୍ତବ୍ୟ ଟି ଠିକ୍ । କାହିଁକି ନା ଆମେ ଯାହା କିଛି କରୁ ମନରେ ଦୃଢ଼ତା ରଖି କାର୍ଯ୍ୟ ଟି କରିଥାଉ। ମନ ରେ ଯେଉଁ ପର୍ଯ୍ୟନ୍ତ ଇଛା ଶକ୍ତି ଜାଗ୍ରତ ନ ହୋଇଛି ସେ ବୟସ୍କ ନ ହୋଇଥିଲେ ବି ଲେଖି ପାରିବ ନାହିଁ। ଏବଂ ଯଦି ମନ ରେ ଇଛା ଶକ୍ତି ଅଛି ସେ ବୟସ୍କ ହୋଇଥିଲେ ମଧ୍ୟ ଲେଖି ଦେଇପାରିବେ। ତେବେ ଗୋଟିଏ କଥା କହି ରଖିବି ଯେ ଲେଖିବା ଠାରୁ ଧ୍ୟାନ ର ସହିତ ପଢ଼ିଲେ ଆନନ୍ଦ ଲାଗିବା ସହିତ ବହୁତ କିଛି ଶିକ୍ଷଣୀୟ ବାର୍ତ୍ତା ଶିଖିବା ପାଇଁ ମିଳିଥାଏ।
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିବାରେ ମୋତେ ଯେଉଁ ସ୍ୱତନ୍ତ୍ର ସୁଯୋଗ ମିଳିଛି ସେଥି ନିମନ୍ତେ ମୁଁ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛି। ଏବଂ ଏତେ ମାତ୍ରାରେ ଖୁସି ଅଛି ଯେ ମୁଁ ତାହା ଶବ୍ଦ ରେ ମଧ୍ୟ ବର୍ଣ୍ଣନା କରିପାରିବି ନାହିଁ। ଶେଷରେ ଏହି ସାହିତ୍ୟିକ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମନୋଜ ପଣ୍ଡା ଭାଇ ଙ୍କୁ ମୋର ବିନମ୍ର ପ୍ରଣାମ ଜଣାଇବି।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଓଡ଼ିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅପେକ୍ଷା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଟିକିଏ ଅଲଗା ଅଟେ। ଯେଉଁ ପ୍ରତିଷ୍ଠାନ ରେ ଶ୍ରୀ ପଣ୍ଡା ଭାଇ ଙ୍କର (Manoj’s Digest) ଏବଂ ଶ୍ରୀ ଜିତେନ୍ଦ୍ର ସାର୍ ଙ୍କର ” ଆଉ ପାଦେ ଆଗକୁ” ଶିକ୍ଷଣୀୟ ବାର୍ତ୍ତା ମିଳେ। ଏବଂ ଏହି ପ୍ରତିଷ୍ଠାନ ରେ ବିଭିନ୍ନ ଭାଷାରେ ଲେଖା ଗୁଡ଼ିକ ପଡ଼ିବା ପାଇଁ ସୁଯୋଗ ମିଳିଥାଏ ଓ ସବୁଠାରୁ ବଡ଼ କଥା ଏଠାରେ ପରସ୍ପର ପରସ୍ପର ଙ୍କର କବିତା ପଢ଼ି ସୁଚିନ୍ତିତ ମତାମତ ଦେଇ ଅନ୍ୟ କୁ ଲେଖିବା ନିମନ୍ତେ ପ୍ରେରଣା ଦିଅନ୍ତି ଇତ୍ୟାଦି ମୋତେ ବହୁତ ମାତ୍ରାରେ ପ୍ରଭାବିତ କରିପାରିଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୋର ସଂପୃକ୍ତି ଜଣେ ବଡ଼ ଭାଇ (ଶ୍ରୀ ରିକ୍ଷୀ ରାମ ମେହେର) ଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା। ବ୍ୟସ୍ତ ବହୁଳ ଜୀବନରେ ଯେମିତି ଖାଦ୍ୟ ଓ ଜଳ ର ଆବଶ୍ୟକତା ରହିଛି ଠିକ୍ ସେହିପରି ସାହିତ୍ୟ ର ମଧ୍ୟ ଆବଶ୍ୟକତା ରହିଛି। ସାହିତ୍ୟ ବିନା ଆମେ ଆମର ଭାଷା କୁ ଆଗକୁ ବଢ଼ାଇ ପାରିବା ନାହିଁ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ସାହିତ୍ୟ ଏମିତି ସମସ୍ତ ଙ୍କ ଭିତରେ ରହିଥାଉ। ଏବଂ ବିଶ୍ୱ ଦରବାରରେ ଏହା ପ୍ରସିଦ୍ଧି ଲାଭ କରୁ। ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏହି ଭଳି ଭାବରେ ନବ ପ୍ରତିଭା ମାନଙ୍କ ର ଲୁକ୍କାୟିତ ସାହିତ୍ୟ ପ୍ରେମ କୁ ସମାଜ ଆଗରେ ପ୍ରତିଷ୍ଠା କରନ୍ତୁ। ଏବଂ ଏହାର ମଙ୍ଗଳ କାମନା ମହାପ୍ରଭୁ ଙ୍କ ନିକଟରେ ସଦା ସର୍ବଦା କରିଆସୁଛି ଓ କରିଆସୁଥିବି।
ସ୍ନେହର ଶୁଭସ୍ମିତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ସାକ୍ଷାତକାର ମଧ୍ୟମରେ ସୁନ୍ଦର ଭାବରେ ଆପଣ ବୁଝାଇ ଦେଇଛନ୍ତି ଯେମିତି ଜଳ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ ଠିକ୍ ସେହିପରି ସାହିତ୍ୟ ବିନା ଏ ସମାଜ ତିଷ୍ଠିବା ମଧ୍ୟ ଅସମ୍ଭବ।ସାହିତ୍ୟ ଜଗତରେ ଅଗ୍ରସର ହେବା ପାଇଁ ଢେର୍ ସାରା ଶୁଭେଚ୍ଛା ଆଜ୍ଞା।
Congratulations sister. Me and our whole Mohanty family is proud of you. Keep it up and get more and more success that will our bless to you.
Well done. Really I am proud of u being ur sister. May God showers all the blessings and give creativity and innovative thought to write such heart touching poem or story for us. Once again I congratulate on each step of ur success. Keep it up and go ahead my dear….
Good job
Bohut priyo bhabore apono amoku jonai chonti
Wowww….
Amazing miss…
Wowww….
Amazing dear…
Superb start up mama didi
Nice
Proud of you Mamun DiiKeep success… God bless you always ❤
ପ୍ରଥମେ ଦିଦି ଙ୍କୁ ଢେର ସାରା ଶୁଭେଚ୍ଛା ଅତି ସୁନ୍ଦର ଓ ମାନଛୁଆ ଭାବେ ପ୍ରଶ୍ନ ଗୁଡ଼ି କର ଉତ୍ତର ସେ ଦେଇ ଛନ୍ତି|
ପ୍ରକୃତରେ ସାହିତ୍ୟ କୁ ଯେଉଁମାନେ ହୃଦୟରୁ ଭଲ ପାଉ ଥିବେ କେବଳ ସେଇ ମନ ଙ୍କ ଠାରୁ ହିଁ ଏପରି ଉତ୍ତର ଶୁଣିବାକୁ ମିଳିବ| ପୁଣିଥରେ ଅଭିନନ୍ଦନ ଦିଦି ଏପରି ଭାବରେ ରେ ଓଡ଼ିଆ ଭାଷା ଓ ସାହିତ୍ୟ ର ଅଗ୍ରଗତି କରିଚାଲ ଏବଂ ଏଇ ସାହିତ୍ୟ ଫାଉଣ୍ଡେସନ କୁ ଧନ୍ୟବାଦ ଯୁବପିଢି ଙ୍କୁ ସାହିତ୍ୟ କ୍ଷେତ୍ରରେ ଅଗ୍ରସର କରାଉ ଛନ୍ତି|
It’s awesome actually
Didi you are appreciating many more aspirants through that…… proud of you ☺️
Wow Didi
Superb….
God bless you
ବହୁତ ସୁନ୍ଦର ଲେଖା ମାମୁନି
Wow amazing my dear
What a start up
Wowww miss….
It’s really beautiful…..
Keep it up…❤
Wow. amazing mamuni dii
Great job