May 02, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a  young poetess Sumati Behera hails from Ganjam , district of Odisha for SLF Literary Youth Icon Award contest-. 2023

Lets talk with a  young poetess Sumati Behera hails from Ganjam , district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସୁମତି ବେହେରା
ପିତାଙ୍କ ନାମ– ଯୁଧିଷ୍ଟିର ବେହେରା
ମାତାଙ୍କ ନାମ- ଜୟଶ୍ରୀ ବେହେରା
ଜନ୍ମ ତାରିଖ-୧୪.୧୨.୨୦୦୨
ଘର ଠିକଣା-ବୁରୁପଡା, ରତନି ସାହି
ଜିଲ୍ଲା-ଗଞ୍ଜାମ
ଶିକ୍ଷାଗତ ଯୋଗ୍ୟତା- ଯୁକ୍ତ ତିନି ତୃତୀୟ ବର୍ଷ କଳା (ଓଡ଼ିଆ ବିଭାଗ)
ଇ-ମେଇଲ୍ ଠିକଣା[email protected]

ସ୍ନେହର ସୁମତି!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ଉତ୍ତର – ମୋ ଜୀବନରେ ସାହିତ୍ୟ ର  ଅୟମାରମ୍ଭ ପିଲାଟି ଦିନରୁ ଆରମ୍ଭ ହୋଇଥିଲା।ଯେତେବେଳେ ମୁଁ ଜାଣିଲି ସାହିତ୍ୟ କଣ ଓ ସାହିତ୍ୟ ଆମ ଜୀବନକୁ କିପରି ସହଜ ଓ ସରଳ କରିପାରିଛି ସେହି ଦିନ ଠାରୁ ସାହିତ୍ୟ ପ୍ରତି ମୋର ଆଗ୍ରହ ଆସିଲା। ମୁଁ ଯେତେବେଳେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ଓଡ଼ିଆ ବିଭାଗ ରେ ନାମ ଲେଖାଇଲି ଅଥାତ୍ ୧୮ ବର୍ଷ ବୟସରେ ସାହିତ୍ୟ ପ୍ରତି ଏକ ବିଶେଷ ଭାବରେ ଆକର୍ଷିତ ହୋଇ ଏକ ରଚନାତ୍ମକ ସାରସ୍ବତୀୟ  ଜୀବନ ଅତିବାହିତ କରିଆସୁଅଛି।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉତ୍ତର – ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ। ସାହିତ୍ୟ ସମାଜରୁ ସୃଷ୍ଟି ତେଣୁ ମୁଁ ପାଠପଢା ସହ ସାମାଜିକ ଜୀବନର ସର୍ବସମତା ରକ୍ଷା କରି ସାହିତ୍ୟକୁ ସମ୍ମାନ ର ସହ ଆଗେଇ ନେବାକୁ ପ୍ରୟାସ କରିଚାଲିଛି।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉତ୍ତର – ହଁ, ସାହିତ୍ୟ ସାଧନା ରେ ବ୍ରତୀ ହେବା ଦିଗରେ ମୋ ପରିବାର ର ଭୂମିକା ଅଧିକମାତ୍ରାରେ ରହିଛି। ସାହିତ୍ୟ ସାଧନାରେ ହେଉ କିମ୍ବା ଅନ୍ୟ ଯେକୌଣସି ଦିଗରେ ହେଉ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଣେ ସନ୍ତାନ ର ଉନ୍ନତି ରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ?  ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉତ୍ତର – କବିବର ରାଧାନାଥ ରାୟଙ୍କ  ଦ୍ଵାରା ରଚିତ “ଚିଲିକା”,”ଚନ୍ଦ୍ରଭାଗା” କାବ୍ୟ rର କାବ୍ୟିକ ଶୈଳୀ ମୋତେ ପ୍ରୋତ୍ସାହିତ କରିଛି। କବିବର ରାଧାନାଥ ରାୟ ଓଡିଶା ର ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ଆଧୁନିକ ଯୁଗର ସ୍ରଷ୍ଟା।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉତ୍ତର -ମୁଁ ମୋର ଅଧିକ ସମୟ କବିତା ଲେଖିବାରେ ବ୍ୟକ୍ତ କରେ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉତ୍ତର – କବିତା ଓ ଗଳ୍ପ ଲେଖିବା ବେଳେ କମା,ପୂର୍ଣ୍ଣଚ୍ଛେଦ ଓ ଶବ୍ଦ ସଂଯୋଜନା ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର – କବିତା ଓ ଗଳ୍ପ ମଧ୍ୟରେ କିଛିଟା ସାମ୍ୟ ଓ ବୈଷମ୍ୟ ରହିଛି।କବିତା କୁ ବ୍ୟକ୍ତ କରିବା ବେଳେ ସଂକ୍ଷିପ୍ତ ଭାବରେ ଉପସ୍ଥାପନା କରିଥାଉ କିନ୍ତୁ ଗଳ୍ପ ଲେଖିବା ବେଳେ ତାହାକୁ ବିସ୍ତୃତ କରି ବ୍ୟକ୍ତ କରିଥାଉ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉତ୍ତର – ହଁ, କବିତାରେ ସଂକ୍ଷିପ୍ତ ଭାବରେ ଚରିତ୍ର ଚିତ୍ରଣ କରିବାକୁ ପଡେ ଓ ଗଳ୍ପରେ ଚରିତ୍ର ଚିତ୍ରଣ କୁ ବହୁ ମାତ୍ରାରେ ବର୍ଣ୍ଣନା ଓ ବିସ୍ତୃତ କରିବାକୁ ପଡେ,ଯାହା ଫଳରେ ସମସ୍ତେ ଏହାକୁ ପଢ଼ି ଆନନ୍ଦ ପାଇପାରିବେ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର –  ପ୍ରାଚ୍ୟ ସାହିତ୍ୟ ଅପେକ୍ଷା ଆଧୁନିକତା ର ଅଧିକ ପ୍ରଭାବ ପଡିଛି। ଆଧୁନିକ ସାହିତ୍ୟ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପରିଗଣିତ ହୋଇପାରିଛି।

10-ପୁରା କାଳରେ କରାଯାଇଥିବା  ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉତ୍ତର – ଓଡ଼ିଆ ଭାଷା ହେଉଛି ଆମ ମାତୃ ଭାଷା। ଆଗକାଳରେ ହୋଇଥିବା ଭାଷା ପ୍ରୀତି ଆନ୍ଦୋଳନ ଯାହା ଓଡ଼ିଆ ଭାଷା କୁ ସ୍ୱତନ୍ତ୍ର ଭାଷା ରୂପେ ପରିଗଣିତ କରିପାରିଛି । ଏବେକାର ଶିଥିଳତା ପୁଣି ଥରେ ଏକ ନୂତନ ଦିଗ ଆଣିପାରିବ ବୋଲି ଆଶା।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉତ୍ତର – ମୁଁ ପ୍ରଥମେ   ମୋର ମାଆ ଙ୍କ ପାଇଁ ଦୁଇ ପଦ କବିତା  ଲେଖିବା ଆରମ୍ଭ କରିଥିଲି।ଲେଖିସରିବା ପରେ ମୁଁ ପ୍ରଥମେ ମୋର ଶିକ୍ଷକଙ୍କୁ ଦେଖାଇଥିଲି।ସେ କବିତା ଦେଖି ଭଲ ହୋଇଛି କହିବା ସହ କବିତା ଲେଖିବା ପାଇଁ ପ୍ରୋତ୍ସାହିତ କରିଥିଲେ। ସେହି ମୁହର୍ତ୍ତ ଥିଲା ମୋ ପାଇଁ ସୁଖକର ଅନୁଭୂତି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉତ୍ତର – ଜଗତୀକରଣ ଓ ବିଶ୍ୱାୟନ ପକ୍ରିୟା ଓଡ଼ିଆ ସାହିତ୍ୟ କୁ ସୁଦୃଢ କରିବା ସହ ସାହିତ୍ୟ ର ସ୍ଥିତି କୁ ବଜାୟ ରଖିବ ବୋଲି ଆଶା କରୁଛି।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉତ୍ତର – ଆଜିର ଓଡ଼ିଆ କ୍ଷୁଦ୍ର ଗଳ୍ପ ପାଠକର ଅତି ନିକଟତର ହୋଇପାରିଛି। କ୍ଷୁଦ୍ରଗଳ୍ପ କେବଳ ପାଠକ ନୁହେଁ ବରଂ ବୟସ୍କ,ବାଲ୍ୟ, ବୃଦ୍ଧ ସମସ୍ତଙ୍କ ପ୍ରିୟ ହୋଇପାରିଛି।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି  ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉତ୍ତର – ହଁ, ସମାଜରୁ ହିଁ ସୃଷ୍ଟି ହୋଇଛି ସାହିତ୍ୟ, ସାହିତ୍ୟ ହେଉଛି ସମାଜର ଦର୍ପଣ ।ଏଣୁ ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗିକରବର୍ଦ୍ଧତା ରହିବା ଉଚିତ୍।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି  ସେତେ ଭଲ ହୋଇପାରିନି,  ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର – ହଁ ପ୍ରଥମତଃ କଷ୍ଟ ଲାଗେ କିନ୍ତୁ ସେଥିରୁ  କିଛି ଶିକ୍ଷା ମଧ୍ୟ ମିଳିଥାଏ । କବିତାରେ କିଛି ଭୁଲ ଥିଲେ ତାହାକୁ ପୁନର୍ବାର ଠିକ୍ ଭାବରେ ବର୍ଣ୍ଣନା କରିବା ପାଇଁ ଚେଷ୍ଟା  କରେ। 

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉତ୍ତର- ଏହି ମନ୍ତବ୍ୟ ତି ଠିକ୍। କାରଣ ସାହିତ୍ୟ ରଚନା କରିବା ପାଇଁ କୌଣସି ବୟସ ସୀମା ନା ଥାଏ।ମନୁଷ୍ୟ ସାହିତ୍ୟ ରଚନା କରିବା ବେଳେ  ପ୍ରକୃତି ର ଶାନ୍ତ ପରିବେଶ କୁ ଅନୁଭବ କରି,ଗଭୀର ଚିନ୍ତନ ହୋଇ ନିଜ ମନ ର ଭାବକୁ କବିତାକୁ ରଚନା କରିଥାଏ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉତ୍ତର – ଏହି ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜଡ଼ିତ ହୋଇପାରୁଥିବା ରୁ ମୁଁ ବହୁତ ଖୁସି। ଏହି ପ୍ରତିଷ୍ଠାନ ବିଶ୍ଵ ସହ ଯୋଡ଼ି ହୋଇ ରହିବା ସହ ସେଥିରେ ଜଡ଼ିତ ସମସ୍ତ ସଦସ୍ୟଙ୍କ ର ପ୍ରତିଭାକୁ ବିଶ୍ଵ ଦରବାରରେ ଉପସ୍ଥାପନା କରୁଅଛି ଏବଂ ଏହି ପ୍ରତିଷ୍ଠାନ ରେ ଯୋଡ଼ି ହୋଇ ରହିଥିବାରୁ ଗର୍ବ ଅନୁଭବ କରୁଛି।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉତ୍ତର – ସମସ୍ତେ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ନିଜେ ନିଜର କବିତା ଓ ଗଳ୍ପ କୁ ଉପସ୍ଥାପନା କରିଥାନ୍ତି ଏବଂ ସମସ୍ତଙ୍କ ସହ ଜଡ଼ିତ କରିଛି,ତେଣୁ ଏହି ପ୍ରତିଷ୍ଠାନ ରେ ଅଂଶ ଗ୍ରହଣ କରିବା ମୋ ପାଇଁ ଗର୍ବ ର ବିଷୟ।

19.ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି  ଭାବେ ଦେଖନ୍ତି?
ଉତ୍ତର – ମୁଁ ମୋର ଜଣେ ଶିକ୍ଷୟତ୍ରୀ ଙ୍କ ଜରିଆରେ ସୂର୍ଯ୍ୟୋଦୟ  ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ସମ୍ପୃକ୍ତ ହୋଇପାରିଲି । ମନୁଷ୍ୟ ର ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ଆବଶ୍ୟକତା ସର୍ବଦା ରହିଥାଏ । ସାହିତ୍ୟକୁ ସମାଜ ସୁଷ୍ଟି କରିଛି।

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉତ୍ତର – ଏହି ପରିବାର ସମସ୍ତଙ୍କ ପ୍ରତିଭାକୁ ଯେପରି ଲୋକଲୋଚନକୁ ଆଣିପାରିଛି ଓ ସାହିତ୍ୟ କୁ ଆଗେଈ ନେଇପାରିଛି ଆଗକୁ ମଧ୍ୟ ଏହିପରି ଭାବେ ଆଗେଇ ନେବ ବୋଲି ମୋର ଆଶା।

ସ୍ନେହର ସୁମତି!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

3 thoughts on “Lets talk with a  young poetess Sumati Behera hails from Ganjam , district of Odisha for SLF Literary Youth Icon Award contest-. 2023

  1. ମୋ ନାମ ପରି ଅନ୍ୟ ଏକ ସାହିତ୍ୟିକାଙ୍କୁ ଦେଖି ଖୁବ ଖୁସି ଲାଗିଲା।ସାକ୍ଷାତକାର ରେ ଖୁବ୍ ସୁନ୍ଦର ଭାବରେ ମତାମତ ଦେଇଛନ୍ତି।ସାହିତ୍ୟ ଜଗତରେ ଆପଣଙ୍କର ଉଡାଣ ଖୁବ୍ ଉଚ୍ଚତର ହେଉ ଏହା ହିଁ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।

  2. ଅତି ଚମତ୍କାର ଉତ୍ତର ଦେଇଛନ୍ତି, ମୋ ସାନ ଭଉଣୀ
    ଏହି ପରି ଭାବରେ ସାହିତ୍ୟ ସାଧନା ଜାରି ରଖନ୍ତୁ। ଆଗକୁ ଆହୁରି ବହୁତ୍ ବାଟ ଚାଲିବାକୁ ହେବ।

Leave a Reply

Your email address will not be published. Required fields are marked *